ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବାନ୍ଦିପୁର ଓ ମୁଦୁମଲାଇ ଟାଇଗର ରିଜର୍ଭ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

Posted On: 09 APR 2023 9:42PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକ ଓ ତାମିଲନାଡୁରେ ଥିବା ବାନ୍ଦିପୁର ଓ ମୁଦୁମଲାଇ ଟାଇଗର ରିଜର୍ଭ ପରିଦର୍ଶନ କରିଛନ୍ତି । ଏହି ଅବସରରେ ମୁଦୁମଲାଇ ଟାଇଗର ରିଜର୍ଭରେ ଥିବା ଥେପ୍ପାକାଡୁ ହାତୀ କ୍ୟାମ୍ପ ମଧ୍ୟ ପରିଦର୍ଶନ କରି ମାହୁନ୍ତ ଓ କାଭାଡିମାନଙ୍କ ସହ ବାର୍ତ୍ତାଳାପ କରିବା ସହ ହାତୀଙ୍କୁ ଖୁଆଇଥିଲେ । ପ୍ରଧାନମନ୍ତ୍ରୀ ଓସ୍କାର ବିଜେତା ପ୍ରାମାଣିତ ଚିତ୍ର ଦ ଏଲିଫ୍ୟାଣ୍ଟ ହ୍ୱିସ୍ପରର୍ସରେ ପ୍ରଦର୍ଶିତ ହାତୀ ପାଳକମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ।

ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ସୁନ୍ଦର ବାନ୍ଦିପୁର ଟାଇଗର ରିଜର୍ଭରେ ସକାଳ ଅତିବାହିତ କଲି ଓ ଭାରତର ବନ୍ୟପ୍ରାଣୀ, ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ବିବିଧତାର ଝଲକ ଦେଖିଲି । 

ବାନ୍ଦିପୁର ଟାଇଗର ରିଜର୍ଭର ଆଉ କିଛି ଝଲକ ।

ମୁଦୁମଲାଇ ଟାଇଗର ରିଜର୍ଭରେ ବିଶାଳ ହାତୀମାନଙ୍କ ସହ ।

ବୋମ୍ମନ ଓ ବେଲ୍ଲିଙ୍କ ସହ ବୋମ୍ମି ଓ ରଘୁଙ୍କୁ ଭେଟି ବେଶ ଖୁସି ଲାଗିଲା ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି;

ବାନ୍ଦିପୁର ଓ ମୁଦୁମଲାଇ ଟାଇଗର ରିଜର୍ଭ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

 

SR



(Release ID: 1915173) Visitor Counter : 103