ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ
azadi ka amrit mahotsav

କ୍ରୀଡାବିତ୍ ଏବଂ ଦଳର କର୍ମକର୍ତ୍ତା ମାନଙ୍କ ପାଇଁ ରହଣି ଏବଂ ଖାଦ୍ୟ ପେୟ ଦେୟ ବାବଦକୁ ଧାର୍ଯ୍ୟ ସର୍ବୋଚ୍ଚ ସୀମାକୁ ୬୬% ବୃଦ୍ଧି କରିଛି କ୍ରୀଡା ମନ୍ତ୍ରଣାଳୟ

प्रविष्टि तिथि: 16 JUN 2023 3:43PM by PIB Bhubaneshwar

ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ (ଏମ୍‌ୱାଇଏଏସ୍‌) ଭାରତୀୟ କ୍ରୀଡାବିତ୍ ଏବଂ ଦଳର କର୍ମକର୍ତ୍ତା ମାନଙ୍କ ପାଇଁ ରହଣି ଏବଂ ଖାଦ୍ୟ ପେୟ ଦେୟ ବାବଦକୁ ଧାର୍ଯ୍ୟ ସର୍ବୋଚ୍ଚ ସୀମାର ପରିମାଣକୁ ୬୬% ସଂଶୋଧନ କରିଛି ।

ଏହା ମନ୍ତ୍ରଣାଳୟର ଜାତୀୟ କ୍ରୀଡ଼ା ଫେଡେରେସନ୍ (ଏନ୍‌ଏସ୍‌ଏଫ୍‌) ସମୂହଙ୍କ ସହାୟତା ଯୋଜନା ଅଧୀନରେ କେବଳ ଆନ୍ତର୍ଜାତିକ ସ୍ତରର ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରୁଥିବା କ୍ରୀଡାବିତ୍ ଏବଂ କର୍ମକର୍ତ୍ତା ମାନଙ୍କ ପାଇଁ ଉଦ୍ଦିଷ୍ଟ ।

ନୂତନ ସଂଶୋଧିତ ମାନଦଣ୍ଡ ଅନୁଯାୟୀ, ବିଦେଶରେ ଅନୁମୋଦିତ ପ୍ରତିଯୋଗିତା ଗୁଡିକ ପାଇଁ ଯାତ୍ରା କରୁଥିବା କ୍ରୀଡାବିତ୍ ଏବଂ ସହାୟକ କର୍ମଚାରୀମାନେ ବର୍ତ୍ତମାନ ଦୈନିକ ୨୫୦ ଡଲାର ପାଇବାକୁ ଯୋଗ୍ୟ ହେବେ, ଯେଉଁଥିରେ ପୂର୍ବ ନିୟମ ଅନୁସାରେ ଦୈନିକ ୧୫୦ ଡଲାର ତୁଳନାରେ ୬୬% ବୃଦ୍ଧି ଘଟିଛି ।

ଏନ୍‌ଏସ୍‌ଏଫ୍ ମାନଙ୍କର ଅନୁରୋଧକୁ ଧ୍ୟାନରେ ରଖି ଏହି ସଂଶୋଧନ କରାଯାଇଛି, ଯେଉଁଥିରେ ସେମାନେ ଉଲ୍ଲେଖ କରିଛନ୍ତି ଯେ ପ୍ରତିଯୋଗିତା ଗୁଡିକର ସ୍ଥାନୀୟ ଆୟୋଜକ କମିଟି (ଏଲ୍‌ଓସି)ଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ରହଣି ଏବଂ ଖାଦ୍ୟ ପେୟର ଦର ବର୍ତ୍ତମାନର ଦୈନିକ ୧୫୦ ଡଲାରର ସୀମା ଠାରୁ ଅଧିକ ଅଟେ । ରହଣି ଏବଂ ଖାଦ୍ୟ ପେୟ ପାଇଁ ଏହି ନିୟମଗୁଡିକ ନଭେମ୍ବର ୨୦୧୫ ରେ ସ୍ଥିର କରା ଯାଇଥିଲା ଏବଂ ଆଠ ବର୍ଷ ଏହାକୁ ପୁନଃ ସଂଶୋଧନ କରାଯାଇଛି ।

ଖାଦ୍ୟ ପେୟ ଏବଂ ରହଣି ପାଇଁ ଧାର୍ଯ୍ୟ ସୀମାରେ ବୃଦ୍ଧି ସହିତ ବିଭିନ୍ନ ଆନ୍ତର୍ଜାତିକ ପ୍ରତିଯୋଗିତା ଗୁଡିକରେ ଦେଶ ପ୍ରତିଯୋଗୀତା ତଥା ପ୍ରତିନିଧିତ୍ୱ କରିବା ସମୟରେ ଏନ୍‌ଏସ୍‌ଏଫ୍ ମାନେ କ୍ରୀଡାବିତ୍ ମାନଙ୍କ ପାଇଁ ଯଥେଷ୍ଟ ଭଲ ଆବାସ ଗୁଡିକର ବ୍ୟବସ୍ଥା କରି ପାରିବେ ।

ଆହୁରି ମଧ୍ୟ, ସାମ୍ପ୍ରତିକ ଧାରା ଅନୁଯାୟୀ, ଆନ୍ତର୍ଜାତିକ ପ୍ରତିଯୋଗିତା ଗୁଡିକର ସ୍ଥାନୀୟ ଆୟୋଜନ କମିଟି (ଏଲ୍‌ଓସି)ମାନେ କେବଳ ଖାଦ୍ୟ ପେୟଏବଂ ରହଣି ଅପେକ୍ଷା ଅଂଶଗ୍ରହଣକାରୀ ଦଳ ମାନଙ୍କୁ ଏକ ସମ୍ପୂର୍ଣ୍ଣ ଆତିଥ୍ୟ ପ୍ୟାକେଜ୍ ପ୍ରଦାନ କରୁଛନ୍ତି, ଯେମିତି ପୂର୍ବରୁ ରହି ଆସିଥିଲା ।

ପ୍ୟାକେଜରେ ଖାଦ୍ୟ ପେୟ, ରହଣି, ସ୍ଥାନୀୟ ପରିବହନ ଏବଂ କେତେକ ସମୟରେ ପ୍ରବେଶ ଶୁଳ୍କ ଗୁଡିକ ମଧ୍ୟ ଅନ୍ତର୍ଭୁକ୍ତ । ପ୍ୟାକେଜ୍‌ର ମୋଟ ମୂଲ୍ୟ ପ୍ରତି ବ୍ୟକ୍ତିଙ୍କ ପାଇଁ ଦୈନିକ ୧୫୦ ଡଲାରରୁ ଢେର୍ ଅଧିକ । ଏହି ବିଚାର ଗୁଡିକ ୨୦୧୫ ରେ ସ୍ଥିର ହୋଇଥିବା ଖାଦ୍ୟ ପେୟ ଏବଂ ରହଣି ନିୟମ ଗୁଡିକର ସମୀକ୍ଷା ଆବଶ୍ୟକ କରିଛି ।

*****

SSP


(रिलीज़ आईडी: 1932959) आगंतुक पटल : 176
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Tamil , Telugu , Kannada