ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଯୁକ୍ତି ଜୀବନକୁ ସକାରାତ୍ମକ ଭାବେ ପ୍ରଭାବିତ କରିବା ସହ ନାଗରିକଙ୍କୁ ସଶକ୍ତ କରୁଛି: ପ୍ରଧାନମନ୍ତ୍ରୀ

Posted On: 13 MAR 2023 3:17PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ପ୍ରଯୁକ୍ତି ଜୀବନକୁ ସକାରାତ୍ମକ ଭାବେ ପ୍ରଭାବିତ କରିବା ସହ ନାଗରିକଙ୍କୁ ସଶକ୍ତ କରୁଛି । ଶ୍ରୀ ମୋଦୀ, ରାଜ୍ୟସଭା ସାଂସଦ ଶ୍ରୀ ନବମ ରେବିଆଙ୍କ ଟ୍ୱିଟ ପ୍ରତ୍ୟୁତ୍ତର ଦେଇ ଏହା କହିଛନ୍ତି । ଶ୍ରୀ ରେବିଆ ନିଜ ଟ୍ୱିଟରେ ସୂଚନା ଦେଇଛନ୍ତି, ଡିଜିଟାଲ ଇଣ୍ଡିଆ ଅଭିଯାନ ଆରମ୍ଭ ହେବା ପୂର୍ବରୁ ଅରୁଣାଚଳ ପ୍ରଦେଶର ଶେରଗାଓଁ ଗାଁରେ ମାତ୍ର ଗୋଟିଏ ମୋବାଇଲ ସେବା ପ୍ରଦାନକାରୀ ଥିଲା । କିନ୍ତୁ ଏବେ ସେଠାରେ ତିନି ମୋବାଇଲ ସେବା ପ୍ରଦାନକାରୀ ଅଛନ୍ତି ।

ପୂର୍ବରୁ ଗାଁରେ ଜରୁରିକାଳୀନ ଚିକିତ୍ସା ଦରକାର ହେଲେ ଡାକ୍ତର ପରମର୍ଶ ପାଇଁ ଲୋକଙ୍କୁ ସଡକ ପଥରେ ଇଟାନଗର ଯାଇ ପୁଣି ଫେରିବାକୁ ପଡୁଥିଲା । ଏଥିପାଇଁ ପ୍ରାୟ ତିନି ଦିନ ଲାଗୁଥିଲା । ହେଲେ ଆଜି ଭିଡିଓ କଲ ମାଧ୍ୟମରେ ଡାକ୍ତର ୩୦ ମିନିଟରୁ କମ ସମୟ ମଧ୍ୟରେ ଉପଯୁକ୍ତ ଉପଚାର ପାଇଁ ମାର୍ଗଦର୍ଶନ କରି ପାରୁଛନ୍ତି । ଏହା ସହିତ ସେ କହିଛନ୍ତି ଇ-ସଞ୍ଜିବନୀ ପୋର୍ଟାଲ ଅରୁଣାଚଳ ପ୍ରଦେଶବାସୀଙ୍କ ପାଇଁ ବେଶ ସହାୟକ ହୋଇଛି ।

ରାଜ୍ୟସଭା ସାଂସଦଙ୍କ ଉପରୋକ୍ତ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ପ୍ରଯୁକ୍ତି ଜୀବନକୁ ସକାରାତ୍ମକ ଭାବେ ପ୍ରଭାବିତ କରିବା ସହ ନାଗରିକଙ୍କୁ ସଶକ୍ତ କରୁଛି ।

 

SR



(Release ID: 1906353) Visitor Counter : 86