ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜି୨୦ ବିକାଶ ମନ୍ତ୍ରୀଙ୍କ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା

Posted On: 12 JUN 2023 10:03AM by PIB Bhubaneshwar

ମାନ୍ୟଗଣ୍ୟ ମହିଳା ଏବଂ ଭଦ୍ରବ୍ୟକ୍ତିମାନେ

ଗଣତନ୍ତ୍ରର ଜନନୀଙ୍କର ସର୍ବ ପୁରାତନ ସହରକୁ ମୁଁ ପ୍ରତ୍ୟେକଙ୍କୁ ସ୍ୱାଗତ କରୁଛି । ଜି୨୦ ବିକାଶ ମନ୍ତ୍ରୀମାନଙ୍କ ବୈଠକ ପାଇଁ ଏହା ଏକ ଉପଯୁକ୍ତ ସ୍ଥାନ । ଶତାବ୍ଦୀ ଧରି କାଶୀ ଜ୍ଞାନ, ଆଲୋଚନା, ବିତର୍କ, ସଂସ୍କୃତି ଏବଂ ଆଧ୍ୟାତ୍ମିକତାର କେନ୍ଦ୍ର ହୋଇ ରହି ଆସିଛି । ଏଥିରେ ଭାରତର ବିବିଧ ଐତିହ୍ୟର ଆଭିମୁଖ୍ୟ ରହିଛି ଏବଂ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲୋକଙ୍କ ପାଇଁ ଏକ ସମ୍ମିଶ୍ରଣ ସ୍ଥାନ ଭାବରେ କାର୍ଯ୍ୟ କରିଥାଏ । ମୁଁ ଖୁସି ଯେ ଜି -୨୦ ବିକାଶ ଏଜେଣ୍ଡା କାଶୀରେ ମଧ୍ୟ ପହଞ୍ଚିଛି ।

ମାନ୍ୟଗଣ,

ଗ୍ଲୋବାଲ୍ ସାଉଥ୍ ପାଇଁ ବିକାଶ ହେଉଛି ଏକ ମୂଳ ପ୍ରସଙ୍ଗ । ଗ୍ଲୋବାଲ୍ ସାଉଥ୍ ଦେଶଗୁଡିକ ବିଶ୍ୱର କୋଭିଡ୍ ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା ବ୍ୟତିକ୍ରମ ଦ୍ୱାରା ଗୁରୁତର ଭାବରେ ପ୍ରଭାବିତ ହୋଇଥିଲେ । ଭୂ-ରାଜନୈତିକ ତିକ୍ତତା କାରଣରୁ ଖାଦ୍ୟ, ଇନ୍ଧନ ଏବଂ ସାର ସଙ୍କଟ ଆଉ ଏକ ସମସ୍ୟାରେ ପକାଇଛି । ଏପରି ପରିସ୍ଥିତିରେ, ଆପଣ କରୁଥିବା ନିଷ୍ପତ୍ତି ଗୁଡ଼ିକ ସମଗ୍ର ମାନବ ଜାତି ପାଇଁ ଗୁରୁତ୍ୱ ବହନ କରେ । ମୁଁ ଦୃଢ ଭାବରେ ବିଶ୍ୱାସ କରେ ଯେ ସ୍ଥାୟୀ ବିକାଶ ଲକ୍ଷ୍ୟକୁ ପଛରେ ନ ଛାଡିବା ଆମର ସାମୂହିକ ଦାୟିତ୍ୱ ଅଟେ । ଆମକୁ ନିଶ୍ଚିତ କରିବାକୁ ହେବ ଯେ କେହି ଯେଭଳି ପଛରେ ପଡି ନଯାଆନ୍ତି । ଏହି ଗୋଷ୍ଠୀ ପାଇଁ ବିଶ୍ୱକୁ ଏକ ଶକ୍ତିଶାଳୀ ବାର୍ତ୍ତା ପଠାଇବା ଏକାନ୍ତ ଆବଶ୍ୟକ ଯେ ଏହା ହାସଲ କରିବା ପାଇଁ ଆମର ଏକ କାର୍ଯ୍ୟ ଯୋଜନା ଅଛି ।

ମାନ୍ୟଗଣ,

ଆମର ପ୍ରୟାସ ବ୍ୟାପକ, ଅନ୍ତର୍ଭୂକ୍ତ, ସ୍ୱଚ୍ଛ ଏବଂ ସ୍ଥାୟୀ ହେବା ଆବଶ୍ୟକ । ଏସଡିଜି ଗୁଡ଼ିକୁ ପୂରଣ କରିବାରେ ଆମେ ପୁଞ୍ଜି ବିନିଯୋଗ ବୃଦ୍ଧି କରିବା ଏବଂ ଅନେକ ଦେଶ ସମ୍ମୁଖୀନ ହେଉଥିବା ଋଣ ବିପଦର ସମାଧାନ ପାଇଁ ପନ୍ଥା ଖୋଜିବା ଉଚିତ୍‍ । ଯୋଗ୍ୟତା ମାନଦଣ୍ଡକୁ ବିସ୍ତାର କରିବା ପାଇଁ ବହୁପକ୍ଷୀୟ ଆର୍ଥିକ ସଂସ୍ଥାଗୁଡ଼ିକର ସଂସ୍କାର ଆଣିବା ଉଚିତ, ସୁନିଶ୍ଚିତ କରନ୍ତୁ ଯେ ଆବଶ୍ୟକତା ଥିବା ଲୋକଙ୍କ ପାଇଁ ହିଁ ଅର୍ଥ ଉପଲବ୍ଧ ହେବ । ଭାରତରେ, ଆମେ ଶହେରୁ ଅଧିକ ଆଙ୍କାକ୍ଷୀ ଜିଲ୍ଲାରେ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ଉଦ୍ୟମ କରିଛୁ, ଯାହା ପଛୁଆ ଅଞ୍ଚଳ ଭାବେ ପରିଚିତ ଥିଲା । ଆମର ଅଭିଜ୍ଞତା ଦର୍ଶାଏ ଯେ ସେମାନେ ବର୍ତ୍ତମାନ ଦେଶରେ ଅଭିବୃଦ୍ଧିର ଅନୁକ୍ରମଣିକା ଭାବରେ ଉଭା ହୋଇଛନ୍ତି । ମୁଁ ବିକାଶର ଏହି ମଡେଲ ଅଧ୍ୟୟନ କରିବାକୁ ଜି୨୦ ବିକାଶ ମନ୍ତ୍ରୀମାନଙ୍କୁ ଅନୁରୋଧ କରୁଛି । ଆପଣ ଏଜେଣ୍ଡା ୨୦୩୦ କୁ ତ୍ୱରାନ୍ୱିତ କରିବା ଦିଗରେ କାର୍ଯ୍ୟ କରୁଥିବାରୁ ଏହା ପ୍ରାସଙ୍ଗିକ ହୋଇପାରେ ।

ମାନ୍ୟଗଣ,

ଆପଣଙ୍କ ପୂର୍ବରୁ ବଢୁଥିବା ଡାଟା ବିଭାଜନ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଅର୍ଥପୂର୍ଣ୍ଣ ନୀତି ପ୍ରସ୍ତୁତ, ଦକ୍ଷ ଅର୍ଥ ଆବଣ୍ଟନ ଏବଂ ପ୍ରଭାବଶାଳୀ ଜନସେବା ବିତରଣ ପାଇଁ ଉଚ୍ଚ-ଗୁଣାତ୍ମକ ତଥ୍ୟ ଗୁରୁତ୍ୱପୂର୍ଣ୍ଣ । ଡାଟା ବିଭାଜନକୁ ଦୂର କରିବାରେ ସହାୟତା ପାଇଁ ଜ୍ଞାନକୌଶଳର ଗଣତାନ୍ତ୍ରିକରଣ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ । ଭାରତରେ ଡିଜିଟାଇଜେସନ୍ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି । ଲୋକଙ୍କୁ ସଶକ୍ତ କରିବା, ତଥ୍ୟକୁ ଉପଲବ୍ଧ କରାଇବା ଏବଂ ଅନ୍ତର୍ଭୂକ୍ତିକୁ ସୁନିଶ୍ଚିତ କରିବା ପାଇଁ ଜ୍ଞାନକୌଶଳ ଏକ ଉପକରଣ ଭାବରେ ବ୍ୟବହୃତ ହେଉଛି । ସହଯୋଗୀ ଦେଶମାନଙ୍କ ସହ ଭାରତ ନିଜର ଅଭିଜ୍ଞତା ସେୟାର କରିବାକୁ ଇଚ୍ଛୁକ । ମୁଁ ଆଶା କରୁଛି ଯେ ଆପଣଙ୍କର ଆଲୋଚନାଗୁଡିକ ବିକାଶ ପାଇଁ ତଥ୍ୟ ଏବଂ ବିକାଶଶୀଳ ଦେଶମାନଙ୍କରେ ବିତରଣ ପାଇଁ ତଥ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଦୃଷ୍ଟାନ୍ତମୂଳକ କାର୍ଯ୍ୟରେ ପରିଣତ ହେବ ।

ମାନ୍ୟଗଣ,

ଭାରତରେ, ନଦୀ, ଗଛ, ପର୍ବତ ଏବଂ ପ୍ରକୃତିର ସମସ୍ତ ଉପାଦାନ ଗୁଡିକୁ ଆମେ ଅତ୍ୟଧିକ ସମ୍ମାନ କରିଥାଉ । ପାରମ୍ପାରିକ ଭାରତୀୟ ଚିନ୍ତାଧାରା ଏକ ପୃଥିବୀ ଅନୁକୂଳ ଜୀବନଶୈଳୀକୁ ପ୍ରୋତ୍ସାହିତ କରେ । ଗତ ବର୍ଷ ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲଙ୍କ ସହ ମୁଁ ମିଶନ୍ ଲାଇପ୍‍ - ଜୀବନଶୈଳୀ ଆରମ୍ଭ କରିଥିଲି । ମୁଁ ଖୁସି ଯେ ଏହି ଗୋଷ୍ଠି ଲାଇଫ୍‍ ଉପରେ ଉଚ୍ଚ ସ୍ତରୀୟ ନୀତିର ଏକ ସେଟ୍ ବିକାଶ କରିବା ପାଇଁ କାର୍ଯ୍ୟ କରୁଛି । ଜଳବାୟୁ କାର୍ଯ୍ୟଯୋଜନାରେ ଏହା ଏକ ମହତ୍ୱପୂର୍ଣ୍ଣ ଅବଦାନ ହେବ ।

ମାନ୍ୟଗଣ,

ଲିଙ୍ଗଗତ ସମାନତା ଏବଂ ମହିଳା ସଶକ୍ତିକରଣ ଏସଡିଜି ହାସଲ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ । ଭାରତରେ, ଆମେ ମହିଳା ସଶକ୍ତିକରଣରେ ସୀମିତ ନୁହେଁ । ଆମର ବିକାଶ ହେଉଛି ମହିଳା ନେତୃତ୍ୱାଧିନ । ମହିଳାମାନେ ବିକାଶ ପାଇଁ ଏଜେଣ୍ଡା ସ୍ଥିର କରୁଛନ୍ତି ଏବଂ ଅଭିବୃଦ୍ଧି ଏବଂ ପରିବର୍ତ୍ତନର ବାର୍ତ୍ତାବହ ମଧ୍ୟ ଅଟନ୍ତି । ମୁଁ ଆପଣଙ୍କୁ ଅନୁରୋଧ କରୁଛି ମହିଳା ନେତୃତ୍ୱାଧୀନ ବିକାଶ ପାଇଁ ଏକ ଗେମ ଚେଞ୍ଜିଂ କାର୍ଯ୍ୟ ଯୋଜନା ଗ୍ରହଣ କରନ୍ତୁ ।

ମାନ୍ୟଗଣ,

ଭାରତର ଅପରିବର୍ତ୍ତନୀୟ ପରମ୍ପରା ଦ୍ୱାରା କାଶୀର ଆବେଗ ଶକ୍ତି ପ୍ରାପ୍ତ । ମୁଁ ଆଶା କରୁଛି ଆପଣ ସମସ୍ତ ସମୟ ବୈଠକ ଗୃହରେ ବିତାଇବେ ନାହିଁ । ମୁଁ ଆପଣଙ୍କୁ କାଶୀର ଆବେଗକୁ ଅନୁସନ୍ଧାନ କରିବାକୁ ଏବଂ ଅନୁଭବ କରିବାକୁ ବାହାରକୁ ଯିବାକୁ ଉତ୍ସାହିତ କରୁଛି । ଏବଂ, ମୁଁ ଏହା କେବଳ କହୁ ନାହିଁ କାରଣ କାଶୀ ମୋର ର୍ନିବାଚନମଣ୍ଡଳୀ! ମୁଁ ନିଶ୍ଚିତ ଯେ ଗଙ୍ଗା ଆରତୀକୁ ଅନୁଭବ କରିବା ଏବଂ ସାରନାଥ ପରିଦର୍ଶନ କରିବା ଆପଣମାନଙ୍କର ଇଚ୍ଛାକୃତ ଫଳାଫଳ ହାସଲ କରିବାକୁ ପ୍ରେରଣା ଯୋଗାଇବ । ଏଜେଣ୍ଡା ୨୦୩୦ କୁ ପ୍ରୋତ୍ସାହିତ କରିବା ଏବଂ ଗ୍ଲୋବାଲ୍ ସାଉଥ୍ ର ଆକାଂକ୍ଷା ପୂରଣ କରିବା ପାଇଁ ମୁଁ ଆପଣ ସମସ୍ତଙ୍କ ବିଚାରରେ ସଫଳତା କାମନା କରୁଛି । ଧନ୍ୟବାଦ ।

HS



(Release ID: 1931620) Visitor Counter : 107