ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ "ମନ୍ କି ବାତ୍‌'

Posted On: 30 APR 2023 11:47AM by PIB Bhubaneshwar

ସ୍ୱର୍ଗତ ଡି. ପ୍ରକାଶ ରାଓଙ୍କ ନାମ ଉଲ୍ଲେଖ କଲେ ପ୍ରଧାନମନ୍ତ୍ରୀ

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ହେଉଛି ‘ମନ୍ କି ବାତ୍‌’ର ୧୦୦ତମ ଅଧ୍ୟାୟ । ମୋତେ ଆପଣମାନଙ୍କର ହଜାର ହଜାର ଚିଠି ମିଳିଛି, ଲକ୍ଷ ଲକ୍ଷ ବାର୍ତ୍ତା ମିଳିଛି ଆଉ ମୁଁ ଚେଷ୍ଟା କରିଛି ଅଧିକରୁ ଅଧିକ ଚିଠି ପଢ଼ିବାକୁ, ଦେଖିବାକୁ ଆଉ ବାର୍ତ୍ତା ଗୁଡ଼ିକୁ ବୁଝିବାକୁ । ଆପଣମାନଙ୍କ ଚିଠି ପଢ଼ୁ ପଢ଼ୁ ଅନେକଥର ମୁଁ ଭାବବିହ୍ୱଳ ହୋଇପଡ଼ିଛି, ମନ ଭାବାବେଗରେ ଭରିଯାଇଛି, ଭାବନାର ସ୍ରୋତରେ ବହିଯାଇଛି ଆଉ ପୁଣି ନିଜକୁ ସମ୍ଭାଳିଛି । ଆପଣମାନେ ‘ମନ୍ କି ବାତ୍‌’ର ୧୦୦ତମ ଅଧ୍ୟାୟ ପାଇଁ ମୋତେ ଅଭିନନ୍ଦନ ଜଣାଇଛନ୍ତି କିନ୍ତୁ ଆନ୍ତରିକତାର ସହ କହୁଛି ଯେ, ପ୍ରକୃତରେ ଅଭିନନ୍ଦନର ପାତ୍ର ହେଉଛନ୍ତି ଆପଣ ସମସ୍ତ ‘ମନ୍ କି ବାତ୍‌’ର ଶ୍ରୋତାଗଣ, ଆମର ଦେଶବାସୀଗଣ । ‘ମନ୍ କି ବାତ୍‌’ ହେଉଛି କୋଟି କୋଟି ଭାରତୀୟମାନଙ୍କ ମନର କଥା, ସେମାନଙ୍କ ଭାବନାର ପରିପ୍ରକାଶ ।

ବନ୍ଧୁଗଣ, ୨୦୧୪ ଅକ୍ଟୋବର ୩ ତାରିଖ, ସେଦିନ ଥିଲା ବିଜୟା ଦଶମୀ ପର୍ବ । ଆଉ ଆମେ ସମସ୍ତେ ମିଶି ବିଜୟା ଦଶମୀ ଦିନ ‘ମନ୍ କି ବାତ୍‌’ର ଯାତ୍ରା ଆରମ୍ଭ କରିଥିଲୁ । ବିଜୟା ଦଶମୀ, ଅର୍ଥାତ, ମନ୍ଦ ଉପରେ ଭଲର ବିଜୟ । ‘ମନ୍ କି ବାତ୍‌’ ମଧ୍ୟ ଦେଶବାସୀଙ୍କ ଭଲ ଗୁଣର, ସକାରାତ୍ମକତାର ଗୋଟିଏ ନିଆରା ପର୍ବ ପାଲଟିଗଲା। ଏହା ଗୋଟିଏ ଏଭଳି ପର୍ବ, ଯାହା ପ୍ରତି ମାସରେ ପଡ଼େ, ଆଉ ଯାହାକୁ ଆମେ ସମସ୍ତେ ପ୍ରତୀକ୍ଷା କରିଥାଉଁ । ଆମେ ଏଥିରେ ସକାରାତ୍ମକତାର ଜୟଗାନ କରୁଁ । ଆମେ ଏଥିରେ ଜନଭାଗୀଦାରିତାର ମଧ୍ୟ ଜୟଗାନ କରିଥାଉଁ । ବେଳେ ବେଳେ ବିଶ୍ୱାସ ହୁଏନି ଯେ, ‘ମନ୍ କି ବାତ୍‌’କୁ ଏତେ ମାସ, ଏତେ ବର୍ଷ ପୁରିଗଲା । ଏହାର ପ୍ରତ୍ୟେକଟି ଅଧ୍ୟାୟ ଥିଲା ସ୍ୱତନ୍ତ୍ର । ପ୍ରତିଥର ନୂଆ ଉଦାହରଣର ନୂତନତ୍ୱ, ପ୍ରତ୍ୟେକ ଥର ଦେଶବାସୀଙ୍କ ନୂଆ ନୂଆ ସଫଳତାର କଥା । ‘ମନ୍ କି ବାତ୍‌’ରେ ଦେଶର କୋଣ-ଅନୁକୋଣରୁ ଲୋକେ ଯୋଡ଼ି ହେଲେ, ପ୍ରତ୍ୟେକ ବୟସର ଲୋକ ଯୋଡ଼ିହେଲେ । ବେଟି ବଚାଓ-ବେଟି ପଢ଼ାଓ କଥା ହେଉ, ସ୍ୱଚ୍ଛ ଭାରତ ଆନ୍ଦୋଳନ ହେଉ, ଖଦିକୁ ଭଲ ପାଇବା କଥା ହେଉ ବା ପ୍ରକୃତିର କଥା, ସ୍ୱାଧୀନତାର ଅମୃତ ମହୋତ୍ସବ କିମ୍ବା ଅମୃତ ସରୋବର କଥା ହେଉ – ମନ୍ କି ବାତ୍ ଯେଉଁ ପ୍ରସଙ୍ଗ ସହ ଯୋଡ଼ି ହେଲା ତାହା ଗୋଟିଏ ଜନ ଆନ୍ଦୋଳନରେ ପରିଣତ ହେଲା, ଆଉ ଆପଣମାନେ ହିଁ ଏହାକୁ ଜନ ଆନ୍ଦୋଳନ କରିଦେଲେ । ମୁଁ ଯେତେବେଳେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ସହିତ ‘ମନ୍ କି ବାତ୍‌’ର ଅଧ୍ୟାୟଟି କରିଥିଲି, ସେତେବେଳେ ସାରା ବିଶ୍ୱରେ ଏହା ଉପରେ ଆଲୋଚନା ହୋଇଥିଲା ।

ବନ୍ଧୁଗଣ, ମୋ ପାଇଁ ତ ‘ମନ୍ କି ବାତ୍‌’ ହେଉଛି ଅନ୍ୟମାନଙ୍କ ଗୁଣକୁ ପୂଜା କରିବା ସଦୃଶ ଥିଲା । ମୋର ଜଣେ ମାର୍ଗଦର୍ଶକ ଥିଲେ – ଶ୍ରୀ ଲକ୍ଷ୍ମଣରାଓ ଇନାମ୍‌ଦାର୍ । ମୁଁ ତାଙ୍କୁ ଓକିଲ ସାହେବ ବୋଲି ସମ୍ବୋଧନ କରୁଥିଲି । ସେ ସବୁବେଳେ କହୁଥିଲେ ଯେ, ଆମେ ଅନ୍ୟମାନଙ୍କ ଗୁଣକୁ ପୂଜା କରିବା ଉଚିତ । ସମ୍ମୁଖରେ ଯେ କେହି ବି ଥାଉ, ଆପଣଙ୍କ ସପକ୍ଷବାଦୀ ଥାଉ କି ଆପଣଙ୍କ ବିରୋଧୀ, ଆମେ ତାଙ୍କଠାରେ ରହିଥିବା ସଦ୍‌ଗୁଣକୁ ଜାଣିବା ଏବଂ ସେଗୁଡ଼ିକୁ ଶିଖିବାର ପ୍ରଚେଷ୍ଟା କରିବା ଉଚିତ । ତାଙ୍କର ଏହି କଥା ମୋତେ ସର୍ବଦା ପ୍ରେରଣା ଦେଇଆସିଛି । ‘ମନ୍ କି ବାତ୍‌’ ଅନ୍ୟମାନଙ୍କ ସଦ୍‌ଗୁଣଗୁଡ଼ିକୁ ଶିଖିବାର ଗୋଟିଏ ବହୁତ ବଡ଼ ମାଧ୍ୟମ ପାଲଟିଯାଇଛି ।

ମୋର ପ୍ରିୟ ଦେଶବାସୀଗଣ, ଏହି କାର୍ଯ୍ୟକ୍ରମ ମୋତେ କେବେହେଲେ ଆପଣମାନଙ୍କଠୁ ଦୂରେଇ ଯିବାକୁ ଦେଇନାହିଁ । ମୋର ମନେ ଅଛି, ମୁଁ ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି, ସେତେବେଳେ ଜନସାଧାରଣଙ୍କ ସହିତ ସ୍ୱାଭାବିକ ଭାବେ ଦେଖାସାକ୍ଷାତ ହୋଇପାରୁଥିଲା । ମୁଖ୍ୟମନ୍ତ୍ରୀଙ୍କ କାମ ଏବଂ କାର୍ଯ୍ୟକାଳରେ ଏଭଳି ଦେଖାସାକ୍ଷାତର ବହୁତ ସୁଯୋଗ ମିଳିଥାଏ । କିନ୍ତୁ ୨୦୧୪ରେ ଦିଲ୍ଲୀ ଆସିବା ପରେ ମୁଁ ଦେଖିଲି ଯେ, ଏଠାକାର ଜୀବନ ତ ସମ୍ପୂର୍ଣ୍ଣ ଭିନ୍ନ । କାମର ରୂପ ଭିନ୍ନ, ଦାୟିତ୍ୱ ଭିନ୍ନ, ସ୍ଥିତି ଆଉ ପରିସ୍ଥିତିର ବନ୍ଧନ, ସୁରକ୍ଷାର ବିଶାଳ ବ୍ୟବସ୍ଥା, ନିର୍ଦ୍ଧାରିତ ସମୟସୀମା! ଆରମ୍ଭରେ କିଛି ଅଲଗା ଅନୁଭବ କରୁଥିଲି, ଟିକିଏ ଏକାକୀପଣ ଲାଗୁଥିଲା । ୫୦ ବର୍ଷ ଆଗରୁ ମୁଁ ମୋ ନିଜ ଘର ଏଥିପାଇଁ ଛାଡ଼ି ନ ଥିଲି ଯେ, ଦିନେ ନିଜ ଦେଶବାସୀଙ୍କ ସହିତ ହିଁ ସମ୍ପର୍କ ରକ୍ଷା କରିବା କଷ୍ଟକର ହୋଇପଡ଼ୁ! ଯେଉଁ ଦେଶବାସୀ ମୋର ସବୁକିଛି, ସେମାନଙ୍କ ସହିତ ସମ୍ପର୍କ ଛିନ୍ନ କରି ମୁଁ ବଞ୍ଚିପାରିନଥାନ୍ତି । ‘ମନ୍ କି ବାତ୍‌’ ମୋତେ ଏହି ଆହ୍ୱାନର ସମାଧାନ ଯୋଗାଇଦେଲା । ସାଧାରଣ ଲୋକଟିଏ ସହ ଯୋଡ଼ିହେବାର ରାସ୍ତା ଦେଖାଇଦେଲା । କାର୍ଯ୍ୟଭାର ଏବଂ ପ୍ରୋଟୋକଲ୍ ବ୍ୟବସ୍ଥା ମଧ୍ୟରେ ହିଁ ସୀମିତ ହୋଇ ରହିଲା ଏବଂ ଜନସାଧାରଣଙ୍କ ଭାବାବେଗ, କୋଟି କୋଟି ଜନସାଧାରଣଙ୍କ ସହିତ ମୋର ଭାବନା, ବିଶ୍ୱର ଅତୁଟ ଅଂଶ ପାଲଟିଗଲା । ପ୍ରତି ମାସରେ ମୁଁ ଦେଶର ଲୋକଙ୍କ ହଜାର ହଜାର ବାର୍ତା ପଢ଼ିଥାଏଁ, ପ୍ରତି ମାସରେ ମୁଁ ଦେଶବାସୀଙ୍କ ଏକଠୁ ବଳି ଆରେକ ଚମତ୍କାର ସ୍ୱରୂପର ଦର୍ଶନ କରିଥାଏ । ମୁଁ ଦେଶବାସୀଙ୍କ ତପସ୍ୟା ଓ ତ୍ୟାଗର ପରାକାଷ୍ଠାର ଦର୍ଶନ କରିଥାଏଁ, ତାହାକୁ ଅନୁଭବ କରିଥାଏ । ଆପଣମାନଙ୍କ ଠାରୁ ଟିକିଏ ବି ଦୂରରେ ଥିବା ଭଳି ମୋତେ ଲାଗେନି । ମୋ ପାଇଁ ‘ମନ୍ କି ବାତ୍‌’ କେବଳ ଗୋଟିଏ କାର୍ଯ୍ୟକ୍ରମ ନୁହେଁ, ଏହା ମୋ ପାଇଁ ଗୋଟିଏ ଆସ୍ଥା, ପୂଜା, ଉପାସନା । ଲୋକେ ଯେମିତି ଈଶ୍ୱରଙ୍କ ପୂଜା କରିବାକୁ ଯିବା ସମୟରେ ଭୋଗରାଗ ନେଇ ଯାଆନ୍ତି, ମୋ ପାଇଁ ‘ମନ୍ କି ବାତ୍‌’ ଈଶ୍ୱର ରୂପୀ ଜନତା-ଜନାର୍ଦ୍ଦନଙ୍କ ଚରଣରେ ନୈବେଦ୍ୟ ଅର୍ପଣ ସ୍ୱରୂପ । ‘ମନ୍ କି ବାତ୍‌’ ମୋ ମନର ଆଧ୍ୟାତ୍ମିକ ଯାତ୍ରା ପାଲଟିଯାଇଛି ।

‘ମନ୍ କି ବାତ୍‌’ ସ୍ୱ ରୁ ସମଷ୍ଟିର ଯାତ୍ରା, ମନ୍ କି ବାତ୍ ଅହମ୍ ରୁ ବୟମ୍ ର ଯାତ୍ରା ।

ମୁଁ ନୁହେଁ, ବରଂ ତୁ ହି ଏହାର ସଂସ୍କାର ସାଧନା ।

ଆପଣ କଳ୍ପନା କରନ୍ତୁ, ମୋର କୌଣସି ଦେଶବାସୀ ଯଦି ଚାଳିଶ ବର୍ଷ ଧରି ନିର୍ଜନ ପାହାଡ଼ ଏବଂ ଟାଙ୍ଗରା ଭୂଇଁରେ ଗଛ ଲଗାଉଛି, କେତେ କେତେ ଲୋକ ତିରିଶ ବର୍ଷ ଧରି ଜଳ ସଂରକ୍ଷଣ ପାଇଁ ସ୍ୱତନ୍ତ୍ର ପୋଖରୀ ଖନନ କରୁଛନ୍ତି, ସେଗୁଡ଼ିକୁ ସଫା କରୁଛନ୍ତି, କେହି ୨୫-୩୦ ବର୍ଷ ହେଲା ଗରିବ ପିଲାଙ୍କୁ ପାଠ ପଢ଼ାଉଛି, କେହି ଗରିବମାନଙ୍କ ଚିକିତ୍ସାରେ ସାହାଯ୍ୟ କରୁଛି, କେତେଥର ‘ମନ୍ କି ବାତ୍‌’ରେ ଏମାନଙ୍କ ବିଷୟରେ ଉଲ୍ଲେଖ କରିବା ସମୟରେ ମୁଁ ଭାବବିହ୍ୱଳ ହୋଇଉଠିଛି । ଆକାଶବାଣୀର ବନ୍ଧୁମାନଙ୍କୁ ଅନେକଥର ଏହାକୁ ପୁନର୍ବାର ରେକର୍ଡ଼ କରିବାକୁ ପଡ଼ିଛି । ଆଜି ବିଗତ ଦିନର ଅନେକ କଥା ଆଖି ଆଗରେ ନାଚି ଉଠୁଛି । ଦେଶବାସୀମାନଙ୍କର ଏହି ପ୍ରଚେଷ୍ଟାଗୁଡ଼ିକ ମୋତେ ଅନବରତ ଭାବେ ଏଥିରେ ନିଜକୁ ସମ୍ପୃକ୍ତ କରିରଖିବାର ପ୍ରେରଣା ଯୋଗାଇଛି ।

ବନ୍ଧୁଗଣ, ‘ମନ୍ କି ବାତ୍‌’ରେ ଆମେ ଯେଉଁମାନଙ୍କ ବିଷୟରେ ଉଲ୍ଲେଖ କରିଥାଉଁ, ସେମାନେ ସମସ୍ତେ ଆମ ହିରୋ, ଯେଉଁମାନେ ଏହି କାର୍ଯ୍ୟକ୍ରମକୁ ଜୀବନ୍ତ କରିଦେଇଛନ୍ତି । ଆଜି ଆମେ ଯେତେବେଳେ ଶହେତମ ଅଧ୍ୟାୟରେ ପହଞ୍ଚିଛୁ, ସେତେବେଳେ ଆମେ ପୁଣିଥରେ ଏହି ହିରୋମାନଙ୍କ ପାଖକୁ ଯାଇ ସେମାନଙ୍କ ଯାତ୍ରା ସମ୍ପର୍କରେ ଜାଣିବା ପାଇଁ ମୋର ଇଚ୍ଛା ହେଉଛି । ଆଜି ଆମେ କିଛି ବନ୍ଧୁଙ୍କ ସହିତ କଥା ହେବା ପାଇଁ ଚେଷ୍ଟା ମଧ୍ୟ କରିବା ।

ମୋ ସହିତ ଯୋଡ଼ି ହେଉଛନ୍ତି, ହରିଆନାର ଭାଇ ଶ୍ରୀ ସୁନୀଲ ଜଗ୍‌ଲାନ୍ । ମୋ ମନରେ ତାଙ୍କ କଥାର ପ୍ରଭାବ ଏଥିପାଇଁ ପଡ଼ିଲା ଯେ, ହରିଆନାରେ ଲିଙ୍ଗ ଅନୁପାତ ବିଷୟରେ ବହୁତ ଆଲୋଚନା ହେଉଥିଲା ଏବଂ ବେଟି ବଚାଓ-ବେଟି ପଢ଼ାଓ ଅଭିଯାନ ମୁଁ ହରିଆନାରୁ ହିଁ ଆରମ୍ଭ କରିଥିଲି । ଇତି ମଧ୍ୟରେ ଯେତେବେଳେ ସୁନୀଲଙ୍କ ସେଲ୍ଫି ୱିଥ୍ ଡଟର୍ କ୍ୟାମ୍ପେନ୍ ଉପରେ ମୋ ନଜର ପଡ଼ିଲା, ମୋତେ ବହୁତ ଭଲ ଲାଗିଲା । ମୁଁ ମଧ୍ୟ ତାଙ୍କ ଠାରୁ ଶିଖିଲି ଓ ଏହାକୁ ‘ମନ୍ କି ବାତ୍‌’ରେ ଅନ୍ତର୍ଭୁକ୍ତ କଲି । ଦେଖୁ ଦେଖୁ ସେଲ୍ଫି ୱିଥ୍ ଡଟର୍ ଗୋଟିଏ ବିଶ୍ୱବ୍ୟାପୀ ଅଭିଯାନରେ ପରିବର୍ତିତ ହୋଇଗଲା । ଏଥିରେ ପ୍ରକୃତ ପ୍ରସଙ୍ଗ ସେଲ୍ଫି ନ ଥିଲା, ପ୍ରଯୁକ୍ତିବିଦ୍ୟା ମଧ୍ୟ ନ ଥିଲା, ଏଥିରେ ଝିଅକୁ ପ୍ରାଧାନ୍ୟ ଦିଆଯାଇଥିଲା । ଜୀବନରେ ଝିଅର ସ୍ଥାନ କେତେ ଉଚ୍ଚ ହୋଇଥାଏ, ଏହି ଅଭିଯାନରୁ ତାହାର ମଧ୍ୟ ପରିପ୍ରକାଶ ହେଲା । ସେହିଭଳି ଅନେକ ପ୍ରଚେଷ୍ଟାର ସୁଫଳ ହେଉଛି ଆଜି ହରିଆନାରେ ଲିଙ୍ଗ ଅନୁପାତରେ ହୋଇଥିବା ଉନ୍ନତି । ଆସନ୍ତୁ, ଆଜି ସୁନୀଲଜୀଙ୍କ ସହିତ ଟିକିଏ କଥା ହେଇଯିବା ।

ପ୍ରଧାନମନ୍ତ୍ରୀ :ନମସ୍କାର ସୁନୀଲ ଜୀ,

ସୁନୀଲ :ନମସ୍କାର ସାର୍‌, ଆପଣଙ୍କ ସ୍ୱର ଶୁଣି ମୋ ଖୁସି ବହୁଗୁଣିତ ହୋଇଯାଇଛି । 

ପ୍ରଧାନମନ୍ତ୍ରୀ :ସୁନୀଲଜୀ, ସେଲ୍ଫି ୱିଥ୍ ଡଟର୍ କୁ ସମସ୍ତେ ମନେ ରଖିଛନ୍ତି . . . ଏବେ ଯେତେବେଳେ ପୁଣି ଥରେ ଏ ବିଷୟରେ ଆଲୋଚନା ହେଉଛି ସେତେବେଳେ ଆପଣଙ୍କୁ କେମିତି ଲାଗୁଛି?

ସୁନୀଲ : ପ୍ରଧାନମନ୍ତ୍ରୀ ମହାଶୟ, ପ୍ରକୃତରେ ଆପଣ ଆମ ରାଜ୍ୟ ହରିଆନାର ପାନିପତ୍‌ରୁ ଝିଅମାନଙ୍କ ଓଠରେ ହସ ଫୁଟାଇବାକୁ ଯେଉଁ ଚତୁର୍ଥ ଯୁଦ୍ଧ ଆରମ୍ଭ କରିଥିଲେ, ତାହାକୁ ଆପଣଙ୍କ ନେତୃତ୍ୱରେ ସାରା ଦେଶ ଜୟ କରିବାକୁ ଚେଷ୍ଟା କରିଛି, ପ୍ରକୃତରେ ଏହା ମୋ ପାଇଁ, ପ୍ରତ୍ୟେକ କନ୍ୟାର ପିତା ଓ କନ୍ୟାମାନଙ୍କୁ ସ୍ନେହ କରୁଥିବା ମା’ମାନଙ୍କ ପାଇଁ ବହୁତ ବଡ଼ କଥା ।

ପ୍ରଧାନମନ୍ତ୍ରୀ: ସୁନୀଲ ଜୀ, ଆପଣଙ୍କ ଝିଅମାନେ ଏବେ କେମିତି ଅଛନ୍ତି? ଆଜିକାଲି କଣ କରୁଛନ୍ତି?

ସୁନୀଲ : ଆଜ୍ଞା, ମୋ ଦୁଇଟି ଝିଅ ହେଉଛନ୍ତି ନନ୍ଦନୀ ଏବଂ ୟାଚିକା । ଜଣେ ସପ୍ତମ ଶ୍ରେଣୀରେ ପଢ଼ୁଛି ଆଉ ଜଣେ ଚତୁର୍ଥ ଶ୍ରେଣୀରେ ପଢ଼ୁଛି । ଦୁହେଁ ଆପଣଙ୍କୁ ବହୁତ ପ୍ରଶଂସା କରନ୍ତି । ସେମାନେ ନିଜ ସହପାଠୀମାନଙ୍କ ଦ୍ୱାରା ଆପଣଙ୍କ ଉଦ୍ଦେଶ୍ୟରେ ଥ୍ୟାଙ୍କ ୟୂ ପ୍ରାଇମ୍ ମିନିଷ୍ଟର ଲେଖି ଚିଠି ପଠାଇଥିଲେ । 

ପ୍ରଧାନମନ୍ତ୍ରୀ: ବାଃ ! ବାଃ ! ହଉ, ଝିଅମାନଙ୍କୁ ଆପଣ ମୋର ଏବଂ ମନ୍ କି ବାତ୍ ର ଶ୍ରୋତାମାନଙ୍କ ତରଫରୁ ଅନେକ ଆଶୀର୍ବାଦ ପ୍ରଦାନ କରିବେ । 

ସୁନୀଲ : ବହୁତ ବହୁତ ଧନ୍ୟବାଦ ଆଜ୍ଞା, ଆପଣଙ୍କ ଯୋଗୁଁ ଦେଶର ଝିଅମାନଙ୍କ ମୁଖମଣ୍ଡଳରେ ଅନବରତ ଖୁସି ବୃଦ୍ଧି ପାଇଚାଲିଛି । 

ପ୍ରଧାନମନ୍ତ୍ରୀ: ଅନେକ ଅନେକ ଧନ୍ୟବାଦ, ସୁନୀଲଜୀ ।

ସୁନୀଲ : ଧନ୍ୟବାଦ, ଆଜ୍ଞା । 

ବନ୍ଧୁଗଣ, ମୁଁ ଏ କଥାରେ ବହୁତ ଖୁସି ଯେ "ମନ୍ କୀ ବାତ'ରେ ଆମେ ଦେଶର ନାରୀ ଶକ୍ତିର ଶହଶହ ପ୍ରେରଣାଦାୟକ ଗାଥା ସମ୍ପର୍କରେ ଆଲୋଚନା କରିଛୁ । ଆମର ସେନା ହେଉ ଅଥବା କ୍ରୀଡ଼ାଜଗତ ହେଉ, ମୁଁ ଯେତେବେଳେ ମଧ୍ୟ ମହିଳାଙ୍କ ଉପଲବ୍ଧି ଉପରେ ଆଲୋଚନା କରିଛି, ସେତେବେଳେ ତା'ର ବହୁତ ପ୍ରଶଂସା କରାଯାଇଛି । ଯେପରିକି ଆମେ ଛତିଶଗଡ଼ ଦେଉର ଗାଁର ମହିଳାମାନଙ୍କ କଥା ଚର୍ଚା କରିଥିଲୁ । ଏହି ମହିଳାମାନେ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଗାଁର ଛକ, ସଡ଼କ ଓ ମନ୍ଦିରଗୁଡ଼ିକରେ ସଫେଇ ଅଭିଯାନ ଚଳାଇ ଥାଆନ୍ତି । ସେହିପରି ତାମିଲନାଡ଼ୁର ସେହି ଆଦିବାସୀ ମହିଳାମାନେ, ଯେଉଁମାନେ ହଜାର ହଜାର ଟୋରାକୋଟା ପରିବେଶ ଅନୁକୂଳ କପ୍ ରପ୍ତାନି କରିଛନ୍ତି, ସେମାନଙ୍କଠାରୁ ମଧ୍ୟ ଦେଶ ବହୁତ ପ୍ରେରଣା ପାଇଛି। ତାମିଲନାଡ଼ୁରେ ହିଁ ୨୦ ହଜାର ମହିଳା ଏକାଠି ମିଶି ଭେଲ୍ଲୋରର ନାଗ ନଦୀକୁ ପୁନର୍ଜୀବିତ କରିଥିଲେ । ଏପରି ଅନେକ ଅଭିଯାନକୁ ଆମର ନାରୀ ଶକ୍ତି ନେତୃତ୍ୱ ଦେଇଛନ୍ତି ଏବଂ "ମନ୍ କୀ ବାତ୍‌” ସେମାନଙ୍କ ପ୍ରୟାସକୁ ସାମ୍ନାକୁ ଆଣିବାର ମଞ୍ଚ ପାଲଟିଛି ।

ବନ୍ଧୁଗଣ, ଏବେ ଆମ ସହ ଫୋନ୍ ଲାଇନରେ ଆଉ ଜଣେ ଭଦ୍ରବ୍ୟକ୍ତି ଅଛନ୍ତି । ୟାଙ୍କ ନାଁ ମଞ୍ଜୁର ଅହମଦ । "ମନ୍ କୀ ବାତ”ରେ ଜାମ୍ମୁକାଶ୍ମୀରର ପେନ୍‌ସିଲ୍ ସ୍ଲେଟ୍ ସମ୍ପର୍କରେ କହିବା ବେଳେ ମଞ୍ଜୁର ଅହମଦଙ୍କ କଥା ପଡ଼ିଥିଲା ।

ପ୍ରଧାନମନ୍ତ୍ରୀ ଜୀ : ମଞ୍ଜୁର ଜୀ, ଆପଣ କେମିତି ଅଛନ୍ତି?

ମଞ୍ଜୁର ଜୀ: ଧନ୍ୟବାଦ ଆଜ୍ଞା...ବହୁତ ଭଲ ଅଛି ଆଜ୍ଞା ।

ପ୍ରଧାନମନ୍ତ୍ରୀ ଜୀ : "ମନ୍ କୀ ବାତ”ର ଏହି ୧୦୦ତମ ଅଧ୍ୟାୟରେ ଆପଣଙ୍କ ସହ କଥା ହୋଇ ମତେ ବହୁତ ଭଲ ଲାଗୁଛି ।

ମଞ୍ଜୁର ଜୀ : ଧନ୍ୟବାଦ ଆଜ୍ଞା ।

ପ୍ରଧାନମନ୍ତ୍ରୀ ଜୀ : ଆଚ୍ଛା, ଏହି ପେନ୍‌ସିଲ୍‌-ସ୍ଲେଟ୍‌ବାଲା କାମ କେମିତି ଚାଲୁଛି?

ମଞ୍ଜୁର ଜୀ : ବହୁତ ବଢ଼ିଆ ଚାଲୁଛି ଆଜ୍ଞା, ବହୁତ ବଢ଼ିଆ । ଯେଉଁଦିନଠୁ ଆପଣ ଆଜ୍ଞା ମୋ କଥା "ମନ୍ କୀ ବାତ”ରେ କହିଲେ, ସେବେଠୁ ବହୁତ କାମ ବଢ଼ିଯାଇଛି ଆଜ୍ଞା ଆଉ ଅନ୍ୟମାନଙ୍କର ରୋଜଗାର ମଧ୍ୟ ଏଇଠି ବହୁତ ବଢ଼ିଯାଇଚି ଏଇ କାମରେ । 

ପ୍ରଧାନମନ୍ତ୍ରୀ ଜୀ : ଏବେ କେତେ ଲୋକଙ୍କୁ ରୋଜଗାର ମିଳୁଥିବ?

ମଞ୍ଜୁର ଜୀ : ଏବେ ମୋ ପାଖରେ ୨୦୦ରୁ ଅଧିକ ଅଛନ୍ତି...

ପ୍ରଧାନମନ୍ତ୍ରୀ ଜୀ : ଆରେ ବାଃ! ମତେ ବହୁତ ଖୁସି ଲାଗୁଛି ।

ମଞ୍ଜୁର ଜୀ : ଆଜ୍ଞା ସାର୍‌...ଆଜ୍ଞା ସାର୍‌...ଏବେ ମାସେ ଦି\' ମାସ ଭିତରେ ଏହାକୁ ଆହୁରି ବଢ଼ାଇବାକୁ ଯାଉଛି ଆଉ ୨୦୦ ଲୋକଙ୍କ ରୋଜଗାର ବଢ଼ିଯିବ ସାର୍ ।

ପ୍ରଧାନମନ୍ତ୍ରୀ ଜୀ : ବାଃ ବାଃ! ଦେଖନ୍ତୁ ମଞ୍ଜୁର ଜୀ....

ମଞ୍ଜୁର ଜୀ : ଆଜ୍ଞା ସାର୍ ।

ପ୍ରଧାନମନ୍ତ୍ରୀ ଜୀ : ମୋର ପୂରା ମନେ ଅଛି ଆଉ ସେହି ଦିନ ଆପଣ ମୋତେ କହିଥିଲେ ଯେ ଏହା ଏପରି କାମ ଯାହାର ନା ପରିଚୟ ଅଛି, ନା ନିଜର ପରିଚୟ ଅଛି ଏବଂ ଆପଣଙ୍କୁ ବହୁତ କଷ୍ଟ ମଧ୍ୟ ହେଉଥିଲା ଆଉ ଏହି କାରଣରୁ ଆପଣଙ୍କର ବଡ଼ ସମସ୍ୟା ହେଉଥିଲା । ସେକଥା ବି ଆପଣ କହୁଥିଲେ, କିନ୍ତୁ ଏବେ ତ ଆପଣଙ୍କର ପରିଚୟ ତିଆରି ହୋଇଯାଇଛି ଆଉ ୨୦୦ରୁ ବେଶି ଲୋକଙ୍କୁ ରୋଜଗାର ଦେଉଛନ୍ତି । 

ମଞ୍ଜୁର ଜୀ : ଆଜ୍ଞା ସାର୍‌...ଆଜ୍ଞା ସାର୍‌

ପ୍ରଧାନମନ୍ତ୍ରୀ ଜୀ : ଏବେ ନୂଆ ଭାବେ ବଢ଼ାଇ ଆହୁରି ୨୦୦ ଲୋକଙ୍କୁ ରୋଜଗାର ଦେବେ, ଏହା ତ ଆପଣ ବହୁତ ଖୁସି ଖବର ଦେଲେ ।

ମଞ୍ଜୁର ଜୀ : ଏପରିକି ସାର୍‌, ଏଠାକାର ଯୋଉ ଚାଷୀମାନେ ଅଛନ୍ତି...ସାର୍ ସେମାନଙ୍କ ମଧ୍ୟ ଏଥିରେ ବହୁତ ବେଶି ଲାଭ ମିଳୁଛି ସାର୍ ସେବେଠୁ । ଗୋଟିଏ ଗଛକୁ ୨୦୦୦ ଟଙ୍କା ବିକୁଥିଲେ, ଏବେ ସେଇ ଗଛ ୫୦୦୦ ପର୍ଯ୍ୟନ୍ତ ପହଞ୍ଚିଯାଇଛି ସାର୍ । ସେବେଠୁ ଏତେ ଚାହିଦା ବଢ଼ିଯାଇଛି ଏଥିରେ ଆଉ ଏଥିରେ ନିଜର ବି ପରିଚୟ ହୋଇଯାଇଛି । ଏଥିରେ ବହୁତ ଅର୍ଡର୍ ନିଜ ପାଖରେ ଅଛି ସାର୍ । ଏବେ ମୁଁ ଆଗକୁ ମାସେ ଦି' ମାସ ଭିତରେ ଆହୁରି ବଢ଼ାଇ ଆଉ ଦୁଇ-ଅଢ଼େଇ ଶହ ଦୁଇ ଚାରିଟି ଗାଁରେ ଯେତେ ବି ପୁଅଝିଅ ଅଛନ୍ତି ଏଥିରେ ଆଡ଼ଜଷ୍ଟ୍ ହୋଇପାରିବେ । ସେମାନଙ୍କର ମଧ୍ୟ ଦୈନନ୍ଦିନ ଜୀବିକା ଚାଲିପାରିବ ସାର୍ ।

ପ୍ରଧାନମନ୍ତ୍ରୀ ଜୀ :ଦେଖନ୍ତୁ ମଞ୍ଜୁର ଜୀ, ଭୋକାଲ୍ ଫର୍ ଲୋକାଲ୍‌ର ଶକ୍ତି କେତେ ବହୁତ ଆପଣ ବାସ୍ତବରେ ତାହା କରି ଦେଖାଇ ଦେଇଛନ୍ତି ।

ମଞ୍ଜୁର ଜୀ : ଆଜ୍ଞା ସାର୍ ।

ପ୍ରଧାନମନ୍ତ୍ରୀ ଜୀ : ମୋ ତରଫରୁ ଆପଣଙ୍କୁ ଆଉ ଗାଁର ସମସ୍ତ ଚାଷୀଙ୍କୁ ଏବଂ ଆପଣଙ୍କ ସହିତ କାମ କରୁଥିବା ସମସ୍ତ ସାଥୀମାନଙ୍କୁ ମଧ୍ୟ ମୋ ତରଫରୁ ବହୁତ ବହୁତ ଶୁଭକାମନା...ଧନ୍ୟବାଦ ଭାଇ ।

ମଞ୍ଜୁର ଜୀ : ଧନ୍ୟବାଦ ସାର୍ ।

ବନ୍ଧୁଗଣ, ଆମ ଦେଶରେ ଏପରି ଅନେକ ପ୍ରତିଭାଶାଳୀ ବ୍ୟକ୍ତି ଅଛନ୍ତି, ଯେଉଁମାନେ ନିଜ ପରିଶ୍ରମ ବଳରେ ହିଁ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି । ମୋର ମନେଅଛି, ବିଶାଖାପଟ୍ଟନମ୍‌ର ଭେଙ୍କଟ ମୁରଲୀ ପ୍ରସାଦ ଜୀ ଏକ ଆତ୍ମନିର୍ଭର ଭାରତର ଚାର୍ଟ ଶେୟାର୍ କରିଥିଲେ । ସେ କହିଥିଲେ ଯେ ସେ କିଭଳି ଅଧିକରୁ ଅଧିକ ଭାରତୀୟ ଜିନିଷ ବ୍ୟବହାର କରିବେ । ଯେତେବେଳେ ବେତିଆର ପ୍ରମୋଦ ଜୀ ଏଲ୍‌ଇଡି ବଲ୍‌ବ ତିଆରି କରିବାର ଛୋଟ ୟୁନିଟ୍ ଖୋଲିଲେ ବା ଗଢ଼ମୁକ୍ତେଶ୍ୱରର ସନ୍ତୋଷ ଜୀ ଦରି ତିଆରିର କାମ କଲେ, "ମନ୍ କୀ ବାତ” ହିଁ ସେମାନଙ୍କ ଉତ୍ପାଦକୁ ସମସ୍ତଙ୍କ ସାମ୍ନାକୁ ଆଣିବାର ମାଧ୍ୟମ ହୋଇଥିଲା । ଆମେ ମେକ୍ ଇନ୍ ଇଣ୍ଡିଆର ଅନେକ ଉଦାହରଣଠୁ ନେଇ ମହାକାଶ ଷ୍ଟାଟ୍‌ର୍ଅପ୍ ପର୍ଯ୍ୟନ୍ତ ଆଲୋଚନା "ମନ୍ କୀ ବାତ୍”ରେ କରିଛୁ ।

ବନ୍ଧୁଗଣ, ଆପଣଙ୍କର ମନେ ଥିବ କିଛି ଅଧ୍ୟାୟ ପୂର୍ବରୁ ମୁଁ ମଣିପୁରର ଭଉଣୀ ବିଜୟଶାନ୍ତି ଦେବୀଙ୍କ କଥା ମଧ୍ୟ କହିଥିଲି । ବିଜୟଶାନ୍ତି ପଦ୍ମ ତନ୍ତୁରେ କପଡ଼ା ତିଆରି କରନ୍ତି । "ମନ୍ କୀ ବାତ୍‌”ରେ ତାଙ୍କର ଏହି ନିଆରା ପରିବେଶ ଅନୁକୂଳ ଚିନ୍ତା କଥା ମଧ୍ୟ ଆଲୋଚନା ହୋଇଥିଲା ତ ତାଙ୍କର କାମ ଆହୁରି ଲୋକପ୍ରିୟ ହୋଇଗଲା। ଆଜି ବିଜୟଶାନ୍ତି ଫୋନ୍‌ରେ ଆମ ସହ ଅଛନ୍ତି ।

ପ୍ରଧାନମନ୍ତ୍ରୀ ଜୀ : ନମସ୍ତେ ବିଜୟଶାନ୍ତି ଜୀ! ଆପଣ କେମିତି ଅଛନ୍ତି?

ବିଜୟଶାନ୍ତି ଜୀ : ଆଜ୍ଞା ମୁଁ ଭଲ ଅଛି ।

ପ୍ରଧାନମନ୍ତ୍ରୀ ଜୀ : ଆଉ ଆପଣଙ୍କ କାମ କେମିତି ଚାଲିଛି?

ବିଜୟଶାନ୍ତି ଜୀ : ସାର୍‌..ଏବେ ମୁଁ ମୋର ୩୦ ଜଣ ମହିଳା ସାଥୀଙ୍କ ସହିତ କାମ କରୁଛି ।

ପ୍ରଧାନମନ୍ତ୍ରୀ ଜୀ : ଏତେ କମ୍ ସମୟ ଭିତରେ ଆପଣ ୩୦ ଜଣିଆ ଦଳରେ ପହଂଚିଯାଇଛନ୍ତି!

ବିଜୟଶାନ୍ତି ଜୀ : ହଁ ସାର୍‌, ଏ ବର୍ଷ ମଧ୍ୟ ମୋ ଅଂଚଳର ଆହୁରି ୧୦୦ ଜଣ ମହିଳାଙ୍କୁ ନେଇ କାମକୁ ବଢ଼ାଇବି

ପ୍ରଧାନମନ୍ତ୍ରୀ ଜୀ : ତା'ହେଲେ ଆପଣଙ୍କ ଲକ୍ଷ୍ୟ ୧୦୦ ଜଣ ମହିଳା

ବିଜୟଶାନ୍ତି ଜୀ : ହଁ! ୧୦୦ ଜଣ ମହିଳା

ପ୍ରଧାନମନ୍ତ୍ରୀ ଜୀ : ଆଉ ଏବେ ଲୋକେ ଏହି ପଦ୍ମ ନାଡ଼ ତନ୍ତୁ କଥା ଭଲଭାବେ ଜାଣିସାରିଲେଣି ।

ବିଜୟଶାନ୍ତି ଜୀ : ହଁ ସାର୍ । ପ୍ରଧାନମନ୍ତ୍ରୀଙ୍କ "ମନ୍ କୀ ବାତ୍‌” କାର୍ଯ୍ୟକ୍ରମରୁ ସମସ୍ତେ ପଦ୍ମ ତନ୍ତୁ ବିଷୟରେ ଜାଣିଗଲେ ।

ପ୍ରଧାନମନ୍ତ୍ରୀ ଜୀ : ସେଇଥିପାଇଁ ତ ଏହା ଏତେ ଲୋକପ୍ରିୟ ।

ବିଜୟଶାନ୍ତି ଜୀ : ହଁ ସାର୍ । ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ପାଇଁ ସମସ୍ତେ ପଦ୍ମ ତନ୍ତୁ ବିଷୟରେ ଜାଣିଗଲେ ।

ପ୍ରଧାନମନ୍ତ୍ରୀ ଜୀ : ତ ଏବେ ଆପଣ ବଜାର ମଧ୍ୟ ପାଇଯାଇଥିବେ?

ବିଜୟଶାନ୍ତି ଜୀ : ହଁ, ମୁଁ ଆମେରିକାରେ ମଧ୍ୟ ଗୋଟିଏ ବଜାର ପାଇଛି । ସେମାନେ ଏକାବେଳକେ ବହୁତ କିଣିବାକୁ ଚାହାନ୍ତି, କିନ୍ତୁ ଏ ବର୍ଷଠାରୁ ମୁଁ ଆମେରିକାକୁ ବି ପଠାଇବାକୁ ଚାହୁଁଛି ।

ପ୍ରଧାନମନ୍ତ୍ରୀ ଜୀ : ତ ଏବେ ଆପଣ ଜଣେ ରପ୍ତାନିକାରୀ?

ବିଜୟଶାନ୍ତି ଜୀ : ହଁ ସାର୍‌, ଏଇ ବର୍ଷଠାରୁ ମୁଁ ଆମର ଭାରତରେ ତିଆରି ପଦ୍ମ ତନ୍ତୁର ଜିନିଷ ରପ୍ତାନି କରିବି ।

ପ୍ରଧାନମନ୍ତ୍ରୀ ଜୀ : ତ ମୁଁ ଯେତେବେଳେ ଭୋକାଲ୍ ଫର୍ ଲୋକାଲ୍ କହୁଥିଲି ଆଉ ଏବେ ଲୋକାଲ୍ ଫର୍ ଗ୍ଲୋବାଲ୍ ।

ବିଜୟଶାନ୍ତି ଜୀ : ହଁ ସାର୍‌, ମୁଁ ମୋ ଉତ୍ପାଦକୁ ସମଗ୍ର ବିଶ୍ୱରେ ପହଂଚାଇବାକୁ ଚାହେଁ

ପ୍ରଧାନମନ୍ତ୍ରୀ ଜୀ : ତ ଅଭିନନ୍ଦନ ଆଉ ଆପଣଙ୍କ ପାଇଁ ଶୁଭକାମନା ।

ବିଜୟଶାନ୍ତି ଜୀ : ଧନ୍ୟବାଦ ସାର୍ ।

ପ୍ରଧାନମନ୍ତ୍ରୀ ଜୀ : ଧନ୍ୟବାଦ, ଧନ୍ୟବାଦ ବିଜୟଶାନ୍ତି ।

ବିଜୟଶାନ୍ତି ଜୀ : ଧନ୍ୟବାଦ ସାର୍ ।

ବନ୍ଧୁଗଣ, ‘ମନ୍ କି ବାତ୍‌’ର ଆଉ ଏକ ବିଶେଷତ୍ୱ ରହିଛି । ‘ମନ୍ କି ବାତ୍‌’ ମାଧ୍ୟମରେ ବହୁ ଜନଆନ୍ଦୋଳନ ଜନ୍ମ ନେଇଛି ଏବଂ ଗତିଶୀଳ ମଧ୍ୟ ହୋଇଛି । ଯେପରିକି ଆମର ଖେଳଣା, ଆମର Toy Industry କୁ ପୁଣିଥରେ ସ୍ଥାପିତ କରିବା ପାଇଁ ଆମର Mission ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମରୁ ହିଁ ପ୍ରାରମ୍ଭ ହୋଇଥିଲା । ଭାରତୀୟ ପ୍ରଜାତିର କୁକୁର ଆମର ଦେଶୀ କୁକୁର । ତାଙ୍କୁ ନେଇ ଜନସଚେତନତା ବଢ଼ାବାର ପ୍ରାରମ୍ଭ ମଧ୍ୟ ‘ମନ୍ କି ବାତ୍‌’ ହିଁ କରିଥିଲା ଆଉ ଏକ ଜନସଚେତନତା ଆରମ୍ଭ କରିଥିଲୁ ଯେ ଆମେ ଗରିବ ଓ କ୍ଷୁଦ୍ର ଦୋକାନୀମାନଙ୍କ ସାଙ୍ଗରେ ମୂଲାମୂଲି କରିବା ନାହିଁ, ଝଗଡ଼ା କରିବା ନାହିଁ । ଯେତେବେଳେ “ହର ଘର ତ୍ରିରଙ୍ଗା”ର ଜନଜାଗରଣ ଆରମ୍ଭ ହୋଇଥିଲା ସେତେବେଳେ ମଧ୍ୟ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ଦେଶବାସୀଙ୍କୁ ଏହି ସଂକଳ୍ପ ସହିତ ଯୋଡ଼ିବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଏହିଭଳି ଅନେକ ଉଦାହରଣ, ସମାଜରେ ପରିବର୍ତ୍ତନର କାରଣ ହୋଇପାରିଛି । ସମାଜକୁ ଏହିପରି ଭାବେ ପ୍ରେରଣା ଦେବାପାଇଁ ମଧ୍ୟ ସଂକଳ୍ପ ଧାରଣ କରିଛନ୍ତି ଶ୍ରୀ ପ୍ରଦୀପ ସାଙ୍ଗୱାନ୍ । ‘ମନ୍ କି ବାତ୍‌’ରେ ଆମେ ଶ୍ରୀ ପ୍ରଦୀପ ସାଙ୍ଗୱାନ୍‌ଙ୍କ ‘ହିଲିଙ୍ଗ ହିମାଳୟଜ୍ ଅଭିଯାନ’ର ଚର୍ଚ୍ଚା କରିଥିଲୁ । ସେ ଆମ ସହିତ ଏବେ ଫୋନ୍‌ଲାଇନ୍‌ରେ ଯୋଡ଼ିହୋଇଛନ୍ତି ।

ମୋଦୀଜୀ : ପ୍ରଦୀପଜୀ ନମସ୍କାର ।

ପ୍ରଦୀପ ଜୀ : ସାର୍‌, ଜୟ ହିନ୍ଦ୍ ।

ମୋଦୀଜୀ : ଜୟ ହିନ୍ଦ୍‌, ଜୟ ହିନ୍ଦ୍‌, ଭାଇ! କେମିତି ଅଛନ୍ତି ଆପଣ?

ପ୍ରଦୀପ ଜୀ : ସାର୍‌, ବହୁତ ବଢ଼ିଆ । ଆପଣଙ୍କ ସ୍ୱର ଶୁଣିବା ପରେ ଆହୁରି ବଢ଼ିଆ ଲାଗୁଛି ।

ମୋଦୀଜୀ : ଆପଣ ହିମାଳୟକୁ ଐରବକ୍ଷ କରିବା ପାଇଁ ଚିନ୍ତନ କଲେ ।

ପ୍ରଦୀପ ଜୀ : ହଁ, ସାର୍ ।

ମୋଦୀଜୀ : ଆପଣ ଅଭିଯାନ ବି ଆରମ୍ଭ କଲେ । ଆଜିକାଲି ଆପଣଙ୍କର ମବଜ୍ଞକ୍ଟ୍ରବସଶଦ୍ଭ କେମିତି ଚାଲିଛି?

ପ୍ରଦୀପ ଜୀ : ସାର୍‌, ବହୁତ ଭଲଭାବେ ଚାଲିଛି । ୨୦୨୦ରୁ ତ ଆମର କାର୍ଯ୍ୟ ଏତେମାତ୍ରାରେ ଉତ୍ସାହପ୍ରଦ ଅଛି – ଯେମିତି ଧରିନିଅନ୍ତୁ ଆମେ ପାଂଚବର୍ଷରେ ପୂର୍ଣ୍ଣ ହେଉଥିବା କାର୍ଯ୍ୟ ଏବେ ଗୋଟିଏ ବର୍ଷରେ ହୋଇଯାଉଛି ।

ମୋଦୀଜୀ : ଆରେ ବାଃ .... ।

ପ୍ରଦୀପ ଜୀ : ହଁ, ହଁ ସାର୍ । ଏ ଅଭିଯାନ ଆରମ୍ଭ ସମୟରେ ମୁଁ ବହୁତ nervous ଥିଲି ଏପରିକି ଭୟ ବି ଲାଗୁଥିଲା । ଏଇଥିପାଇଁ ଯେ ସାରା ଜୀବନ ଏଭଳି କାର୍ଯ୍ୟକୁ ମୁଁ କରିପାରିବି ନା ନାହିଁ, ହେଲେ କିଛି କିଛି ସମର୍ଥନ ମିଳିଲା ଏବଂ ୨୦୨୦ ଯାଏଁ ଆମେ ବହୁତ ସଂଘର୍ଷ ବି କରୁଥିଲୁ, ଆମ ସାଙ୍ଗରେ ବହୁତ କମ୍ ଲୋକ ଯୋଡିହେଉଥିଲେ, ଏମିତି ବି ବହୁତ ଲୋକ ଆମକୁ ସନର୍ଥନ କରିପାରୁ ନ ଥିଲେ । ଆମର ଏ ପ୍ରକାର ଅଭିଯାନକୁ ଅନେକ ଗୁରୁତ୍ୱ ମଧ୍ୟ ଦେଉନଥିଲେ । ମାତ୍ର ୨୦୨୦ ପରେ ଯେତେବେଳେ ‘ମନ୍ କି ବାତ୍‌’ରେ ଆପଣ ଆମ କାର୍ଯ୍ୟକ୍ରମର ସୂଚନା ଦେବା ସହ କହିଲେ ତ ସବୁକିଛି ଯେମିତି ବଦଳିଗଲା । ଅର୍ଥାତ୍‌, ପ୍ରଥମେ ପ୍ରଥମେ ଆମେ ବର୍ଷସାରା ୬ରୁ ୭ଟି Cleaning drive କରିପାରୁଥିଲୁ, ବେଶୀରେ ବେଶୀ ୧୦ଟି Cleaning drive କରିବା ସମ୍ଭବ ହେଉପାରୁଥିଲା । କିନ୍ତୁ ଆଜିର ତାରିଖରେ ଆମେ daily basis ରେ ପାଞ୍ଚ ଟନ୍ ମଇଲାକୁ ଏକତ୍ର କରିପାରୁଛୁ, ବିଭିନ୍ନ Locationରୁ .. ।

ମୋଦୀଜୀ : ଆରେ ବାଃ ... 

ପ୍ରଦୀପ ଜୀ : ‘ମନ୍ କି ବାତ୍‌’ରେ ଆମର ଅଭିଯାନ କଥା ପ୍ରସଙ୍ଗକ୍ରମେ ଚର୍ଚ୍ଚା ହେବାପରେ ଆପଣ ସାର ବିଶ୍ୱାସ କରନ୍ତୁ ଯେ ମୁଁ ସେତେବେଳ ପର୍ଯ୍ୟନ୍ତ ଏ କାର୍ଯ୍ୟକୁ ଛାଡିବାକୁ ଯାଉଥିଲି। କିନ୍ତୁ ଏହାପରେ ବହୁତ ପରିବର୍ତନ ଘଟିବାକୁ ଲାଗିଲା ମୋର ଜୀବନଯାତ୍ରାରେ । ଦେଖୁ ଦେଖୁ କାର୍ଯ୍ୟଧାରା ଏତେ ବ୍ୟାପକ ହୋଇଉଠିଲା ଯାହା ଆମେ କେବେ ଚିନ୍ତା ମଧ୍ୟ କରିପାରି ନ ଥିଲୁ । So,I’m really thankful ଆପଣଙ୍କ ପାଖରେ ଯେ କେଜାଣି ଆପଣ ଆମପରି ଲୋକଙ୍କୁ କେମିତି ଖୋଜି ଖୋଜି ବାହାରକୁ ନେଇଆସନ୍ତି । ଆମେ ତ ଲୋକଲୋଚନର ବାହାରେ ଏତେ ଦୂରନ୍ତ ବକ୍ସରବରେ କାମ କରୁ । ହିମାଳୟ କ୍ଷେତ୍ରରେ ବସି ବସି ଆମେ ଆମର କାମରେ ଲାଗିଥାଉ । ଆମକୁ ବା କିଏ କାହିଁକି ଜାଣିବ – ଏ ପ୍ରକାର altitudeରେ ଆମେ କାର୍ଯ୍ୟରତ ଥାଉ । ହେଲେ ଦେଖନ୍ତୁ, ଆପଣ ଆମମାନଙ୍କୁ ଖୋଜି ଖୋଜି ପାଇଗଲେ । ଆମମାନଙ୍କର କାର୍ଯ୍ୟକୁ ଆପଣ ସାରାଦୁନିଆ ସାମ୍ନାକୁ ନେଇଆସିଲେ । ତ, ଏହା ମୋ ପାଇଁ ବହୁତ emotional moment ଥିଲା ସେତେବେଳେ ବି ଓ ଆଜି ବି ଯେ ମୁଁ ଆଜି ମୋ ଦେଶର ପ୍ରଥମ ସେବକଙ୍କ ସହ କଥାବାର୍ତା ହୋଇପାରୁଛି । ମୋ ପାଇଁ ଏହାଠୁ ବଳି ସୌଭାଗ୍ୟର ବିଷୟ ଆଉ କ’ଣ ହୋଇପାରିବ ।

ମୋଦୀଜୀ : ପ୍ରଦୀପ ଜୀ! ଆପଣ ତ ପ୍ରକୃତରେ ଦେଖିବାକୁ ଗଲେ ହିମାଳୟର ଶିଖର ପ୍ରଦେଶରେ ସାଧନାରତ ଅଛନ୍ତି । ମୋର ପୂର୍ଣ୍ଣ ବିଶ୍ୱାସ ଯେ ଆପଣଙ୍କ ନାମ ଉଚ୍ଚାରଣମାତ୍ରେ ଲୋକମାନଙ୍କୁ ସ୍ମରଣ ଆସିଯିବ ଯେ ଆପଣ କିଭଳି ଭାବେ କଠିନ ପରିଶ୍ରମ କରି ହିମାଳୟ ପର୍ବତର ସ୍ୱଚ୍ଛତା ଅଭିଯାନରେ ଲାଗିପଡ଼ିଛନ୍ତି ।

ପ୍ରଦୀପ ଜୀ : ହଁ ସାର୍ ।

ମୋଦୀଜୀ : ଆଉ ଆପଣ ଯେଭଳି କହୁଥିଲେ ଯେ ଏବେ ତ ଆପଣଙ୍କର ବହୁତ ବଡ ଦଳ ହୋଇଯାଇଛି ଏବଂ ଏତେ ବଡ଼ ମାତ୍ରାରେ ଆପଣ ପ୍ରତିଦିନ କାର୍ଯ୍ୟରତ ଅଛନ୍ତି ।

ପ୍ରଦୀପ ଜୀ : ହଁ .. ସାର୍ ।

ମୋଦୀଜୀ : ଏବଂ ମୋର ପୂର୍ଣ୍ଣ ଆସ୍ଥା ଓ ବିଶ୍ୱାସ ଯେ ଆପଣଙ୍କର ଏହି ପ୍ରଚେଷ୍ଟା ଫଳରେ, ଆପଣଙ୍କର ଚର୍ଚ୍ଚା ଶୁଣିବା ପରେ, ଏବେ କେତେ ଯେ ପର୍ବତାରୋହୀ ସ୍ୱଚ୍ଛତା ଅଭିଯାନରେ ଯୋଡ଼ିହୋଇ photo post କରିବାକୁ ଲାଗିଲେଣି ।

ପ୍ରଦୀପ ଜୀ : ହଁ ସାର୍ .. ବହୁତ ।

ମୋଦୀଜୀ : ଏହା ତ ବହୁତ ଭଲ କଥା, ଆପଣଙ୍କ ପରି ସାଥୀମାନଙ୍କର ସତ୍‌ପ୍ରୟାସ କାରଣରୁ “Waste is also a Wealth”ର ଭାବନା ଏବେ ଲୋକମାନଙ୍କର ମନମସ୍ତିଷ୍କରେ ରହିବା ସହ ପରିବେଶର ସୁରକ୍ଷା ଦିଗରେ କାର୍ଯ୍ୟ କରିବା ପାଇଁ ଆଗଭର ହେଉଛନ୍ତି । ହିମାଳୟ ଯାହା ଆମ ଭାରତର ଗର୍ବ ଓ ଗୌରବ, ତାକୁ ରକ୍ଷା କରିବା, ମର୍ଯ୍ୟାଦା ଦେବା ଓ ସାଧାରଣ ଜନତା ସହ ହିମାଳୟକୁ ଯୋଡ଼ିନେବାର ପ୍ରୟାସ ସତରେ ପ୍ରଶଂସନୀୟ । ପ୍ରଦୀପଜୀ, ମୋତେ ବହୁତ ଭଲ ଲାଗିଲା । ବହୁତ ବହୁତ ଧନ୍ୟବାଦ ଭାଇ ।

ପ୍ରଦୀପ ଜୀ : Thank you sir, Thank you so much,, ଜୟ ହିନ୍ଦ୍ ।

ମୋଦୀଜୀ : ବନ୍ଧୁଗଣ, ଆଜି ସମଗ୍ର ଦେଶରେ Tourism ବହୁତ ତୀବ୍ର ବେଗରେ Grow କରୁଛି । ଆମ ଦେଶର ପ୍ରାକୃତିକ ସଂସାଧନ ହେଉ, ନଦୀ, ପାହାଡ଼, ପୁଷ୍କରିଣୀ ଅବା ଆମର ଗୌରବମୟ ତୀର୍ଥସ୍ଥଳ, ଏ ସମସ୍ତ ସ୍ଥାନକୁ ସ୍ୱଚ୍ଛ ରଖିବା ବହୁତ ଆବଶ୍ୟକ । ଏସବୁ Tourism Industryକୁ ବହୁତ ସାହାଯ୍ୟ କରିବେ । ପର୍ଯ୍ୟଟନର ସ୍ୱଚ୍ଛତା ସହିତ ଆମେ Incredible India Movement ମଧ୍ୟ ଅନେକଥର ଚର୍ଚ୍ଚା କରିଛୁ । ଏହି movement ଦ୍ୱାରା ପ୍ରଥମଥର ପାଇଁ ଲୋକମାନଙ୍କୁ ଏଭଳି ଅନେକ ସ୍ଥାନଗୁଡ଼ିକ ବିଷୟରେ ଜଣାପଡ଼ିଲା ଯାହା ସେମାନଙ୍କ ଆଖପାଖରେ ହିଁ ଥିଲା । ମୁଁ ସବୁବେଳେ କୁହେ ଯେ ଆମେ ବିଦେଶର Tourism ଯିବା ପୂର୍ବରୁ ଆମ ଦେଶର ଅତିକମ୍‌ରେ ୧୫ଟି destinationକୁ ନିଶ୍ଚିତ ଭାବେ ବୁଲିଯିବା ଦରକାର । ଏଭଳି destination ବାଛିବା ପୂର୍ବରୁ ଏହା ବି ଧ୍ୟାନ ରଖିବା ଉଚିତ ଯେ ଆପଣ ଯେଉଁ ରାଜ୍ୟରେ ନିବାସୀ ସେଠାକାର ନୁହେଁ ବରଂ ଅନ୍ୟ ରାଜ୍ୟର Tourist Desination କୁ ବୁଲିଯିବା ଉଚିତ । ଏହିପରି ଭାବେ ଆମେ ସ୍ୱଚ୍ଛ ସିଆଚୀନ୍‌, Single use Plastic ଓ e-waste ପରି ଗମ୍ଭୀର ବିଷୟରେ ଲଗାତାର ଭାବେ ଚର୍ଚ୍ଚା କରିଛୁ । ଆଜି ପୁରା ଦୁନିଆ ପରିବେଶର ଯେଉଁ issue କୁ ନେଇ ଏତେମାତ୍ରାରେ ବିବ୍ରତ ଓ ଚିନ୍ତିତ, ତା’ର ସମାଧାନ ଦିଗରେ ‘ମନ୍ କି ବାତ୍‌’ର ଏଭଳି ପ୍ରୟାସ ନିଶ୍ଚିତ ରୂପେ ଗୁରୁତ୍ୱ ବହନ କରେ ।

ସାଥୀଗଣ, ‘ମନ୍ କି ବାତ୍‌’କୁ ନେଇ ମୋତେ ଏଇଥର ଗୋଟିଏ ବିଶେଷ ବାର୍ତ୍ତା UNESCOର DG ଔଦ୍ରେ ଆଜୁଲେ (Audrey Azoulay)ଙ୍କ ପାଖରୁ ଆସିଛି । ସେ ସମଗ୍ର ଦେଶବାସୀଙ୍କୁ “ଶହେ ଏପିସୋଡ” (100th Episodes)ର ଏହି ଭବ୍ୟ ଯାତ୍ରା ପାଇଁ ଶୁଭକାମନା ଜଣାଇଛନ୍ତି । ଏହାସହିତ, ସେ କିଛି ପ୍ରଶ୍ନ ମଧ୍ୟ ପଚାରିଛନ୍ତି । ଆସନ୍ତୁ, ଆମେ ପ୍ରଥମେ UNESCOe DGଙ୍କ ‘ମନ୍ କି ବାତ୍‌’ ଶୁଣିବା ।

# Audio (UNESCO DG) #

DG UNESCO: ନମସ୍କାର, ପ୍ରିୟ ପ୍ରଧାନମନ୍ତ୍ରୀ ମହୋଦୟ, ରେଡ଼ିଓ ପ୍ରସାରଣ ‘ମନ୍ କି ବାତ୍‌’ର ୧୦୦ତମ ଅଧ୍ୟାୟରେ ଭାଗନେବାର ସୁଯୋଗ ପାଇଥିବାରୁ ୟୁନେସ୍କୋ ତରଫରୁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି । ୟୁନେସ୍କୋ ଏବଂ ଭାରତର ଏକ ସୁଦୀର୍ଘ ଅନୁରୂପ ଇତିହାସ ରହିଛି । ଆମ ଲକ୍ଷ୍ୟର ସମସ୍ତ ଦିଗ ଯଥା ଶିକ୍ଷା, ବିଜ୍ଞାନ, ସଂସ୍କୃତି ଏବଂ ସୂଚନା ଆଦିର ବିକାଶ କ୍ଷେତ୍ରରେ ଆମର ଏକ ଦୃଢ଼ ସହଭାଗିତା ରହିଆସିଛି। ଆଜିର ଏହି ଅବସରରେ ମୁଁ ଶିକ୍ଷାର ଗୁରୁତ୍ୱ ଉପରେ କହିବାକୁ ଚାହୁଁଛି । ୨୦୩୦ ମସିହା ସୁଦ୍ଧା ବିଶ୍ୱର ସମସ୍ତ ଲୋକଙ୍କ ପାଖରେ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ ପହଂଚାଇବାର ଲକ୍ଷ୍ୟନେଇ ୟୁନେସ୍କୋ ସହ ତା’ର ସଦସ୍ୟ ରାଷ୍ଟ୍ରମାନେ କାମ କରିଆସୁଛନ୍ତି । ଏହି ଲକ୍ଷ୍ୟ ପୂର୍ତି ପାଇଁ ପୃଥିବୀର ସବୁଠାରୁ ଜନବହୁଳ ରାଷ୍ଟ୍ର ଭାରତ ଆମକୁ କିଛି ମାର୍ଗଦର୍ଶନ ଦେଇପାରିବ, ସେ ବିଷୟରେ ଆପଣ ଆଲୋକପାତ କରିବେ କି? ୟୁନେସ୍କୋ ମଧ୍ୟ ସଂସ୍କୃତି ଏବଂ ଐତିହ୍ୟର ସଂରକ୍ଷଣ ଦିଗରେ କାମ କରିଆସୁଛି । ଭାରତ ଏ ବର୍ଷ G20 ଦେଶଗୁଡ଼ିକର ଅଧ୍ୟକ୍ଷତା କରୁଛି । ଏହି କାର୍ଯ୍ୟ ପାଇଁ ଦିଲ୍ଲୀକୁ ବିଶ୍ୱସ୍ତରୀୟ ନେତାମାନନଙ୍କର ଆଗମନ ହେବ । ମହାଶୟ, ଶିକ୍ଷା ଓ ସଂସ୍କୃତିକୁ ଏହି ଅନ୍ତର୍ଜାତୀୟ ଏଜେଣ୍ଡାର ଶୀର୍ଷ ସ୍ଥାନରେ ରଖିବାକୁ ଭାରତ କିଭଳି ପ୍ରୟାସ କରୁଛି? ଏହି ସୁଯୋଗ ପାଇଥିବାରୁ ମୁଁ ପୁଣିଥରେ ଆପଣଙ୍କୁ ଧନ୍ୟବାଦ ଦେବା ସଙ୍ଗେ ଆପଣଙ୍କ ମାଧ୍ୟମରେ ଭାରତୀୟ ଜନସାଧାରଣଙ୍କୁ ଅଶେଷ ଶୁଭକାମନା ଜଣାଉଛି । ଖୁବ୍‌ଶୀଘ୍ର ଆପଣଙ୍କ ସହ ସାକ୍ଷାତ ହେବ, ବହୁତ ବହୁତ ଧନ୍ୟବାଦ ।

PM Modi : ଧନ୍ୟବାଦ ମହାଶୟା । ୧୦୦ତମ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମରେ ଆପଣଙ୍କ ସହିତ କଥା ହୋଇ ମୁଁ ଆନନ୍ଦ ଅନୁଭବ କରୁଛି । ଆପଣ ଶିକ୍ଷା ଏବଂ ସଂସ୍କୃତି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉତ୍‌ଥାପନ କରିଥିବାରୁ ମୁଁ ବିଶେଷ ଭାବେ ଖୁସି ।

ବନ୍ଧୁଗଣ; UNESCOର DG ମହାଶୟା Education ଏବଂ Cultural Prevention ଅର୍ଥାତ୍ ଶିକ୍ଷା ଓ ସଂସ୍କୃତିର ସଂରକ୍ଷଣ ଦିଗରେ ଭାରତର ପ୍ରୟାସ ବିଷୟ ଜାଣିବାକୁ ଚାହିଁଛନ୍ତି । ଏ ଦୁଇଟିଯାକ ବିଷୟ ‘ମନ୍ କି ବାତ୍‌’ର ପସନ୍ଦର ବିଷୟ ରହିଆସିଛି ।

ଶିକ୍ଷା ଓ ସଂସ୍କୃତିର କଥା ହେଉ ବା ତା’ର ସଂରକ୍ଷଣ ବା ସଂବର୍ଦ୍ଧନର କଥା ହେଉ, ଏହା ସର୍ବଦା ଭାରତର ପରମ୍ପରା ହୋଇଆସିଛି । ଏ ଦିଗରେ ଆଜି ଦେଶ ଯେଉଁଭଳି କାମ କରୁଛି ତାହା ବାସ୍ତବରେ ବହୁତ ପ୍ରଶଂସନୀୟ । ରାଷ୍ଟ୍ରୀୟ ଶିକ୍ଷାନୀତି ହେଉ, ଆଂଚଳିକ ଭାଷା ମାଧ୍ୟମରେ ଶିକ୍ଷାଦାନର ବିକଳ୍ପ ହେଉ ଅଥବା ଶିକ୍ଷା ଓ ପ୍ରଯୁକ୍ତିର ଏକତ୍ରୀକରଣ ହେଉ, ଆପଣଙ୍କୁ ଏହିଭଳି ଅନେକ ପ୍ରୟାସ ଦେଖିବାକୁ ମିଳିବ । ବହୁ ବର୍ଷ ପୂର୍ବେ ଗୁଜରାଟରେ ଗୁଣାତ୍ମକ ଶିକ୍ଷା ଦେବାପାଇଁ ଏବଂ Drop Out ହାର କମ୍ କରିବା ପାଇଁ “ଗୁଣୋତ୍ସବ ଏବଂ ଶାଳାପ୍ରବେଶୋତ୍ସବ” ଭଳି କାର୍ଯ୍ୟକ୍ରମ ଜନଭାଗିଦାରୀର ଏକ ଅଦ୍ଭୁତ ଉଦାହରଣ ହୋଇପାରିଥିଲା । ‘ମନ୍ କି ବାତ୍‌’ରେ ମୁଁ ଏହିଭଳି ଅନେକ ଲୋକଙ୍କ ପ୍ରୟାସକୁ Highlight କରିଛି ଯେଉଁମାନେ କି ନିଃସ୍ୱାର୍ଥ ଭାବରେ ଶିକ୍ଷା ପାଇଁ କାମ କରୁଛନ୍ତି । ଆପଣଙ୍କର ମନେଥିବ, ଥରେ ମୁଁ ଓଡ଼ିଶାରେ ଠେଲାଗାଡ଼ିରେ ଚା’ ବିକୁଥିବା ସ୍ୱର୍ଗତଃ ଡି. ପ୍ରକାଶ ରାଓଙ୍କ କଥା ଆଲୋଚନା କରିଥିଲି, ଯିଏକି ଗରିବ ପିଲାମାନଙ୍କ ପଢ଼ାଇବାର ମିଶନରେ ଲାଗିପଡ଼ିଥିଲେ । ଝାଡ଼ଖଣ୍ଡର ଏକ ଗାଁରେ ଡିଜିଟାଲ ଲାଇବ୍ରେରୀ ଚଳାଉଥିବା ସଂଜୟ କୁମାରଙ୍କ କଥା ହେଉ ବା କୋଭିଡ ସମୟରେ e-learning ମାଧ୍ୟମରେ ଅନେକ ପିଲାମାନଙ୍କୁ ସାହାଯ୍ୟ କରୁଥିବା ହେମଲତ N.K. ହୁଅନ୍ତୁ, ଏହିଭଳି ଅନେକ ଶିକ୍ଷକଙ୍କ ଉଦାହରଣ ମୁଁ ‘ମନ୍ କି ବାତ୍‌’ରେ ଦେଇଛି । ମୁଁ ସାଂସ୍କୃତିକ ସଂରକ୍ଷଣର ପ୍ରୟାସକୁ ସର୍ବଦା ‘ମନ୍ କି ବାତ୍‌’ରେ ସ୍ଥାନ ଦେଇଛି ।

ଲାକ୍ଷାଦ୍ୱୀପର Kummel brothers Challengers Club ହେଉ ଅଥବା କର୍ଣ୍ଣାଟକର “କ୍ୱେମଶ୍ରୀ ଜୀ କଳା ଚେତନା” ଭଳି ମଂଚ ହେଉ, ଦେଶର କୋଣ ଅନୁକୋଣରୁ ଲୋକମାନେ ଚିଠି ମାଧ୍ୟମରେ ମୋତେ ଏହିଭଳି ଉଦାହରଣଗୁଡ଼ିକ ପଠାଇଛନ୍ତି । ଦେଶଭକ୍ତିମୂଳକ ଗୀତ, ନାନାବାୟା ଗୀତ ଏବଂ ରଙ୍ଗୋଲୀ – ଏହି ତିନୋଟି ପ୍ରତିଯୋଗିତା ବିଷୟରେ ମଧ୍ୟ ମୁଁ ଉଲ୍ଲେଖ କରିଥିଲି । ଆପଣମାନେ ଧ୍ୟାନ ଦେଇଥିବେ, ଥରେ ମୁଁ ସାରା ଦେଶର Story teller ମାନଙ୍କ ସହିତ Story telling ମାଧ୍ୟମରେ ଶିକ୍ଷାଦାନର ଭାରତୀୟ ପରମ୍ପରା ଉପରେ ଚର୍ଚ୍ଚା କରିଥିଲି । ମୋର ଅତୁଟ ବିଶ୍ୱାସ ଯେ ସାମୂହିକ ପ୍ରୟାସ ଦ୍ୱାରା ବହୁତ ବଡ଼ ପରିବର୍ତନ ଆସିପାରିବ । ଏ ବର୍ଷ ଆମେ ଯେତେବେଳେ ସ୍ୱାଧୀନତାର ଅମୃତକାଳରେ ଆଗେଇ ଚାଲିଛନ୍ତି, ତା’ସହିତ G-20 ର ଅଧ୍ୟକ୍ଷତା ମଧ୍ୟ କରୁଛନ୍ତି । ଏହା ବି ଏକ କାରଣ ଯାହାଦ୍ୱାରା ଶିକ୍ଷା ସଙ୍ଗେ ସଙ୍ଗେ ଭିନ୍ନ ଭିନ୍ନ (Global Culture)ବୈଶ୍ୱିକ ସଂସ୍କୃତିକୁ ସମୃଦ୍ଧ କରିବା ଦିଗରେ ଆମର ସଂକଳ୍ପ ଆହୁରି ମଜଭୁତ ହୋଇପାରିଛି ।

ମୋର ପ୍ରିୟ ଦେଶବାସୀଗଣ ଆମ ଉପନିଷଦର ଗୋଟିଏ ମନ୍ତ୍ର ଶତାବ୍ଦୀ ଶତାବ୍ଦୀ ଧରି ଆମ ମନକୁ ପ୍ରେରଣା ଦେଇଆସିଛି ।

ଚରୈବତି ଚରୈବତି ଚରୈବତି

ଅର୍ଥାତ୍ ନିରନ୍ତର ଚାଲୁଥାଅ, ଚାଲୁଥାଅ, ଚାଲୁଥାଅ ।

ଆଜି ଏହି ଚରୈବତିର ଭାବନା ସହିତ ‘ମନ୍ କି ବାତ୍‌’ର ୧୦୦ତମ ଅଧ୍ୟାୟ ପୂର୍ଣ୍ଣ କରୁଛୁ । ଭାରତର ସାମାଜିକ ବିବିଧତାକୁ ମଜଭୁତ୍ କରିବାରେ ‘ମନ୍ କି ବାତ୍‌’ କୌଣସି ମାଳାର ସେହି ସୂତାର କାର୍ଯ୍ୟ କରିଥାଏ, ଯାହା ସମ୍ପୂର୍ଣ୍ଣ ମାଳାରେ ଥିବା ପ୍ରତିଟି ମାଳିକୁ ବାନ୍ଧିରଖିଥାଏ । ପ୍ରତି ଅଧ୍ୟାୟରେ ଦେଶବାସୀମାନଙ୍କ ସେବା ଓ ସାମର୍ଥ୍ୟ ଅନ୍ୟକୁ ପ୍ରେରଣା ଦେଇଆସିଛି । ଏହି କାର୍ଯ୍ୟରେ ଦେଶର ପ୍ରତ୍ୟେକ ବ୍ୟକ୍ତି ଅନ୍ୟ ବ୍ୟକ୍ତିଟି ପାଇଁ ପ୍ରେରଣା ହୋଇଥାଏ । କହିବାକୁ ଗଲେ ‘ମନ୍ କି ବାତ୍‌’ର ପ୍ରତ୍ୟେକଟି ଅଧ୍ୟାୟ ଆଗାମୀ ଅଧ୍ୟାୟ ପାଇଁ ଭିତିଭୂମି ପ୍ରସ୍ତୁତ କରେ । ‘ମନ୍ କି ବାତ୍‌’ ସବୁବେଳେ ସଦ୍‌ଭାବନା, ସେବା ଭାବନା ଓ କର୍ତବ୍ୟ ଭାବନାକୁ ନେଇ ଆଗକୁ ଚାଲିଛି । ସ୍ୱାଧୀନତାର ଅମୃତ କାଳରେ ଏହି ସକାରାତ୍ମକ ଭାବ ଦେଶକୁ ଆଗେଇନେବ, ଏକ ନୂତନ ଉଚ୍ଚତାରେ ପହଞ୍ଚାଇଦେବ ଏବଂ ମୁଁ ବହୁତ ଖୁସି ଯେ ‘ମନ୍ କି ବାତ୍‌’ରୁ ଯେଉଁ ଶୁଭାରମ୍ଭ ହୋଇଛି ତାହା ଦେଶର ଏକ ନୂତନ ପରମ୍ପରାରେ ପରିଣତ ହୋଇଛି । ଏକ ଏଭଳି ପରମ୍ପରା ଯେଉଁଥିରେ ଆମକୁ ‘ସବ୍ କା ପ୍ରୟାସ୍‌’ର ଭାବନା ଦେଖିବାକୁ ମିଳୁଛି ।

ବନ୍ଧୁଗଣ, ମୁଁ ଆଜି ଆକାଶବାଣୀର ବନ୍ଧୁମାନଙ୍କୁ ବି ଧନ୍ୟବାଦ ଦେବି ଯେଉଁମାନେ ବହୁତ ଧୈର୍ଯ୍ୟର ସହିତ ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ରେକର୍ଡ଼ କରୁଛନ୍ତି । ସେଇ ଅନୁବାଦକମାନେ ଯେଉଁମାନେ ବହୁତ କମ୍ ସମୟରେ ତୀବ୍ର ଗତିରେ ‘ମନ୍ କି ବାତ୍‌’କୁ ବିଭିନ୍ନ ଆଂଚଳିକ ଭାଷାରେ ଅନୁବାଦ କରୁଛନ୍ତି ମୁଁ ସେମାନଙ୍କ ନିକଟରେ ମଧ୍ୟ ଋଣୀ । ମୁଁ ଦୂରଦର୍ଶନ ତଥା MyGov ର ସାଥୀମାନଙ୍କୁ ଧନ୍ୟବାଦ ଜଣାଉଛି । ସାରାଦେଶର TVChannels, Electronic Media ର ଲୋକମାନେ ଯେଉଁମାନେ ବିନା Commercial Break ରେ ‘ମନ୍ କି ବାତ୍‌’କୁ ଦେଖାଉଛନ୍ତି ସେମାନଙ୍କ ପ୍ରତି ମଧ୍ୟ କୃତଜ୍ଞତା ବ୍ୟକ୍ତ କରୁଛି ଏବଂ ପରିଶେଷରେ ମୁଁ ସେମାନଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରୁଛି ଯେଉଁମାନେ ‘ମନ୍ କି ବାତ୍‌’ର ନେତୃତ୍ୱ ନେଇଆସିଛନ୍ତି – ଭାରତର ଲୋକ, ଭାରତ ଉପରେ ଆସ୍ଥା ରଖିଥିବା ଲୋକ । ଏସବୁ କିଛି ଆପଣମାନଙ୍କ ପ୍ରେରଣା ଓ ଶକ୍ତି ଦ୍ୱାରା ସମ୍ଭବ ହୋଇପାରଛି ।

ବନ୍ଧୁଗଣ, ଏମିତି ବି ମୋ ମନରେ ଆଜି ଏତେକଥା କହିବାକୁ ଅଛି ଯେ ସେସବୁ ପାଇଁ ସମୟ ଓ ଶବ୍ଦ ଦୁଇଟା ଯାକର ଅଭାବ ଅନୁଭୂତ ହେଉଛି । କିନ୍ତୁ ମୋର ବିଶ୍ୱାସ ଅଛି ଯେ ଆପଣମାନେ ମୋର ଭାବକୁ ବୁଝିବେ ମୋର ଭାବନାକୁ ମଧ୍ୟ ବୁଝିବେ । ଆପଣଙ୍କ ପରିବାରର ଜଣେ ସଦସ୍ୟ ଭାବରେ ‘ମନ୍ କି ବାତ୍‌’ ମାଧ୍ୟମରେ ଆପଣଙ୍କ ମଧ୍ୟରେ ଅଛି ଏବଂ ଆପଣଙ୍କ ମଧ୍ୟରେ ରହିବି । ଆଗାମୀ ମାସରେ ପୁଣି ସାକ୍ଷାତ ହେବ । ପୁଣି ନୂଆ ବିଷୟ ଓ ନୂଆ ସୂଚନା ସହିତ ଦେଶବାସୀମାନଙ୍କର ସଫଳତାକୁ ପାଳନ କରିବା । ସେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ ଏବଂ ନିଜର ତଥା ନିଜ ଲୋକମାନଙ୍କର ଧ୍ୟାନ ରଖନ୍ତୁ । ବହୁତ ବହୁତ ଧନ୍ୟବାଦ । ନମସ୍କାର ।

 

*****

RoW

 

 



(Release ID: 1920882) Visitor Counter : 139