ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପରମ ପୂଜ୍ୟ ଡଃ ଶ୍ରୀ ଶ୍ରୀ ଶ୍ରୀ ଶିବକୁମାର ସ୍ୱାମୀଗଲୁଙ୍କୁ ତାଙ୍କ ଜୟନ୍ତୀ ଅବସରରେ ନମନ କଲେ ପ୍ରଧାନମନ୍ତ୍ରୀ

Posted On: 01 APR 2023 8:44PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପରମ ପୂଜ୍ୟ ଡଃ ଶ୍ରୀ ଶ୍ରୀ ଶ୍ରୀ ଶିବକୁମାର ସ୍ୱାମୀଗଲୁଙ୍କୁ ତାଙ୍କ ଜୟନ୍ତୀର ସ୍ୱତନ୍ତ୍ର ଅବସରରେ ନମନ କରିଛନ୍ତି । 

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ପରମ ପୂଜ୍ୟ ଡଃ ଶ୍ରୀ ଶ୍ରୀ ଶ୍ରୀ ଶିବକୁମାର ସ୍ୱାମୀଗଲୁଙ୍କୁ ତାଙ୍କ ଜୟନ୍ତୀର ସ୍ୱତନ୍ତ୍ର ଅବସରରେ ନମନ କରୁଛି । ଲକ୍ଷ ଲକ୍ଷ ଲୋକଙ୍କ ମଧ୍ୟରେ ସେ ଗଭୀର ପ୍ରଭାବ ଛାଡି ଯାଇଛନ୍ତି । ସମାଜସେବା ଓ ଜନ ସଶକ୍ତିକରଣକୁ ସେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଥିଲେ । ତାଙ୍କ ସ୍ୱପ୍ନ ପୂରଣ ପାଇଁ ଆମେ ସର୍ବଦା କାମ କରିବୁ ।  

SR



(Release ID: 1912936) Visitor Counter : 96