ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ
azadi ka amrit mahotsav

ବାଣିଜ୍ୟ ଏବଂ ନିବେଶ ଉପରେ ଷଷ୍ଠ ଭାରତ-କାନାଡା ମନ୍ତ୍ରୀସ୍ତରୀୟ କଥାବାର୍ତ୍ତାର ମିଳିତ ଘୋଷଣା

Posted On: 10 MAY 2023 9:00AM by PIB Bhubaneshwar

ଭାରତ ଏବଂ କାନାଡ଼ା ୮ ମେ’, ୨୦୨୩ରେ ଓଟୱାରେ ବାଣିଜ୍ୟ ଏବଂ ନିବେଶ (ଏମଡିଟିଆଇ) ଉପରେ ଷଷ୍ଠ ମନ୍ତ୍ରୀସ୍ତରୀୟ କଥାବାର୍ତ୍ତା ଆୟୋଜିତ ହୋଇଥିଲା, ଯାହାର ସହ-ଅଧ୍ୟକ୍ଷତା କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ, ଉପଭୋକ୍ତା ବ୍ୟାପାର ଏବଂ ଖାଦ୍ୟ ତଥା ସାର୍ବଜନୀନ ବିତରଣ ଏବଂ ବୟନ ମନ୍ତ୍ରୀ ପିୟୁଷ ଗୋଏଲ ତଥା କାନାଡ଼ାର ଅନ୍ତରାଷ୍ଟ୍ରୀୟ ବ୍ୟାପାର, ରପ୍ତାନୀ ପ୍ରୋତ୍ସାହନ କ୍ଷୁଦ୍ର ବ୍ୟବସାୟ ଏବଂ ଅର୍ଥନୈତିକ ବିକାଶ ମନ୍ତ୍ରୀ ସୁଶ୍ରୀ ମେରୀ ଏନ୍ଗ କରିଥିଲେ । ଉଭୟ ମନ୍ତ୍ରୀ ଭାରତ ଏବଂ କାନାଡ଼ା ମଧ୍ୟରେ ବାଣିଜ୍ୟ ଏବଂ ଆର୍ଥିକ ସମ୍ବନ୍ଧର ଦୃଢ଼ ମୂଳଦୁଆ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଅର୍ଥନୈତିକ ଭାଗିଦାରୀକୁ ଗଭୀର କରିବାର ସୁଯୋଗ ଉପରେ ଗୁରୁତ୍ୱ ଦେଇଥିଲେ ।

ଉଭୟ ମନ୍ତ୍ରୀ ଭାରତର ଅଧ୍ୟକ୍ଷତାରେ ଚଳିତ ବର୍ଷ ଭାରତରେ ଆୟୋଜିତ ଜି-୨୦ର ବିଭିନ୍ନ ବୈଠକରେ ଅନୁଷ୍ଠିତ ହୋଇଥିବା ମହତ୍ୱପୂର୍ଣ୍ଣ ଆଲୋଚନା ସମ୍ପର୍କରେ ଉଲ୍ଲେଖ କରିଥିଲେ । ଏହି ପରିପ୍ରେକ୍ଷୀରେ, କାନାଡାର ମନ୍ତ୍ରୀ ସୁଶ୍ରୀ ଏନ୍ଗ ଭବିଷ୍ୟତର ବୈଶ୍ୱିକ ଅର୍ଥବ୍ୟବସ୍ଥାରେ ଭାରତର ଭୂମିକା ବିଷୟରେ ଉଲ୍ଲେଖ କରିଥିଲେ ଏବଂ ଭାରତରେ ଜି-୨୦ କାର୍ଯ୍ୟକ୍ରମରେ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ସଫଳତା ଉପରେ ଭାରତ ସରକାର ଏବଂ ଭାରତୀୟ ବାଣିଜ୍ୟ ସଂଗଠନଗୁଡ଼ିକୁ ଶୁଭେଚ୍ଛା ଜଣାଇଥିଲେ । ସେ ଜି-୨୦ ଅଧ୍ୟକ୍ଷ ଭାବରେ ଭାରତକୁ ସମର୍ଥନ କରୁଥିବା ଏବଂ ଜି-୨୦ ବାଣିଜ୍ୟ ଏବଂ ନିବେଶ କାର୍ଯ୍ୟ ଗୋଷ୍ଠୀରେ ଭାରତର ପ୍ରାଥମିକତା ଉପରେ ସେ ନିଜର ସମର୍ଥନ ପ୍ରକାଶ କରିଥିଲେ । ସୁଶ୍ରୀ ଏନ୍ଗ ସୂଚନା ଦେଇଥିଲେ ଯେ ସେ ଅଗଷ୍ଟ ୨୦୨୩ରେ ଭାରତରେ ହେବାକୁ ଥିବା ଆଗାମୀ ଜି-୨୦ ବାଣିଜ୍ୟ ଏବଂ ନିବେଶ ମନ୍ତ୍ରୀସ୍ତରୀୟ ବୈଠକରେ ଅଂଶଗ୍ରହଣ କରିବାକୁ ଆଗ୍ରହୀ ଅଛନ୍ତି ।

କାନାଡାର ସମୃଦ୍ଧି, ସୁରକ୍ଷା ଏବଂ ପରିବେଶ ଆହ୍ୱାନର ମୁକାବିଲା ପାଇଁ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଗୁରୁତ୍ୱ ସ୍ୱୀକୃତି ଦେଇ ମନ୍ତ୍ରୀ ଏନ୍ଗ କାନାଡାର ଭାରତ-ପ୍ରଶାନ୍ତ ମହାସାଗରୀୟ ରଣନୀତି ଏବଂ ଏହି ଅଞ୍ଚଳରେ ଭାରତର ଗୁରୁତ୍ୱ ସମ୍ପର୍କରେେ ଉଲ୍ଲେଖ କରିଥିଲେ ।

ଉଭୟ ମନ୍ତ୍ରୀ କୋଭିଡ୍ ମହାମାରୀର ଆହ୍ୱାନ ଏବଂ ୟୁକ୍ରେନ ଯୁଦ୍ଧ କାରଣରୁ ଉତ୍ପନ୍ନ ସମସ୍ୟା ସତ୍ତ୍ୱେ ୨୦୨୨ରେ ଦ୍ୱିପାକ୍ଷିକ ବାଣିଜ୍ୟରେ ସ୍ଥିରତାକୁ ଉଲ୍ଲେଖ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ୨୦୨୨ରେ କାନାଡା-ଭାରତ ଦ୍ୱିପାକ୍ଷିକ ବାଣିଜ୍ୟ ପ୍ରାୟ ୧୨ ବିଲିଅନ କନୋଡିଅନ ଡଲାରରେ ପହଂଚିଛି, ଯାହା ପୂର୍ବ ବର୍ଷ ତୁଳନାରେ ୫୭ ପ୍ରତିଶତ ବୃଦ୍ଧି ପାଇଛି । ଉଭୟ ମନ୍ତ୍ରୀ ଦ୍ୱିପାକ୍ଷିକ ସମ୍ପର୍କକୁ ଆଗକୁ ବଢ଼ାଇବାରେ ସେବା କ୍ଷେତ୍ରର ଅବଦାନକୁ ପ୍ରୋତ୍ସାହିତ କରି ଦ୍ୱିପାକ୍ଷିକ ସେବା ବାଣିଜ୍ୟ ବୃଦ୍ଧି ପାଇଁ ଥିବା ମହତ୍ୱପୂର୍ଣ୍ଣ ସୂଚନା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହା ୨୦୨୨ରେ ୮.୯ ବିଲିଅନ କନାଡିଅନ ଡଲାର ଥିଲା । ଉଭୟ ମନ୍ତ୍ରୀ ଦ୍ୱିପାକ୍ଷିକ ନିବେଶର ମହତ୍ୱପୂର୍ଣ୍ଣ ବୃଦ୍ଧି ଏବଂ ଆର୍ଥିକ ଏବଂ ବାଣିଜ୍ୟ ସମ୍ପର୍କକୁ ଦୃଢ଼ କରିବା ପାଇଁ ସେମାନଙ୍କର ଯୋଗଦାନକୁ ସ୍ୱୀକୃତି ଦେଇଛନ୍ତି, ବାଣିଜ୍ୟ ବିକାଶକୁ ସୁବିଧାଜନକ କରିବା ପାଇଁ ଏବଂ ନିବେଶକୁ ଆକର୍ଷିତ କରିବା ପାଇଁ ଉଭୟ ଦେଶ ଦ୍ୱାରା କରାଯାଇଥିବା ଉନ୍ନତି ପାଇଁ ସେ କୃତଜ୍ଞତା ଜଣାଇଛନ୍ତି ।

ଉଭୟ ମନ୍ତ୍ରୀ କହିଥିଲେ ଯେ ଭାରତ ଏବଂ କାନାଡାର ବାଣିଜ୍ୟ ସମ୍ବନ୍ଧୀୟ ଶକ୍ତିଗୁଡ଼ିକ ପାରମ୍ପରିକ ଏବଂ ଉଭୟ ପାରମ୍ପରିକ ତଥା ସମ୍ଭାବ୍ୟ କ୍ଷେତ୍ରରେ ଉଭୟ ସାମଗ୍ରୀ ଏବଂ ସେବାରେ ବାଣିଜ୍ୟ ପାଇଁ ପ୍ରକୃତ ସମ୍ଭାବନା ରହିଛି । ସେହି ଲକ୍ଷ୍ୟକୁ ଦୃଷ୍ଟିରେ ରଖି ମନ୍ତ୍ରୀମାନେ କୃଷିଜାତ ଦ୍ରବ୍ୟ, ରାସାୟନିକ ପଦାର୍ଥ, ସବୁଜ ପ୍ରଯୁକ୍ତିବିଦ୍ୟା, ଭିତ୍ତିଭୂମି, ଅଟୋମୋବାଇଲ, ସ୍ୱଚ୍ଛ ଶକ୍ତି, ଇଲୋଟ୍ରୋନିକ୍ସ ଏବଂ ଖଣିଜ ପଦାର୍ଥ ଏବଂ ଧାତୁ ଭଳି କ୍ଷେତ୍ରରେ ସହଯୋଗ ବଢ଼ାଇବାକୁ ଏବଂ ଭାଗିଦାରୀ ଭିତ୍ତିରେ ଉଭୟ ଦେଶ ମଧ୍ୟରେ ସ୍ୱଚ୍ଛ ବ୍ୟାବସାୟିକ ସମ୍ପର୍କକୁ ଅଗ୍ରାଧିକାର ଦେବାରେ ଗୁରୁତ୍ୱ ଦେଇଥିଲେ । ଉଭୟ ମନ୍ତ୍ରୀ ସେମାନଙ୍କ ଅଧିକାରୀମାନଙ୍କୁ ନିୟମିତ ଭାବରେ ଦ୍ୱିପାକ୍ଷିକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟର ସମ୍ପର୍କ ବିଷୟରେ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ ।

ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ସମ୍ପର୍କକୁ ପ୍ରୋତ୍ସାହିତ କରିବା ଏବଂ ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ସହଯୋଗକୁ ମଜବୁତ କରିବା ପାଇଁ ଏମଡିଟିଆଇ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ ବୋଲି ମନ୍ତ୍ରୀମାନେ କହିଥିଲେ। ଭାରତ ଏବଂ କାନାଡା ମଧ୍ୟରେ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ପ୍ରବାହକୁ ବୃଦ୍ଧି କରିବା ପାଇଁ ବ୍ୟାପକ ନୂତନ ସୁଯୋଗ ସୃଷ୍ଟି କରିବା ପାଇଁ ଏକ ବାଣିଜ୍ୟ ଚୁକ୍ତିନାମାର ଆବଶ୍ୟକତାକୁ ସ୍ୱୀକାର କରି ୨୦୨୨ ମସିହାରେ ମନ୍ତ୍ରୀମାନେ ଆନୁଷ୍ଠାନିକ ଭାବରେ ଭାରତ-କାନାଡା ବିସ୍ତୃତ ଅର୍ଥନୈତିକ ଭାଗିଦାରୀ ଚୁକ୍ତିନାମା (ସିଇପିଏ) ବୁଝାମଣା ଆରମ୍ଭ କରିଥିଲେ । ସେହି ଲକ୍ଷ୍ୟକୁ ଅନୁସରଣ କରି ସିଇପିଏ ପାଇଁ ଏକ ପରିବର୍ତ୍ତନଶୀଳ ପଦକ୍ଷେପ ଭାବରେ ଏକ ପ୍ରାରମ୍ଭିକ ପ୍ରଗତି ବାଣିଜ୍ୟ ଚୁକ୍ତିନାମା (ଇପିଟିଏ)କୁ ନେଇ ଆଲୋଚନା ଚାଲିଛି । ଏ ସମ୍ପର୍କରେ ଅନେକ ଥର କଥାବାର୍ତ୍ତା ଏବଂ ଆଲୋଚନା ହୋଇସାରିଛି । ଇପିଟିଏ ଅନ୍ୟମାନଙ୍କ ମଧ୍ୟରେ ସାମଗ୍ରୀ, ସେବା, ପୁଞ୍ଜି ବିନିଯୋଗ, ଉତ୍ପତ୍ତିର ନିୟମ, ସ୍ୱଚ୍ଛତା ଏବଂ ଫାଇଟୋସାନିଟାରୀ ପଦକ୍ଷେପ, ବାଣିଜ୍ୟ ପାଇଁ ବୈଷୟିକ ପ୍ରତିବନ୍ଧକ ଏବଂ ବିବାଦର ସମାଧାନ ସମେତ ପରସ୍ପର ମଧ୍ୟରେ ହୋଇଥିବା ଚୁକ୍ତି ଅନ୍ୟାନ୍ୟ କ୍ଷେତ୍ରକୁୂ ମଧ୍ୟ ଅନ୍ତର୍ଭୁକ୍ତ କରିପାରିବ ।

ନିକଟ ଭବିଷ୍ୟତରେ ସମନ୍ୱିତ ପୁଞ୍ଜି ନିବେଶ ପ୍ରୋତ୍ସାହନ, ସୂଚନା ଆଦାନ-ପ୍ରଦାନ ଏବଂ ପାରସ୍ପରିକ ସମର୍ଥନ ଭଳି ପଦକ୍ଷେପ ମାଧ୍ୟମରେ ବର୍ଦ୍ଧିତ ସହଯୋଗ ବୃଦ୍ଧି କରିବାକୁ ଉଭୟ ପକ୍ଷ ସହମତି ପ୍ରକାଶ କରିଥିଲେ । ଭାରତ ଏବଂ କାନାଡା ମଧ୍ୟରେ ଏହି ସହଯୋଗର ବୁଝାମଣା (ଏମଓୟୁ) ୨୦୨୩ର ଅନ୍ତିମ ମାସରେ ଚୂଡ଼ାନ୍ତ ହେବ ବୋଲି ଆଶା କରିଛନ୍ତି ।

ଉଭୟ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ କୋଭିଡ-୧୯ ମହାମାରୀର ଅବସାନ ଏବଂ ୟୁକ୍ରେନରେ ଚାଲିଥିବା ଯୁଦ୍ଧର ପ୍ରଭାବରୁ ବିଶ୍ୱ ଯୋଗାଣ ଶୃଙ୍ଖଳା ବିପଦରେ ରହିଛି । ଏହି ପରିପ୍ରେକ୍ଷୀରେ ସେମାନେ ଏକ ଆନ୍ତର୍ଜାତିକ ନିୟମ - ଆଧାରିତ ବ୍ୟବସ୍ଥା ଏବଂ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଯୋଗାଣ ଶୃଙ୍ଖଳ ସ୍ଥିରତାକୁ ପ୍ରୋତ୍ସାହିତ କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବା ଉପରେ ଆଲୋଚନା କରିଥିଲେ । ଭିତ୍ତିଭୂମି ବିକାଶ ପାଇଁ ସ୍ୱଚ୍ଛ ପ୍ରଯୁକ୍ତିବିଦ୍ୟା, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ବୈଦୁତିକ ଯାନ ଏବଂ ବ୍ୟାଟେରୀ, ନବୀକରଣୀୟ ଶକ୍ତି, ସୋଲାର, ହାଇଡ୍ରୋଜେନ ଏବଂ କୃତ୍ରିମ ବୌଦ୍ଧିକତା ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ । 

ଭବିଷ୍ୟତର ଅର୍ଥନୀତି ଏବଂ ସବୁଜ ଅର୍ଥ ବ୍ୟବସ୍ଥା ପାଇଁ ଅତ୍ୟାବଶ୍ୟକ ଖଣିଜ ପଦାର୍ଥର ମହତ୍ୱକୁ ସ୍ୱୀକାର କରି ଉଭୟ ମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ଖଣିଜ ଯୋଗାଣ ଶୃଙ୍ଖଳାର ସ୍ଥିରତାକୁ ପ୍ରୋତ୍ସାହିତ କରିବା ପାଇଁ ସରକାରୀ ସ୍ତରୀୟ ସମନ୍ୱୟ ସକାଶେ ସହମତି ପ୍ରକାଶ କରିଥିଲେ । ଦୁଇ ମନ୍ତ୍ରୀ ଉଭୟ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଉପରେ ବ୍ୟବସାୟ ସହ ଗତାନୁଗତିକ ବ୍ୟବସାୟ ସମ୍ପର୍କ ପାଇଁ ବିକଳ୍ପଗୁଡ଼ିକୁ ଅନୁସନ୍ଧାନ କରିବାକୁ ସହମତ ହୋଇଥିଲେ ଏବଂ ପରସ୍ପର ମଧ୍ୟରେ ହିତ ସାଧନ ଉପରେ ଗୁରୁତ୍ୱ ଦେଇ ଆଲୋଚନା କରିବା ପାଇଁ ଟରୋଣ୍ଟରେ ହେବାକୁ ଥିବା ପ୍ରସ୍ପେକ୍ଟସ ଏବଂ ଡେଭଲପର୍ସ ଆସୋସିଏସନ ସମ୍ମିଳନୀରେ ଅଧିକାରୀମାନଙ୍କ ମଧ୍ୟରେ ଯୋଗାଯୋଗ ପାଇଁ ସହମତ ହୋଇଥିଲେ ।

ଉଭୟ ପକ୍ଷ ମିଳିତ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସହଯୋଗ ସମିତି (ଜେଏସଟିସିସି)ରେ ଚାଲିଥିବା କାର୍ଯ୍ୟ ଉପରେ ଦୃଷ୍ଟି ରଖି ପ୍ରାଥମିକତା ଥିବା କ୍ଷେତ୍ରରେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନବାଚାର କ୍ଷେତ୍ରରେ ସହଯୋଗକୁ ମଜବୁତ କରିବାର ସମ୍ଭାବନା ଉପରେ ଆଲୋଚନା କରିଥିଲେ ଏବଂ ଷ୍ଟାର୍ଟଅପ ଏବଂ ନବାଚାର ଭାଗିଦାରୀ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାକୁ କହିଥିଲେ । ଏହି ବିଷୟରେ ଉଭୟ ମନ୍ତ୍ରୀ ସହମତି ପ୍ରକାଶ କରିଥିଲେ ଯେ ଏଭଳି ସହଯୋଗକୁ ମଜବୁତ କରିବା ଏବଂ ଏକ ସ୍ଥାୟୀ ଅର୍ଥନୈତିକ ସୁଧାର ଆଣିବା ସହିତ ଆମର ନାଗରିକମାନଙ୍କର ସମୃଦ୍ଧି ତଥା କଲ୍ୟାଣ ପାଇଁ ଗବେଷଣା ଏବଂ ବ୍ୟବସାୟ ସମ୍ପ୍ରଦାୟ ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ଅପାର ସମ୍ଭାବନା ରହିଛି ।

କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ତଥା ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଭାରତ-କାନାଡା ବ୍ୟାବସାୟିକ ସମ୍ପର୍କକୁ ଆହୁରି ମଜବୁତ କରିବାର ଆବଶ୍ୟକତା ଉପରେ ଉଭୟ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

କାନାଡାର ମନ୍ତ୍ରୀ ମେରୀ ଏନ୍ଗ ଷଷ୍ଠ -ଏମଡିଟିଆଇ ଅବସରରେ ଭାରତୀୟ ବ୍ୟବସାୟ ପ୍ରତିନିଧି ମଣ୍ଡଳର ଗସ୍ତକୁ ପ୍ରଶଂସା କରିଛନ୍ତି, ଯାହା ବି-୨-ବି ସହଯୋଗ ବୃଦ୍ଧି କରିଛି । ବି-୨-ବି ଭାଗିଦାରୀର ଗତି ଜାରି ରଖିବା ପାଇଁ ଉଭୟ ମନ୍ତ୍ରୀ କାନାଡା-ଭାରତ ସିଇଓ ଫୋରମକୁ ଏକ ନୂତନ ଫୋକସ ଏବଂ ପ୍ରାଥମିକତାଗୁଡ଼ିକର ପୁନଃ ନିର୍ମାଣ ସହିତ ପୁଣି ଥରେ ଶୁଭାରମ୍ଭ କରିବାକୁ ତତ୍ପର ହୋଇଛନ୍ତି । ସିଇଓ ଫୋରମର ସମ୍ମିଳନୀ ପାଇଁ ପାରସ୍ପରିକ ସହମତି ଭିତ୍ତିରେ କରାଯିବ । କାନାଡାର ମନ୍ତ୍ରୀ ମେରୀ ଏନ୍ଗ ଘୋଷଣା କରିଥିଲେ ଯେ ତାଙ୍କ ନେତୃତ୍ୱରେ ୨୦୨୩ରେ କାନାଡା ବାଣିଜ୍ୟ ମିଶନର ଏକ ଦଳର ଭାରତ ଗସ୍ତକୁ ଅପେକ୍ଷା କରିଛନ୍ତି, ଯାହାକୁ ଶ୍ରୀ ଗୋଏଲ ସ୍ୱାଗତ କରିଥିଲେ ।

ଉଭୟ ମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ବୃତ୍ତିଗତ ତଥା କୁଶଳୀ ଶ୍ରମିକ, ଛାତ୍ର ଏବଂ ବ୍ୟାବସାୟିକ ଯାତ୍ରୀଙ୍କ ମହତ୍ୱପୂର୍ଣ୍ଣ ଗତିବିଧି ଏବଂ ଦ୍ୱିପାକ୍ଷିକ ଅର୍ଥନୈତିକ ଭାଗିଦାରୀ ବୃଦ୍ଧିରେ ଏହାର ଅପାର ଅବଦାନକୁ ଉଲ୍ଲେଖ କରିଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରବାସ ଏବଂ ସ୍ଥାନାନ୍ତରଣ କ୍ଷେତ୍ରରେ ଆଲୋଚନାକୁ କରିବାର ଇଚ୍ଛାକୁ ଉଲ୍ଲେଖ କରିଥିଲେ । ଏକ ସ୍ଥିର ପ୍ରଣାଳୀ ମାଧ୍ୟମରେ ଦ୍ୱିପାକ୍ଷିକ ନବସୃଜନ ଇକୋ-ସିଷ୍ଟମକୁ ଗଭୀର ତଥା ମଜବୁତ କରିବାର ଉପାୟ ଉପରେ ଆଲୋଚନା ଜାରି ରଖିବାକୁ ଉଭୟ ପକ୍ଷ ସହମତ ହୋଇଥିଲେ । ଏହା ବ୍ୟତୀତ, କାନାଡାର ହିନ୍ଦ-ପ୍ରଶାନ୍ତ ରଣନୀତି ଅନୁସାରେ ଶିଳ୍ପ ଗବେଷଣା ଏବଂ ବିକାଶ ସହଭାଗିତାକୁ ସମର୍ଥନ କରିବା ପାଇଁ ଆହୁରି ଅଧିକ ବିନିଯୋଗ କରାଯିବ।

ବିଦେଶୀ ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକୁ ସୁଗମ କରିବା ପାଇଁ ଭାରତର ଜାତୀୟ ଶିକ୍ଷା ନୀତି ୨୦୨୦ରେ କରାଯାଇଥିବା ଘୋଷଣା ଅନୁଯାୟୀ, ଭାରତ ମଧ୍ୟ ସେମାନଙ୍କ କ୍ୟାମ୍ପସ ସ୍ଥାପନ ପାଇଁ କାନାଡାର ଶୀର୍ଷ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଆମନ୍ତ୍ରଣ କରିଥିଲା ।

ଉଭୟ ମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଭାରତ ଏବଂ କାନାଡା ୨୦୨୨ ପର୍ଯ୍ୟନ୍ତ ବିସ୍ତାରିତ ବିମାନ ସେବା ଚୁକ୍ତି ପାଇଁ ସହମତ ହୋଇଥିଲେ । ଏହି ବୁଝାମଣା ଉଭୟ ଦେଶର ଆକାଶ ପଥ ଦ୍ୱାରା ବୃଦ୍ଧି ହୋଇଥିବା ବାଣିଜ୍ୟିକ ବିମାନ ଉଡ଼ାଣ ମାଧ୍ୟମରେ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି କରିଥାଏ ।

ଦୁଇ ମନ୍ତ୍ରୀ ବିଶ୍ୱ ବାଣିଜ୍ୟ ସଂଗଠନ ଦ୍ୱାରା ସ୍ଥାପିତ ନିୟମ - ଆଧାରିତ, ପାରଦର୍ଶୀ, ଭେଦଭାବ ନ ଥିବା, ଉନ୍ମୁକ୍ତ ଏବଂ ଅନ୍ତର୍ଭୁକ୍ତୀ ବହୁପକ୍ଷୀୟ ବାଣିଜ୍ୟ ବ୍ୟବସ୍ଥା ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃ ଗୁରୁତ୍ୱ ଦେଇଛନ୍ତି ଏବଂ ଏହାକୁ ଆହୁରି ମଜବୁତ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ସହମତି ପ୍ରକାଶ କରିଛନ୍ତି ।

ଭାରତ ଏବଂ କାନାଡା ମଧ୍ୟରେ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ସମ୍ପର୍କର ପୂର୍ଣ୍ଣ ସମ୍ଭାବନାକୁ ବ୍ୟବହାର କରିବା ପାଇଁ ଉଭୟ ମନ୍ତ୍ରୀ ସଂଯୋଗ ସ୍ଥାପନ ଏବଂ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ସହଯୋଗ ନିୟମିତ ବାର୍ଷିକ କାର୍ଯ୍ୟ ଯୋଜନା ଉପରେ ଆଧାରିତ ହେବ । ଏହା ବ୍ୟତୀତ ଏହାକୁ ନିରନ୍ତର ଭାବେ ଗତି ଦେବା ପାଇଁ ପାରସ୍ପରିକ ସମ୍ପର୍କ ଉପରେ ମଧ୍ୟ ସହମତି ଜଣାଇ ଥିଲେ ।

 

NS/MB


(Release ID: 1923475) Visitor Counter : 158