ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନାଗାଲାଣ୍ଡର ୱସନୋଇ ଗ୍ରାମବାସୀଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 15 APR 2023 10:16AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପ୍ରଗତିଶୀଳ ଲିଙ୍ଗଗତ ନୀତି ଆପଣାଇଥିବାରୁ ନାଗାଲାଣ୍ଡର ୱସନୋଇ ଗ୍ରାମବାସୀଙ୍କୁ ପ୍ରଶଂସା କରିଛନ୍ତି ।

ରାଜ୍ୟସଭା ସାଂସଦ ଶ୍ରୀମତୀ ଏସ. ଫାଙ୍ଗନନ କୋନ୍ୟାକ ଏକ ଟ୍ୱିଟରେ ସୂଚନା ଦେଇଛନ୍ତି ପ୍ରଥମ ଥର ପାଇଁ ୱସନୋଇର ମହିଳାମାନଙ୍କୁ ମୋରଙ୍ଗରେ ପ୍ରବେଶ କରିବା ସହ ଢୋଲ ବଜାଇବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ପ୍ରଚଳିତ ପରମ୍ପରା ଅନୁଯାୟୀ ପୂର୍ବରୁ କେବେ ବି ମହିଳାମାନଙ୍କୁ ମୋରଙ୍ଗ ଭିତରେ ପ୍ରବେଶ କରିବା ପାଇଁ ଅନୁମତି ଦିଆଯାଇନଥିଲା ।

ସାଂସଦଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଯାହା ମହିଳା ସଶକ୍ତିକରଣ ଓ ସେମାନଙ୍କ ସମ୍ମାନ ବୃଦ୍ଧିରେ ସହାୟକ ହେବ । ୱସନୋଇ ଗ୍ରାମବାସୀଙ୍କୁ ସାଧୁବାଦ ।

 

SR


(रिलीज़ आईडी: 1916981) आगंतुक पटल : 174
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam