ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

‘ମନ୍ କି ବାତ୍‌’ ଇଣ୍ଡିଆକୁ ଭାରତ ସହିତ ଯୋଡୁଛି


ଆଇଆଇଏମ୍‌ସି ନୂଆଦିଲ୍ଲୀ ପକ୍ଷରୁ ହୋଇଥିବା ଏକ ସ୍ୱତନ୍ତ୍ର ଅନୁଧ୍ୟାନରେ ୭୬% ଗଣମାଧ୍ୟମ ବ୍ୟକ୍ତିତ୍ୱ ଏହି ମତ ଦେଇଛନ୍ତି

୬୩% ଲୋକ ‘ୟୁଟ୍ୟୁବ’ରେ “ମନ୍ କି ବାତ୍‌” ଶୁଣିବାକୁ ପସନ୍ଦ କରନ୍ତି

ପ୍ରଧାନମନ୍ତ୍ରୀଙ୍କ ରେଡିଓ କାର୍ଯ୍ୟକ୍ରମ ଆଧୁନିକ ଭାରତର ଅଜ୍ଞାତ ନିର୍ମାତାମାନଙ୍କୁ ସମଗ୍ର ରାଷ୍ଟ୍ର ଆଗରେ ଉପସ୍ଥାପିତ କରୁଛି

Posted On: 29 APR 2023 12:19PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍‌’ ଉପରେ ନୂଆଦିଲ୍ଲୀସ୍ଥିତ ଭାରତୀୟ ଜନସଂଚାର ସଂସ୍ଥାନ (ଆଇଆଇଏମ୍‌ସି) ପକ୍ଷରୁ ଏକ ସ୍ୱତନ୍ତ୍ର ସର୍ଭେ (ଅନୁଧ୍ୟାନ) ଗଣମାଧ୍ୟମର ବ୍ୟକ୍ତିମାନଙ୍କ ମଧ୍ୟରେ କରାଯାଇଥିଲା । ଏହି ସର୍ବେକ୍ଷଣର ତଥ୍ୟ ଅନୁସାରେ ୭୬% ଗଣମାଧ୍ୟମ ବ୍ୟକ୍ତିତ୍ୱ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍‌’ ପ୍ରକୃତ ଭାରତକୁ ଦେଶବାସୀଙ୍କ ନିକଟରେ ଉପସ୍ଥାପିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହି କାର୍ଯ୍ୟକ୍ରମ ଏପରି ଏକ ଧାରା ସୃଷ୍ଟି କରିଛି ଯେଉଁଠି ଲୋକେ ଦେଶର ଅନ୍ୟ ଭାଗରେ ଘଟୁଥିବା ଘଟଣା ସମ୍ପର୍କରେ ଅବଗତ ହେବା ସହିତ ତାହାକୁ ପସନ୍ଦ କରୁଛନ୍ତି । ସର୍ଭେରେ ଭାଗ ନେଇଥିବା ୭୫ଶତାଂଶ ମଡିଆ ବ୍ୟକ୍ତିତ୍ୱଙ୍କ ମତ ହେଲା ମନ୍ କି ବାତ୍ ଏକ ମଞ୍ଚ ବା ପ୍ଲାଟଫର୍ମ ଭାବେ ଉଭା ହୋଇଛି । ଦେଶର ଅଗମ୍ୟ, ଦୂରଦୂରାନ୍ତ ଅଞ୍ଚଳରେ ଲୋକଙ୍କ ପାଇଁ ନିଃସ୍ୱାର୍ଥପର ଭାବେ କାମ କରୁଥିବା ସମାଜର ଏହି ତଳସ୍ତରର ନବସୃଜନକାରୀ ମାନଙ୍କୁ ଏହି ମଞ୍ଚ ଉପସ୍ଥାପିତ କରି ସେମାନେ ସାଧାରଣ ଜନତାଙ୍କ ଜୀବନରେ ହେଉଥିବା ପରିବର୍ତ୍ତନକୁ ଦେଖାଉଛି ।

ଆଇଆଇଏମ୍‌ସି ମହାନିର୍ଦ୍ଦେଶକ ପ୍ରଫେସର ସଂଜୟ ଦ୍ୱିବେଦୀଙ୍କ କହିବା ଅନୁସାରେ ତାଙ୍କ ଅନୁଷ୍ଠାନର ଜନସମ୍ପର୍କ ବିଭାଗ ଦ୍ୱାରା ଏହି ସର୍ଭେ୨୦୨୩ ଏପ୍ରିଲ ୧୨ରୁ ୨୫ତାରିଖ ମଧ୍ୟରେ ହୋଇଥିଲା । ଗଣମାଧ୍ୟମ ସହିତ ସମ୍ପୃକ୍ତ ବ୍ୟକ୍ତିବିଶେଷ ଯଥା ସାମ୍ବାଦିକ, ଗଣମାଧ୍ୟମ ବିଷୟରେ ପାଠ ପଢାଉଥିବା ଅଧ୍ୟାପକ ଓ କର୍ମଚାରୀ, ଗଣମାଧ୍ୟମ ଉପରେ ଗବେଷଣା କରୁଥିବା ଗବେଷକ ଓ ସାମ୍ବାଦିକତା ଗଣମାଧ୍ୟମର ଛାତ୍ରଛାତ୍ରୀମାନଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଏଥିରେ ଦେଶର ମୋଟ ୧୧୬ମିଡିଆ ହାଉସ, ଏକାଡେମିକ ପ୍ରତିଷ୍ଠାନ ଓ ବିଶ୍ୱବିଦ୍ୟାଳୟକୁ ସାମିଲ କରାଯାଇ ମତାମତ ସଂଗ୍ରହ କରାଯାଇଥିଲା । ମତାମତ ସଂଗ୍ରହ କରାଯାଇଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ୩୨୬ଜଣ ମହିଳା ଓ ୫୬୪ଜଣ ପୁରୁଷ ଥିଲେ । ମତାମତ ପ୍ରଦାନକାରୀଙ୍କ ମଧ୍ୟରୁ ୬୬ ଶତାଂଶଙ୍କ ବୟସ ୧୮ରୁ ୨୫ବର୍ଷ ମଧ୍ୟରେ ।

ଯେଉଁମାନେ ଏ ସମ୍ପର୍କରେ ମତାମତ ଦେଇଛନ୍ତି ସେମାନଙ୍କ କହିବା କଥା ହେଲା ଦେଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ଓ ଦୂରଦୃଷ୍ଟି ଏବଂ ଦେଶ ସଂକ୍ରାନ୍ତ ଜ୍ଞାନ-ଏହି ଦୁଇଟି ବିଷୟ ଯୋଗୁଁ ସେମାନେ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ଶୁଣିବାକୁ ବିଶେଷ ଆଗ୍ରହୀ । ଯଦି ଏହି କାର୍ଯ୍ୟକ୍ରମର କୌଣସି ଅଧ୍ୟାୟ ଦୈବାତ୍ ସେମାନେ ଶୁଣିବାରୁ ବଂଚିତ ହୁଅନ୍ତି ତାହାକୁ ପରେ କେମିତି ଶୁଣନ୍ତି ବୋଲି ଏକ ପ୍ରଶ୍ନର ଉତ୍ତରରେ ୬୩% କହିଥିଲେ ଯେ ସେମାନେ (ୟୁଟ୍ୟୁବ)ରେ ଏହାକୁ ଶୁଣନ୍ତି । ଅନ୍ୟାନ୍ୟ ମିଡିଆଠାରୁ ୟୁଟ୍ୟୁବକୁ ସେମାନେ ଅଧିକ ପ୍ରସନ୍ଦ କରନ୍ତି । ଆହୁରି ମଧ୍ୟ ୭୬% ମତାମତ ପ୍ରଦାନକାରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ବିଭିନ୍ନ ବିଷୟକ “ମନ୍ କି ବାତ୍‌” କାର୍ଯ୍ୟକ୍ରମ ଶୁଣି ସେମାନେ ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥାନ୍ତି ।

 ପ୍ରଫେସର ଦ୍ୱିବେଦୀ କହିଛନ୍ତି ଯେ, ‘ମନ୍ କି ବାତ୍‌’ରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିବା ଯେଉଁ ପ୍ରସଙ୍ଗ ଲୋକଙ୍କୁ ଅଧିକ ଆକର୍ଷିତ କରିଛି ସେ ସମ୍ପର୍କରେ ମଧ୍ୟ ମତାମତ ସଂଗ୍ରହ କରାଯାଇଥିଲା । ଏହାର ଉତ୍ତରରେ ୪୦% ଲୋକ କହିଛନ୍ତି ଯେ ଶିକ୍ଷା ବିଷୟକ ଆଲୋଚନା ପ୍ରତି ସେମାନେ ଅଧିକ ପ୍ରଭାବିତ । ସେହିଭଳି ୨୬% ସମାଜର ତଳସ୍ତରରେ ଇନୋଭେଟରମାନଙ୍କ କାମ ବିଷୟରେ ଜାଣି ବିଶେଷ ପ୍ରଭାବିତ ହୋଇଥିବା କହିଛନ୍ତି । 

ଏହି ଅନୁଧ୍ୟାନରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ମତାମତ ସଂଗ୍ରହ କରାଯାଇଥିଲା । ତାହା ହେଲା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ “ମନ୍ କି ବାତ୍‌’ରେ ଆଲୋଚନା କରୁଥିବା ବିଷୟ ଶୁଣିବା ପରେ ସମ୍ପୃକ୍ତ ଶ୍ରୋତା ସେ ସମ୍ପର୍କରେ କାହା ସହିତ ଆଲୋଚନା କରନ୍ତି । ଏହାର ଉତ୍ତରରେ ୩୨% କହିଥିଲେ ଯେ ଏ ବିଷୟରେ ସେମାନେ ନିଜର ପରିବାରବର୍ଗଙ୍କ ସହିତ କଥାବାର୍ତ୍ତା ହୁଅନ୍ତି । ଅନ୍ୟ ୨୯% କହିଥିଲେ ଯେ ସେମାନେ ଏ ବିଷୟରେ ନିଜର ସାଙ୍ଗ ଓ ସହକର୍ମୀମାନଙ୍କ ସହ କଥାବାର୍ତ୍ତା କରିଥାଆନ୍ତି ।

ଅନୁଧ୍ୟାନର ଆଉ ଏକ ମଜାଦାର ତଥ୍ୟ ହେଲା ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିବା ପାଇଁ ୧୨% ଲୋକ ରେଡିଓ, ୧୫% ଟେଲିଭିଜନ ଓ ୩୭% ଇଣ୍ଟରନେଟ୍ ଭିତ୍ତିକ ପ୍ଲାଟଫର୍ମ ବ୍ୟବହାର କରିଥାନ୍ତି । 

 

ସୌରଭ ସିଂ

 

*****

TKM/SLP

 



(Release ID: 1920799) Visitor Counter : 125