ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମହାତ୍ମା ଜ୍ୟୋତିବା ଫୁଲେଙ୍କୁ ତାଙ୍କ ଜୟନ୍ତୀ ଅବସରରେ ନମନ କଲେ ପ୍ରଧାନମନ୍ତ୍ରୀ

Posted On: 11 APR 2023 3:09PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାନ ସମାଜ ସଂସ୍କାରକ ମହାତ୍ମା ଜ୍ୟୋତିବା ଫୁଲେଙ୍କୁ ତାଙ୍କ ଜୟନ୍ତୀ ଅବସରରେ ନମନ କରିଛନ୍ତି । ଶ୍ରୀ ମୋଦୀ ସାମାଜିକ ନ୍ୟାୟ ଓ ଦଳିତଙ୍କୁ ସଶକ୍ତ କରିବାରେ ତାଙ୍କ ମହାନ ଅବଦାନକୁ ସ୍ମରଣ କରିଛନ୍ତି । ଏହି ଅବସରରେ ସେ ମହାତ୍ମା ଜ୍ୟୋତିବା ଫୁଲେଙ୍କ ସମ୍ପର୍କରେ ନିଜ ବିଚାରକୁ ଏକ ଭିଡିଓ କ୍ଲିପ ମାଧ୍ୟମରେ ଶେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ମହାତ୍ମା ଫୁଲେଙ୍କ ଜୟନ୍ତୀ ଅବସରରେ ତାଙ୍କୁ ନମନ କରିବା ସହ ସାମାଜିକ ନ୍ୟାୟ ଏବଂ ଦଳିତଙ୍କୁ ସଶକ୍ତ କରିବାରେ ତାଙ୍କ ମହାନ ଅବଦାନକୁ ସ୍ମରଣ କରୁଛି । ତାଙ୍କ ବିଚାର ଲକ୍ଷ ଲକ୍ଷ ଲୋକଙ୍କୁ ଆଶା ଓ ଶକ୍ତି ଦେଇଛି ।

 

SR



(Release ID: 1915563) Visitor Counter : 96