ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତକୁ ସୁସ୍ଥ ରଖିବା ଦିଗରେ ସେମାନଙ୍କ ଉଦ୍ୟମ ପାଇଁ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ
ଜାତୀୟ ଟୀକାକରଣ ଦିବସ ଅବସରରେ ଲୋକଙ୍କୁ ଟୀକାକରଣ କ୍ଷେତ୍ରରେ ଭାରତର ପଦକ୍ଷେପକୁ ମନେ ପକାଇଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
16 MAR 2023 6:01PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ସୁସ୍ଥ ରଖିବା ଦିଗରେ ପ୍ରୟାସ କରିଥିବା ସମସ୍ତ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରଶଂସା କରିଛନ୍ତି । ଜାତୀୟ ଟୀକାକରଣ ଦିବସରେ ପ୍ରଧାନମନ୍ତ୍ରୀ ଏକ ସୁସ୍ଥ ଭାରତ ଗଠନ ପାଇଁ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ଏବଂ ଲୋକଙ୍କୁ ଟୀକାକରଣ କ୍ଷେତ୍ରରେ ଭାରତର ପଦକ୍ଷେପକୁ ମଧ୍ୟ ମନେ ପକାଇଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭିୟଙ୍କ ଟୁଇଟ୍ର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଭାରତକୁ ସୁସ୍ଥ ରଖିବା ଦିଗରେ ସେମାନଙ୍କର ଉଦ୍ୟମ ପାଇଁ ଆମର ସମସ୍ତ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରଶଂସା”
ଜାତୀୟ ଟୀକାକରଣ ଦିବସରେ ଆମେ ଲୋକଙ୍କୁ ଟୀକାକରଣ କ୍ଷେତ୍ରରେ ଭାରତର ପଦକ୍ଷେପକୁ ମନେ ପକାଇଛୁ ଏବଂ ଏକ ସୁସ୍ଥ ଭାରତ ଗଠନ ପାଇଁ ଆମର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛୁ ।”
HS
(ରିଲିଜ ଆଡି: 1907670)
ପରିଦର୍ଶକ କାଉଣ୍ଟର : 152
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam