କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ

ମେଘାଳୟର ପ୍ରତ୍ୟେକ ଭୋଟରଙ୍କ ନିକଟରେ ପହଞ୍ଚିବାକୁ ଉଦ୍ୟମ ପାଇଁ ଇସିଆଇଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

Posted On: 27 FEB 2023 11:05AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମେଘାଳୟରେ ପ୍ରତ୍ୟେକ ଯୋଗ୍ୟ ଭୋଟର ଯେଭଳି ସହଜରେ ଭୋଟ୍ ଦେଇପାରିବେ ତାହା ନିଶ୍ଚିତ କରିବାକୁ ଇସିଆଇ ଦ୍ୱାରା ସ୍ମରଣୀୟ ପ୍ରୟାସରେ ଜଡିତ ସମସ୍ତଙ୍କୁ ପ୍ରଶଂସା କରିଛନ୍ତି

ମେଘାଳୟର ମଦଦାନ ହେବାକୁ ଥିବା ୫୯ ଟି ବିଧାନସଭା ର୍ନିବାଚନମଣ୍ଡଳୀକୁ ଇସିଆଇ ୯୭୪ ଟି ପୋଲିଂ ଦଳ ପଠାଇଥିଲେ

ଏହା ବ୍ୟତିତ, ମତଦାନ ଦଳ ଘଣ୍ଟା ଘଣ୍ଟା ଧରି ଦୁର୍ଗମ ଅଞ୍ଚଳକୁ ପାହାଡ ଚଢି ଥିଲେ, କେବଳ ୩୫ ଭୋଟରଙ୍କ ସହିତ କାମସିଂ ମତଦାନ କେନ୍ଦ୍ରକୁ ଯାତ୍ରା କରିଥିଲେ, କୌଣସି ଭୋଟର ଯେଭଳି ମଦନାରୁ ବାଦ୍‍ ନଡିବେ ସେଥିପାଇଁ ମତଦାନ ସାମଗ୍ରୀ ନେଇ ଯିବାପାଇଁ ପାରମ୍ପରିକ ଖାସି ବାସ୍କେଟ ବ୍ୟବହାର କରୁଥିଲେ

ପିଆଇବି ମେଘାଳୟର ଏକ ଟୁଇଟର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

ପ୍ରତ୍ୟେକ ଯୋଗ୍ୟ ଭୋଟର ସହଜରେ ଭୋଟ୍ ଦେଇପାରିବେ ତାହା ନିଶ୍ଚିତ କରିବାକୁ ଇସିଆଇ ଦ୍ୱାରା ସ୍ମରଣୀୟ ପ୍ରୟାସର ଏହା ଆଉ ଏକ ଉଦାହରଣ ଯେଉଁମାନେ ଏହି ଦଳର ଏକ ଅଂଶ ଅଟନ୍ତି ସେମାନଙ୍କୁ ପ୍ରଶଂସା ଏହା ମଧ୍ୟ ଭୋଟରଙ୍କୁ ରେକର୍ଡ ସଂଖ୍ୟାରେ ଯୋଗଦେବାକୁ ପ୍ରେରଣା ଦେବା ଉଚିତ ଏବଂ ଆମର ଗଣତନ୍ତ୍ରକୁ ଆହୁରି ମଜବୁତ କରିବା ଉଚିତ୍‍

HS



(Release ID: 1902664) Visitor Counter : 90