ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଫୋର୍ଟସ୍କ୍ୟୁ ମେଟାଲ୍‌ସ ଗ୍ରୁପ୍ ଏବଂ ଫୋର୍ଟସ୍କ୍ୟୁ ଫ୍ୟୁଚର ଇଣ୍ଡଷ୍ଟ୍ରିଜର କାର୍ଯ୍ୟକାରୀ ଅଧ୍ୟକ୍ଷ ଏବଂ ପ୍ରତିଷ୍ଠାତା ଡ. ଆଣ୍ଡ୍ର‌୍ୟୁ ଫରେଷ୍ଟଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 23 MAY 2023 3:26PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ମେ ୨୩ରେ  ଅଷ୍ଟ୍ରେଲିଆର ସିଡନୀରେ ପ୍ରମୁଖ ଅଷ୍ଟ୍ରେଲୀୟ ଉଦ୍ୟୋଗପତି ତଥା ଫୋର୍ଟସ୍କ୍ୟୁ ମେଟାଲ୍ ଗ୍ରୁପ୍ ଏବଂ ଫୋର୍ଟସ୍କ୍ୟୁ ଫ୍ୟୁଚର ଇଣ୍ଡଷ୍ଟ୍ରିଜର କାର୍ଯ୍ୟକାରୀ ଅଧ୍ୟକ୍ଷ ଏବଂ ପ୍ରତିଷ୍ଠାତା . ଆଣ୍ଡ୍ର୍ୟୁ ଫରେଷ୍ଟଙ୍କୁ ଭେଟିଛନ୍ତି

ଗ୍ରୀନ୍ ହାଇଡ୍ରୋଜେନ କ୍ଷେତ୍ରରେ ଭାରତୀୟ କମ୍ପାନୀ ସହ କାମ କରିବା ପାଇଁ ଫୋର୍ଟସ୍କ୍ୟୁ ଗ୍ରୁପ୍ ଯୋଜନାକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ ଭାରତର ନବୀକରଣ ଯୋଗ୍ୟ ଶକ୍ତି ମହତ୍ତ୍ୱାକାଂକ୍ଷା ଯୋଜନା ଉପରେ ଜୋର ଦେଇ ପ୍ରଧାନମନ୍ତ୍ରୀ ଗ୍ରୀନହାଇଡ୍ରୋଜେନ ମିଶନ ଭଳି ଭାରତ ଦ୍ୱାରା ନିଆଯାଉଥିବା ପରିବର୍ତ୍ତନକାରୀ ପଦକ୍ଷେପ ଯୋଜନା ଉପରେ ଆଲୋକପାତ କରିଥିଲେ

. ଫରେଷ୍ଟ ପ୍ରଧାନମନ୍ତ୍ରୀଙ୍କୁ ଭାରତରେ ଫୋର୍ଟସ୍କ୍ୟୁ ଫ୍ୟୁଚର ଇଣ୍ଡଷ୍ଟ୍ରିଜର ଯୋଜନା ଏବଂ ପ୍ରୋଜେକ୍ଟ ବାବଦରେ ଅବଗତ କରାଇଥିଲେ  

 SR


(ରିଲିଜ ଆଡି: 1926655) ପରିଦର୍ଶକ କାଉଣ୍ଟର : 190