ପ୍ରତିରକ୍ଷା ମନ୍ତ୍ରଣାଳୟ

ପ୍ରତିରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଭାରତୀୟ ନୌସେନା କର୍ମଚାରୀଙ୍କ ବ୍ୟାବହାରିକ ପ୍ରଶିକ୍ଷଣକୁ ବୃଦ୍ଧି କରିବା ପାଇଁ କୋଚିରେ ସିପ ହେଡଲିଙ୍ଗ ସିମୁଲେଟର ଧ୍ରୁବର ଉଦଘାଟନ କଲେ

Posted On: 21 JUN 2023 11:33AM by PIB Bhubaneshwar

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ୨୧ ଜୁନ, ୨୦୨୩ରେ ଭାରତୀୟ ନୌସେନା କାର୍ମିକମାନଙ୍କର ବ୍ୟବହାରିକ ପ୍ରଶିକ୍ଷଣକୁ ବୃଦ୍ଧି କରିବା ପାଇଁ କୋଚିର ଦକ୍ଷିଣ ନୌସେନାରେ ସିମୁଲେଟର ପରିସର (ଆଇଏସସି) ‘ଧ୍ରୁବ’ର ଉଦଘାଟନ କରିଛନ୍ତି । ଆଇଏସସି ‘ଧ୍ରୁବ’ରେ ଆଧୁନିକ ଏବଂ ଅତ୍ୟାଧୁନିକ ସ୍ୱଦେଶୀ ଉପାୟରେ ନିର୍ମିତ ସିମୁଲେଟରମାନ ରହିଛି ଯାହା ଭାରତୀୟ ନୌସେନାରେ ବ୍ୟାବହାରିକ ପ୍ରଶିକ୍ଷଣକୁ ଉଲ୍ଲେଖନୀୟ ରୂପରେ ବୃଦ୍ଧି କରିବ । ଏହି ସିମୁଲେଟର ଗୁଡ଼ିକର ପରିକଳ୍ପନା ନାଭିଗେସନ, ବେଡା ପ୍ରଚଳନ ଏବଂ ନୌସେନାର ଯୁଦ୍ଧ କୌଶଳ ଉପରେ ବାସ୍ତବିକ ସମୟ ଅନୁଭବ ପ୍ରଦାନ କରିବାକୁ ନେଇ କରାଯାଇଛି । ଏହି ସିମୁଲେଟର ଗୁଡ଼ିକର ଉପଯୋଗ ମିତ୍ର ଦେଶଗୁଡ଼ିକର କାର୍ମିକମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ମଧ୍ୟ କରାଯିବ ।

ପରିସରରେ କଳ୍ପନା କରାଯାଇଥିବା କେତେଗୁଡ଼ିଏ ସିମୁଲେଟର ମଧ୍ୟରେ, ପ୍ରତିରକ୍ଷା ମନ୍ତ୍ରୀ ମଲ୍ଟି ଷ୍ଟେସନ ହେଡଲିଙ୍ଗ ସିମୁଲେଟର (ଏମଏସଏସଏଚଏସ), ଏୟାର ଡାଇରେକସନ ବା ବାୟବୀୟ ଦିଗ ଏବଂ ହେଲିକପ୍ଟର ନିୟନ୍ତ୍ରଣ ସିମୁଲେଟର (ଏଡିଏଚସିଏସ) ତଥା ଏଷ୍ଟ୍ରୋନେଭିଗେସନ ଡୋମର ଅବଲୋକନ କଲେ। ନୂଆଦିଲ୍ଲୀ ସ୍ଥିତ ଏଆରଆଇ ପ୍ରା. ଲି. ଦ୍ୱାରା ନିର୍ମିତ ଏଷ୍ଟ୍ରୋନେଭିଗେସନ ଡୋମ ଭାରତୀୟ ନୌସେନାରେ ହେଉଛି ନିଜ ପ୍ରକାରର ପ୍ରଥମ ଡୋମ ।

ଡିଆରଡିଓ ପ୍ରୟୋଗଶାଳାର ଇନଷ୍ଟିଚ୍ୟୁଟ ଫର ସିଷ୍ଟମ୍ସ ଷ୍ଟଡିଜ୍ ଆଣ୍ଡ ଆନାଲିସିସ୍ ଦ୍ୱାରା ବିକଶିତ ଏଡିଏଚସିଏସ ପ୍ରଶିକ୍ଷକମାନଙ୍କୁ ବାସ୍ତବିକ ସମୟ ପ୍ରରିଚାଳନଗତ ବାତାବରଣ ପରିଦୃଶ୍ୟ ଉପଲବ୍ଧ କରାଇବାରେ ସକ୍ଷମ ହେବ । ପ୍ରଦ୍ୟୋଗିକ ମାମଲାରେ ଉନ୍ନତ ଏହି ସିମୁଲେଟର ‘ଆତ୍ମନିର୍ଭର ଭାରତ’ ଶୁଭାରମ୍ଭର ସଙ୍କେତ ଦେଉଛନ୍ତି ଆଉ ରାଷ୍ଟ୍ର ପାଇଁ ବଡ଼ ରପ୍ତାନୀ କ୍ଷମତାର ସମ୍ଭାବନା ଉତ୍ପନ୍ନ କରୁଛନ୍ତି । ସ୍ୱଦେଶୀ ଉପାୟରେ ବିକଶିତ କିଛି ଅନ୍ୟ ସିମୁଲେଟର ଗୁଡ଼ିକରେ ଯୁଦ୍ଧ ପରିଚାଳନା ବ୍ୟବସ୍ଥା ଏବଂ ସାମୁଦ୍ରିକ ଡୋମେନ ଲ୍ୟାବ ସାମିଲ ଅଛି ।

ଉଦଘାଟନ ଅବସରରେ, ଶ୍ରୀ ରାଜନାଥ ସିଂହ ଏହିସବୁ ସିମୁଲେଟରଗୁଡ଼ିକର ବିକାଶରେ ସାମିଲ କମ୍ପାନୀଗୁଡ଼ିକର ବରିଷ୍ଠ ପ୍ରତିନିଧିମାନଙ୍କ ସହିତ ମଧ୍ୟ ପରସ୍ପର କଥାବାର୍ତା ହୋଇଛନ୍ତି।

 

*****

AH



(Release ID: 1934283) Visitor Counter : 78