ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବାଂଲାଦେଶ ମୈତ୍ରୀ ପାଇପ ଲାଇନକୁ ମିଳିତ ଭାବେ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା


ଭାରତ ଓ ଏହାର ପଡୋଶୀଙ୍କ ମଧ୍ୟରେ ଆଇବିଏଫପି ହେଉଛି ଦ୍ୱିତୀୟ ସୀମାପାର ଶକ୍ତି ପାଇପ ଲାଇନ

ବାଂଲାଦେଶ ସହ ବର୍ଦ୍ଧିତ ସଂଯୋଗୀକରଣ ଲୋକ ସମ୍ପର୍କକୁ ଅଧିକ ମଜବୁତ କରିବ

Posted On: 18 MAR 2023 6:03PM by PIB Bhubaneshwar

ନୂଆଦିଲ୍ଲୀ, ୧୮-୩(ପିଆଇବି):ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ମିଳିତ ଭାବେ ଭାରତ -ବାଂଲାଦେଶ ମୈତ୍ରୀ ପାଇପ ଲାଇନ (ଆଇବିଏଫପି)କୁ ଆଜି (୧୮.୩.୨୦୨୩) ଆଭାସୀ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି । ଉଭୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସେପ୍ଟେମ୍ବର ୨୦୧୮ରେ ଏହି ପାଇପଲାଇନ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ୨୦୧୫ ମସିହାଠାରୁ ନୁମାଲିଗଡ ବିଶୋଧନାଗାର ଲିମିଟେଡ ବାଂଲାଦେଶକୁ ପେଟ୍ରୋଲଜାତ ସାମଗ୍ରୀ ଯୋଗାଇ ଆସୁଛି । ଭାରତ ଓ ଏହାର ପଡୋଶୀଙ୍କ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ସୀମାପାର ଶକ୍ତି ପାଇପ ଲାଇନ । 

ଭାରତ-ବାଂଲାଦେଶ ସମ୍ପର୍କରେ ଶକ୍ତି କ୍ଷେତ୍ରରେ ସହଯୋଗ ଏକ ନିବିଡ ସମ୍ପର୍କର ସେତୁ ହୋଇ ଉଠିଛି । ଆଇବିପିଏଫ ହେଉଛି ଭାରତ-ବାଂଲାଦେଶ ମଧ୍ୟରେ ପ୍ରଥମ ସୀମାପାର ପାଇପଲାଇନ ଯାହାଦ୍ୱାରା ଭାରତରୁ ବାଂଲାଦେଶକୁ ବାର୍ଷିକ ଏକ ନିୟୁତ ମେଟ୍ରିକ ଟନ୍ ହାଇସ୍ପିଡ୍ ଡିଜେଲ ପରିବହନ କରାଯାଇଥାଏ । ସଂଯୋଗୀକରଣ ବୃଦ୍ଧି ଦ୍ୱାରା ଏହା ଦୁଇଦେଶର ଜନସାଧାରଣଙ୍କ ମଧ୍ୟରେ ସହଯୋଗକୁ ମଧ୍ୟ ମଜବୁତ କରିବ ।

ବାଂଲାଦେଶ ହେଉଛି ଭାରତର ଅଗ୍ରଣୀ ବିକାଶ ଅଂଶୀଦାର ଓ ଅଞ୍ଚଳର ସବୁଠାରୁ ବଡ ବାଣିଜ୍ୟ ସହଯୋଗୀ ରାଷ୍ଟ୍ର । ଏହି ମୈତ୍ରୀ ପାଇପଲାଇନ କାର୍ଯ୍ୟକାରୀ ହେବା ଦ୍ୱାରା ଦୁଇ ଦେଶ ମଧ୍ୟରେ ପ୍ରଚଳିତ ଶକ୍ତି ସଂଯୋଗ ବୃଦ୍ଧି ପାଇବା ସହ ବିଶେଷକରି କୃଷି କ୍ଷେତ୍ରରେ ମଧ୍ୟ ଏହା ସୁଦୃଢ ହେବ ।

ପ୍ରଧାନମନ୍ତ୍ରୀ ଶ୍ରୀମୋଦୀ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ପ୍ରକଳ୍ପ ପାଇଁ ତାଙ୍କର ନିରବଚ୍ଛିନ୍ନ ମାର୍ଗଦର୍ଶନ ନିମନ୍ତେ ଧନ୍ୟବାଦ ଦେବା ସହ ଏହା ଦୁଇଦେଶର ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ବଳବତ୍ତର ରଖିôବାକୁ ଇଚ୍ଛା ପ୍ରକଟ କରିଛନ୍ତି ।

 

*****

SM/SLP



(Release ID: 1908446) Visitor Counter : 146