ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ 25 ମଇରେ ଡେରାଡୁନରୁ ଦିଲ୍ଲୀ ମଧ୍ୟରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ
ଉତ୍ତରାଖଣ୍ଡରୁ ଶୁଭାରମ୍ଭ ହେଉଥିବା ଏହା ହେଉଛି ପ୍ରଥମ ବନ୍ଦେ ଭାରତ ଟ୍ରେନ୍
ପ୍ରଧାନମନ୍ତ୍ରୀ ମଧ୍ୟ ନୂତନ ବିଦ୍ୟୁତିକରଣ ରେଳ ଲାଇନକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଏବଂ ଉତ୍ତରାଖଣ୍ଡକୁ ଶତପ୍ରତିଶତ ରେଳ ପଥ ବିଦ୍ୟୁତିକରଣ ରାଜ୍ୟ ଭାବେ ଘୋଷଣା କରିବେ
प्रविष्टि तिथि:
24 MAY 2023 3:40PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 25 ମଇ ଦିନ 11 ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଡେରାଡୁନରୁ ଦିଲ୍ଲୀ ମଧ୍ୟରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ।
ଏହା ହେବ ଉତ୍ତରାଖଣ୍ଡରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ପ୍ରଚଳନ । ବିଶ୍ବସ୍ତରୀୟ ସୁବିଧାଗୁଡ଼ିକ ସହିତ ସୁସଜ୍ଜିତ ଏହି ଏକ୍ସପ୍ରେସ ଟ୍ରେନ୍ ଯାତ୍ରୀମାନଙ୍କ ପାଇଁ, ବିଶେଷ କରି ରାଜ୍ୟକୁ ପରିଦର୍ଶନ ପାଇଁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଆରାମଦାୟକ ଯାତ୍ରା ଅଭିଜ୍ଞତାର ଏକ ନୂତନ ଯୁଗର ଆରମ୍ଭ କରିବ । ଏହି ଟ୍ରେନ୍ ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏବଂ ସମସ୍ତ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସହିତ ଉନ୍ନତ ସୁରକ୍ଷା କବଚ ବୈଶିଷ୍ଟ୍ୟ ସହିତ ସଜ୍ଜିତ ହୋଇଛି ।
ଜନସାଧାରଣଙ୍କୁ ପରିବହନର ଏକ ସ୍ୱଚ୍ଛ ମାଧ୍ୟମ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିରୁ ପ୍ରେରଣା ନେଇ ଭାରତୀୟ ରେଳବାଇ ଦେଶରେ ରେଳ ମାର୍ଗର ସମ୍ପୂର୍ଣ୍ଣ ବିଦ୍ୟୁତିକରଣ ଆଡକୁ ଅଗ୍ରସର ହେଉଛି । ଏହି ପ୍ରକ୍ରିୟା ଅଧୀନରେ ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡରେ ନୂତନ ବିଦ୍ୟୁତିକରଣ ହୋଇଥିବା ରେଳ ଲାଇନ ସେକ୍ସନକୁ ଉଦଘାଟନ କରିବେ । ଏହା ସହିତ ରାଜ୍ୟର ସମଗ୍ର ରେଳ ପଥ ଶତପ୍ରତିଶତ ବିଦ୍ୟୁତିକରଣ ହୋଇଯିବ। ବିଦ୍ୟୁତକରଣ ଦ୍ବାରା ବୈଦ୍ୟୁତିକ ଟ୍ରାକ୍ସନ୍ ମାଧ୍ୟମରେ ପରିଚାଳିତ ଟ୍ରେନ୍ କେବଳ ଟ୍ରେନର ଗତି ବୃଦ୍ଧି କରିବ ନାହିଁ ବରଂ ପରିବହନ କ୍ଷମତା ମଧ୍ୟ ବୃଦ୍ଧି କରିବ।
*****
AH
(रिलीज़ आईडी: 1927072)
आगंतुक पटल : 163
इस विज्ञप्ति को इन भाषाओं में पढ़ें:
Assamese
,
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam