ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
azadi ka amrit mahotsav

'ସକ୍ଷମ' ଶିକ୍ଷା ସୂଚନା ପରିଚାଳନା ପ୍ରଣାଳୀ ଶୁଭାରମ୍ଭ କଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ପୋଷ୍ଟ କରାଯିବା ଦିନାଙ୍କ: 10 MAY 2023 10:21AM by PIB Bhubaneswar

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଲର୍ଣ୍ଣିଂ ମ୍ୟାନେଜମେଣ୍ଟ ଇନ୍‌ଫରମେସନ ସିଷ୍ଟମ (ଏଲଏମଆଇଏସ), ସକ୍ଷମ (ଷ୍ଟିମୁଲେଟିଂ ଆଡ୍‌ଭାନ୍‌ସଡ ନଲେଜ୍ ଫର ସଷ୍ଟେନେବଲ୍ ହେଲ୍ଥ ମ୍ୟାନେଜମେଣ୍ଟ) ର ଶୁଭାରମ୍ଭ କରିଛନ୍ତି।  ଏହି ଡିଜିଟାଲ୍ ଲର୍ଣ୍ଣିଂ ପ୍ଲାଟଫର୍ମକୁ ଜାତୀୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଂସ୍ଥାନ (ଏନଆଇଏଚଏଫଡବ୍ଲୁ), ନୂଆ ଦିଲ୍ଲୀ ଦ୍ବାରା ବିକଶିତ କରାଯାଇଛି।

ଦେଶର ସମସ୍ତ ସ୍ବାସ୍ଥ୍ୟ ସହିତ ସମ୍ପର୍କିତ ପେଶାଦାରମାନଙ୍କ ପାଇଁ ସକ୍ଷମ ଅନଲାଇନ୍ ପ୍ରଶିକ୍ଷଣ ଏବଂ ଶିକ୍ଷା ପ୍ରଦାନ କରିବା ପାଇଁ ଏକ ସମର୍ପିତ ୟୁନିଫାଏଡ୍‌ ପ୍ଲାଟଫର୍ମ ଅଟେ। ଏହି ଡିଜିଟାଲ୍ ଲର୍ଣ୍ଣିଂ ପ୍ଲାଟଫର୍ମ ଗ୍ରାମୀଣ ଏବଂ ଦୂର ଦୂରାନ୍ତର କ୍ଷେତ୍ରରେ ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ତୃତୀୟକ ଯତ୍ନ ଠାରୁ ନେଇ ମହାନଗରର କର୍ପୋରେଟ୍ ହସ୍‌ପିଟାଲ୍ ର ସ୍ବାସ୍ଥ୍ୟ ପେଶାଦାରଙ୍କୁ ସମନ୍ବିତ ଭାବରେ ଦକ୍ଷତା ପ୍ରଦାନ ସୁନିଶ୍ଚିତ କରିବ।

ବର୍ତ୍ତମାନ ସକ୍ଷମ : ଏଲଏମଆଇଏସ୍ 200 ରେ ଅଧିକ ନାଗରିକ ସ୍ବାସ୍ଥ୍ୟ ଏବଂ 100 ରୁ ଅଧିକ ନୈଦାନିକ ଚିକିତ୍ସାକୁ ଭର୍ଚୁଆଲ୍ ମାଧ୍ୟମରେ ଚଲାଉଛି। ସ୍ବାସ୍ଥ୍ୟ ପେଶାଦାର ମଧ୍ୟ https://lmis.nihfw.ac.in/ ମାଧ୍ୟମରେ ପୋର୍ଟାଲ୍ ରେ ପଞ୍ଜୀକୃତ କରିପାରିବେ ଏବଂ ଆବଶ୍ୟକ ତାଲିମ ନେବା ଏବଂ ଆବଶ୍ୟକ ମୂଲ୍ୟାଙ୍କନ ମାନଦଣ୍ଡ ପାଇବା ପରେ ପ୍ରମାଣପତ୍ର ପାଇପାରିବେ

ବିଶେଷ ସଚିବ (ସ୍ବାସ୍ଥ୍ୟ) ଶ୍ରୀ ଏମ ଗୋପାଳକୃଷ୍ଣନ୍, ସଂଯୁକ୍ତ ସଚିବ (ସ୍ବାସ୍ଥ୍ୟ) ଡାକ୍ତର ମନସ୍ବୀ କୁମାର, ନିର୍ଦ୍ଦେଶକ, ଏନଆଇଏଚଏଫଡବ୍ଲୁ, ଡା. ଧୀରଜ ସାହ, ଉପ ନିର୍ଦ୍ଦେଶକ ଏନଆଇଏଚଏଫଡବ୍ଲୁ ସୁଶ୍ରୀ ନିଧି କେସରବାନୀ, ଡିନ୍ ଏନଆଇଏଚଏଫଡବ୍ଲୁ ଡା. ବିକେ ତିୱାରୀ, ଡା. ସଞ୍ଜୟ ଗୁପ୍ତା, ଡା ପୁଷ୍ପାଞ୍ଜଳି, ଡା. ଡି.କେ. ଯାଦବ ତଥା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଏନଆଇଏଚଏଫଡବ୍ଲୁର ଅନେକ ବରିଷ୍ଠ ଅଧିକାରୀ ଏହି ଅବସରରେ ଉପସ୍ଥିତ ରହିଥିଲେ।

 

BS


(ରିଲିଜ ଆଡି: 1923171) ପରିଦର୍ଶକ କାଉଣ୍ଟର : 262
ଏହି ରିଲିଜ ପଢନ୍ତୁ : English , Urdu , Marathi , हिन्दी , Punjabi , Tamil , Telugu , Malayalam