ଅର୍ଥ ମନ୍ତ୍ରଣାଳୟ

ମଇ ୨୦୨୩ ରେ ମୋଟ୍‍ ଜିଏସଟି ରାଜସ୍ୱ ୧,୫୭,୦୯୦ କୋଟି ଟଙ୍କା ସଂଗ୍ରହ


ଲଗାତାର ୧୪ ମାସ ପାଇଁ ମାସିକ ଜିଏସଟି ରାଜସ୍ୱ ୧.୪ ଲକ୍ଷ କୋଟିରୁ ଅଧିକ, ଜିଏସଟି ଆରମ୍ଭରୁ ୫ମ ଥର ପାଇଁ ୧.୫ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି

ସାମଗ୍ରୀ ଆମଦାନୀରୁ ବର୍ଷକୁ ବର୍ଷ ଆୟ ୧୨% ଅଧିକ; ଘରୋଇ କାରବାର (ସେବା ଆମଦାନୀକୁ ଅନ୍ତର୍ଭୁକ୍ତ କରି) ବର୍ଷକୁ ବର୍ଷ ରାଜସ୍ୱ ୧୧% ଅଧିକ ଆୟ

Posted On: 01 JUN 2023 4:32PM by PIB Bhubaneshwar

୨୦୨୩ ମସିହା ମଇ ମାସରେ ସଂଗୃହିତ ମୋଟ ଦ୍ରବ୍ୟ ଓ ସେବା କର (ଜିଏସଟି) ରାଜସ୍ୱ ହେଉଛି ୧,୫୭,୦୯୦ କୋଟି ଯେଉଁଥିରୁ ସିଜିଏସ୍‍ଟି ହେଉଛି ୨୮,୪୧୧ କୋଟି, ଏସଜିଏସଟି ହେଉଛି ୩୫,୮୨୮ କୋଟି, ଆଇଜିଏସ୍‍ଟି ହେଉଛି ୮୧,୩୬୩ କୋଟି (ସାମଗ୍ରୀ ଆମଦାନୀରୁ ସଂଗ୍ରହ ହୋଇଥିବା ୪୧,୭୭୨ କୋଟି ସହିତ) ଏବଂ ସେସ୍ ହେଉଛି ୧୧,୪୮୯ କୋଟି (ସାମଗ୍ରୀ ଆମଦାନୀରୁ ସଂଗୃହିତ ୧୦୫୭ କୋଟି ଅନ୍ତର୍ଭୂକ୍ତ) ।

ସରକାର ସିଜିଏସଟିରୁ ୩୫,୩୬୯ କୋଟି ଏବଂ ଆଇଜିଏସଟି ରୁ ଏସଜିଏସଟିକୁ ୨୯,୭୬୯ କୋଟି ଟଙ୍କା ଚୂଡାନ୍ତ କରିଛନ୍ତି । ଚୂଡାନ୍ତ ପରେ ମଇ ୨୦୨୩ ମାସରେ କେନ୍ଦ୍ର ଏବଂ ରାଜ୍ୟଗୁଡିକର ମୋଟ ରାଜସ୍ୱ ସିଜିଏସଟି ପାଇଁ ୬୩,୭୮୦ କୋଟି ଏବଂ ଏସଜିଏସଟି ପାଇଁ ୬୫,୫୯୭ କୋଟି । 

ମଇ ୨୦୨୩ ମାସ ପାଇଁ ଆଦାୟ ହୋଇଥିବା ଜିଏସ୍‍ଟି ରାଜସ୍ୱ ପରିମାଣ ଗତ ବର୍ଷ ସମାନ ସମୟ ତୁଳନାରେ ୧୨% ଅଧିକ ରହିଛି । ଗତବର୍ଷର ଏହି ସମୟ ତୁଳନାରେ ଚଳିତବର୍ଷ ମଇ ମାସରେ ସାମଗ୍ରୀ ଆମଦାନୀରୁ ଆୟ ୧୨% ଅଧିକ ଏବଂ ଘରୋଇ କାରବାରରୁ ଆୟ (ସେବା ଆମଦାନୀକୁ ଅନ୍ତର୍ଭୁକ୍ତ କରି) ୧୧% ଅଧିକ ଥିଲା ।

ନିମ୍ନରେ ଥିବା ଗ୍ରାଫରେ ଚଳିତ ବର୍ଷର ମୋଟ ଜିଏସଟି ରାଜସ୍ୱର ମାସୱାରୀ ସୂଚନା ଦର୍ଶାଯାଇଛି । ମଇ ୨୦୨୨ ତୁଳନାରେ ମଇ ୨୦୨୩ ମାସରେ ପ୍ରତ୍ୟେକ ରାଜ୍ୟରେ ସଂଗୃହିତ ଜିଏସଟିର ରାଜ୍ୟ ୱାରୀ ଆକଳନଗୁଡିକ ସାରଣୀରେ ଦର୍ଶାଯାଇଛି ।

ମଇ ୨୦୨୩ରେ ରାଜ୍ୟ ୱାରୀ ଜିଏସଟି ରାଜସ୍ୱ ଆଦାୟରେ ଅଭିବୃଦ୍ଧି

 

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ

ମଇ-୨୨

ମଇ-୨୩

ଅଭିବୃଦ୍ଧି (%)

ଜାମୁ  ଏବଂ କାଶ୍ମୀର

୩୭୨

୪୨୨

୧୪

ହିମାଚଳ ପ୍ରଦେଶ

୭୪୧

୮୨୮

୧୨

ପଞ୍ଜାବ

୧୮୩୩

୧୭୪୪

-୫

ଚଣ୍ଡିଗଡ

୧୬୭

୨୫୯

୫୫

ଉତ୍ତରାଖଣ୍ଡ

୧୩୦୯

୧୪୩୧

ହରିଆନା

୬୬୬୩

୭୨୫୦

ଦିଲ୍ଲୀ

୪୧୧୩

୫୧୪୭

୨୫

ରାଜସ୍ଥାନ

୩୭୮୯

୩୯୨୪

ଉତ୍ତରପ୍ରଦେଶ

୬୬୭୦

୭୪୬୮

୧୨

ବିହାର

୧୧୭୮

୧୩୬୬

୧୬

ସିକିମ୍‍

୨୭୯

୩୩୪

୨୦

ଅରୁଣାଚଳପ୍ରଦେଶ

୮୨

୧୨୦

୪୭

ନାଗାଲ୍ୟାଣ୍ଡ

୪୯

୫୨

ମଣିପୁର

୪୭

୩୯

-୧୭

ମିଜୋରାମ

୨୫

୩୮

୫୨

ତ୍ରିପୁରା

୬୫

୭୫

୧୪

ମେଘାଳୟ

୧୭୪

୨୧୪

୨୩

ଆସାମ

୧୦୬୨

୧୨୧୭

୧୫

ପଶ୍ଚିମବଙ୍ଗ

୪୮୯୬

୫୧୬୨

ଝାଡଖଣ୍ଡ

୨୪୬୮

୨୫୮୪

ଓଡିଶା

୩୯୫୬

୪୩୯୮

୧୧

ଛତିଶଗଡ

୨୬୨୭

୨୫୨୫

-୪

ମଧ୍ୟ ପ୍ରଦେଶ

୨୭୪୬

୩୩୮୧

୨୩

ଗୁଜୁରାଟ

୯୩୨୧

୯୮୦୦

ଦାଦର ଏବଂ ନଗର ହାବେଳି ଏବଂ ଡାମନ ଏବଂ ଡିଉ

୩୦୦

୩୨୪

ମହାରାଷ୍ଟ

୨୦୩୧୩

୨୩୫୩୬

୧୬

କର୍ଣ୍ଣାଟକ

୯୨୩୨

୧୦୩୧୭

୧୨

ଗୋଆ

୪୬୧

୫୨୩

୧୩

ଲକ୍ଷାଦ୍ୱୀପ

୨୧୦

କେରଳ

୨୦୬୪

୨୨୯୭

୧୧

ତାମିଲନାଡୁ

୭୯୧୦

୮୯୫୩

୧୩

ପୁଡୁଚେରୀ

୧୮୧

୨୦୨

୧୨

ଆଣ୍ଡାମାନ ଏବଂ ନିକୋବର

୨୪

୩୧

୨୭

ତେଲେଙ୍ଗାନା

୩୯୮୨

୪୫୦୭

୧୩

ଆନ୍ଧ୍ରପ୍ରଦେଶ

୩୦୪୭

୩୩୭୩

୧୧

ଲଦାଖ

୧୨

୨୬

୧୧୩

ଅନ୍ୟ କେନ୍ଦ୍ରଶାସିତ ଅଞ୍ଚଳ

୧୮୫

୨୦୧

କେନ୍ଦ୍ରୀୟ ନିୟନ୍ତ୍ରଣ ଅଞ୍ଚଳ

୧୪୦

୧୮୭

୩୪

ମୋଟାମୋଟି

୧,୦୨,୪୮୫

୧,୧୪,୨୬୧

୧୧

HS

HS



(Release ID: 1929197) Visitor Counter : 134