ରେଳ ମନ୍ତ୍ରଣାଳୟ

ଭାରତୀୟ ରେଳ ୨୦୨୩ ଏପ୍ରିଲ ମାସ ନିମନ୍ତେ ମାସିକ ମାଲ ପରିବହନ କ୍ଷେତ୍ରରେ ୧୨୬.୪୬ ମେଟ୍ରିକ୍ ଟନ୍‌ର ରେକର୍ଡ କରିଛି


ଏପ୍ରିଲ୍ ମାସରେ ବର୍ଦ୍ଧିତ ଲୋଡିଂ ୪.୨୫ ମେଟ୍ରିକ୍ ଟନ୍ ହୋଇଛି , ୨୦୨୨ ଏପ୍ରିଲ୍ ମାସ ତୁଳନାରେ ୩.୫% ଅଭିବୃଦ୍ଧି ଘଟିଛି

ଏପ୍ରିଲ୍ ମାସରେ ରେଳବାଇର ମାଲ ପରିବହନ ରାଜସ୍ୱ ଏପ୍ରିଲ୍ ୨୦୨୨ ରେ ରହିଥିବା ୧୩,୦୧୧ କୋଟି ଟଙ୍କା ତୁଳନାରେ ୭% ବୃଦ୍ଧି ପାଇ ୧୩,୮୯୩ କୋଟି ଟଙ୍କା ହୋଇଛି

Posted On: 08 MAY 2023 2:35PM by PIB Bhubaneshwar

ଭାରତୀୟ ରେଳ (ଆଇଆର) ଏପ୍ରିଲ୍ ୨୦୨୩ ରେ ମାସିକ ମାଲ ପରିବହନ କ୍ଷେତ୍ରରେ ୧୨୬.୪୬ ମେଟ୍ରିକ୍ ଟନ୍‌ର ରେକର୍ଡ କରିଛି । ଏପ୍ରିଲ୍ ମାସରେ ବର୍ଦ୍ଧିତ ଲୋଡିଂର ପରିମାଣ ୪.୨୫ ମେଟ୍ରିକ୍ ଟନ୍ ରହିଛି, ଅର୍ଥାତ୍ ୨୦୨୨ ଏପ୍ରିଲ୍‌ରେ ହାସଲ ହୋଇଥିବା ଲୋଡିଂ ତୁଳନାରେ ଏଥିରେ ୩.୫% ବୃଦ୍ଧି ହୋଇଛି । ୨୦୨୩ ଏପ୍ରିଲ ମାସରେ ମାଲ ପରିବହନ ରାଜସ୍ୱ ଏପ୍ରିଲ୍ ୨୦୨୨ ରେ ୧୩,୦୧୧ କୋଟି ଟଙ୍କା ତୁଳନାରେ ୭% ଅଭିବୃଦ୍ଧି ଘଟି ୧୩,୮୯୩ କୋଟି ଟଙ୍କା ହୋଇଛି । 

ଏପ୍ରିଲ୍ ୨୦୨୩ ରେ ୫୮.୩୫ ମେଟ୍ରିକ୍ ଟନ୍ ତୁଳନାରେ ଭାରତୀୟ ରେଳ କୋଇଲା କ୍ଷେତ୍ରରେ ୬୨.୩୯ ମେଟ୍ରିକ୍ ଟନ୍ ଲୋଡିଂ ହାସଲ କରିଛି, ଏହା ପଛକୁ ଲୁହା ପଥର ୧୪.୪୯ ମେଟ୍ରିକ୍ ଟନ୍‌, ସିମେଣ୍ଟ ୧୨.୬୦ ମେଟ୍ରିକ୍ ଟନ୍‌, ବାଲାନ୍ସ ୯.୦୩ ମେଟ୍ରିକ୍ ଟନ୍‌, ୬.୭୪ ମେଟ୍ରିକ୍ ଟନ୍ କଣ୍ଟେନର, ୫.୬୪ ମେଟ୍ରିକ୍ ଟନ୍ ଷ୍ଟିଲ, ୫.୧୧ ମେଟ୍ରିକ୍ ଟନ୍ ଖାଦ୍ୟ ଶସ୍ୟ, ୪.୦୫ ମେଟ୍ରିକ୍ ଟନ୍ ଖଣିଜ ତେଲ ଏବଂ ସାର ୩.୯୦ ମେଟ୍ରିକ୍ ଟନ୍ ଲୋଡିଂ ହୋଇଛି ।

“ହଙ୍ଗ୍ରି ଫର୍ କାର୍ଗୋ”/ “ମାଲ୍ ପାଇଁ ଭୋକିଲା” ମନ୍ତ୍ର ଅନୁସରଣ କରି, ଭାରତୀୟ ରେଳ ବ୍ୟବସାୟ କରିବାରେ ସହଜତା ତଥା ପ୍ରତିଯୋଗିତାମୂଳକ ମୂଲ୍ୟରେ ସେବା ପ୍ରଦାନ କରିବାରେ ଉନ୍ନତି ଆଣିବା ପାଇଁ ନିରନ୍ତର ଉଦ୍ୟମ କରି ଆସୁଛି , ଯାହା ଫଳରେ ଉଭୟ ପାରମ୍ପରିକ ତଥା ଅଣ - ପାରମ୍ପରିକ ଦ୍ରବ୍ୟ କ୍ଷେତ୍ରରେ ରେଳବାଇରେ ନୂତନ ଟ୍ରାଫିକ୍‌ର ଆଗମନ ହୋଇଛି ।

***

SSP



(Release ID: 1922590) Visitor Counter : 138