ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜାତୀୟ ସାମୁଦ୍ରିକ ସପ୍ତାହର ଶୁଭାରମ୍ଭ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 31 MAR 2023 6:02PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାମନା କରିଛନ୍ତି ଯେ, ଜାତୀୟ ସାମୁଦ୍ରିକ ସପ୍ତାହ ମାଧ୍ୟମରେ ବନ୍ଦର-କୈନ୍ଦ୍ରିକ ବିକାଶ ଓ ଆର୍ଥିକ ସମୃଦ୍ଧି ପାଇଁ ଉପକୂଳ ବ୍ୟବହାର ଉଦ୍ୟମ ଜୋରଦାର ହେବ ।

ପ୍ରଧାନମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଏକ ଟ୍ୱିଟର ପ୍ରତ୍ୟୁତ୍ତର ଦେଇଛନ୍ତି । ଟ୍ୱିଟରେ ଶ୍ରୀ ସୋନୱାଲ ଜାତୀୟ ସାମୁଦ୍ରିକ ସପ୍ତାହର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଲାପେଲରେ ପ୍ରଥମ ସାମୁଦ୍ରିକ ଧ୍ୱଜ ଲଗାଇବା ସମ୍ପର୍କରେ ସୂଚନା ଦେଇଥିଲେ । ଏପ୍ରିଲ ୫ରେ ପାଳିତ ହେଉଥିବା ଜାତୀୟ ସାମୁଦ୍ରିକ ଦିବସ ଭାରତର ସାମୁଦ୍ରିକ ପରମ୍ପରାର ଗୌରବମୟ ଇତିହାସକୁ ପାଳନ କରିଥାଏ ।     

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଜାତୀୟ ସାମୁଦ୍ରିକ ସପ୍ତାହ ଆମ ସମୃଦ୍ଧ ସାମୁଦ୍ରିକ ଇତିହାସ ସହ ଆମ ସମ୍ପର୍କକୁ ଆହୁରି ଗଭୀର କରୁ ବୋଲି କାମନା କରୁଛି । ଏହା ବନ୍ଦର-କୈନ୍ଦ୍ରିକ ବିକାଶ ଓ ଆର୍ଥିକ ସମୃଦ୍ଧି ପାଇଁ ଉପକୂଳ ବ୍ୟବହାର ଉଦ୍ୟମ ତ୍ୱରାନ୍ୱିତ ହେଉ ବୋଲି ମଧ୍ୟ କାମନା କରୁଛି ।

 

This will strengthen the Indian Navy and add momentum to our aim of Aatmanirbharta. https://t.co/MRETNEWhjI

— Narendra Modi (@narendramodi) March 31, 2023

SR



(Release ID: 1912603) Visitor Counter : 83