ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଚେନ୍ନାଇ ବିମାନ ବନ୍ଦରରେ ନୂତନ ସମନ୍ୱିତ ଟର୍ମିନାଲ ଭବନ, ଚେନ୍ନାଇର ଭିତ୍ତିଭୂମିରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ: ପ୍ରଧାନମନ୍ତ୍ରୀ

Posted On: 09 APR 2023 9:40PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଚେନ୍ନାଇ ବିମାନ ବନ୍ଦରରେ ନୂତନ ସମନ୍ୱିତ ଟର୍ମିନାଲ ଭବନ ଚେନ୍ନାଇର ଭିତ୍ତିଭୂମିରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ । ଏହାଦ୍ୱାରା ଯୋଗାଯୋଗ ବଢିବା ସହ ସ୍ଥାନୀୟ ଅର୍ଥନୀତି ଲାଭାନ୍ୱିତ ହେବ ବୋଲି ଶ୍ରୀ ମୋଦୀ କହିଛନ୍ତି ।

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏକ ଟ୍ୱିଟ ଶୃଙ୍ଖଳରେ ସୂଚନା ଦିଆଯାଇଛି, ଚେନ୍ନାଇ ବିମାନ ବନ୍ଦରରେ ନୂତନ ସମନ୍ୱିତ ଟର୍ମିନାଲ ଭବନର ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୮,୨୦୨୩ରେ ମହାମହିମ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଦଘାଟିତ ହେବ ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
ଚେନ୍ନାଇର ଭିତ୍ତିଭୂମିରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ । ଏହାଦ୍ୱାରା ଯୋଗାଯୋଗ ବଢିବା ସହ ସ୍ଥାନୀୟ ଅର୍ଥନୀତି ଲାଭାନ୍ୱିତ ହେବ ।

SR


(Release ID: 1915172) Visitor Counter : 112