ପ୍ରତିରକ୍ଷା ମନ୍ତ୍ରଣାଳୟ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍ କି ବାତ୍‌' କାର୍ଯ୍ୟକ୍ରମ ଆଜି ୧୦୦ ଟି ଅଧ୍ୟାୟ ପୂରଣ କରିଛି । କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ଆଜି ମହାରାଷ୍ଟ୍ରର ମୁମ୍ବାଇ ଠାରେ ‘ମନ୍ କି ବାତ୍‌' କାର୍ଯ୍ୟକ୍ରମର ୧୦୦ ତମ ଅଧ୍ୟାୟକୁ ଶୁଣିଛନ୍ତି


ଶ୍ରୀ ଅମିତ ଶାହା କହିଛନ୍ତି ଯେ ମନ୍ କି ବାତ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସଫଳତା ହାସଲକାରୀ ମାନଙ୍କୁ ଯେଉଁ କଥା କହିଛନ୍ତି, ସେହି କଥାଗୁଡ଼ିକ ଯୁବ ପିଢିଙ୍କୁ ଦେଶର ଭାଗ୍ୟର ଦାୟିତ୍ୱ ସମ୍ଭାଳିବାକୁ ଏବଂ ସମସ୍ତଙ୍କ ପାଇଁ ଏକ ଉତ୍ତମ ଭବିଷ୍ୟତ ଗଠନ କରିବା ନିମନ୍ତେ ପ୍ରେରଣା ଦେଇଛି ।

‘ମନ କି ବାତ୍‌' କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେହି ସବୁ ବାର୍ତ୍ତା ଗୁଡିକ ଦେଇଛନ୍ତି ଯାହା ଦେଶର କୋଣ ଅନୁକୋଣରେ ପହଂଚି ଲୋକ ଏବଂ ସରକାରଙ୍କ ମଧ୍ୟରେ ସେତୁ ଭଳି ସମ୍ପର୍କ ପ୍ରତିଷ୍ଠା କରୁଛି ।

ବିଭିନ୍ନ ଅଞ୍ଚଳ, ଭାଷା ଏବଂ ଉପଭାଷା ଉପରେ ଆଲୋଚନା

Posted On: 01 MAY 2023 9:11AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ କି ବାତ୍‌' କାର୍ଯ୍ୟକ୍ରମ ଆଜି ୧୦୦ ଟି ଅଧ୍ୟାୟ ପୂରଣ କରିଛି । କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ଆଜି ମହାରାଷ୍ଟ୍ରର ମୁମ୍ବାଇ ଠାରେ ମନ୍ କି ବାତ୍‌' କାର୍ଯ୍ୟକ୍ରମର ୧୦୦ ତମ ଅଧ୍ୟାୟ ଶୁଣିଛନ୍ତି ।

ଟ୍ୱିଟ୍ ମାଧ୍ୟମରେ ଶ୍ରୀ ଅମିତ ଶାହା ଉଲ୍ଲେଖ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ମନ୍ କି ବାତ୍‌' କାର୍ଯ୍ୟକ୍ରମ ଆଜି ୧୦୦ଟି ଅଧ୍ୟାୟ ପୂରଣ କରିଛି, ଯାହା ପ୍ରଭାବଶାଳୀ ନେତୃତ୍ୱର ଅନେକ ଗୁଡ଼ିଏ ଉଦାହରଣ ଛାଡ଼ି ଯାଇଛି । ମୁଁ ମୁମ୍ବାଇ ଠାରେ ମନ୍ କି ବାତ୍ କାର୍ଯ୍ୟକ୍ରମର ୧୦୦ ତମ ଅଧ୍ୟାୟ ଶୁଣିଲି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସଫଳତା ହାସଲକାରୀ ମାନଙ୍କ ଉଦ୍ଦେଶ୍ୟରେ ଶବ୍ଦ ଗୁଡ଼ିକ ଯୁବ ପିଢ଼ିଙ୍କୁ ଦେଶର ଭାଗ୍ୟର ଦାୟିତ୍ୱ ନେବାକୁ ଏବଂ ସମସ୍ତଙ୍କ ପାଇଁ ଏକ ଉତ୍ତମ ଭବିଷ୍ୟତ ଗଠନ ପାଇଁ ପ୍ରେରଣା ଦେଇଛି ।

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ମନ୍ କି ବାତ୍‌' କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେହି ସବୁ ବାର୍ତ୍ତା ଗୁଡ଼ିକ ଦେଇଛନ୍ତି , ଯାହା ଦେଶର କୋଣ ଅନୁକୋଣରେ ପହଂଚି ଲୋକ ଓ ସରକାରଙ୍କ ମଧ୍ୟରେ ସେତୁ ସଦୃଶ ସମ୍ପର୍କ ନିର୍ମାଣ କରୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଭିନ୍ନ ଅଞ୍ଚଳ, ଭାଷା ଏବଂ ଉପଭାଷା ଉପରେ ଆଲୋଚନା ଗୁଡ଼ିକୁ ସ୍ଥାନିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ସାମାଜିକ ଗଣତନ୍ତ୍ରକୁ ମଧ୍ୟ ମଜଭୁତ କରିଛନ୍ତି ।

*****

SSP


 



(Release ID: 1921005) Visitor Counter : 98