ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମଧ୍ୟପ୍ରଦେଶର ଖରଗୋନ ସଡ଼କ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 09 MAY 2023 11:39AM by PIB Bhubaneshwar

ପୀଡ଼ିତଙ୍କ ପାଇଁ ପିଏମଏନଆର୍ଏଫରୁ ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ଖରଗୋନରେ ସଡ଼କ ଦୁର୍ଘଟଣାରେ ଜୀବନହାନି ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ଫଣ୍ଡ (ପିଏମଏନଆରଏଫ)ରୁ ପୀଡ଼ିତଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ କରାଯାଇଛି:

ଖରଗୋନରେ ହୋଇଥିବା ସଡ଼କ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦ ଏଥିରେ ଯେଉଁଲୋକ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୋର ସମବେଦନା ଏଥିସହ ମୁଁ ଆହତଙ୍କ ଶୀଘ୍ର ସୁସ୍ଥ କାମନା କରୁଛି ରାଜ୍ୟ ସରକାରଙ୍କ ତଦାରଖରେ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ନିୟୋଜିତ ହୋଇଛନ୍ତି: ପ୍ରଧାନମନ୍ତ୍ରୀ

 

 SR



(Release ID: 1922781) Visitor Counter : 93