ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମାର୍ଚ୍ଚ ୨୦୨୩ରେ ଓଡିଶାର ଜିଏସ୍‌ଟି ସଂଗ୍ରହରେ ୧୫. ୧୪% ଅଭିବୃଦ୍ଧି


ମାର୍ଚ୍ଚ ୨୦୨୩ ନିମନ୍ତେ ୧,୬୦,୧୨୨ କୋଟି ଟଙ୍କାର ସମୁଦାୟ ଜିଏସ୍‌ଟି ରାଜସ୍ୱ ସଂଗ୍ରହ ହୋଇଛି

ଏପ୍ରିଲ୍ ୨୦୨୨ରେ ହୋଇଥିବା ସଂଗ୍ରହ ପର ଠାରୁ ଏବେ ପର୍ଯ୍ୟନ୍ତ ଏହା ଦ୍ୱିତୀୟ ସବୁଠାରୁ ବଡ ସଂଗ୍ରହ

ଲଗାତାର ୧୨ ମାସ ଗୁଡିକ ନିମନ୍ତେ ମାସିକ ଜିଏସ୍‌ଟି ରାଜସ୍ୱ ୧.୪ ଲକ୍ଷ କୋଟି ଟଙ୍କାରୁ ଅଧିକ, ଜିଏସ୍‌ଟି ଆରମ୍ଭ ହେବା ପର ଠାରୁ ରାଜସ୍ୱ ସଂଗ୍ରହ ଦ୍ୱିତୀୟ ଥର ପାଇଁ ୧.୬ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି

ଜିଏସ୍‌ଟି ରାଜସ୍ୱରେ ବର୍ଷକୁ ବର୍ଷ ୧୩% ବୃଦ୍ଧି ହୋଇଛି

୨୦୨୨ – ୨୩ ନିମନ୍ତେ ସମୁଦାୟ ସଂଗ୍ରହ ୧୮ .୧୦ ଲକ୍ଷ କୋଟି ଟଙ୍କା ଅଟେ : ସାରା ବର୍ଷ ନିମନ୍ତେ ହାରାହାରି ସମୁଦାୟ ମାସିକ ସଂଗ୍ରହ ହେଉଛି ୧.୫୧ ଲକ୍ଷ କୋଟି ଟଙ୍କା

୨୦୨୨ – ୨୩ ରେ ସମୁଦାୟ ରାଜସ୍ୱ ସଂଗ୍ରହ ଗତ ବର୍ଷ ତୁଳନାରେ ୨୨% ଅଧିକ ଥିଲା

Posted On: 01 APR 2023 8:49PM by PIB Bhubaneshwar

ମାର୍ଚ୍ଚ ୨୦୨୩ରେ ସଂଗୃହୀତ ମୋଟ ଜିଏସ୍‌ଟି ରାଜସ୍ୱ ୧,୬୦,୧୨୨ କୋଟି ଟଙ୍କା ରହିଛି, ଯେଉଁଥିରୁ ସିଜିଏସ୍‌ଟି ୨୯,୫୪୬ କୋଟି ଟଙ୍କା, ଏସ୍‌ଜିଏସ୍‌ଟି ୩୭,୩୧୪ କୋଟି ଟଙ୍କା, ଆଇଜିଏସ୍‌ଟି ହେଉଛି ୮୨,୯୦୭ କୋଟି ଟଙ୍କା (ମାଲ୍ ଆମଦାନୀ ଉପରେ ସଂଗୃହୀତ ୪୨,୫୦୩ କୋଟି ଟଙ୍କା ଅନ୍ତର୍ଭୁକ୍ତ) ଏବଂ ସେସ୍ ୧୦,୩୫୫ କୋଟି ଟଙ୍କା (ମାଲ୍ ଆମଦାନୀ ଉପରେ ୯୬୦ କୋଟି ଟଙ୍କା ଅନ୍ତର୍ଭୁକ୍ତ) । ଚତୁର୍ଥ ଥର ପାଇଁ, ଚଳିତ ଆର୍ଥିକ ବର୍ଷରେ ଜିଏସ୍‌ଟି ସଂଗ୍ରହ ୧.୫ ଲକ୍ଷ କୋଟି ଟଙ୍କାକୁ ଅତିକ୍ରମ କରିଛି, ଯାହା ଜିଏସ୍‌ଟି ଲାଗୁ ହେବା ପରେ ଦ୍ୱିତୀୟ ସବୁଠାରୁ ବଡ ସଂଗ୍ରହ ।  ଏହି ମାସରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବାଧିକ ଆଇଜିଏସ୍‌ଟି ସଂଗ୍ରହ ହୋଇଛି ।

 

ସରକାର ନିୟମିତ ସମାଧାନ ଭାବରେ ଆଇଜିଏସ୍‌ଟିରୁ ସିଜିଏସ୍‌ଟିକୁ ୩୩,୪୦୫ କୋଟି ଟଙ୍କା ଏବଂ ଏସ୍‌ଜିଏସ୍‌ଟିକୁ ୨୮,୧୮୭ କୋଟି ଟଙ୍କା ପ୍ରଦାନ କରିଛନ୍ତି । ମାର୍ଚ୍ଚ ୨୦୨୩ରେ ଆଇଜିଏସ୍‌ଟି ସମାଧାନ ପରେ କେନ୍ଦ୍ର ଏବଂ ରାଜ୍ୟ ଗୁଡିକର ମୋଟ ରାଜସ୍ୱ ସିଜିଏସ୍‌ଟି ପାଇଁ  ୬୨,୯୫୪ କୋଟି ଟଙ୍କା ଏବଂ ଏସ୍‌ଜିଏସ୍‌ଟି ନିମନ୍ତେ  ୬୫,୫୦୧ କୋଟି ଟଙ୍କା ରହିଛି ।

ମାର୍ଚ୍ଚ ୨୦୨୩ ପାଇଁ ଆୟ ରାଜସ୍ୱ ଗତ ବର୍ଷ ସମାନ ସମୟରେ ଜିଏସ୍‌ଟି ଆୟ ତୁଳନାରେ ୧୩% ଅଧିକ । ଏହି ମାସରେ ଗତ ବର୍ଷ ସମାନ ସମୟ ତୁଳନାରେ ମାଲ୍ ଆମଦାନୀରୁ ଆୟ ୮% ଅଧିକ ରହିଛି ଏବଂ ଘରୋଇ କାରବାରରୁ ଆୟ (ସେବା ଆମଦାନୀକୁ ଅନ୍ତର୍ଭୁକ୍ତ କରି) ୧୪% ଅଧିକ ରହିଛି । ୨୦୨୩ ମାର୍ଚ୍ଚ ମାସରେ ସବୁଠାରୁ ଅଧିକ ରିଟର୍ଣ୍ଣ ଦାଖଲ ହୋଇଛି । ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଦାଖଲ କରାଯାଇଥିବା ଫେବୃଆରୀ ମାସର ୯୩.୨% ଷ୍ଟେଟ୍‌ମେଂଟ ଅଫ୍ ଇନ୍‌ଭଏସ୍ (ଜିଏସ୍‌ଟିଆର – ୧ରେ) ଏବଂ ୯୧.୪% ରିଟର୍ଣ୍ଣ (ଜିଏସ୍‌ଟି ୩ ଖ ରେ) ତୁଳନାରେ  ଗତ ବର୍ଷ ସମାନ ସମୟରେ ଯଥାକ୍ରମେ ୮୩.୧% ଏବଂ ୮୪.୭% ଥିଲା ।

 

୨୦୨୨- ୨୩ ପାଇଁ ମୋଟ ସଂଗ୍ରହ ୧୮.୧୦ ଲକ୍ଷ କୋଟି ଟଙ୍କା ଏବଂ ସାରା ବର୍ଷ ପାଇଁ ହାରାହାରି  ମୋଟ ମାସିକ ସଂଗ୍ରହ ହେଉଛି ୧.୫୧ ଲକ୍ଷ କୋଟି ଟଙ୍କା । ୨୦୨୨- ୨୩ରେ ମୋଟ ରାଜସ୍ୱ ଆୟ ଗତ ବର୍ଷ ତୁଳନାରେ ୨୨% ଅଧିକ ଥିଲା । ୨୦୨୨- ୨୩ର ଶେଷ ତ୍ରୈମାସିକ ପାଇଁ ହାରାହାରି ମାସିକ ମୋଟ ଜିଏସ୍‌ଟି ସଂଗ୍ରହ ୧.୫୧ ଲକ୍ଷ କୋଟି ଟଙ୍କା ରହିଛି, ଯେତେବେଳେ କି ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ତ୍ରୈମାସିକରେ ହାରାହାରି ମାସିକ ସଂଗ୍ରହ ଯଥାକ୍ରମେ ୧.୫୧ ଲକ୍ଷ କୋଟି, ୧.୪୬ ଲକ୍ଷ କୋଟି ଏବଂ ୧.୪୯ ଲକ୍ଷ କୋଟି ଟଙ୍କା ଥିଲା ।

ନିମ୍ନରେ ଦିଆଯାଇଥିବା ଚାର୍ଟରେ ଚଳିତ ବର୍ଷର ମାସିକ ସମୁଦାୟ ଜିଏସ୍‌ଟି  ରାଜସ୍ୱର ଧାରାକୁ ଦର୍ଶାଯାଇଛି । ମାର୍ଚ୍ଚ ୨୦୨୨ ତୁଳନାରେ ମାର୍ଚ୍ଚ ୨୦୨୩  ସମୟରେ ପ୍ରତ୍ୟେକ ରାଜ୍ୟରେ ସଂଗୃହୀତ ଜିଏସ୍‌ଟିର ରାଜ୍ୟ ଅନୁଯାୟୀ ଆକଳନ ଗୁଡିକ ସମ୍ପର୍କରେ ସାରଣୀରେ ଦର୍ଶାଯାଇଛି ।

ମାର୍ଚ୍ଚ ୨୦୨୩ରେ ରାଜ୍ୟ ଅନୁଯାୟୀ ଜିଏସ୍‌ଟି ସଂଗ୍ରହରେ ଅଭିବୃଦ୍ଧି[1]

 

State

Mar-22

Mar-23

Growth (%)

1

Jammu and Kashmir

368

477

29.42

2

Himachal Pradesh

684

739

8.11

3

Punjab

1,572

1,735

10.37

4

Chandigarh

184

202

10.09

5

Uttarakhand

1,255

1,523

21.34

6

Haryana

6,654

7,780

16.93

7

Delhi

4,112

4,840

17.72

8

Rajasthan

3,587

4,154

15.80

9

Uttar Pradesh

6,620

7,613

15.01

10

Bihar

1,348

1,744

29.40

11

Sikkim

230

262

14.11

12

Arunachal Pradesh

105

144

37.56

13

Nagaland

43

58

35.07

14

Manipur

60

65

9.37

15

Mizoram

37

70

91.16

16

Tripura

82

90

10.21

17

Meghalaya

181

202

11.51

18

Assam

1,115

1,280

14.87

19

West Bengal

4,472

5,092

13.88

20

Jharkhand

2,550

3,083

20.92

21

Odisha

4,125

4,749

15.14

22

Chhattisgarh

2,720

3,017

10.90

23

Madhya Pradesh

2,935

3,346

14.01

24

Gujarat

9,158

9,919

8.31

25

Daman and Diu

 

 

 

26

Dadra and Nagar Haveli

284

309

8.99

27

Maharashtra

20,305

22,695

11.77

29

Karnataka

8,750

10,360

18.40

30

Goa

386

515

33.33

31

Lakshadweep

2

3

30.14

32

Kerala

2,089

2,354

12.67

33

Tamil Nadu

8,023

9,245

15.24

34

Puducherry

163

204

24.78

35

Andaman and Nicobar Islands

27

37

38.88

36

Telangana

4,242

4,804

13.25

37

Andhra Pradesh

3,174

3,532

11.26

38

Ladakh

23

23

-3.66

97

Other Territory

149

249

66.48

99

Center Jurisdiction

170

142

-16.31

 

Grand Total

1,01,983

1,16,659

14.39

[1]Does not include GST on import of goods

****

SSP

 



(Release ID: 1912950) Visitor Counter : 151