ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସୌରାଷ୍ଟ୍ର ତାମିଲ ସଂଗମମ ଅଂଶଗ୍ରହଣକାରୀମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 17 APR 2023 4:32PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସୌରାଷ୍ଟ୍ର ତାମିଲ ସଂଗମମ ଅଂଶଗ୍ରହଣକାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସୌରାଷ୍ଟ୍ର ତାମିଲ ସଂଗମମର ଟ୍ୱିଟ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ବୈଶିଷ୍ଟ୍ୟରେ ଭରା ସୌରାଷ୍ଟ୍ର ତାମିଲ ସଂଗମମ ଆରମ୍ଭ ହେବା ଅବସରରେ ଅଂଶଗ୍ରହଣକାରୀମାନଙ୍କୁ ଶୁଭେଚ୍ଛା ଜଣାଉଛି ।  ଗୁଜରାଟର ସୌରାଷ୍ଟ୍ର ଅଞ୍ଚଳ ଓ ତାମିଲନାଡୁ ମଧ୍ୟରେ ଥିବା ବନ୍ଧନ ବେଶ ପୁରୁଣା ଓ ମଜବୁତ । ଏହି ସଂଗମମ ସାଂସ୍କୃତିକ ସମ୍ପର୍କ ଓ ଏକ ଭାରତ, ଶ୍ରେଷ୍ଠ ଭାରତ ଭାବନାକୁ ପ୍ରୋତ୍ସାହିତ କରୁ ବୋଲି କାମନା କରୁଛି ।

 

SR



(Release ID: 1917351) Visitor Counter : 91