ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପାପୁଆ ନ୍ୟୁ ଗିନିର ଗଭର୍ଣ୍ଣର-ଜେନେରାଲ୍‌ଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

प्रविष्टि तिथि: 22 MAY 2023 8:39AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତ-ପ୍ରଶାନ୍ତ ମହାସାଗରୀୟ ଦ୍ବୀପ ସମୂହ ସହଯୋଗ ମଞ୍ଚ (ଏଫଆଇପିଆସି)ର ତୃତୀୟ ଶିଖର ସମ୍ମିଳନୀ ଅବସରରେ 22 ମଇ 2023ରେ ପୋର୍ଟ ମୋରେସବି ସ୍ଥିତ ସରକାରୀ ଆବାସରେ ପାପୁଆ ନ୍ୟୁ ଗିନି (ପିଏନଜି) ଗଭର୍ଣ୍ଣର- ଜେନେରାଲ ସାର୍ ବବ ଡାଡେଙ୍କୁ ସାକ୍ଷାତ କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ତାଙ୍କ ଦେଶକୁ ପ୍ରଥମ ଥର ପାଇଁ ଗସ୍ତରେ ଯାଇଥିବାରୁ ପାପୁଆ ନ୍ୟୁ ଗିନି (ପିଏନଜି) ଗଭର୍ଣ୍ଣର- ଜେନେରାଲ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଉଭୟ ନେତା ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ବିକାଶ ଭାଗିଦାରୀର ଗୁରୁତ୍ବ ଉପରେ ଭାବ ବିନିମୟ କରିଥିଲେ, ଯାହାକୁ ସେମାନେ ଆହୁରି ସୁଦୃଢ କରିବାକୁ ସହମତ ହୋଇଥିଲେ ।

 

*****

 

AH


(रिलीज़ आईडी: 1926225) आगंतुक पटल : 192
इस विज्ञप्ति को इन भाषाओं में पढ़ें: Malayalam , English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada