ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସ୍ଥାପନା ଦିବସ ଅବସରରେ ସିଆଇଏସଏଫ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
Posted On:
10 MAR 2023 8:23AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳର ସ୍ଥାପନା ଦିବସ ଅବସରରେ ସିଆଇଏସଏଫ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ସ୍ଥାପନା ଦିବସ ଅବସରରେ ସମସ୍ତ @CISFHQrs କର୍ମଚାରୀଙ୍କୁ ଶୁଭେଚ୍ଛା । ଆମ ସୁରକ୍ଷା ତନ୍ତ୍ରରେ ସିଆଇଏସଏଫର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ସେମାନେ ଗୁରୁତ୍ୱପୂର୍ଣ୍ଣ ଓ ରଣନୈତିକ ଭିତ୍ତିଭୂମି ସହିତ ପ୍ରମୁଖ ସ୍ଥାନଗୁଡିକରେ ଦିନରାତି ସୁରକ୍ଷା ପ୍ରଦାନ କରିଥାନ୍ତି । ଏହି ବଳ ନିଜ କଠିନ ପରିଶ୍ରମ ଓ ପେଶାଦାର ଦୃଷ୍ଟିଭଙ୍ଗୀ ପାଇଁ ଜଣାଶୁଣା ।”
SR
(Release ID: 1905684)
Visitor Counter : 131
Read this release in:
Malayalam
,
English
,
Urdu
,
Marathi
,
Hindi
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada