ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପିଏମ୍ ମିତ୍ର ବୃହତ୍ ବୟନ ପାର୍କ ମେକ୍ ଇନ୍ ଇଣ୍ଡିଆ ଏବଂ ମେକ୍ ଫର୍ ଦି ୱାର୍ଲ୍ଡର ଏକ ଉତ୍ତମ ଉଦାହରଣ ହେବ : ପ୍ରଧାନମନ୍ତ୍ରୀ

प्रविष्टि तिथि: 17 MAR 2023 2:30PM by PIB Bhubaneshwar

ତାମିଲନାଡୁ, ତେଲଙ୍ଗାନା, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ଏବଂ ଉତ୍ତର ପ୍ରଦେଶରେ ପିଏମ୍ ମିତ୍ର ବୃହତ ବୟନ ପାର୍କ ସ୍ଥାପନ କରାଯିବ, ଯାହା ୫-ଏଫ୍ (ଫାର୍ମ ଟୁ ଫାଇବର ଟୁ ଫ୍ୟାକ୍ଟ୍ରି ଟୁ ଫ୍ୟାଶନ ଟୁ ଫରେନ୍‌) ଦୃଷ୍ଟିକୋଣ ଅନୁସାରେ ବୟନ କ୍ଷେତ୍ରକୁ ବିସ୍ତାରିତ କରିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୂଚନା ଦେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ , ପିଏମ୍ ମିତ୍ର ବୃହତ ବୟନ ପାର୍କ ବୟନ ଶିଳ୍ପ କ୍ଷେତ୍ର ପାଇଁ ଅତ୍ୟାଧୁନିକ ଭିତ୍ତିଭୂମି ଯୋଗାଇ ଦେବ, ଯାହା କୋଟି କୋଟି ଟଙ୍କାର ନିବେଶକୁ ଆକର୍ଷିତ କରିବ ଏବଂ ଲକ୍ଷ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି;

“ପିଏମ୍ ମିତ୍ର ବୃହତ୍ ବୟନ ପାର୍କ ୫ଏଫ୍ (ଫାର୍ମ ଟୁ ଫାଇବର ଟୁ ଫ୍ୟାକ୍ଟ୍ରି ଟୁ ଫ୍ୟାଶନ୍ ଟୁ ଫରେନ୍‌) ଦୃଷ୍ଟିକୋଣ ଅନୁଯାୟୀ ବୟନ ଶିଳ୍ପ କ୍ଷେତ୍ରକୁ ବୃଦ୍ଧି କରିବ । ତାମିଲନାଡୁ, ତେଲଙ୍ଗାନା, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ଏବଂ ଉତ୍ତର ପ୍ରଦେଶରେ ବୃହତ ବୟନ ପାର୍କ ପ୍ରତିଷ୍ଠା କରାଯିବା ଖୁସିର ବିଷୟ ।”

“ପିଏମ୍ ମିତ୍ର ବୃହତ୍ ବୟନ ପାର୍କ ବୟନ କ୍ଷେତ୍ର ପାଇଁ ଅତ୍ୟାଧୁନିକ ଭିତ୍ତିଭୂମି ଯୋଗାଇ ଦେବ, କୋଟି କୋଟି ଟଙ୍କାର ନିବେଶକୁ ଆକର୍ଷିତ କରିବ ଏବଂ ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି କରିବ । ‘ମେକ୍ ଇନ୍ ଇଣ୍ଡିଆ' ଏବଂ 'ମେକ୍ ଫର୍ ଦି ୱାର୍ଲ୍ଡ ର ଏହା ଏକ ଉତ୍ତମ ଉଦାହରଣ ହେବ ।’’

 

*********

SSP


(रिलीज़ आईडी: 1908015) आगंतुक पटल : 186
इस विज्ञप्ति को इन भाषाओं में पढ़ें: Punjabi , हिन्दी , English , Urdu , Marathi , Manipuri , Assamese , Bengali , Gujarati , Tamil , Telugu , Kannada , Malayalam