ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବିହାର ଦିବସ ଅବସରରେ ବିହାର ବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
22 MAR 2023 8:42AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିହାର ଦିବସ ଅବସରରେ ବିହାରର ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ବିହାର ନିଜର ସମୃଦ୍ଧ ଇତିହାସ ଏବଂ ଜୀବନ୍ତ ସଂସ୍କୃତି ପାଇଁ ପ୍ରସିଦ୍ଧ ଅଟେ। ବିହାରର ଲୋକମାନେ ରାଷ୍ଟ୍ରୀୟ ଜୀବନର ସମସ୍ତ କ୍ଷେତ୍ରରେ ନିଜର ଯୋଗଦାନ ଦେଉଛନ୍ତି ଏବଂ ନିଜର କଠିନ ପରିଶ୍ରମ ଏବଂ ଦୃଢ଼ ସଙ୍କଳ୍ପ ବଳରେ ସେମାନେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
ନିଜର ଟ୍ବିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି :
‘‘ବିହାର ଦିବସ ଅବସରରେ ରାଜ୍ୟରେ ମୋର ସମସ୍ତ ଭାଇ ଭଉଣୀଙ୍କୁ ବହୁତ ବହୁତ ଅଭିନନ୍ଦନ! ନିଜର ସମୃଦ୍ଧ ଇତିହାସ ଏବଂ ଜୀବନ୍ତ ସଂସ୍କୃତି ପାଇଁ ପ୍ରସିଦ୍ଧ ବିହାରର ଲୋକମାନେ ଦେଶର ବିକାଶ ପାଇଁ ପ୍ରତି କ୍ଷେତ୍ରରେ ଅତୁଳନୀୟ ଯୋଗଦାନ ଦେଉଛନ୍ତି। ନିଜର ନିଷ୍ଠା ଓ କଠିନ ପରିଶ୍ରମ ବଳରେ ସେମାନେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।’’
BS
(ରିଲିଜ ଆଡି: 1909628)
ପରିଦର୍ଶକ କାଉଣ୍ଟର : 129
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam