ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଓଡ଼ିଶାରେ ଟ୍ରେନ୍ ଦୁର୍ଘଟଣା ପରେ ସ୍ଥିତି ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ
ସ୍ଥିତିର ସମୀକ୍ଷା ପାଇଁ ଓଡ଼ିଶା ବାହାରିଲେ ପ୍ରଧାନମନ୍ତ୍ରୀ
Posted On:
03 JUN 2023 3:14PM by PIB Bhubaneshwar
ଓଡ଼ିଶାରେ ଟ୍ରେନ୍ ଦୁର୍ଘଟଣା ପରେ ସ୍ଥିତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଏଥିସହ ଶ୍ରୀ ମୋଦି ସ୍ଥିତି ଅନୁଧ୍ୟାନ ପାଇଁ ଓଡ଼ିଶା ଆସୁଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ କରାଯାଇଛି:
‘ପ୍ରଧାନମନ୍ତ୍ରୀ ଓଡ଼ିଶାରେ ଟ୍ରେନ୍ ଦୁର୍ଘଟଣା ପରେ ସ୍ଥିତିର ଅନୁଧ୍ୟାନ ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ସମୀକ୍ଷା ବୈଠକରେ ଲୋକଙ୍କ ଉଦ୍ଧାର, ରିଲିଫ୍ ଏବଂ ଚିକିତ୍ସା ବାବଦରେ ଆଲୋଚନା କରାଯାଇଥିଲା ।’
‘ଦୁର୍ଘଟଣା ପରର ସ୍ଥିତି ଅନୁଧ୍ୟାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଅଭିମୁଖେ ବାହାରିଛନ୍ତି ।’
SR
(Release ID: 1929625)
Visitor Counter : 121
Read this release in:
English
,
Urdu
,
Marathi
,
Hindi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam