ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପାପୁଆ ନ୍ୟୁ ଗିନିରେ ଆଇଟିଇସି ବିଦ୍ୱାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
Posted On:
22 MAY 2023 2:14PM by PIB Bhubaneshwar
୨୦୨୩ ମେ ୨୨ରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ସହଯୋଗ ଫୋରମ(ଏଫଆଇପିଆଇସି) ର ତୃତୀୟ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପୋର୍ଟ ମୋରେସବି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପପୁଞ୍ଜ ଦେଶରୁ ଇଣ୍ଡିଆନ ଟେକ୍ନିକାଲ ଆଣ୍ଡ ଇକୋନୋମିକ କୋଅପରେସନ (ଆଇଟିଇସି) ପାଠ୍ୟକ୍ରମର ପୂର୍ବ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ସେମାନଙ୍କ ମଧ୍ୟରେ ବରିଷ୍ଠ ସରକାରୀ ଅଧିକାରୀ, ପ୍ରମୁଖ ପେସାଦାର ବା ପ୍ରଫେସନାଲ ଏବଂ କମ୍ୟୁନିଟି ଲିଡରମାନେ ସାମିଲ ଥିଲେ, ଯେଉଁମାନେ ଆଇଟିଇସି ଅଧୀନରେ ଭାରତରେ ତାଲିମ ନେଇଥିଲେ । ସେମାନେ ଭାରତରୁ ପାଇଥିବା ଦକ୍ଷତାକୁ ସେମାନଙ୍କ ସମାଜ ପାଇଁ ଉପଯୋଗ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ସେମାନଙ୍କୁ ବ୍ୟକ୍ତିଗତ ସଫଳତା ଏବଂ ଉପଲବ୍ଧିଗୁଡ଼ିକ ପାଇଁ ଶୁଭେଚ୍ଛା ଜଣାଇଥିଲେ । ବିଶେଷକରି ସୁଶାସନ, ଜଳବାୟୁ ପରିବର୍ତ୍ତନ, ଡିଜିଟାଲ ଉତ୍ପାଦ ଏବଂ ନିରନ୍ତର ବିକାଶ ଭଳି କ୍ଷେତ୍ରରେ ଦେଶଗୁଡ଼ିକ ପାଇଁ ସେମାନଙ୍କର ବିକାଶମୂଳକ ଲକ୍ଷ୍ୟ ପୂରଣ ଦିଗରେ ଭାରତର ଦକ୍ଷତା ବିକାଶ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ । ଏଭଳି ଦକ୍ଷତା ବିକାଶ ପ୍ରୟାସ ପାଇଁ ଭାରତର ସମର୍ଥନ ରହିଥିବା ସେ ଦୋହରାଇଥିଲେ ।
୨୦୧୫ରେ ଏଫଆଇପିଆଇସି ଶିଖର ସମ୍ମିଳନୀ ପରେ ଭାରତ ଏହି କ୍ଷେତ୍ରରେ ଥିବା ସମସ୍ତ ଦେଶର ପ୍ରାୟ ୧,୦୦୦ ଅଧିକାରୀଙ୍କୁ ତାଲିମ ଦେଇଛି । ଭାରତ କୃଷି ଏବଂ ସମ୍ବନ୍ଧିତ କ୍ଷେତ୍ରରେ ସହାୟତା ପାଇଁ ଏହି ଦେଶଗୁଡ଼ିକରେ ଏଜେନ୍ସିଗୁଡ଼ିକୁ ଦୀର୍ଘକାଳୀନ ଡେପୁଟେସନରେ ବିଶେଷଜ୍ଞଙ୍କୁ ମଧ୍ୟ ପଠାଇଛି ।
SR
(Release ID: 1926653)
Visitor Counter : 127
Read this release in:
English
,
Urdu
,
Hindi
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Tamil
,
Telugu
,
Kannada
,
Malayalam