ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତର ବନ୍ଦର କ୍ଷେତ୍ର ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଅର୍ଥନୈତିକ ପ୍ରଗତିରେ ସହାୟକ ହେଉଛି: ପ୍ରଧାନମନ୍ତ୍ରୀ

Posted On: 16 MAR 2023 2:56PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟୁଟିକୋରିନ ଭିଓସି ବନ୍ଦରର ବାର୍ଷିକ ଅଭିବୃଦ୍ଧି ୧୧.୩୫% କୁ ପ୍ରଶଂସା କରିଛନ୍ତି । ବନ୍ଦର ୧୪.୦୩.୨୦୨୩ ସୁଦ୍ଧା ୩୬.୦୩ ନିୟୁତ ଟନ୍ ମାଲ୍‍ ପରିଚାଳନା କରିଛି ଏବଂ ୨୦୨୨-୨୩ ଆର୍ଥିକ ବର୍ଷ ସରିବାର  ୧୭ ଦିନ ଆଗରୁ ପରିବହନ ମନ୍ତ୍ରଣାଳୟ ଦ୍ୱାରା ସ୍ଥିର ହୋଇଥିବା ୩୬ ନିୟୁତ ଟନ୍ ଟାର୍ଗେଟକୁ ଅତିକ୍ରମ କରିଛି ।

ଟୁଟିକୋରିନ ସ୍ଥିତ ଭି.ଓ ଚିଦାମ୍ବରନାର ବନ୍ଦର ପ୍ରାଧିକରଣଙ୍କ ଏକ ଟୁଇଟ୍‍ର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ଉତ୍ତମ! ଭାରତର ବନ୍ଦର କ୍ଷେତ୍ର ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଆର୍ଥିକ ପ୍ରଗତିରେ ସହାୟକ ହେଉଛି ।”

HS



(Release ID: 1907663) Visitor Counter : 87