ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
azadi ka amrit mahotsav

ଆଭା ଆଧାରିତ ସ୍କାନ୍ ଆଣ୍ଡ ସେୟାର ସେବା 10 ଲକ୍ଷ ରୋଗୀଙ୍କ ସମୟ ସଞ୍ଚୟ କରିଛି, ଯାହାକୁ ସେମାନେ ହସ୍‌ପିଟାଲର ଲମ୍ବା ଲାଇନରେ ନଷ୍ଟ କରୁଥିଲେ

Posted On: 29 MAR 2023 7:22AM by PIB Bhubaneshwar

ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ପ୍ରାଧିକରଣ (ଏନଏଚଏ) ଏହାର ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ (ଏବିଡିଏମ୍‌) ଯୋଜନା ଅନ୍ତର୍ଗତ ସ୍ବାସ୍ଥ୍ୟ ସେବା ଯୋଗାଣରେ ପାରଦର୍ଶିତା ଆଣିବା ପାଇଁ ଡିଜିଟାଲ୍ ହସ୍ତକ୍ଷେପକୁ ସକ୍ଷମ କରୁଛି। ଏପରି ଏକ ହସ୍ତକ୍ଷେପ ‘ସ୍କାନ୍ ଆଣ୍ଡ ସେୟାର’, ଯେଉଁଥିରେ ଓପିଡିରେ ରୋଗୀଙ୍କର ତୁରନ୍ତ ପଞ୍ଜୀକରଣ ହୋଇଥାଏ। ଏହି ସେବା ଏହି ପ୍ରକ୍ରିୟାରେ ସାମିଲ୍ ଥିବା ହସ୍‌ପିଟାଲରେ ଉପଲବ୍ଧ ରହିଛି। ଏହି ସେବାର ବ୍ୟବହାର କରୁଥିବା ରୋଗୀମାନଙ୍କର ସଂଖ୍ୟା ବୃଦ୍ଧି ହୋଇଛି ଏବଂ ନିଜର ପ୍ରାରମ୍ଭିକ ଛଅ ମାସରେ ହିଁ ଏହି ସଂଖ୍ୟା 10 ଲକ୍ଷ ପଞ୍ଜୀକରଣକୁ ଅତିକ୍ରମ କରିଛି। ଏହା ଉଲ୍ଲେଖନୀୟ ଯେ ଗତ ମାସରେ (23 ଫେବୃୟାରୀ, 2023 ସନ୍ଦର୍ଭରେ) ହିଁ ପାଞ୍ଚ ଲକ୍ଷ ରୋଗୀ ପଞ୍ଜୀକରଣ କରାଇଥିଲେ। ସ୍କାନ-ଆଣ୍ଡ-ସେୟାର ସେବାର ପ୍ରଭାବ ଏବଂ ଏହାର ସ୍ବୀକୃତି ଏହି ବିଷୟରେ ପ୍ରମାଣିତ ହୋଇଯାଏ ଯେ ଏହି ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ହେଉଛି। 

ସ୍କାନ-ଆଣ୍ଡ-ସେୟାର ସେବା ବିଷୟରେ ଏନଏଚଏ ର ସିଇଓ କହିଛନ୍ତି – ‘‘ଏବିଡିଏମ୍‌ ର ଲକ୍ଷ୍ୟ ଡିଜିଟାଲ୍ ସମାଧାନର ଉପଯୋଗ ଦ୍ବାରା ନିରନ୍ତର ସ୍ବାସ୍ଥ୍ୟ ଯୋଗାଣ ପ୍ରସ୍ତୁତ କରିବା ଅଟେ। ସ୍କାନ-ଆଣ୍ଡ-ସେୟାର ପଦକ୍ଷେପ ମାଧ୍ୟମରେ ହସ୍‌ପିଟାଲ୍ ରୋଗୀଙ୍କର ଆଭା (ଏବିଏଚଏ) ପ୍ରୋଫାଇଲ୍ ମାଧ୍ୟମରେ ପ୍ରତ୍ୟକ୍ଷ ଭାବରେ ତାଙ୍କର ଡିଜିଟାଲ୍ ପଞ୍ଜୀକରଣ ସେବାର ଉପସ୍ଥାପନ କରୁଛନ୍ତି। ଏହାଦ୍ବାରା ରୋଗୀଙ୍କୁ ତୁରନ୍ତ ପଞ୍ଜୀକରଣ ଟିକେଟ୍ ମିଳି ଯାଇଥାଏ ଏବଂ ତାଙ୍କୁ ଲାଇନରେ ଛିଡ଼ା ହେବା ଏବଂ ସମ୍ପୂର୍ଣ୍ଣ ବିବରଣୀ ଲେଖିବାରୁ ମୁକ୍ତି ମିଳି ଯାଇଥାଏ। ଏହି ସମୟରେ, ପ୍ରତି ଦିନ ହାରାହାରି 25,000 ଓପିଡି ଟୋକନ୍ ପ୍ରଦାନ କରାଯାଉଛି। ଆମର ଉଦ୍ଦେଶ୍ୟ ହେଉଛି ଖୁବ ଶୀଘ୍ର ଏହି ପରିମାଣକୁ ପ୍ରତି ଦିନ ଏକ ଲକ୍ଷ ଟୋକନରୁ ଅଧିକ କରିବା। ଏହା ବ୍ୟତୀତ ଆମେ ରୋଗୀ ଓ ସ୍ବାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ମଧ୍ୟରେ ଅନ୍ୟ ପ୍ରକାର ଯୋଗାଯୋଗ ପାଇଁ ଏହି ପଦକ୍ଷେପକୁ ଆଗକୁ ନେଉଛୁ। 

ସ୍କାନ-ଆଣ୍ଡ-ସେୟାର ସେବା କ୍ୟୁଆର କୋଡ୍ ଆଧାରିତ ଅଟେ ଏବଂ ଏହି ସୂଚନା ପ୍ରଦାନ କରିବାର ଏକ ସରଳ ମାଧ୍ୟମ ଉପରେ କାମ କରିଥାଏ। ଭାଗ ନେଉଥିବା ହସ୍‌ପିଟାଲ୍ ନିଜର ରୋଗୀ ପଞ୍ଜୀକରଣ କାଉଣ୍ଟରରେ ନିଜର ବିଶେଷ କ୍ୟୁଆର କୋଡ୍ ପ୍ରଦର୍ଶିତ କରିଥାନ୍ତି। ରୋଗୀ ସେବା ପାଇଁ ସମର୍ଥିତ ମୋବାଇଲ୍ ଆପ୍ (ବର୍ତ୍ତମାନ କ୍ଷେତ୍ରରେ ଏବିଏଚଏ ଆପ୍, ଆରୋଗ୍ୟ ସେତୁ, ଡ୍ରିଫକେସ୍, ପେଟିଏମ୍, ବଜାଜ୍ ହେଲ୍‌ଥ ଏବଂ ଏକୋକେୟାରରେ ଉପଲବ୍ଧ) ର ଉପଯୋଗ କରି କ୍ୟୁଆର କୋଡ୍ ସ୍କାନ କରିବା ପାଇଁ ନିଜର ସ୍ମାର୍ଟଫୋନର ବ୍ୟହବାର କରିଥାନ୍ତି। ଏହାପରେ ରୋଗୀ ନିଜର ଆଭା (ଆୟୁଷ୍ମାନ ଭାରତ ହେଲ୍‌ଥ ଆକାଉଣ୍ଟ) ପ୍ରସ୍ତୁତ କରିଥାନ୍ତି ବା ନିଜର ପ୍ରଚଳିତ ଆଭା ଆକଉଣ୍ଟରେ ଲଗଇନ୍ କରିଥାନ୍ତି। ଲଗ୍‌ ଇନ୍ କରିବା ପରେ ରୋଗୀ କୌଣସି ପ୍ରକାର ଫର୍ମ ପୂରଣ ନକରି ପଞ୍ଜୀକରଣ ପୂରଣ କରିବା ପାଇଁ ପ୍ରତ୍ୟକ୍ଷ ଭାବରେ ହସ୍‌ପିଟାଲ୍ ସହିତ ନିଜର ଆଭା ପ୍ରୋଫାଇଲ୍ ସେୟାର କରିପାରିବେ। ଏହି କାଗଜମୁକ୍ତ ପଞ୍ଜୀକରଣର ପରିଣାମସ୍ବରୂପ ତତ୍କାଳ ଟୋକନ୍ ପ୍ରସ୍ତୁତ ହୋଇ ଯାଇଥାଏ। ଏହିପରି ଆଭାର ବ୍ୟବହାର କରି ରୋଗୀଙ୍କୁ ଲମ୍ବା ଲାଇନରେ ଆଉ ଛିଡ଼ା ହେବାକୁ ପଡ଼ିବ ନାହିଁ। 

ଏହି ସେବା ଲେଡି ହାର୍ଡ଼ିଂ ମେଡିକାଲ୍ କଲେଜ୍‌ (ଏଲଏଚଏମସି) ଏବଂ ଶ୍ରମୀତୀ ସୁଚେତା କ୍ରିପଲାନୀ ହସ୍‌ପିଟାଲ୍ (ଏସଏସକେଏଚ୍) ହସ୍‌ପିଟାଲ୍, ନୂଆ ଦିଲ୍ଲୀରେ 6 ଅକ୍ଟୋବର 2022 ରେ ଆରମ୍ଭ କରାଯାଇଥିଲା। ସେହି ଦିନ ଠାରୁ 443 ଜିଲ୍ଲାରେ 147 ରୁ ଅଧିକ ହସ୍‌ପିଟାଲ୍ ଏହି ସେବାକୁ ଗ୍ରହଣ କରିଛନ୍ତି ଯେଉଁ କାରଣରୁ ନିୟମିତ ଓପିଡିରେ ପଞ୍ଜୀକରଣ କରାଇବା ପାଇଁ ଲାଇନରେ ଛିଡ଼ା ହେବାର ସମୟ ବଞ୍ଚି ପାରୁଛି। ଏମସ ରାୟପୁର, ଏନଡିଏମସି ଚରକ ପାଲିକା ହସ୍‌ପିଟାଲ୍ – ନୂଆ ଦିଲ୍ଲୀ, ଏଲଏଚଏମସି ଓ ଏସଏସକେଏଚ୍ – ନୂଆ ଦିଲ୍ଲୀ, ସାର ସି ଭି ରମନ୍ ଜେନେରାଲ୍ ହସ୍‌ପିଟାଲ୍-ବେଙ୍ଗାଲୁରୁ ଓ ଏଲ ବି ଆର ଜଏଣ୍ଟ ହସ୍‌ପିଟାଲ୍, କାନପୁର ରୋଡ୍‌, ଲକ୍ଷ୍ମୌ ଏବିଏଚ୍ଏ ଆଧାରିତ ସ୍କାନ-ଆଣ୍ଡ-ସେୟାର ସେବାର ଉପଯୋଗ କରି ନିୟମିତ 25,000 ରୁ ଅଧିକ ରୋଗୀମାନଙ୍କୁ ସହାୟତା ପ୍ରଦାନ କରୁଛନ୍ତି। ସ୍କାନ-ଆଣ୍ଡ-ସେୟାର ସେବାର କାର୍ଯ୍ୟକାରୀ ସମ୍ବନ୍ଧିତ ଅଧିକ ବିବରଣୀ ଏବିଡିଏମ୍ ପବ୍ଲିକ୍ ଡାସବୋର୍ଡ଼ https://dashboard.abdm.gov.in/abdm/ ରେ ଉପଲବ୍ଧ ରହିଛି। 

ଯେଉଁ ହସ୍‌ପିଟାଲ୍ ଏବଂ ଡିଜିଟାଲ୍ ସମାଧାନ କମ୍ପାନୀ ସ୍ବାସ୍ଥ୍ୟ ସୁବିଧାକୁ ନିଜର ପ୍ରଯୁକ୍ତି ପ୍ରଦାନ କରୁଛନ୍ତି, ତାଙ୍କ ଦ୍ବାରା ସ୍କାନ-ଆଣ୍ଡ-ସେୟାର ସେବାକୁ ଗ୍ରହଣ କରିବାର ପ୍ରକ୍ରିୟାକୁ ବଢ଼ାଇବା ପାଇଁ ଏବିଡିଏମ୍ ଡିଜିଟାଲ୍ ହେଲ୍‌ଥ ଇନ୍‌ସେନଟିଭ୍ ସ୍କିମ୍ (ଡିଏଚଆଇଏସ୍) ଅନ୍ତର୍ଗତ ସ୍କାନ-ଆଣ୍ଡ-ସେୟାର ଟ୍ରାନ୍‌ଜାକ୍‌ସନକୁ ମଧ୍ୟ ସାମିଲ୍ କରିଛନ୍ତି। ଆଭା ଆଧାରିତ ସ୍କାନ-ଆଣ୍ଡ-ସେୟାର ସେବାର ଉପସ୍ଥାପନା କରୁଥିବା ସ୍ବାସ୍ଥ୍ୟ ସୁବିଧାକୁ ଆଭା ଆଧାରିତ ଡିଜିଟାଲ୍ ସ୍ବାସ୍ଥ୍ୟ ଟ୍ରାନ୍‌ଜାକ୍‌ସନ ସଂଖ୍ୟାର ଆଧାରରେ ଡିଏଚଆଇଏସ୍ ଅନ୍ତର୍ଗତ ଚାରି କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ପ୍ରଦାନ କରିବାର ସୁଯୋଗ ମିଳୁଛି। ଡିଏଚଆଇଏସ୍ ଉପରେ ଅଧିକ ବିବରଣୀ ଏଠାରେ ଉପଲବ୍ଧ ରହିଛି : https://abdm.gov.in/DHIS

 

BS


(Release ID: 1912066) Visitor Counter : 168