କ୍ୟାବିନେଟ
azadi ka amrit mahotsav

ୟୁପିୟୁ ସହିତ ଏକ ରାଜିନାମା କରି ନୂଆଦିଲ୍ଲୀ ଠାରେ ସାର୍ବଜନୀନ ଡାକ ସଂଘ (ୟୁପିୟୁ)ର ଏକ ଆଞ୍ଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠାକୁ କ୍ୟାବିନେଟ୍ ଅନୁମୋଦନ କରିଛି

ପୋଷ୍ଟ କରାଯିବା ଦିନାଙ୍କ: 31 MAY 2023 3:37PM by PIB Bhubaneswar

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ୟୁପିୟୁ ସହିତ ଏକ ରାଜିନାମା କରି ଏହି ଅଞ୍ଚଳରେ ୟୁପିୟୁର ବିକାଶମୂଳକ ସହଯୋଗ ଏବଂ ବୈଷୟିକ ସହାୟତା କାର୍ଯ୍ୟକଳାପ ଗୁଡ଼ିକ ହାତକୁ ନେବା ପାଇଁ ନୂଆଦିଲ୍ଲୀ, ଭାରତରେ ସାର୍ବଜନୀନ ଡାକ ସଂଘ (ୟୁପିୟୁ)ର ଏକ ଆଞ୍ଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । 

ଏହି ଅନୁମୋଦନ ଡାକ କ୍ଷେତ୍ରରେ ଦକ୍ଷିଣ - ଦକ୍ଷିଣ ଏବଂ ତ୍ରିମୁଖୀ ସହଯୋଗ ଉପରେ ଗୁରୁତ୍ୱାରୋପ କରି ବହୁପକ୍ଷୀୟ ସଂଗଠନ ଗୁଡ଼ିକରେ ଭାରତକୁ ଏକ ସକ୍ରିୟ ଭୂମିକା ନିର୍ବାହ କରିବାକୁ ସକ୍ଷମ କରାଇବ । ୟୁପିୟୁର ଆଞ୍ଚଳିକ କାର୍ଯ୍ୟାଳୟ ପାଇଁ ଭାରତ ଜଣେ କ୍ଷେତ୍ରୀୟ ପ୍ରକଳ୍ପ ବିଶେଷଜ୍ଞ, କର୍ମଚାରୀ ଏବଂ କାର୍ଯ୍ୟାଳୟ ବ୍ୟବସ୍ଥା ପ୍ରଦାନ କରିବ । ସାମର୍ଥ୍ୟ ନିର୍ମାଣ ଏବଂ ପ୍ରଶିକ୍ଷଣ ସମୂହ, ଡାକ ସେବା ଗୁଡ଼ିକର ଦକ୍ଷତା ଏବଂ ଗୁଣାତ୍ମକମାନ ଉନ୍ନତିକରଣ, ଡାକ ପ୍ରଯୁକ୍ତିର ଅଭିବୃଦ୍ଧି, ଇ - ବାଣିଜ୍ୟ ଏବଂ ବ୍ୟବସାୟ ପ୍ରୋତ୍ସାହନ ଇତ୍ୟାଦି ଉପରେ ପ୍ରକଳ୍ପଗୁଡ଼ିକ ସମ୍ପୃକ୍ତ ଅଞ୍ଚଳ ପାଇଁ ୟୁପିୟୁ ସହିତ ସଂଯୋଜନା କରି ଏହି କାର୍ଯ୍ୟାଳୟ ଦ୍ୱାରା ପ୍ରସ୍ତୁତ ଏବଂ କାର୍ଯ୍ୟାନ୍ୱୟନ କରାଯିବ ।

ଏହି ପଦକ୍ଷେପ ଭାରତର କୂଟନୀତିକ ପଦାଙ୍କକୁ ସମ୍ପ୍ରସାରିତ କରିବାରେ ସାହାଯ୍ୟ କରିବ ଏବଂ ଅନ୍ୟ ଦେଶ ମାନଙ୍କ ସହିତ ସମ୍ପର୍କକୁ ସୁଦୃଢ଼ କରିବ, ବିଶେଷ କରି ଏସିଆ - ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସହିତ ଏବଂ ବିଶ୍ୱ ଡାକ ମଞ୍ଚ ଗୁଡ଼ିକରେ ଭାରତର ଉପସ୍ଥିତିକୁ ଏହା ବୃଦ୍ଧି କରିବ ।

******

SSP


(ରିଲିଜ ଆଡି: 1928811) ପରିଦର୍ଶକ କାଉଣ୍ଟର : 183