ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସ୍ପେନ ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟେଲିଫୋନ ବାର୍ତ୍ତାଳାପ
ଦୁଇ ନେତା ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ବହୁ ଦ୍ୱିପାକ୍ଷିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରିବା ସହ ପ୍ରତିରକ୍ଷା, ଅର୍ଥନୀତି ଓ ବାଣିଜ୍ୟ କ୍ଷେତ୍ରରେ ବଢୁଥିବା ସହଯୋଗର ସମୀକ୍ଷା କରିଛନ୍ତି
ଡିଜିଟାଲ ଭିତ୍ତିଭୂମି, ପରିବେଶ ସମ୍ପର୍କିତ କାର୍ଯ୍ୟ, ସ୍ୱଚ୍ଛ ଶକ୍ତି ଅନ୍ତରଣ ଓ ନିରନ୍ତର ବିକାଶରେ ସହଭାଗିତା ପାଇଁ ଉଭୟେ ଏକମତ
ଜି ୨୦ ପାଇଁ ଭାରତର ପ୍ରାଥମିକତା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନିଜ ସ୍ପେନ ପ୍ରତିପକ୍ଷଙ୍କୁ ଅବଗତ କରାଇଛନ୍ତି । ଜି ୨୦ ଅଧ୍ୟକ୍ଷତା ଅନ୍ତର୍ଗତ ଭାରତର ଉପକ୍ରମଗୁଡିକୁ ପ୍ରଧାନମନ୍ତ୍ରୀ ସାଞ୍ଚେଜ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି
Posted On:
15 FEB 2023 9:09PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆଜି ସ୍ପେନ ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ।
ଉଭୟ ନେତା ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ବହୁ ଦ୍ୱିପାକ୍ଷିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରିବା ସହ ପ୍ରତିରକ୍ଷା, ଅର୍ଥନୀତି ଓ ବାଣିଜ୍ୟ କ୍ଷେତ୍ରରେ ବଢୁଥିବା ସହଯୋଗର ସମୀକ୍ଷା କରିଛନ୍ତି । ସେମାନେ ଜାରି ରହିଥିବା ଦ୍ୱିପାକ୍ଷିକ ଉପକ୍ରମଗୁଡିକର ସମୀକ୍ଷା କରିବା ସହ ନିକଟରେ ହୋଇଥିବା ଉଚ୍ଚସ୍ତରୀୟ ଆଦାନପ୍ରଦାନ ଏବଂ ପ୍ରତିରକ୍ଷା, ଅର୍ଥନୀତି ଓ ବାଣିଜ୍ୟ କ୍ଷେତ୍ରରେ ବଢୁଥିବା ସହଯୋଗରେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଡିଜିଟାଲ ଭିତ୍ତିଭୂମି, ପରିବେଶ ପରିବର୍ତ୍ତନ, ସ୍ୱଚ୍ଛ ଶକ୍ତି ସ୍ଥାନାନ୍ତରଣ ଓ ନିରନ୍ତର ବିକାଶରେ ସହଭାଗିତା ପାଇଁ ଉଭୟେ ଏକମତ ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ବସୁଧୈବ କୁଟୁମ୍ବକମ (ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ) ବିଷୟବସ୍ତୁ ଉପରେ ଆଧାରିତ ଏକତାକୁ ପ୍ରୋତ୍ସାହନ ଦିଗରେ ଜି ୨୦ ଅଧ୍ୟକ୍ଷତା ବେଳେ ଭାରତର ପ୍ରାଥମିକତା ସମ୍ପର୍କରେ ନିଜ ସ୍ପେନ ପ୍ରତିପକ୍ଷଙ୍କୁ ଅବଗତ କରାଇଛନ୍ତି । ପ୍ରଧାନମନ୍ତ୍ରୀ ସାଞ୍ଚେଜ ଭାରତର ଜି ୨୦ ଅଧ୍ୟକ୍ଷତା ବେଳେ ଭାରତର ଉପକ୍ରମଗୁଡିକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ।
ଉଭୟ ନେତା ପରସ୍ପର ଯୋଗାଯୋଗରେ ରହିବାକୁ ଏକମତ ହୋଇଛନ୍ତି ।
SR
(Release ID: 1899962)
Visitor Counter : 186
Read this release in:
English
,
Urdu
,
Marathi
,
Hindi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam