ସହଯୋଗ ମନ୍ତ୍ରଣାଳୟ
azadi ka amrit mahotsav g20-india-2023

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ୨୦୦୦ ପ୍ରାଥମିକ କୃଷି ଋଣ ସମବାୟ ସମିତି (ପାକ୍‍ସ) କୁ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଖୋଲିବାକୁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି


କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ସହିତ ରାସାୟନିକ ଓ ସାର ମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭୀୟଙ୍କ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି
ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଖୋଲିବା ପାଇଁ ସାରା ଦେଶରେ ୨୦୦୦ ପାକ୍‍ସ ଚିହ୍ନଟ ହେବ, ଚଳିତ ବର୍ଷ ଅଗଷ୍ଟ ସୁଦ୍ଧା ୧୦୦୦ ଜନ ଔଷଧି କେନ୍ଦ୍ର ଏବଂ ଡିସେମ୍ବର ସୁଦ୍ଧା ଆଉ ୧୦୦୦ ଖୋଲିବ

ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କେବଳ ପାକ୍‍ସର ଆୟ ବୃଦ୍ଧି କିମ୍ବା ରୋଜଗାରର ସୁଯୋଗ ସୃଷ୍ଟି କରିବ ନାହିଁ ବରଂ ଲୋକଙ୍କୁ ବିଶେଷ କରି ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କୁ ସୁଲଭ ମୂଲ୍ୟରେ ଔଷଧ ଉପଲବ୍ଧ କରାଇବ

Posted On: 06 JUN 2023 6:53PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ୨୦୦୦ ପ୍ରାଥମିକ କୃଷି ଋଣ ସମବାୟ ସମିତି (ପାକ୍‍ସ) କୁ ସାରା ଦେଶରେ ପ୍ରଧାନ ମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଖୋଲିବା ଲାଗି ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ସହିତ ରସାୟନିକ ସାର ମନ୍ତ୍ରୀ ଶ୍ରୀ ମନସୁଖ ଏସ ମାଣ୍ଡଭୀୟଙ୍କ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ପ୍ରଧାନ ମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଖୋଲିବା ପାଇଁ ସାରା ଦେଶରେ ୨୦୦୦ ପାକ୍‍ସ ଚିହ୍ନଟ ହେବ ଚଳିତ ବର୍ଷ ଅଗଷ୍ଟ ସୁଦ୍ଧା ୧୦୦୦ଟି ପ୍ରଧାନ ମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଏବଂ ଆଉ ୧୦୦୦ଟି ଡିସେମ୍ବର ସୁଦ୍ଧା ଖୋଲିବ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କେବଳ ପାକ୍‍ସ ଆୟ ବୃଦ୍ଧି କିମ୍ବା ରୋଜଗାରର ସୁଯୋଗ ସୃଷ୍ଟି କରିବ ନାହିଁ ବରଂ ଲୋକଙ୍କୁ ବିଶେଷକରି ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କୁ ସୁଲଭ ଦରରେ ଔଷଧ ଉପଲବ୍ଧ କରାଇବ ସମବାୟ ମନ୍ତ୍ରଣାଳୟର ସଚିବ, ରସାୟନିକ ଏବଂ ସାର ବିଭାଗର ସଚିବ ଏବଂ ସମବାୟ ମନ୍ତ୍ରଣାଳୟ ତଥା ରସାୟନିକ ଏବଂ ସାର ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ

ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ୯୪୦୦ ରୁ ଅଧିକ ପ୍ରଧାନ ମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଖୋଲାଯାଇଛି ଏହି ଜନ ଔଷଧି କେନ୍ଦ୍ରରେ ୧୮୦୦ ପ୍ରକାରର ଔଷଧ ଏବଂ ୨୮୫ ଅନ୍ୟାନ୍ୟ ଚିକିତ୍ସା ଉପକରଣ ଉପଲବ୍ଧ ହେଉଛି ବ୍ରାଣ୍ଡେଡ୍ ଔଷଧ ତୁଳନାରେ ପ୍ରଧାନ ମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ରରେ ୫୦% ରୁ ୯୦% କମ୍ ହାରରେ ଔଷଧ ଉପଲବ୍ଧ ପ୍ରଧାନ ମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଖୋଲିବାକୁ ବ୍ୟକ୍ତିଗତ ଆବେଦନକାରୀଙ୍କ ଯୋଗ୍ୟତା ମାନଦଣ୍ଡ ହେଉଛି ଡି ଫାର୍ମା / ବି ଫାର୍ମା ଯେକୌଣସି ସଂସ୍ଥା, ଏନଜିଓ, ସେବା ସଂଗଠନ ଏବଂ ଡାକ୍ତରଖାନା ବି ଫାର୍ମା / ଡି ଫାର୍ମା ଡିଗ୍ରୀଧାରୀଙ୍କୁ ନିଯୁକ୍ତ କରି ଏଥିପାଇଁ ଆବେଦନ କରିପାରିବେ

ପ୍ରଧାନ ମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଖୋଲିବା ପାଇଁ ଅତି କମରେ ୧୨୦ ବର୍ଗଫୁଟ ଜାଗା ଘରୋଇ ମାଲିକାନା କିମ୍ବା ଭଡାରେ ଉପଲବ୍ଧ ହେବା ଆବଶ୍ୟକ ଜନ ଔଷଧି କେନ୍ଦ୍ର ପାଇଁ ଆବେଦନ ଶୁଳ୍କ ହେଉଛି ୫୦୦୦ ଟଙ୍କା ମହିଳା ଉଦ୍ୟୋଗୀ, ଦିବ୍ୟାଙ୍ଗ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପୂର୍ବତନ ସେନା କର୍ମଚାରୀମାନେ ସ୍ୱତନ୍ତ୍ର ବର୍ଗ ଅଧୀନରେ ଆସୁଛନ୍ତି ଆକାଂକ୍ଷା ଜିଲ୍ଲା, ହିମାଳୟ ପର୍ବତ୍ୟାଞ୍ଚଳ, ଉତ୍ତର-ପୂର୍ବ ରାଜ୍ୟ ଏବଂ ଦ୍ୱୀପପୁଞ୍ଜ ଆଦି ସ୍ୱତନ୍ତ୍ର ଅଞ୍ଚଳ ବର୍ଗରେ ଆସୁଛି ସ୍ୱତନ୍ତ୍ର ବର୍ଗ ଏବଂ ସ୍ୱତନ୍ତ୍ର ଅଞ୍ଚଳର ଆବେଦନକାରୀଙ୍କ ପାଇଁ ଆବେଦନ ଶୁଳ୍କରେ ଛାଡ ବ୍ୟବସ୍ଥା ରହିଛି

ପ୍ରଧାନ ମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ପାଇଁ ପ୍ରୋତ୍ସାହନ ରାଶି ହେଉଛି ଲକ୍ଷ ଟଙ୍କା (ମାସିକ କ୍ରୟର ୧୫% କିମ୍ବା ମାସିକ ସର୍ବାଧିକ ୧୫,୦୦୦ ଟଙ୍କା) । ସ୍ୱତନ୍ତ୍ର ବର୍ଗ ଏବଂ ସ୍ୱତନ୍ତ୍ର ଅଞ୍ଚଳ କ୍ଷେତ୍ରରେ ଆଇଟି ଏବଂ ଭିତ୍ତିଭୂମି ପାଇଁ ଫେରସ୍ତ ପରିଶୋଧ ବାବଦରେ ୨ଲକ୍ଷ ଟଙ୍କାର ଏକ କାଳୀନ ଅତିରିକ୍ତ ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯିବ

HS



(Release ID: 1930365) Visitor Counter : 184