ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସିଡନୀ ଠାରେ ପରବର୍ତ୍ତୀ କ୍ୱାଡ ଶିଖର ସମ୍ମିଳନୀ ଆୟୋଜନ ପାଇଁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 27 APR 2023 8:00AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଅଷ୍ଟ୍ରେଲିଆର ସିଡନୀ ଠାରେ ପରବର୍ତ୍ତୀ କ୍ୱାଡ ଶିଖର ସମ୍ମିଳନୀ ଆୟୋଜନ ପାଇଁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ସିଡନୀ ଠାରେ ପରବର୍ତ୍ତୀ କ୍ୱାଡ ଶିଖର ସମ୍ମିଳନୀ ଆୟୋଜନ ପାଇଁ ଧନ୍ୟବାଦ @AlboMP, ଯାହା ମୁକ୍ତ, ଅବାଧ ଓ ବ୍ୟାପକ ଇଣ୍ଡୋ-ପାସିଫିକ ସୁନିଶ୍ଚିତ କରିବାରେ ଆମ ଉଦ୍ୟମକୁ ପ୍ରୋତ୍ସାହିତ କରିବ ।

ମୁଁ ନିଜର ଗସ୍ତ ତଥା ଆମ ସକାରାତ୍ମକ ଏଜେଣ୍ଡାଗୁଡିକୁ ଆଗେଇ ନେବା ପାଇଁ ବିଭିନ୍ନ କ୍ଷେତ୍ରରେ କ୍ୱାଡ ସହଯୋଗ ମଜବୁତ କରିବାକୁ ଆଲୋଚନା ପାଇଁ ଆଗ୍ରହୀ ।

SR


(रिलीज़ आईडी: 1920082) आगंतुक पटल : 194
इस विज्ञप्ति को इन भाषाओं में पढ़ें: Malayalam , Assamese , English , Urdu , हिन्दी , Marathi , Bengali , Manipuri , Punjabi , Gujarati , Tamil , Telugu , Kannada