ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କଲବୁର୍ଗି ଠାରେ ପିଏମ ମିତ୍ର ମେଗା ଟେକ୍ସଟାଇଲ ପାର୍କ ପାଇଁ କର୍ଣ୍ଣାଟକକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 29 MAR 2023 9:22AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କଲବୁର୍ଗି ଠାରେ ପିଏମ ମିତ୍ର ମେଗା ଟେକ୍ସଟାଇଲ ପାର୍କ ସ୍ଥାପନ ପାଇଁ କର୍ଣ୍ଣାଟକବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

 

କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

କଲବୁର୍ଗି ଠାରେ ପିଏମ ମିତ୍ର ମେଗା ଟେକ୍ସଟାଇଲ ପାର୍କ ସ୍ଥାପନ ପାଇଁ କର୍ଣ୍ଣାଟକର ଭଉଣୀ ଓ ଭାଇମାନଙ୍କୁ ଅଭିନନ୍ଦନ । ଏହି ପାର୍କ କର୍ଣ୍ଣାଟକର ଐତିହ୍ୟସମ୍ପନ୍ନ ବୟନଶିଳ୍ପ ପରମ୍ପରାକୁ ସମୃଦ୍ଧ କରିବା ସହ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

 

 “ಕಲಬುರಗಿಯಲ್ಲಿ ಪಿಎಂ ಮಿತ್ರ ಮೆಗಾ ಜವಳಿ ಪಾರ್ಕ್ ಸ್ಥಾಪನೆಗಾಗಿ ಕರ್ನಾಟಕದ ನನ್ನ ಸಹೋದರ ಸಹೋದರಿಯರಿಗೆ ಅಭಿನಂದನೆಗಳು. ಈ ಪಾರ್ಕ್ ಕರ್ನಾಟಕದ ಶ್ರೀಮಂತ ಜವಳಿ ಪರಂಪರೆಯನ್ನು ಸಂಭ್ರಮಾಚರಿಸುತ್ತದೆ ಮತ್ತು ರಾಜ್ಯದ ಜನರಿಗೆ ಉದ್ಯೋಗಾವಕಾಶಗಳನ್ನು ಸೃಷ್ಟಿಸುತ್ತದೆ.

#PragatiKaPMMitra”

 

ଲୋକସଭା ସାଂସଦ ଡଃ ଉମେଶ ଜି ଯାଦବଙ୍କ ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଏହି ମେଗା ଟେକ୍ସଟାଇଲ ପାର୍କ ମାଧ୍ୟମରେ ଦେଶର ବସ୍ତ୍ର ବିବିଧତାକୁ ବିଶ୍ୱ ସମ୍ମୁଖରେ ପ୍ରଦର୍ଶିତ କରିବାର ସମ୍ଭାବନା ସମ୍ପର୍କରେ ଉଲ୍ଲେଖ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ନିଶ୍ଚିତ ଭାବେ କର୍ଣ୍ଣାଟକ ଓ ବିଶେଷତଃ କଲବୁର୍ଗି ପାଇଁ ଏକ ସ୍ୱତନ୍ତ୍ର ଦିନ । ଏହି ଟେକ୍ସଟାଇଲ ପାର୍କ ମାଧ୍ୟମରେ ବିଶ୍ୱ ଭାରତର ବସ୍ତ୍ର ବିବିଧତା ଓ ଆମ ଦେଶବାସୀଙ୍କ ସୃଜନଶୀଳତାର ଝଲକ ଦେଖିପାରିବ । #PragatiKaPMMitra”

 

ಕರ್ನಾಟಕಕ್ಕೆ ಮತ್ತು ವಿಶೇಷವಾಗಿ ಕಲಬುರಗಿಗೆ ನಿಜಕ್ಕೂ ವಿಶೇಷ ದಿನ. ಈ ಜವಳಿ ಪಾರ್ಕ್ ಮೂಲಕ ಜಗತ್ತು ಭಾರತದ ಜವಳಿ ವೈವಿಧ್ಯತೆ ಮತ್ತು ನಮ್ಮ ಜನರ ಸೃಜನಶೀಲತೆಯ ದರ್ಶನ ಪಡೆಯುತ್ತದೆ.

#PragatiKaPMMitra”

 

SR



(Release ID: 1911674) Visitor Counter : 81