ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ମଣିପୁର ହିଂସାକାଣ୍ଡର ତଦନ୍ତ ପାଇଁ ତଦନ୍ତ କମିଶନ ବସାଇବାକୁ ବିଜ୍ଞପ୍ତି ଜାରି କଲେ


୧୯୫୨ର ତଦନ୍ତ କମିଶନ ଆଇନ ଅନୁସାରେ ଏହି କମିଶନ ମଣିପୁରରେ ୨୦୨୩ ମେ ୩ ତାରିଖ ଓ ତା’ ପରେ ଘଟିଥିବା ହିଂସାକାଣ୍ଡର ତଦନ୍ତ କରିବ

ଗୌହାଟି ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଅଜୟ ଲାମ୍ବା ଏହି ତଦନ୍ତ କମିଶନର ଅଧ୍ୟକ୍ଷ ନିଯୁକ୍ତି ହୋଇଛନ୍ତି; ଏଥିରେ ସଦସ୍ୟ ଭାବେ ଅଛନ୍ତି ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଶ୍ରୀ ହିମାଂଶୁ ଶେଖର ଦାସ ଓ ପ୍ରାକ୍ତନ ଆଇପିଏସ୍ ଅଧିକାରୀ ଶ୍ରୀ ଆଲୋକ ପ୍ରଭାକର

प्रविष्टि तिथि: 04 JUN 2023 6:11PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାର ମଣିପୁରରେ ଘଟିଯାଇଥିବା ହିଂସାକାଣ୍ଡର ତଦନ୍ତ କରିବାକୁ ଆଜି ଏକ ତଦନ୍ତ କମିଶନ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ୧୯୫୨ର ତଦନ୍ତ କମିଶନ ଆଇନ ଅନୁସାରେ ଏହି କମିଶନ ଗଠିତ ହୋଇଛି ।

ଗୌହାଟି ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଅଜୟ ଲାମ୍ବା କମିଶନର ଅଧ୍ୟକ୍ଷ ଏବଂ ପୂର୍ବତନ ଆଇଏଏସ୍ ଅଧିକାରୀ ହିମାଂଶୁ ଶେଖର ଦାସ ଓ ପ୍ରାକ୍ତନ ଆଇପିଏସ୍ ଅଧିକାରୀ ଶ୍ରୀ ଆଲୋକ ପ୍ରଭାକର ଏହାର ସଦସ୍ୟ ନିଯୁକ୍ତ ହୋଇଛନ୍ତି ।

ଚଳିତବର୍ଷ (୨୦୨୩) ମେ ୩ତାରିଖ ଓ ତାପରେ ମଣିପୁରରେ ଘଟିଯାଇଥିବା ହିଂସାକାଣ୍ଡର ତଦନ୍ତ ଏହି କମିଶନ କରିବେ । ତଦନ୍ତରେ ହିଂସାକାଣ୍ଡର କାରଣ, ଏହା କେଉଁ କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ବ୍ୟାପିଲା, ହିଂସାକାଣ୍ଡ ସୃଷ୍ଟି ଓ ବ୍ୟାପିବା ପଛରେ କୌଣସି ଦାୟିତ୍ୱପୂର୍ଣ୍ଣ କର୍ତ୍ତୃପକ୍ଷ ଓ ବ୍ୟକ୍ତି ବିଶେଷଙ୍କର କିଛି ତ୍ରୁଟି ଅଛି କି ନାହିଁ ତାହାକୁ କମିଶନ ନିର୍ଦ୍ଧାରଣ କରିବେ ।

ସୂଚନାଯୋଗ୍ୟ ଯେ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ମେ ୨୯ତାରିଖରୁ ଜୁନ ୧ତାରିଖ ପର୍ଯ୍ୟନ୍ତ ହିଂସାଗ୍ରସ୍ତ ମଣିପୁର ଗସ୍ତ କରି ସେଠାକାର ପରିସ୍ଥିତି ଅନୁଧ୍ୟାନ କରିଥିଲେ । ହିଂସାକାଣ୍ଡର କାରଣ ନିର୍ଦ୍ଧାରଣ ପାଇଁ ତଦନ୍ତ କମିଶନ ଗଠନ କରାଯିବ ବୋଲି ସେ ସେଠାରେ କହିଥିଲେ । ତଦନୁସାରେ ଏହି କମିଶନ ଗଠିତ ହୋଇଛି ।

ଯଥାଶୀଘ୍ର ସମ୍ଭବ ତଦନ୍ତ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦେବାକୁ କମିଶନଙ୍କୁ କୁହାଯାଇଛି । କାର୍ଯ୍ୟ ଆରମ୍ଭର ଛମାସ ଭିତରେ ତଦନ୍ତ କାର୍ଯ୍ୟ ଶେଷ କରିବାକୁ ଏହି ବିଜ୍ଞପ୍ତିରେ ଉଲ୍ଲେଖ ଅଛି । କମିଶନଙ୍କ ସଦର କାର୍ଯ୍ୟାଳୟ ମଣିପୁରର ରାଜଧାନୀ ଇମ୍ଫାଲରେ କାର୍ଯ୍ୟ କରିବ ।

 

****

TKM/SLP


(रिलीज़ आईडी: 1929817) आगंतुक पटल : 161
इस विज्ञप्ति को इन भाषाओं में पढ़ें: Telugu , Assamese , English , Urdu , Marathi , हिन्दी , Manipuri , Bengali , Gujarati , Tamil , Kannada