ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ

ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ତେନାଜିଂଗ ନର୍ଗେ ଜାତୀୟ ସାହସିକତା ପୁରସ୍କାର ୨୦୨୨ ପାଇଁ ନାମାଙ୍କନ ଆମନ୍ତ୍ରଣ କରୁଛି


ନାମାଙ୍କନ ୧୪ ଜୁଲାଇ, ୨୦୨୩ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରାଯିବ

Posted On: 26 JUN 2023 4:30PM by PIB Bhubaneshwar

ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ତେନଜିଂଗ ନର୍ଗେ ଜାତୀୟ ସାହସିକତା ପୁରସ୍କାର ୨୦୨୨ (ନାସନାଲ ଏଡଭେଞ୍ଚର ଆୱାର୍ଡ୍ସ) ପାଇଁ ନାମାଙ୍କନ ପତ୍ର ଆମନ୍ତ୍ରଣ କରୁଛି ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ, ଭାରତ ସରକାର ସାହସିକ କ୍ଷେତ୍ର ସହିତ ଜଡ଼ିତ ବ୍ୟକ୍ତିମାନଙ୍କ ଉପଲବ୍ଧିଗୁଡ଼ିକୁ ଚିହ୍ନିବା ଏବଂ ଯୁବଗୋଷ୍ଠୀଙ୍କୁ ସହଜଶକ୍ତି, ରିସ୍କ ନେବା, ସହଯୋଗାମତ୍ମକ ଦଳ କାର୍ଯ୍ୟର ଭାବନାକୁ ବିକଶିତ କରିବା ଏବଂ ଆହ୍ୱାନପୂର୍ଣ୍ଣ ପରିସ୍ଥିତିଗୁଡ଼ିକରେ ତ୍ୱରିତ, ପ୍ରସ୍ତୁତ ଏବଂ ପ୍ରଭାବୀ ପ୍ରତିକ୍ରିୟା ପାଇଁ ପ୍ରୋତ୍ସାହିତ କରିବା ପାଇଁତେନଜିଂଗ ନର୍ଗେ ଜାତୀୟ ସାହସିକ ପୁରସ୍କାର’ (ଟିଏନଏନଏଏ) ନାମକ ଜାତୀୟ ସାହସିକ ପୁରସ୍କାର ପ୍ରଦାନ କରାଯାଇଥାଏ

ଟିଏନଏନଏଏ ୨୦୨୨ ପାଇଁ ନାମାଙ୍କନ ପତ୍ର ଜୁନ ୧୫ ଜୁନ, ୨୦୨୩ରୁ ୧୪ ଜୁଲାଇ ୨୦୨୩ ପର୍ଯ୍ୟନ୍ତ ପୋର୍ଟାଲ  https://awards.gov.in ମାଧ୍ୟମରେ ଆମନ୍ତ୍ରଣ କରାଯାଉଛି ପୁରସ୍କାର ପାଇଁ ଦିଶା ନିର୍ଦେଶାଳୟ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟର ୱେବସାଇଟରେ ନିମ୍ନଲିଖିତ URL https://yas.nic.in/youth-affairs/inviting-nonations-tenzing-norgay-national-adventure-award-2022-15th-june-2023-14thରେ ଉପଲବ୍ଧ ଅଛି କୌଣସି ମଧ୍ୟ ବ୍ୟକ୍ତି ଯିଏ ଉକୃଷ୍ଟ ପ୍ରଦର୍ଶନ କରୁଛି ଏବଂ ଯେଉଁମାନଙ୍କ ମଧ୍ୟରେ ନେତୃତ୍ୱର ଉକୃଷ୍ଟ ଗୁଣ ଅଛି, ସାହସିକତା ଅନୁସାରେ ଭାବନା ଅଛି ଏବଂ ସାହସିକ କାର୍ଯ୍ୟରେ ଏକ ବିଶେଷ କ୍ଷେତ୍ର ଯେମିତି ଭୂମି, ବାୟୁ କିମ୍ବା ଜଳ (ସମୁଦ୍ର)ରେ କ୍ରମାଗତ ଭାବରେ ଉପଲବ୍ଧି ହାସଲ କରିଛି, ଉପରୋକ୍ତ ପୋର୍ଟାଲ ମାଧ୍ୟମରେ ଅନ୍ତିମ ତାରିଖ ଅର୍ଥାତ ୧୪ ଜୁଲାଇ, ୨୦୨୩ ପୂର୍ବରୁ ପୁରସ୍କାର ପାଇଁ ଆବେଦନ କରିପାରିବେ

ପୁରସ୍କାର ସ୍ୱରୂପ ଗୋଟିଏ କାଂସ୍ୟ ପ୍ରତିମ, ଏକ ପ୍ରମାଣପତ୍ର, ଏକ ରେଶମୀ ଟାଇ/ ଏକ ସାଢ଼ୀ ସହିତ ଏକ ବ୍ଲେଜର ଏବଂ ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ସାମିଲ ଅଛି ଭାରତ ସରକାରଙ୍କ ଦ୍ୱାରା ଅର୍ଜୁନ ପୁରସ୍କାର ସହିତ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥାଏ

ବିଶେଷ ଭାବରେ, ଏହି ପୁରସ୍କରା ଲେଡି ଏଡଭେଞ୍ଚର, ଜଳ (ସମୁଦ୍ର) ଏଡଭେଞ୍ଚର, ବାୟୁ ଏଡଭେଞ୍ଚର ଏବଂ ଜୀବନବ୍ୟାପୀ ଆଚିଭମେଣ୍ଟ ନାମକ ୪ଟି ଶ୍ରେଣୀରେ ପ୍ରଦାନ କରାଯାଇଥାଏ ଗତ ବର୍ଷର ଉପଲବ୍ଧିଗୁଡ଼ିକ ତିନୋଟି ଶ୍ରେଣୀ ଅର୍ଥାତ ଲେଡି ଆଡଭେଞ୍ଚର, ଜଳ (ସମୁଦ୍ର) ଏଡଭେଞ୍ଚର, ଏୟାର ଏଡଭେଞ୍ଚର ପାଇଁ ଜଣାଯାଇଥାଏ ଏବଂ ଜୀବନବ୍ୟାପୀ ଆଚିଭମେଣ୍ଟ ପୁରସ୍କାର ପାଇଁ ପୁରା କ୍ୟାରିଅର ଉପଲବ୍ଧି ଉପରେ ବିଚାର କରାଯାଇଥାଏ


NS/MB

 



(Release ID: 1935554) Visitor Counter : 98