ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗୌହାଟୀରେ ବିହୁ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

Posted On: 15 APR 2023 11:00PM by PIB Bhubaneshwar

 

ମୋଏ ଓହମବାଖିକ, ରଙ୍ଗୋଲି ବିହୁର, ହୋବେଚ୍ଛା ଜନାଇଶୁ, ଏଇ ହୋଭା ମୋହର୍ଟତ, ଆପୋନା-ଲୁକଲୋଇ, ଆଣ୍ଟୋରିକ ଅଭିନନ୍ଦନ, ଜ୍ଞାପନ କରିସୁ

ସାଥୀମାନେ,

ଆଜିର ଏହି ଦୃଶ୍ୟ, ଟିଭିରେ ଦେଖାଯିବାକୁ ଅଛି, ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା କେବେ ମଧ୍ୟ ମୁଁ ଜୀବନରେ ଭୁଲିପାରିବି ନାହିଁ ଏହା ଅବିସ୍ମରଣୀୟ ଅଟେ, ଅଦ୍ଭୁତ ଅଟେ, ଅଦ୍ଭୁତପୂର୍ବ ଅଟେ, ଏହା ଆସାମ ଆକାଶରେ ଗୁଞ୍ଜରିତ ହେଉଥିବା ଢୋଲ, ପେପା ଅରୁ ଗାଙ୍ଗୋନା ଏହାର ସ୍ୱର ଆଜି ସମଗ୍ର ଭାରତବର୍ଷ ଶୁଣୁଛି ଆସାମର ହଜାର ହଜାର କଳାକାର ଏହି ପରିଶ୍ରମ, କଠିନ ପରିଶ୍ରମ, ଏହି ତାଳମେଳ ଆଜି ଦେଶ ଏବଂ ଦୁନିଆ ବଡ଼ ଗର୍ବର ସହିତ ଦେଖୁଛନ୍ତି ପ୍ରଥମତଃ ଏହି ଅବସର ଏତେ ବଡ଼ ଅଟେ, ଉତ୍ସବ ଏତେ ବଡ଼ ଅଟେ, ଦ୍ୱିତୀୟରେ ଆପଣଙ୍କର ଉତ୍ସାହ ଏବଂ ଆପଣଙ୍କର ଉଦ୍ଦୀପନା ମଧ୍ୟ ଆଶ୍ଚର୍ଯ୍ୟଜନକ ଅଟେ ମୋର ମନେ ଅଛି, ଯେତେବେଳେ ମୁଁ ବିଧାନସଭା ନିର୍ବାଚନ ସମୟରେ ଏଠାକୁ ଆସିଥିଲି, ସେତେବେଳେ ମୁଁ କହିଥିଲି ଯେ ସେ ଦିନ ଆଉ ଦୂର ନାହିଁ ଯେତେବେଳେ ଲୋକମାନେରେ ଆସାମ କହିବେ ଆଜି ସତରେ ଆସାମ, -ୱାନ ପ୍ରଦେଶ ହୋଇପାରିଛି ମୁଁ ଆସାମର ଲୋକମାନଙ୍କୁ, ଦେଶର ଲୋକମାନଙ୍କୁ ବିହୁର ବହୁତ ବହୁତ ଶୁଭକାମନା ଜଣାଉଛି

ସାଥୀମାନେ,

ବର୍ତ୍ତମାନ ପଞ୍ଜାବ ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ବୈଶାଖୀ ମଧ୍ୟ ପାଳନ କରାଯାଏ ବଙ୍ଗଳା ଭଉଣୀ-ଭାଇମାନେ ପୋଇଲା ବୈଶାଖ ପାଳନ କରୁଛନ୍ତି, କେରଳରେ ବିଚ୍ଛୁ ପର୍ବ ପାଳନ କରାଯିବା ଅନେକ ରାଜ୍ୟରେ ନୂତନ ବର୍ଷ ଆରମ୍ଭର ସମୟ ଅଟେ ଆମେ ଯେଉଁ ଉତ୍ସବ ପାଳନ କରୁଛୁ, ତାହା ହେଉଛିଏକ ଭାରତ ଶ୍ରେଷ୍ଠ ଭାରତଭାବନାର ପ୍ରତିଫଳନ ଏହି ଉତ୍ସବ, ସମସ୍ତଙ୍କ ପ୍ରୟାସରେ ବିକଶିତ ଭାରତର ଆମର ସଂକଳ୍ପକୁ ପୂରଣ କରିବାକୁ ପ୍ରେରଣା ଯୋଗାଉଛି

ସାଥୀମାନେ,

ଆଜି ଏହି ଭାବନା ଦ୍ୱାରା ଆସାମର, ଉତ୍ତର ପୂର୍ବର ବିକାଶ ସହିତ ଜଡ଼ିତ ଅନେକ ପ୍ରକଳ୍ପର ଏଠାରେ ଶିଳାନ୍ୟାସ ଏବଂ ଲୋକାର୍ପଣ କରାଯାଇଛି ଆଜି ଆସାମକୁ, ଉତ୍ତର ପୂର୍ବକୁ, ଏମ୍ସ ଗୌହାଟୀକୁ ଆହୁରି ତିନୋଟି ମେଡିକାଲ କଲେଜର ଉପହାର ମିଳିଛି ଆଜି ଉତ୍ତର ପୂର୍ବର ରେଳ ସଂଯୋଗୀକରଣ ସହିତ ଜଡ଼ିତ, ତାସହିତ ଜଡ଼ିତ ଥିବା ଅନେକ ପ୍ରକଳ୍ପ ମଧ୍ୟ ଶୁଭାରମ୍ଭ ହୋଇଛି ଆଜି ବ୍ରହ୍ମପୁୂତ୍ରରେ ସଂଯୋଗ ବୃଦ୍ଧି ପାଇଁ ଆଉ ଏକ ସେତୁ ଉପରେ କାର୍ଯ୍ୟ ଆରମ୍ଭ ହୋଇଛି ମିଥାନଲ କାରଖାନା ନିର୍ମାଣ ସହିତ ଆସାମ ବର୍ତ୍ତମାନ ପଡ଼ୋଶୀ ଦେଶକୁ ମଧ୍ୟ ମିଥାନଲ ରପ୍ତାନୀ କରିବାରେ ସକ୍ଷମ ହେବ ଆସାମର କଳା-ସଂସ୍କୃତି, ପରମ୍ପରାର ପ୍ରତୀକ ରଙ୍ଗ ଘରର ପୁନଃ ବିକାଶ ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ ଆଜି ଆରମ୍ଭ ହୋଇଛି ଏହି ସଂସ୍କୃତି ଆହୁରି ଦ୍ରୁତ ବିକାଶର ଯେଉଁ ଏହି ଉତ୍ସବ ଆମେ ସମସ୍ତେ ପାଳନ କରୁଛନ୍ତି, ସେଥିପାଇଁ ମଧ୍ୟ ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା

ଭାଇ ଏବଂ ଭଉଣୀମାନେ,

ବର୍ତ୍ତମାନ ଅଳ୍ପ ସମୟ ମଧ୍ୟରେ ଯେଉଁ ସାଂସ୍କୃତିକ ଛଠାର ଦର୍ଶନ ସମଗ୍ର ଦେଶ କରିବାକୁ ଯାଉଛି, ଏବଂ ମୁଁ ବର୍ତ୍ତମାନ ଯେତେବେଳେ ଆପଣଙ୍କ ମଧ୍ୟକୁ ଆସିଯାଇଛି ସେତେବେଳେ ମୋତେ ତାହାର ସ୍ୱାଦ ମଧ୍ୟ ଆସୁଛି ଯେ ଏହା ରଙ୍ଗରେ ଆପଣମାନେ ରଙ୍ଗାୟିତ କରିଛନ୍ତି ଏହା ସମସ୍ତଙ୍କ ପ୍ରୟାସର ଉତ୍ତମ ଉଦାହରଣ ଅଟେ ଆପଣ ସମସ୍ତେ ଆସମୀୟମାନେ ଆପଣଙ୍କ ସଂସ୍କୃତିକୁ ଅତି ଯତ୍ନର ସହିତ ସଜାଡ଼ିଝନ୍ତି, ସଂରକ୍ଷଣ କରି ରଖିଛନ୍ତି ଏବଂ ଏଥିପାଇଁ ଆପଣ ସମସ୍ତଙ୍କୁ ଯେତେ ଅଭିନନ୍ଦନ ଜଣାଇବି ତାହା କମ ହେବ, ମୁଁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ଏହି ସାଂସ୍କୃତିକ ମହୋତ୍ସବରେ ଅଂଶଗ୍ରହଣ କରିଥିବା ସମସ୍ତ ସହକର୍ମୀଙ୍କୁ ପ୍ରଶଂସା କରିବା ପାଇଁ ମୋର ଶବ୍ଦଗୁଡ଼ିକ କମ୍ ହେବ ଆମର ଏହି ପର୍ବ କେବଳ ସାଂସ୍କୃତିକ ଉତ୍ସବ ନୁହେଁ ବରଂ ସମସ୍ତଙ୍କୁ ସଂଯୋଗ କରିବା, ଏବଂ ଏକତ୍ର କରି ଆଗକୁ ବଢ଼ିବାର ପ୍ରେରଣା ମଧ୍ୟ ଦେଇଥାଏ ଏହା ହେଉଛି ରଙ୍ଗୋଲି ବିହୁ ବୋହାଗ ବିହୁର ଶାଶ୍ୱତ ଭାବନା ଏହି ଆସାମବାସୀ ମାନଙ୍କ ପାଇଁ ହୃଦୟରୁ ଏବଂ ଅନ୍ତରର ପର୍ବ ଅଟେ ଏହା ପ୍ରତ୍ୟେକ ପ୍ରକାରର ବ୍ୟବଧାନକୁ ଦୂର କରେ ପ୍ରତ୍ୟେକ ପାର୍ଥକ୍ୟକୁ ଲିଭାଇ ଦେଇଥାଏ ଏହା ମନୁଷ୍ୟ ଏବଂ ପ୍ରକୃତି ମଧ୍ୟରେ ସମନ୍ୱୟର ସର୍ବୋତ୍ତମ ପ୍ରତୀକ ଅଟେ ସେଥିପାଇଁ ବିହୁକୁ କେବଳ ଆକ୍ଷରିକ ଅର୍ଥରେ କେହି ବୁଝିପାରିବେ ନାହିଁ ବରଂ ଏହାକୁ ବୁଝିବା ପାଇଁ ଭାବନାର ହୃଦୟଙ୍ଗମ ରହିବା ଆବଶ୍ୟକ ଏହି ଭାବ, ଭଉଣୀ-ଝିଅମାନଙ୍କ ଚୁଟିରେ ସଜାଯାଇଥିବାକୋପଫୁଲରୁ ହୋଇଥାଏ ମେଗା ସିଲ୍କ, ମେଖେଲା, ସଂଦାର ଅରୁ ରୋଙ୍ଗା ରିହାରୁ ମିଳିଥାଏ ଏହି ଅନୁଭବ, ଆଜି ଘରେ ଘରେ ପ୍ରସ୍ତୁତ ହେଉଥିବା ସ୍ୱତନ୍ତ୍ର ଖାଦ୍ୟଏଖୋ ଏକ ବିଡ-ଖାକଏହାଦ୍ୱାରା ମଧ୍ୟ ହୋଇଥାଏ

ସାଥୀମାନେ,

ଭାରତର ବିଶେଷତ୍ୱ ହେଉଛି, ଆମର ସଂସ୍କୃତି, ଆମର ପରମ୍ପରା ହଜାର ହଜାର ବର୍ଷ ଧରି ପ୍ରତ୍ୟେକ ଭାରତୀୟଙ୍କୁ ସଂଯୋଗ କରି ଆସୁଛି ଆମେ ଏକତ୍ରିତ ହୋଇ, ଦାସତ୍ୱର ଦୀର୍ଘ ସମୟର ପ୍ରତ୍ୟେକ ଆକ୍ରମଣକୁ ସହ୍ୟ କରିଥିଲୁ ମିଳିତ ଭାବେ ଆମେ ଆମର ସଂସ୍କୃତି ଏବଂ ସଭ୍ୟତା ଉପରେ କଠୋର ଆକ୍ରମଣର ସମ୍ମୁଖୀନ ହୋଇଛୁ ସରକାର ବଦଳିଲେ, ଶାସକମାନେ ଆସିଲେ, କିନ୍ତୁ ଭାରତ ଅଜର ଅମର ରହିଲା, ଅଟଳ ରହିଲା ଆମ ଭାରତୀୟମାନଙ୍କର ମନ ଆମ ମାଟିରେ ତିଆରି, ଆମ ସଂସ୍କୃତିରେ ନିର୍ମିତ ଆଜି ମଧ୍ୟ ଏକ ବିକଶିତ ଭାରତ ନିର୍ମାଣ ପାଇଁ ଦୃଢ଼ ମୂଳଦୁଆ ମଧ୍ୟ ଅଟେ

ସାଥୀମାନେ,

ଏହି ସମୟରେ ଆସାମର ପ୍ରସିଦ୍ଧ ସାହିତ୍ୟିକ ତଥା ଚଳଚ୍ଚିତ୍ର ନିର୍ମାତା ଜ୍ୟୋଟୀ ପ୍ରୋହାଦ ଅଗ୍ରୱାଲ ଜୀଙ୍କ ଦ୍ୱାରା ଲିଖିତ ଏକ ପ୍ରସିଦ୍ଧ ଗୀତ ମୋର ମନେ ପଡୁଛି ଏହି ଗୀତଟି ହେଉଛି- ବିଶ୍ୱା ବିଜୋଇ ନୌ ଯବାନ, ଏହି ଗୀତର ଆହୁରି ଏକ ବିଶେଷତା ଅଛି ଯେତେବେଳେ ଭାରତରତ୍ନ ଭୂପେନ ହଜାରିକା ଜି ଏହି ଗୀତଟିକୁ ବହୁତ କମ୍ ବୟସରେ ଗାଇଥିଲେ ଆଜି ମଧ୍ୟ ଏହି ଗୀତ ଦେଶର ଯୁବକମାନଙ୍କ ପାଇଁ, ଆସାମର ଯୁବକମାନଙ୍କ ପାଇଁ ଏକ ପ୍ରେରଣା ହୋଇପାରିଛି ମୁଁ ଏହି ଗୀତର କିଛି ପଂକ୍ତିଗୁଡ଼ିକୁ ପଢ଼ିବି, କିନ୍ତୁ ପ୍ରଥମେ ମୁଁ ଆପଣମାନଙ୍କ ଠାରୁ ଗୋଟିଏ କଥା ଜାଣିବାକୁ ଚାହୁଁଛି ମୋର ଉଚ୍ଚାରଣ ଭୁଲ ପାଇଁ ଆପଣମାନେ ମୋତେ କ୍ଷମା କରିବେ କି? ନିଶ୍ଚିତ କରିବେ ମୁଁ ଯଦି ଭୁଲ କରେ ତେବେ ଆପଣମାନେ ନାରାଜ ହେବେ ନାହିଁ ନା? ବାସ୍ତବରେ, ଆସାମର ଲୋକମାନଙ୍କର ବହୁତ ବଡ଼ ହୃଦୟ ଅଛି

ସାଥୀମାନେ,

ଏହି ଗୀତଟି ହେଉଛି, “ବିଶ୍ୱା ବିଜୋଇ ନୌ ଯବାନ, ବିଶ୍ୱା ବିଜୋଇ ନୌ ଯବାନ, ହୋକ୍ତି ହାଲି ଭାରୋଟର, ଉଲ୍ଲାଇ ଆହା- ଉଲ୍ଲାଇ ଆହା!!!! ହୋଣ୍ଟାନ ଟୁମି ବିପ୍ଲୋବିର, ହୋମୁଖ ହୋମ ହୋମୁଖୋଟ, ମୁକ୍ଟି ଜୋଜାରୁ ହୁସିଆର, ମୁଟିଉ ବିଜୟୋ କରିବୋ ଲାଗିବୋ ସାଧୀନତା ଖୁଲି ଦୁଆର”!!!!

ସାଥୀମାନେ,

ଆସାମର ସମସ୍ତ ଲୋକ ଏହାର ଅର୍ଥକୁ ଭଲ ଭାବରେ ବୁଝିଥାନ୍ତି କିନ୍ତୁ ସାରା ଦେଶରେ ଯେଉଁମାନେ ଏହି କାର୍ଯ୍ୟକ୍ରମକୁ ଦେଖୁଛନ୍ତି, ସେମାନଙ୍କୁ ଏହାର ଅର୍ଥ ମଧ୍ୟ କହିବା ଆବଶ୍ୟକ ଯେ, ଆସାମର ଶିରା ପ୍ରସିରାରେ, ଆସାମର ହୃଦୟରେ, ଆସାମର ଯୁବପିଢ଼ିଙ୍କ ମସ୍ତିଷ୍କରେ ରହିଛି ଏହି ଗୀତରେ ଭାରତର ଯୁବକମାନଙ୍କୁ ଆହ୍ୱାନ କରାଯାଇଛି ବିଶ୍ୱ ବିଜୟୀ ଭାରତର ଯୁବକମାନେ, ଭାରତ ମା ଡାକକୁ ଶୁଣନ୍ତୁ ଏହି ଗୀତ ଯୁବଗୋଷ୍ଠୀଙ୍କୁ ଆହ୍ୱାନ କରୁଛି ଯେ ପରିବର୍ତ୍ତନର ବାହକ ହୁଅନ୍ତୁ ଏହି ଗୀତ ଭରସା ଦେଉଛି ଯେ ଆମେ ମୃତୁ୍ୟକୁ ଜୟ କରିପାରିବା ଏବଂ ସ୍ୱାଧୀନତାର ଦ୍ୱାର ଖୋଲିବା

ସାଥୀମାନେ,

ଏହି ଗୀତ ସେତେବେଳେ ଲେଖାଯାଇଥିଲା, ଯେତେବେଳେ ସ୍ୱାଧୀନତା ହିଁ ସବୁଠାରୁ ବଡ଼ ସ୍ୱପ୍ନ ଥିଲା ଭାରତ ଆଜି ମୁକ୍ତ ଏବଂ ଆଜି ବିକଶିତ ଭାରତର ନିର୍ମାଣ, ଆମ ସମସ୍ତଙ୍କର ସବୁଠାରୁ ବଡ଼ ସ୍ୱପ୍ନ ଅଟେ ଆମକୁ ଦେଶ ପାଇଁ ବଞ୍ଚôବାର ସୌଭାଗ୍ୟ ମିଳିଛି ମୁଁ ଦେଶର ଯୁବକମାନଙ୍କୁ, ଆସାମର ଯୁବକମାନଙ୍କୁ ଆହ୍ୱାନ କରିବି- ମୋର ଭାରତର ଯୁବକ ଆପଣମାନଙ୍କ ମଧ୍ୟରେ ବିଶ୍ୱ ବିଜୟ କରିବାର ସାମର୍ଥ୍ୟ ରହିଛି ଆପଣ ଆଗକୁ ବଢ଼ନ୍ତୁ, ଦ୍ରୁତ ଗତିରେ ବିକାଶର ଆଭିମୁଖ୍ୟକୁ ସମ୍ଭାଳନ୍ତୁ, ବିକଶିତ ଭାରତର ଦୂଆର ଖୋଲନ୍ତୁ

ସାଥୀମାନେ,

ଅନେକ ଲୋକମାନେ ପଚାରନ୍ତି ଯେ ମୁଁ କିପରି ଏତେ ବଡ଼ ବକ୍ଷ ଲକ୍ଷ୍ୟ ସ୍ଥିର କରିପାରୁଛି, କାହା ଭରସାରେ ବିକଶିତ ଭାରତର କଥା କହୁଛି ଉତ୍ତର ବହୁତ ସରଳ ଅଟେ, ମୋର ଭାରତରୁ ବାହାରୁଥିବା ସ୍ୱର କହୁଛି ଯେ ମୋର ଭରସା, ଆପଣମାନଙ୍କ ଉପରେ ରହିଛି, ମୋର ବିଶ୍ୱାସ ଦେଶର ଯୁବଗୋଷ୍ଠୀମାନଙ୍କ ଉପରେ ରହିଛି, ମୋର ବିଶ୍ୱାସ ୧୪ଠ କୋଟି ଦେଶବାସୀମାନଙ୍କ ଉପରେ ରହିଛି ଆମ ସରକାରଙ୍କ ପ୍ରୟାସ ଏହି କି ଯେ ଆପଣଙ୍କ ରାସ୍ତାରେ ଆସୁଥିବା ପ୍ରତ୍ୟେକଟି ପ୍ରତିବନ୍ଧକକୁ ଯଥାଶୀଘ୍ର ହଟାଇବାର ପ୍ରୟାସ କରାଯାଉଛି ସମସ୍ତ ଆନ୍ତରିକତାର ସହିତ ଆପଣଙ୍କ ପାଇଁ କଠିନ ପରିଶ୍ରମ କରିବାକୁ ଆମେ କୌଣସି ପଥ ଛାଡ଼ି ନାହୁଁ ଆଜି ଏଠାରେ ଯେଉଁ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଏବଂ ଲୋକାର୍ପଣ ହୋଇଛି, ଏହା ମଧ୍ୟ ଏହାର ଏକ ଉଦାହରଣ ଅଟେ

ଭାଇ ଭଉଣୀମାନେ,

ଦଶନ୍ଧି ଧରି ଆମ ଦେଶରେ ସଂଯୋଗୀକରଣର ଏକ ସୀମିତ ସୀମା ମଧ୍ୟରେ ଦେଖା ଯାଉଥିଲା ଜଣେ ବ୍ୟକ୍ତି କିପରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପହଂଚି ପାରୁଛି ତାହାକୁ ଏକାମାତ୍ର ସଂଯୋଗ ଭାବରେ ବିବେଚନା କରାଯାଉଥିଲା ଆପଣ ଆସାମ ଏବଂ ଉତ୍ତର ପୂର୍ବର ଲୋକମାନେ ଏଥିରେ ମଧ୍ୟ ଭାରତର ସ୍ଥିତି ଥିଲା? ଗତ ବର୍ଷରେ ଆମେ ସଂଯୋଗ ପଦ୍ଧତିକୁ ନେଇ ପରିବର୍ତ୍ତନ କରିଛୁ ଆଜି ଆମ ପାଇଁ କନେକ୍ଟିଭିଟି, ଏକା ସହିତ ଚାରି ଦିଗରୁ ଏକା ସହିତ କାର୍ଯ୍ୟ କରୁଥିବା ମହାଯଜ୍ଞ ଅଟେ ଆଜି ଯେଉଁ କନେକ୍ଟିଭିଟି ଉପରେ ଦେଶ କାର୍ଯ୍ୟ କରୁଛି, ତାହାର ଚାରୋଟି ବିସ୍ତାର ରହିଛି- ଫିଜିକାଲ କନେକ୍ଟିଭିଟି, ଡିଜିଟାଲ ସଂଯୋଗ, ସାମାଜିକ ସଂଯୋଗ ଏବଂ ସାଂସ୍କୃତିକ ସଂଯୋଗ

ସାଥୀମାନେ,

ଆଜି ଏଠାରେ ଏତେ ବଡ଼ ଭବ୍ୟ ଆୟୋଜନ ହୋଇଛି ଏବଂ ଏଥିପାଇଁ ପ୍ରଥମେ ମୁଁ ସାଂସ୍କୃତିକ କନେକ୍ଟିଭିଟିର କଥା କହିବି ବିଗତ ବର୍ଷ ଗୁଡ଼ିକରେ ଭାରତରେ ସାଂସ୍କୃତି ସଂଯୋଗକୁ ନେଇ ଅଭୁତପୂର୍ବ କାର୍ଯ୍ୟ ହୋଇଛି ହେଲେ କେହି କଳ୍ପନା କରିପାରିବେ ନାହିଁ ଯେ ଆସାମର ମହାନ ଯୋଦ୍ଧା ଲାସିତ ବୋରଫୁକନଙ୍କ ୪୦୦ତମ ଜୟନ୍ତୀରେ ଦିଲ୍ଲୀରେ ଏତେ ବିଶାଳ କାର୍ଯ୍ୟକ୍ରମ ହେବ ଏଠାରେ ଆସାମରୁ ମଧ୍ୟ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ, ଏବଂ ମୋତେ ସେମାନଙ୍କ ସହିତ କଥାବାର୍ତ୍ତା କରିବାର ସୁଯୋଗ ମଧ୍ୟ ମିଳିଥିଲା

ସାଥୀମାନେ,

ବୀର ଲାସିତ ବୋରଫୁକନ ହୁଅନ୍ତୁ କିମ୍ବା ପୁଣି ରାଣୀ ଗାଇଦିଲନିୟୁ ହୁଅନ୍ତୁ, ସେ କାଶୀ-ତାମିଲ ସଙ୍ଗମ ହେଉ କିମ୍ବା ସୌରାଷ୍ଟ୍ର-ତାମିଲ ସଙ୍ଗମ ହେଉ, ସେ କେଦାରନାଥ ହେଉ କିମ୍ବା କାମାକ୍ଷାସେ ଦୋସା ହେଉ କିମ୍ବା ପୁଣି ଡୋଇ ସିରା ହେଉ, ଆଜି ଭାରତରେ ପ୍ରତ୍ୟେକ ବିଚାର, ପ୍ରତ୍ୟେକ ସଂସ୍କୃତିର ଜଣେ ଅନ୍ୟଜଣଙ୍କ ସହିତ ସଂଯୋଗ ବଢ଼ାଉଛି ହିମନ୍ତ ଜୀ ବର୍ତ୍ତମାନ ଗୁଜରାଟରେ ମାଧବପୁର ମେଳା ହୋଇ ମଧ୍ୟ ଆସିଛନ୍ତି, କୃଷ୍ଣ-ରୁକ୍ମିଣୀଙ୍କର ଏହି ବନ୍ଧନ ମଧ୍ୟ ପଶ୍ଚିମ ଭାରତକୁ ଉତ୍ତର ପୂର୍ବ ସହିତ ଯୋଡୁଛି କେବଳ ଏତିକି ନୁହେଁ, ମେଗା ସିଲ୍କ, ତେଚପୁର ଲେସୁ, ଜୋହା ରାଇସ, ବୋକା ସାଉଲ, କାଜୀ ମେମୁ ଭଳି ଅନେକ ଉତ୍ପାଦଗୁଡ଼ିକ ପରେ ଆମର ଗାମୋସାରେ ମଧ୍ୟ ଜିଆଇ ଟ୍ୟାଗ ମିଳିଛି ଏହା ମଧ୍ୟ ଆସାମର କଳା, ଆମର ଭଉଣୀମାନଙ୍କର ଶ୍ରମ-ଉଦ୍ୟମକୁ ଅନ୍ୟ ଦେଶ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ପହଞ୍ଚାଇବାର ପ୍ରୟାସ ଅଟେ

ଭାଇ ଏବଂ ଭଉଣୀମାନେ,

ଆଜି ପର୍ଯ୍ୟଟନ ମାଧ୍ୟମରେ ଦେଶରେ ବିଭିନ୍ନ ସାସ୍କୃତିକ ସଂଳାପ ମଧ୍ୟ ଚାଲିଛି ପର୍ଯ୍ୟଟକମାନେ ଯେଉଁଠାକୁ ଯାଆନ୍ତି, ସେଠାରେ କେବଳ ପଇସା ହିଁ ଖର୍ଚ୍ଚ କରନ୍ତି ନାହିଁ, ବରଂ ସେହି ସ୍ଥାନର ସଂସ୍କୃତିକୁ ସେମାନଙ୍କ ସ୍ମୃତିରେ ମଧ୍ୟ ନେଇଥାନ୍ତି କିନ୍ତୁ ଉତ୍ତର ପୂର୍ବରେ ଶାରିରୀକ ସଂଯୋଗର ଅନୁକୂଳ ସ୍ଥିତିରେ ଯେଉଁ ଅଭାବ ରହିଛି, ସେଥିରେ ଭିନ୍ନ ଭିନ୍ନ ସଂସ୍କୃତିରେ ସଂଯୋଗ କେମିତି ହୋଇପାରିବ? ସେଥିପାଇଁ ଆମର ଗୁରୁତ୍ୱ, ରେଳ-ରୋଡ ଏବଂ ବାୟୁ ସଂଯୋଗର କନେକ୍ଟିଭିଟି ଉପରେ ମଧ୍ୟ ରହିଛି ଗତ ବର୍ଷରେ ଆମେ ସେହି ଲୋକମାନଙ୍କ ପାଇଁ ଦ୍ରୁତ ଗତିରେ ସଂଯୋଗକୁ ବିସ୍ତାର କରିଛୁ ଯେଉଁମାନେ ଦୀର୍ଘ ସମୟ ଧରି ବିଚ୍ଛିନ୍ନ ହୋଇ ରହିଥିଲେ, ଆଜି ଉତ୍ତର ପୂର୍ବର ଅଧିକାଂଶ ଗ୍ରାମ ମଧ୍ୟ ସବୁ ପାଣିପାଗ ରାସ୍ତା ଦ୍ୱାରା ସଂଯୁକ୍ତ ହୋଇଛି ଗତ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ବାଣିଜି୍ୟକ ବିମାନ ଅବତରଣ କରିବା ପାଇଁ ଉତ୍ତର-ପୂର୍ବରେ ଅନେକ ବିମାନବନ୍ଦର ନିର୍ମାଣ କରାଯାଇଛି ଗତ ବର୍ଷ ମଧ୍ୟରେ ବ୍ରଡଗେଜ ଟ୍ରେନ ମଣିପୁର ଏବଂ ତ୍ରିପୁରାରେ ପହଂଚିଛି ପୂର୍ବାପେକ୍ଷା, ଉତ୍ତର-ପୂର୍ବରେ ପ୍ରାୟ ୧ଠ ଗୁଣା ଦ୍ରୁତ ଗତିରେ ରେଳ ଲାଇନର ଦେହାରୀକରଣ କରାଯାଉଛି ଆଜି ଏଠାରେ ରେଲୱେର ୫ଟି ପ୍ରକଳ୍ପର ଲୋକାର୍ପଣ ହୋଇଛି, ଏକା ସହିତ ୫ଟି ପ୍ରକଳ୍ପ ଉତ୍ତର-ପୂର୍ବରେ ଏହା ଉପରେ ହଜାର କୋଟି ଟଙ୍କାର ଅଧିକ ନିବେଶ କରାଯାଇଛି ଏହା ଆସାମ ସହିତ ଉତ୍ତର-ପୂର୍ବର ବହୁତ ବଡ଼ ଅଂଶର ବିକାଶର ଗତିକୁ ଆଗେଇ ନେବ ଆସାମର ଏକ ବଡ଼ ଅଂଶରେ ପ୍ରଥମ ଥର ରେଳ ପହଂଚିଛି ରେଳ ଲାଇନର ଦୋହରୀକରଣ ଦ୍ୱାରା ଆସାମ ସହିତ ମଣିପୁର, ମିଜୋରାମ, ତ୍ରିପୁରା ଏବଂ ନାଗାଲାଣ୍ଡ ପର୍ଯ୍ୟନ୍ତ ସଂଯୋଗ କରିବାରେ ସହଜ ହେବ ଏହା ଦ୍ୱାରା ମାଲଗାଡ଼ିଗୁଡ଼ିକ ମଧ୍ୟ ବର୍ତ୍ତମାନ ଅନେକ ନୂତନ ସ୍ଥାନକୁ ପହଂଚିପାରିବ ଏହାଦ୍ୱାରା ବିଶ୍ୱାସ ଏବଂ ପର୍ଯ୍ୟଟନର ଅନେକ ସ୍ଥଳ ପର୍ଯ୍ୟନ୍ତ ଯିବାଆସିବା ଆହୁରି ମଧ୍ୟ ସହଜ ହୋଇଯିବ

ଭାଇ ଏବଂ ଭଉଣୀମାନେ,

ମୋର ଆଜି ମଧ୍ୟ ମନେ ଅଛି, ଯେତେବେଳେ ମୁଁ ୨୦୧୮ ମସିହାରେ ବୋଗିବିଲ ବ୍ରିଜର ଲୋକାର୍ପଣ କରିବାକୁ ଆସିଥିଲି ଢୋଲା-ସଦିୟା-ଭୂପେନ ହଜାରିକା ସେତୁର ଲୋକାର୍ପଣ ମଧ୍ୟ ସୌଭାଗ୍ୟ ମୋତେ ମିଳିଥିଲା ଆମେ କେବଳ ଦଶନ୍ଧିରୁ ଅଧୁରା ରହିଥିବା ପ୍ରକଳ୍ପଗୁଡ଼ିକୁ ପୂରଣ କରୁନାହୁଁ ବରଂ ନୂତନ ପ୍ରକଳ୍ପଗୁଡ଼ିକୁ ମଧ୍ୟ ଦ୍ରୁତ ଗତିରେ ଆଗେଇ ନେବାରେ କାର୍ଯ୍ୟ କରୁଛୁ ବ୍ରହ୍ମପୁତ୍ର ଉପରେ ଯେଉଁ ସେତୁମାନଙ୍କର ନେଟୱର୍କ ଗତ ବର୍ଷ ମଧ୍ୟରେ ପ୍ରସ୍ତୁତ ହୋଇଛି ତାହାର ସମ୍ପୂର୍ଣ୍ଣ ଲାଭ ଆଜି ଆସାମକୁ ମିଳୁଛି ଆଜି ମଧ୍ୟ ଯେଉଁ ସେତୁ ଉପରେ କାର୍ଯ୍ୟ ଆରମ୍ଭ ହୋଇଛି, ଏହାଦ୍ୱାରା ଖାଲକୁସୀର ସିଲ୍କ ଉଦ୍ୟୋଗକୁ ବହୁତ ଶକ୍ତି ମିଳିବାକୁ ଯାଉଛି

ସାଥୀମାନେ,

ଗତ ବର୍ଷରେ ଆମର ଡବଲ ଇଞ୍ଜିନର ସରକାର ଯେଉଁଭଳି ଭାବରେ ସାମାଜିକ କନେକ୍ଟିଭିଟି ଉପରେ କାର୍ଯ୍ୟ କରିଛନ୍ତି, ଏହା କୋଟି କୋଟି ଲୋକଙ୍କ ଜୀବନକୁ ସହଜ କରିଛି ସ୍ୱଛ ଭାରତ ମିଶନ ଯୋଗୁ ଆଜି ଲକ୍ଷ ଲକ୍ଷ ଗ୍ରାମ ଖୋଲା ଶୌଚରୁ ମୁକ୍ତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ଘର ପାଇଛନ୍ତି ସୌଭାଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକଙ୍କୁ ଆଲୋକ ମିଳିପାରିଛି ଉଜ୍ୱଳା ଯୋଜନା ଦ୍ୱାରା କୋଟି କୋଟି ମା-ଭଉଣୀମାନଙ୍କୁ ଧୂଆଁରୁ ମୁକ୍ତି ମିଳିପାରିଛି ଜଳ ଜୀବନ ମିଶନ କାରଣରୁ କୋଟି କୋଟି ଘରେ ନଳରୁ ଜଳ ପହଂଚିପାରିଛି ଡିଜିଟାଲ ଇଣ୍ଡିଆ ଏବଂ ଶସ୍ତା ଡାଟା ଦେଶର କୋଟି କୋଟି ଲୋକମାନଙ୍କୁ ସେମାନଙ୍କ ମୋବାଇଲରେ ସେମାନଙ୍କୁ ସୁବିଧା ଆଣି ସେମାନଙ୍କ ହାତରେ ପରଶି ରଖିଦେଉଛି ଏହି ସମସ୍ତ ଘର, ଏହି ସମସ୍ତ ପରିବାର, ଆକାଂକ୍ଷୀ ଭାରତର ପ୍ରତିନିଧିତ୍ୱ କରୁଛି ଏହା ହିଁ ଭାରତର ଏହି ଶକ୍ତି ଅଟେ, ଯାହା ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବ

ଭାଇ ଏବଂ ଭଉଣୀମାନେ,

ବିକାଶ ପାଇଁ ବିଶ୍ୱାସର ସୂତ୍ର ମଜବୁତ ହେବା ସେତିକି ଜରୁରୀ ଅଟେ, ଆମ ସରକାରଙ୍କ ପ୍ରୟାସ ଯୋଗୁ ଆଜି ଉତ୍ତର ପୂର୍ବର ସବୁ ସ୍ଥାନରେ ସ୍ଥାୟୀ ଶାନ୍ତି ଆସିପାରିଛି ସେମାନଙ୍କ ଯୁବକମାନେ ହିଂସାର ରାସ୍ତା ଛାଡ଼ି, ବିକାଶର ରାସ୍ତାରେ ଚାଲିବା ଆରମ୍ଭ କରି ଦେଇଛନ୍ତି ଉତ୍ତର-ପୂର୍ବରେ ଅବିଶ୍ୱାସର ପରିବେଶ ଦୂର ହୋଇଯାଉଛି, ନିଜ ଭିତରେ ଦୂରତା ହ୍ରାସ ପାଉଛି ସ୍ୱାଧୀନତାର ଅମୃତ କାଳରେ ବିକଶିତ ଭାରତର ନିର୍ମାଣ ପାଇଁ ଆମକୁ ଏହି ପରିବେଶକୁ ଆହୁରି ବଢ଼ାଇବାକୁ ହେବ, ଦୂର ପର୍ଯ୍ୟନ୍ତ ନେଇଯିବାକୁ ହେବ ଆମକୁ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସର ଭାବନା ଦ୍ୱାରା ହିଁ ଏକତ୍ରିତ ହୋଇ ଆଗକୁ ବଢ଼ିବାକୁ ହେବ ଏହି କାମନା ସହିତ ଆଜି ଏହି ପବିତ୍ର ପର୍ବ ଅବସରରେ ଦେଶବାସୀଙ୍କୁ, ଆସାମବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ଆପଣ ସମସ୍ତଙ୍କ ପାଇଁ ନବବର୍ଷ ମଙ୍ଗଳମୟ ହେଉ ଏବଂ ବର୍ତ୍ତମାନ ସମଗ୍ର ଦେଶ ଆପଣ ଯେଉଁ କେତେ ଦିନରୁ ପରିଶ୍ରମ କରିଛନ୍ତି, ହଜାର ହଜାର ଲୋକଙ୍କର ଏକ ସହିତ ବିହୁ ନୃତ୍ୟର ଏହି ଅବସର ଆସାମକୁ ବିଶ୍ୱ ଦୃଷ୍ଟିରେ ନୂତନ ଶିଖରକୁ ନେଇଯିବ ମୁଁ ମଧ୍ୟ ଆଗାମୀ କାର୍ଯ୍ୟକ୍ରମରେ ଦେଖିବା ପାଇଁ ବହୁତ ଉତ୍ସୁକ ରହିଛି, ମୁଁ ମଧ୍ୟ ଆନନ୍ଦ ନେବି, ଦେଶବାସୀ ମଧ୍ୟ ଟିଭିରେ ଏହାର ଆନନ୍ଦ ନେବେ ଏବଂ ମୋତେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ବର୍ତ୍ତମାନ ଯେଉଁ ସୋସିଆଲ ମିଡିଆ ଉପରେ ଚର୍ଚ୍ଚାରେ ଆସିଯିବେ

ମୋ ସହିତ କୁହନ୍ତୁ- ଭାରତ ମାତା କି ଜୟ ଶବ୍ଦ ଦୂର-ଦୂର ପର୍ଯ୍ୟନ୍ତ ଯିବା ଦରକାର ଭାରତ ମାତା କି ଜୟ ଭାରତ ମାତା କି ଜୟ ଭାରତ ମାତା କି ଜୟ

ବଂଦେ-ମାତରମ ବଂଦେ-ମାତରମ ବଂଦେ-ମାତରମ

ବଂଦେ-ମାତରମ ବଂଦେ-ମାତରମ ବଂଦେ-ମାତରମ

ବଂଦେ-ମାତରମ ବଂଦେ-ମାତରମ ବଂଦେ-ମାତରମ

ବଂଦେ-ମାତରମ

ବହୁତ ବହୁତ ଧନ୍ୟବାଦ!

 

NS/MB

 


(Release ID: 1916992) Visitor Counter : 180