ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ବର୍ଷାନ୍ତ ସମୀକ୍ଷା – ଶିକ୍ଷା ମନ୍ତ୍ରଣାଳୟ

Posted On: 30 DEC 2022 8:39PM by PIB Bhubaneshwar

 

ଜାତୀୟ ଶିକ୍ଷା ନୀତି ୨୦୨୦ର ସୁପାରିଶଗୁଡିକ ସହିତ ସମଗ୍ର ଶିକ୍ଷା ଯୋଜନାକୁ ଶ୍ରେଣୀବଦ୍ଧ କରାଯାଇଛି

ଉଦୀୟମାନ ଭାରତ ପାଇଁ ପ୍ରଧାନମନ୍ତ୍ରୀ ବିଦ୍ୟାଳୟ (ପିଏମ-ଶ୍ରୀ) ନାମକ କେନ୍ଦ୍ର  ଦ୍ୱାରା ପ୍ରାୟୋଜିତ ଏକ ନୂତନ ଯୋଜନା କ୍ୟାବିନେଟର ଅନୁମୋଦନ ଲାଭ କରିଛି

ପିଏମ୍ –ଶ୍ରୀ ଯୋଜନା ଅଧୀନରେ ଦେଶବ୍ୟାପୀ ୧୪,୫୦୦ ବିଦ୍ୟାଳୟର ବିକାଶ ଏବଂ ଉନ୍ନୀତକରଣ କରାଯାଇଛି

୧ ଏପ୍ରିଲ ୨୦୨୨ରେ ଛାତ୍ର, ଶିକ୍ଷକ ଏବଂ ଅଭିଭାବକମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଅନନ୍ୟ ତଥା ଲୋକପ୍ରିୟ ମତ ବିନିମୟ କାର୍ଯ୍ୟକ୍ରମ  ପଂଚମ ପରୀକ୍ଷା ପେ ଚର୍ଚ୍ଚାର ଆୟୋଜନ କରାଯାଇଥିଲା

୨୦୨୨ ବର୍ଷରେ ପ୍ରାୟ ୨.୫ କୋଟି ବିଦ୍ୟାଳୟ ଛାତ୍ରଛାତ୍ରୀ ନିୟମିତ ଏକ ଭାରତ ଶ୍ରେଷ୍ଠ ଭାରତ (ଇବିଏସବି) କାର୍ଯ୍ୟକଳାପରେ ଅଂଶଗ୍ରହଣ କରିଛନ୍ତି

ସମଗ୍ର ଦେଶରେ ବିଦ୍ୟାଞ୍ଜଳି କାର୍ଯ୍ୟକ୍ରମ ସ୍ୱେଚ୍ଛାସେବୀମାନଙ୍କର ସକ୍ରିୟ ଅଂଶଗ୍ରହଣ ମାଧ୍ୟମରେ  ସଫଳତାର ସହ ୧୦.୮୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିଛି ।

୩୦ ଡିସେମ୍ବର ୨୦୨୨ ୮:୩୯ ପିଏମ, ପିଆଇବି ଦିଲ୍ଲୀ

ସମଗ୍ର ଶିକ୍ଷା

ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗର କେନ୍ଦ୍ର୍ରୀୟ ପ୍ରାୟୋଜିତ ଯୋଜନା ସମଗ୍ର ଶିକ୍ଷା ହେଉଛି ବିଦ୍ୟାଳୟ ଶିକ୍ଷା କ୍ଷେତ୍ର ପାଇଁ ପ୍ରାକ୍ ବିଦ୍ୟାଳୟଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମ୍ପ୍ରସାରିତ କରଯାଇଥିବା ଏକ ଅତି ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ । ଏହି ଯୋଜନା ବିଦ୍ୟାଳୟ ଶିକ୍ଷାକୁ ଏକ ନିରନ୍ତରତା ଭାବରେ ବିବେଚନା କରେ ଏବଂ ଏହା ଶିକ୍ଷା ପାଇଁ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି -୪) ଅନୁଯାୟୀ ପ୍ରସ୍ତୁତ କରାଯାଇଛି । ଏହି ସମଗ୍ର ଶିକ୍ଷା ଯୋଜନା ଜାତୀୟ ଶିକ୍ଷା ନୀତି: ୨୦୨୦ (ଏନଇପି:୨୦୨୦)ର ସୁପାରିଶ ଅନୁଯାୟୀ ପ୍ରସ୍ତୁତ କରାଯାଇଛି ଏବଂ ୨୦୨୧-୨୨ରୁ ୨୦୨୫-୨୬ ପର୍ଯ୍ୟନ୍ତ ଏହାକୁ ସମ୍ପ୍ରସାରିତ କରାଯାଇଛି ।

ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ସମଗ୍ର ଶିକ୍ଷା ଯୋଜନାକୁ ପାଂଚ ବର୍ଷ ଅର୍ଥାତ ୨୦୨୧-୨୨ରୁ ୨୦୨୫-୨୬ ପର୍ଯ୍ୟନ୍ତ ଜାରି ରଖିବାକୁ ଅନୁମୋଦନ କରିଛି ଏବଂ ଏଥିପାଇଁ ସମୁଦାୟ ୨,୯୪,୨୮୩.୦୪ କୋଟି  ଟଙ୍କାର ଅର୍ଥ ବ୍ୟବସ୍ଥା କରାଯାଇଛିି, ଯେଉଁଥିରେ ଇଏଫସି ସୁପାରିଶ ଏବଂ ସଂଶୋଧିତ ପ୍ରୋଗ୍ରାମେଟିକ ଓ ଆର୍ଥିକ ମାନଦଣ୍ଡର ଅନୁମୋଦନ ଅନୁଯାୟୀ କେନ୍ଦ୍ରର ଭାଗ ହେଉଛି ୧,୮୫,୩୯୮.୩୨ କୋଟି ଟଙ୍କା ।

ଆଇସିଟି ଏବଂ ସ୍ମାର୍ଟ କ୍ଲାସ ଅନୁମୋଦନ: ସମଗ୍ର ଶିକ୍ଷା ଯୋଜନାର ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟା (ଆଇସିଟି) ଉପାଦାନ ଅଧିନରେ ଦେଶବ୍ୟାପୀ ପାଠ୍ୟକ୍ରମ ଆଧାରିତ ଆଲୋଚନାଧର୍ମୀ ମଲ୍ଟିମିଡିଆ, ଡିଜିଟାଲ ପୁସ୍ତକ, ଭର୍ଚୁଆଲ ଲ୍ୟାବ ଆଦି ସ୍ଥାପନା ଏବଂ ବିକାଶ କରି ପିଲାମାନଙ୍କୁ କମ୍ପ୍ୟୁଟର ସାକ୍ଷରତା ଏବଂ କମ୍ପ୍ୟୁଟର ସକ୍ଷମ ଶିକ୍ଷା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଏହା ବିଦ୍ୟାଳୟଗୁଡିକରେ ସ୍ମାର୍ଟ ଶ୍ରେଣୀଗୃହ ଏବଂ ଆଇସିଟି ଲ୍ୟାବ ପ୍ରତିଷ୍ଠା ପାଇଁ ସହାୟତା ଯୋଗାଇଦେବା ସହ ଶିକ୍ଷାଦାନ ପାଇଁ ହାର୍ଡଓୟାର, ଶିକ୍ଷାଗତ ସଫ୍ଟଓୟାର ଏବଂ ଇ- ବିଷୟବସ୍ତୁ ଆଦି ଯୋଗାଇଦେବା କ୍ଷେତ୍ରରେ ସହାୟକ ହୋଇଥାଏ । ଏହା ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ/ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକୁ ଅନ୍ତର୍ଭୁକ୍ତ କରିବାର ଯୋଜନା ରହିଛି । ନଭେମ୍ବର ୨୦୨୨ (ସ୍ଥାପନା ଠାରୁ) ପର୍ଯ୍ୟନ୍ତ ଦେଶର ୧,୨୦,୬୧୪ ବିଦ୍ୟାଳୟରେ ଆଇସିଟି ଲ୍ୟାବ ଏବଂ ୮୨, ୧୨୦ ବିଦ୍ୟାଳୟରେ ସ୍ମାର୍ଟ ଶ୍ରେଣୀଗୃହକୁ ଅନୁମୋଦନ କରାଯାଇଛି ।

୧ ଜାନୁଆରୀ, ୨୦୨୨ଠାରୁ ୩୧ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ କାର୍ଯ୍ୟକଳାପର ବିବରଣୀ:

୧.   ଶିକ୍ଷା ଶଦ୍ଦକୋଷ: ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଶିକ୍ଷା ଶଦ୍ଦକୋଶ ପ୍ରକାଶ କରିଛି ଯାହା ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ପଦାବଳୀର ଶଦ୍ଦାବଳୀ ଉପରେ ଏକ ଦସ୍ତାବିଜ ଅଟେ ଏବଂ ବିଦ୍ୟାଳୟ ଶିକ୍ଷା ପରିପ୍ରେକ୍ଷୀରେ ବ୍ୟବହୃତ ହେଉଥିବା ସମସ୍ତ ଶଦ୍ଦର ସଙ୍କଳନ ଅଟେ ।

୨.   କାର୍ଯ୍ୟାନ୍ୱୟନ ପାଇଁ ସମଗ୍ର ଶିକ୍ଷା ଢାଂଚା – ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଏକ ସମଗ୍ର ଶିକ୍ଷା ଢାଂଚା ଜାରି କରିଛି, ଯାହା ସମଗ୍ର ଶିକ୍ଷାର ପ୍ରତ୍ୟେକ ଉପାଦାନ ପାଇଁ ପ୍ରମୁଖ କାର୍ଯ୍ୟଦକ୍ଷତା ସୂଚକ (କି ପରଫର୍ମର୍ାନସ ଇଣ୍ଡିକେଟର) (କେପିଆଇ) ଏବଂ ସମଗ୍ର ଶିକ୍ଷାର ପ୍ରତ୍ୟେକ ଉପାଦାନର ସାମଗ୍ରିକ ଏବଂ ଆର୍ଥିକ ବିବରଣୀ ପ୍ରଦାନ କରିଥାଏ ।

୩.   ୪୪୪,୫୩୧ ବିଦ୍ୟାଳୟକୁ ଫିଟ ଇଣ୍ଡିଆ ପତାକା ପ୍ରଦାନ କରାଯାଇଛି ଏବଂ ୪୩ ,୦୭୪ ବିଦ୍ୟାଳୟ ତିନି ତାରକା ରେଟିଂ ପାଇଁ ଆବେଦନ କରିଛନ୍ତି ଓ ୧୩୦୦୮ ବିଦ୍ୟାଳୟ ପଂଚ ତାରକା ରେଟିଂ ପାଇଁ ଆବେଦନ କରିଛନ୍ତି ।

୪.   ଚତୁର୍ଥ ଫିଟ ଇଣ୍ଡିଆ ସ୍କୁଲ ସପ୍ତାହ ୧୫ ନଭେମ୍ବର ୨୦୨୨ରୁ ୧୫ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ପାଳନ କରାଯାଉଛି । ୧୯ ଡିସେମ୍ବର ୨୦୨୨ ସୁଦ୍ଧା ସମୁଦାୟ ୧,୧୭,୮୪୪ ଛାତ୍ରଛାତ୍ରୀ ବିଭିନ୍ନ କାର୍ଯ୍ୟକଳାପରେ ଭାଗ ନେଇଛନ୍ତି ।

୫.   ଫିଟ ଇଣ୍ଡିଆ ଟିମ ଦ୍ୱାରା ବିଦ୍ୟାଳୟଗୁଡିକ ପାଇଁ ଫିଟ ଇଣ୍ଡିଆ କୁଇଜ ୨୦୨୨ ଆରମ୍ଭ କରାଯାଇଛି । ଏଥିରେ ୨୦୨୨ ମସିହାରେ ସମସ୍ତ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୪୨ ହଜାର ୪୯୦ ବିଦ୍ୟାଳୟରୁ ୧,୪୭,୪୭୩ ଛାତ୍ରଛାତ୍ରୀ ପଞ୍ଜିକରଣ କରିଛନ୍ତି ।

୬.   ଆଜାଦୀ କା ଅମୃତ ମହୋତ୍ସବ (ଏକେଏଏମ)ର ଅଂଶସ୍ୱରୂପ ସମାବେଶୀ ଶିକ୍ଷା ପାଇଁ ସହାୟକ ପ୍ରଯୁକ୍ତି ନବସୃଜନ ଉପରେ ଏକ ଭର୍ଚୁଆଲ କାର୍ଯ୍ୟକ୍ରମ: ଆଜାଦୀ କା ଅମୃତ ମହୋତ୍ସବ (ଏକେଏଏମ)ର ଅଂଶସ୍ୱରୂପ ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଓ ଅଟଳ ଇନୋଭେସନ ମିଶନ ସହଯୋଗରେ ନୀତି ଆୟୋଗ ଜାନୁଆରୀ ୧୭, ୨୦୨୨ରେ ସମାବେଶୀ ଶିକ୍ଷା ପାଇଁ ସହାୟକ ପ୍ରଯୁକ୍ତି ନବସୃଜନ ଉପରେ ଏକ ଭର୍ଚୁଆଲ କାର୍ଯ୍ୟକ୍ରମ ଆୟୋଜନ କରିଥିଲା ଯେଉଁଥିରେ ନବସୃଜନ ଏବଂ ଷ୍ଟାର୍ଟ ଅପ ସମାଧାନ ଆଦି ପ୍ରଦର୍ଶନ କରାଯାଇଥିଲା । ‘ସମାବେଶୀ ଶିକ୍ଷା ପାଇଁ ସହାୟକ ପ୍ରଯୁକ୍ତି ନବସୃଜନ’ ଉପରେ ଏହି ଭର୍ଚୁଆଲ କାର୍ଯ୍ୟକ୍ରମ ଷ୍ଟାର୍ଟ ଅପ୍ ଏବଂ ସେସବୁର ନବସୃଜନ ଉପରେ ଅଧିକ ଗୁରୁତ୍ୱ ଦେଇଥିଲା ଯାହା ଦ୍ୱାରା ବିଶେଷ ଆବଶ୍ୟକତା କରୁଥିବା ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଗ୍ରହଣକୁ ସହାୟତା ଯୋଗାଇଦେବା ସହ ଅଧିକ ବିକଶିତ କରିପାରିବ ।

୭.   ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକମାନଙ୍କ ସହ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅନନ୍ୟ ଆଲୋଚନା ଭିତିକ କାର୍ଯ୍ୟକ୍ରମ ପରୀକ୍ଷା ପେ ଚର୍ଚ୍ଚାର ପଂଚମ ସଂସ୍କରଣ ୧ ଏପ୍ରିଲ ୨୦୨୨ରେ ତାଲକୋଟରା ଷ୍ଟାଡିୟମଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ୨୮ ଡିସେମ୍ବର ୨୦୨୧ରୁ ୩ ଫେବୃଆରୀ ୨୦୨୨ ପର୍ଯ୍ୟନ୍ତ ମାଇ ଗଭ ଡଟ ଇନ ପୋର୍ଟାଲରେ ନବମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକମାନଙ୍କ ପାଇଁ ଏକ ସୃଜନଶୀଳ ଲିଖନ ପ୍ରତିଯୋଗୀତା ମାଧ୍ୟମରେ ଚୟନ କାର୍ଯ୍ୟ କରାଯାଇଥିଲା ।

 ପ୍ରଶସ୍ତ ମୋବାଇଲ ଆପ - “ପ୍ରି ଆସେସମେଂଟ ହୋଲିଷ୍ଟିକ ସ୍କ୍ରିନିଂ ଟୁଲ”:

ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଶିକ୍ଷା ପର୍ବ, ୨୦୨୨ ଅଧିନରେ ବିଦ୍ୟାଳୟଗୁଡିକ ପାଇଁ ଏକ ଭିନ୍ନକ୍ଷମ ସ୍କ୍ରିନିଂ ଚେକଲିଷ୍ଟ ଏବଂ ପ୍ରଶସ୍ତ - “ପ୍ରି ଆସେସମେଂଟ ହୋଲିଷ୍ଟିକ ସ୍କ୍ରିନିଂ ଟୁଲ”ନାମକ ଗୋଟିଏ ଆଣ୍ଡ୍ରଏଡ ମୋବାଇଲ ଆପର ଶୁଭାରମ୍ଭ କରିଛି ।  ପ୍ରଶସ୍ତ ଆପ୍ ଆରପିଡବ୍ଲୁ ଅଧିନିୟମ ୨୦୧୬ ଦ୍ୱାରା ମାନ୍ୟତାପ୍ରାପ୍ତ ୨୧ଟି ଅକ୍ଷମତା ଅବସ୍ଥାକୁ ବିଦ୍ୟାଳୟ ସ୍ତରରେ ଚିହ୍ନଟ କରିବାରେ ସାହାଯ୍ୟ କରିବ ଏବଂ ସମଗ୍ର ଶିକ୍ଷାର ନିୟମାବଳୀ ଅନୁଯାୟୀ ବିଦ୍ୟାଳୟ ୱାରି ରିପୋର୍ଟ ପ୍ରସ୍ତୁତ କରିବ, ଯାହା ଅଧିକାରୀମାନଙ୍କୁ ସାର୍ଟିଫିକେଟ ପ୍ରଦାନ ପ୍ରକ୍ରିୟା କ୍ଷେତ୍ରରେ ସହାୟକ ହେବ । ପ୍ରଶସ୍ତ ମୋବାଇଲ ଆପ ସିଆଇଇଟି, ଏନସିଇଆରଟି ଦ୍ୱାରା ବିକଶିତ ହୋଇଛି ।

ଛାତ୍ରଛାତ୍ରୀ ଶିକ୍ଷକ ଅନୁପାତ ପରିପ୍ରେକ୍ଷୀରେ ସାଧାରଣ ବିଦ୍ୟାଳୟଗୁଡିକରେ ସ୍ୱତନ୍ତ୍ର ଶିକ୍ଷାକମାନଙ୍କ ପାଇଁ ଆରଟିଇ ଅଧିନିୟମ (ଶିକ୍ଷା ଅଧିକାର ଆଇନ୍‌

), ୨୦୦୯ରେ ସଂଶୋଧନ:

ଛାତ୍ରଛାତ୍ରୀ ଶିକ୍ଷକ ଅନୁପାତକୁ ଦୃଷ୍ଟିରେ ରଖି ସାଧାରଣ ବିଦ୍ୟାଳୟଗୁଡିକରେ ସ୍ୱତନ୍ତ୍ର ଶିକ୍ଷାକମାନଙ୍କ ପାଇଁ ଆରଟିଇ ଅଧିନିୟମ, ୨୦୦୯ କାର୍ଯ୍ୟସୂଚୀରେ ସଂଶୋଧନ କରାଯାଇଛି ଅର୍ଥାତ୍ ପ୍ରାଥମିକ ସ୍ତରରେ ପାଠ ପଢୁଥିବା ପ୍ରତି ୧୦ ଜଣ ଭିନ୍ନକ୍ଷମ ପିଲାଙ୍କ ପାଇଁ ଜଣେ ସ୍ୱତନ୍ତ୍ର ଶିକ୍ଷାପ୍ରଦାନକାରୀ ଶିକ୍ଷକ ଏବଂ ଉଚ୍ଚ ପ୍ରାଥମିକ ସ୍ତରରେ ପାଠ ପଢୁଥିବା ପ୍ରତି ୧୫ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ସ୍ୱତନ୍ତ୍ର ଶିକ୍ଷା ପ୍ରଦାନକାରୀ ଶିକ୍ଷକ ନିଯୁକ୍ତ କରିବା ପାଇଁ ଭାରତ ରାଜପତ୍ରର ବିଜ୍ଞପ୍ତି ସଂଖ୍ୟା ଏସ.ଓ. ୪୫୮୬(ଇ) ୨୧.୦୯.୨୦୨୨ ତାରିଖରେ ଜାରି କରାଯାଇଛି (୨୯.୦୯.୨୦୨୨ରେ ପ୍ରକାଶିତ) ।

ବୋର୍ଡ ପରୀକ୍ଷାରେ ସ୍ୱତନ୍ତ୍ର ଆବଶ୍ୟକତା ଥିବା ପିଲାମାନଙ୍କ

(ସିଡବ୍ଲୁ ଏସଏନ) ପାଇଁ ପରୀକ୍ଷା କେନ୍ଦ୍ର ସୁବିଧା:

ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡିକର ଆଇଇ ସମନ୍ୱୟକାରୀମାନଙ୍କ ସହ ସ୍ୱତନ୍ତ୍ର ଆବଶ୍ୟକତା ଥିବା ପିଲାମାନେ ଦେବାକୁ ଥିବା ବୋର୍ଡ ପରୀକ୍ଷା ସ୍ଥାନଗୁଡିକର ସ୍ଥିତି ସମୀକ୍ଷା କରିବା ସକାଶେ ଭର୍ଚୁଆଲ ସମାବେଶୀ ଶିକ୍ଷା ଆଲୋଚନା  ୩୧. ୦୧.୨୦୨୨ ଏବଂ ୦୯.୦୬.୨୦୨୨ ତାରିଖରେ ଆୟୋଜନ କରାଯାଇଥିଲା । ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡିକରୁ ପ୍ରାପ୍ତ ସୂଚନା ଅନୁସାରେ, ୩୬ଟି ରାଜତ୍ତ୍ୱ୍ୟ ଓ କେନ୍ଦ୍ରଶାସିତ ଅଂଚଳ ମଧ୍ୟରୁ ୩୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ବୋର୍ଡ ପରୀକ୍ଷାରେ ସ୍ୱତନ୍ତ୍ର ଆବଶ୍ୟକତା ଥିବା ପିଲାମାନଙ୍କୁ ପ୍ରଦାନ କରାଯାଇଥିବା ପରୀକ୍ଷା କେନ୍ଦ୍ରଗୁଡିକୁ ଅଧିସୂଚୀତ କରିଛନ୍ତି, ୩୬ଟି ରାଜତ୍ତ୍ୱ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡିକ ମଧ୍ୟରୁ ୨୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ବୋର୍ଡ ପରୀକ୍ଷା କେନ୍ଦ୍ରଗୁଡିକରେ ସ୍ୱତନ୍ତ୍ର ଆବଶ୍ୟକତା ଥିବା ପିଲାମାନଙ୍କୁ ପ୍ରଦାନ କରାଯାଉଥିବା ସୁବିଧା ସମ୍ପର୍କରେ ଶ୍ରାବ୍ୟ / ଦୃଶ୍ୟ ମାଧ୍ୟମରେ ପ୍ରଦର୍ଶନ କରିଛନ୍ତି ଏବଂ ୩୬ଟି ରାଜତ୍ତ୍ୱ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡିକ ମଧ୍ୟରୁ ୨୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ପରୀକ୍ଷା କେନ୍ଦ୍ରଗୁଡିକରେ ଶିକ୍ଷକ/ପ୍ରିନସିପାଲମାନଙ୍କୁ ସଚେତନ କରିବା ପାଇଁ ୱେବିନାର ଆୟୋଜନ କରିଛନ୍ତି ।

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (କେଜିବି)ର ଉନ୍ନିତକରଣ:

ସମଗ୍ର ଶିକ୍ଷା ଅଧିନରେ ଅନୁସୂଚୀତ ଜାତି, ଅନୁସୂଚୀତ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ, ସଂଖ୍ୟାଲଘୁ ଏବଂ ଦାରିଦ୍ର‌୍ୟ ସୀମାରେଖା ତଳେ (ବିପିଏଲ) ଭଳି ବଂଚିତ ବର୍ଗରେ ଥିବା ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବାଳିକା ମାନଙ୍କ ପାଇଁ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟଗୁଡିକ ହେଉଛି ଆବାସିକ ବିଦ୍ୟାଳୟ । ସମଗ୍ର ଶିକ୍ଷା ଅଧିନରେ ଉଚ୍ଚ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ଉଚ୍ଚ ପ୍ରାଥମିକ ସ୍ତରରେ ଥିବା କେଜିବିଗୁଡିକୁ ଏବଂ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍ତରରେ ଥିବା ଛାତ୍ରୀନିବାସଗୁଡିକର ନବୀକରଣ ଏବଂ ମିଶ୍ରଣ ପାଇଁ ଯେତେଦୂର ସମ୍ଭବ ବ୍ୟବସ୍ଥା କରାଯାଇଛି । କେଜିବିଗୁଡିକର ଉନ୍ନିତକରଣ କାର୍ଯ୍ୟ ୨୦୧୮-୧୯ ବର୍ଷରେ ଆରମ୍ଭ ହୋଇଥିଲା ଏବଂ ୨୦୨୨-୨୩ ସୁଦ୍ଧା ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଟାଇପ ଟୁ ସ୍ତର ପାଇଁ ସମୁଦାୟ ୩୫୭ଟି କେଜିବିର ଉନ୍ନିତକରଣ ପାଇଁ ଅନୁମୋଦନ କରାଯାଇଛି ଏବଂ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଟାଇପ ଥ୍ରୀ ସ୍ତରକୁ ଉନ୍ନିତକରଣ ପାଇଁ ୨୦୧୦ଟି କେଜିବିକୁ ଅନୁମୋଦନ କରାଯାଇଛି ।

ପରଖ

ଜାତୀୟ ଶିକ୍ଷା ନୀତି ୨୦୨୦ ସମ୍ମେଟିଭ ବା ସମାହିତ ମୂଲ୍ୟାଙ୍କନରୁ ନିୟମିତ ଏବଂ ରଚନାତ୍ମକ ମୂଲ୍ୟାଙ୍କନ ପାଇଁ ଲକ୍ଷ୍ୟ ରଖିଛି, ଯାହାକି ଅଧିକ ଦକ୍ଷତା ଭିତିକ, ଶିକ୍ଷା ଓ ବିକାଶକୁ ପ୍ରୋତ୍ସାହିତ କରେ, ଓ ବିଶ୍ଳେଷଣ, ମହତ୍ୱପୂର୍ଣ୍ଣ ଚିନ୍ତାଧାରା ଏବଂ ବିଚାରଗତ ସ୍ପଷ୍ଟତା ଭଳି ଉଚ୍ଚ ସ୍ତରର କୌଶଳର ପରୀକ୍ଷଣ କରିଥାଏ । ଜାତୀୟ ଶିକ୍ଷା ନୀତି ୨୦୨୦ର କାର୍ଯ୍ୟକାରିତାକୁ ଦୃଷ୍ଟିରେ ରଖି ଏନସିଇଆରଟି ଶିକ୍ଷା ମନ୍ତ୍ରଣାଳୟ ଅଧିନରେ ଏକ ନୂତନ ରାଷ୍ଟ୍ରୀୟ ମୂଲ୍ୟାଙ୍କନ କେନ୍ଦ୍ର ପରଖ ( ପିଏଆରଏକେଏଚ) ( ସାମଗ୍ରିକ ବିକାଶ ପାଇଁ ପ୍ରଦର୍ଶନ ଆକଳନ, ସମୀକ୍ଷା ଏବଂ ଜ୍ଞାନର ବିଶ୍ଳେଷଣ) ( ପରଫରମାନସ ଆସେସମେଂଟ, ରିଭ୍ୟୁ, ଏଣ୍ଡ ଆନାଲିସିସ ଅଫ ନଲେଜ ଫର ହୋଲିଷ୍ଟିକ ଡେଭେଲପମେଂଟ) ପ୍ରତିଷ୍ଠା କରାଯିବ ଯାହା ଏକ ମାନକ ନିର୍ଦ୍ଧାରଣ କେନ୍ଦ୍ର ଭାବରେ କାର୍ଯ୍ୟ କରିବ । ଏହି କେନ୍ଦ୍ର ଭାରତର ସମସ୍ତ ମାନ୍ୟତାପ୍ରାପ୍ତ ବିଦ୍ୟାଳୟର ବୋର୍ଡ ପାଇଁ ଛାତ୍ରଛାତ୍ରୀଙ୍କ ମୂଲ୍ୟାଙ୍କନ ଏବଂ ମୂଲ୍ୟାଙ୍କନ ପାଇଁ ମାନଦଣ୍ଡ, ମାନକ ଓ ନିର୍ଦ୍ଦେଶାବଳୀ ସ୍ଥିର କରିବା ସହ ରାଜ୍ୟଗୁଡିକ ସହ ମିଶି ଜାତୀୟ ଉପଲବଧି ସର୍ବେକ୍ଷଣ (ନ୍ୟାସନାଲ ଆଚିଭମେଂଟ ସର୍ଭେ) (ଏନଏଏସ) କରିବା କ୍ଷେତ୍ରରେ କାର୍ଯ୍ୟ କରିବ । ଏହି କେନ୍ଦ୍ର ମଧ୍ୟ ବିଦ୍ୟାଳୟ ବୋର୍ଡଗୁଡିକ ମଧ୍ୟରେ ସମନ୍ୱୟକୁ ପ୍ରୋତ୍ସାହନ ଦେବା ସହ ନୂତନ ମୂଲ୍ୟାଙ୍କନ ପଦ୍ଧତି ଓ ସଦ୍ୟତମ ଗବେଷଣା ସମ୍ବନ୍ଧରେ ବିଦ୍ୟାଳୟ ବୋର୍ଡଗୁଡିକୁ ପରାମର୍ଶ ଦେବ । ଏକବିଂଶ ଶତାଦ୍ଦୀର ଦକ୍ଷତା ଆବଶ୍ୟକତା ପୂରଣ ଦିଗରେ ଏହା ବିଦ୍ୟାଳୟ ବୋର୍ଡଗୁଡିକୁ ସେମାନଙ୍କର ମୂଲ୍ୟାଙ୍କନ ଢାଂଚାରେ ପରିବର୍ତନ କରିବାକୁ ଉତ୍ସାହିତ କରିବା ସହ ସହାୟତା ମଧ୍ୟ ଯୋଗାଇ ଦେବ । ପରଖକୁ ମାନକ ଓ ଦକ୍ଷତା ଆକଳନ ଜ୍ଞାନ ଏବଂ ନୀତି ନିର୍ଦ୍ଧାରଣ ତଥା କାର୍ଯ୍ୟାନ୍ୱୟନର ବିସ୍ତାରିତ ଜ୍ଞାନ ରଖିଥିବା ଏକ ବୈଷୟିକ ସଂଗଠନ ଭାବରେ ପ୍ରତିଷ୍ଠା କରାଯିବ ।

ଜାତୀୟ ଉପଲବଧି ସର୍ବେକ୍ଷଣ (ଏନଏଏସ) ୨୦୨୧:

ତିନି ବର୍ଷର ଅବଧି ମଧ୍ୟରେ ତୃତୀୟ, ପଂଚମ, ଅଷ୍ଟମ ଏବଂ ଦଶମ ଶ୍ରେଣୀକୁ ଆଖି ଆଗରେ ରଖି ଭାରତ ସରକାର ଏକ ନମୁନା ଆଧାରିତ ଜାତୀୟ ଉପଲବଧି ସର୍ବେକ୍ଷଣ (ଏନଏଏସ)ର ଏକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରି ଆସୁଛନ୍ତି ।  ଏନଏଏସ ୨୦୨୧, ୧୨. ୧୧. ୨୦୨୧ରେ ଅନୁଷ୍ଠିତ ହୋଇଥିଲା ଏବଂ ଏହା (କ) ସରକାରୀ ବିଦ୍ୟାଳୟ (କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର); (ଖ) ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ; ଏବଂ (ଗ) ବେସରକାରୀ ଅଣ ଅନୁଦାନପ୍ରାପ୍ତ ବିଦ୍ୟାଳୟକୁ ସାମିଲ କରିଛି ।  ଏଥିରେ ତୃତୀୟ ଓ ପଂଚମ ଶ୍ରେଣୀ ପାଇଁ ଭାଷା, ଗଣିତ ଓ ପରିବେଶ ବିଜ୍ଞାନ, ଅଷ୍ଟମ ଶ୍ରେଣୀ ପାଇଁ ଭାଷା, ଗଣିତ ଏବଂ ସାମାଜିକ ବିଜ୍ଞାନ ଓ ଦଶମ ଶ୍ରେଣୀ ପାଇଁ ଭାଷା, ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ ଏବଂ ଇଂରାଜୀ ପାଠ୍ୟକ୍ରମ ଉପରେ ପାଠପଢା ଆରମ୍ଭ କରାଯାଇଛି ।

ନଭେମ୍ବର ୧୨, ୨୦୨୧ରେ ଅନୁଷ୍ଠିତ ଜାତୀୟ ଉପଲବଧି ସର୍ବେକ୍ଷଣରେ ଉଭୟ ଗ୍ରାମାଂଚଳ ଏବଂ ସହରାଂଚଳର ୧.୧୮ ଲକ୍ଷ ବିଦ୍ୟାଳୟର ପ୍ରାୟ ୩୪, ୦୧, ୧୫୮ ଛାତ୍ରଛାତ୍ରୀ ଏନଏଏସ ୨୦୨୧ ପରୀକ୍ଷା ଦେଇଥିଲେ । ଏନଏଏସ ୨୦୨୧ର ଜାତୀୟ, ରାଜ୍ୟ/ କେନ୍ଦ୍ରଶାସିତ ଅଂଚଳ ଏବଂ ଜିଲ୍ଲା ରିପୋର୍ଟ ୨୫.୦୫.୨୦୨୨ରେ ପ୍ରକାଶ ପାଇଛି ଏବଂ ଏହା ଏଚଟିଟିପି ଏନଏଏସ ଡଟ୍ ଜିଓଭି ଡଟ ଇନରେ ଉପଲବ୍ଧ । ଜିଲ୍ଲାସ୍ତରରେ ଚିହ୍ନଟ ହୋଇଥିବା ଅଧ୍ୟୟନ ବ୍ୟବଧାନଗୁଡିକ ଜିଲ୍ଲାଗୁଡିକୁ ମତାମତ ପ୍ରଦାନ ପାଇଁ ବ୍ୟବହୃତ ହେବ ।

ଏହା ବ୍ୟତୀତ, ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ୨୮.୦୭.୨୦୨୨ରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ, ଏସସିଇଆରଟି, ଡିଆଇଇଟି, ଏବଂ ଏନସିଇଆରଟି ପ୍ରତିନିଧୀମାନଙ୍କ ସହ ଏନଏଏସ-୨୧ ପରବର୍ତୀ ହସ୍ତକ୍ଷେପ ସମ୍ପର୍କରେ ଆଲୋଚନା କରିବା ପାଇଁ ଏକ ଜାତୀୟ ସ୍ତରର କର୍ମଶାଳାର ଆୟୋଜନ କରାଯାଇଥିଲା । ଏନଏଏସ ୨୦୨୧ର ତଥ୍ୟକୁ ଭିତି କରି ଅଧ୍ୟୟନ ସ୍ତରରେ ଉନ୍ନତି ଏବଂ ଅନୁକୁଳିତ କରିବା ଉପରେ ପାର୍ଥକ୍ୟ ଆଧାରିତ ଯୋଜନା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡିକୁ ଦୀର୍ଘ ମିଆଦି, ମଧ୍ୟମ ମିଆଦି ଓ ସ୍ୱଳ୍ପ ମିଆଦି ହସ୍ତକ୍ଷେପ ବିକଶିତ କରାଇବାରେ  ସହାୟତା ଯୋଗାଇଦେବା ହେଉଛି ଏହାର ଉଦ୍ଦେଶ୍ୟ । ଏଥିସହ ଏନସିଇଆରଟି ସମଗ୍ର ଦେଶରେ ଅଧିକାଂଶ ସ୍ଥାନରେ ଏନଏଏସ ୨୧ ପରବର୍ତୀ ଆଂଚଳିକ କର୍ମଶାଳା ଆୟୋଜନ କରିଛି । ରିପୋର୍ଟର ନିଷ୍କର୍ଷକୁ ପରିପ୍ରସାର କରିବା ଏବଂ ଏନଏଏସ ୨୧ର ତଥ୍ୟ ଅନୁଯାୟୀ ଚିହ୍ନଟ ହୋଇଥିବା ଅଧ୍ୟୟନ ବ୍ୟବଧାନକୁ ଦୂର କରିବା ସକାଶେ ଯୋଜନା ରଣନୀତି ପ୍ରସ୍ତୁତ କରିବାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡିକୁ ସହାୟତା ପ୍ରଦାନ କରିବା ହେଉଛି ଏହାର ଉଦ୍ଦେଶ୍ୟ ।

ଜାତୀୟ ଶିକ୍ଷା ନୀତି (ଏନଇପି)ର କାର୍ଯ୍ୟାନ୍ୱୟନ ପାଇଁ ବିଭାଗ ଦ୍ୱାରା ଆରମ୍ଭ କରାଯାଇଥିବା କାର୍ଯ୍ୟକ୍ରମ:

ଏନଇପି କାର୍ଯ୍ୟାନ୍ୱୟନ ଯୋଜନା ‘ସାର୍ଥକ’ (ଏସଏଆରଟିଏଚଏକ୍ୟୁ) (ଷ୍ଟୁଡେଂଟସ ଏଣ୍ଡ ଟିଚର୍ସ ହୋଲିଷ୍ଟିକ ଆଡଭାନସମେଂଟ ଥ୍ରୁ କ୍ୱାଲିଟି ଏଜୁକେଶନ) “ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ଛାତ୍ର ଓ ଶିକ୍ଷକମାନଙ୍କର ସାମଗ୍ରିକ ଉନ୍ନତି” ୮ ଏପ୍ରିଲ ୨୦୨୧ରେ ଲାଗୁ କରାଯାଇଛି ।

୨୦୨୬-୨୭ ସୁଦ୍ଧା ଦେଶର ସମସ୍ତ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀରେ ଭିତିଭୂମୀ ସାକ୍ଷରତା ଓ ସଂଖ୍ୟାଗଣନା ହାସଲ କରିବା ସୁନିଶ୍ଚିତ କରିବା ସକାଶେ ୫ ଜୁଲାଇ ୨୦୨୧ ରେ ଏକ ଜାତୀୟ ଭିତିଭୂମୀ ସାକ୍ଷରତା ଏବଂ ସଂଖ୍ୟାଗଣନା ମିଶନ୍ ‘ନ୍ୟାସନାଲ ଇନିସିଏଟିଭ ଫର ପ୍ରୋଫିସିଏନସି ଇନ୍ ରିଡିଂ ୱିଥ ଅଣ୍ଡରଷ୍ଟାଣ୍ଡିଙ୍କ ଏଣ୍ଡ ନ୍ୟୁମରାସି – (ନିପୁଣ ଭାରତ)’ ବୁଝିବା ସହ ପଢିବା ଏବଂ ସଂଖ୍ୟାଗଣନା କ୍ଷେତ୍ରରେ ପାରଦର୍ଶିତା ପାଇଁ ଜାତୀୟ ଯୋଜନାର ଶୁଭାରମ୍ଭ କରିଥିଲା ।

- ଏନସିଇଆରଟି ବିଦ୍ୟା ପ୍ରବେଶ ନାମକ ୩ ମାସିଆ ଖେଳ ଭିତିକ ‘ବିଦ୍ୟାଳୟ ପ୍ରସ୍ତୁତି ମଡ୍ୟୁଲ’ ବିକଶିତ କରିଛି, ଯାହା ୨୯ ଜୁଲାଇ ୨୦୨୧ରେ ଶୁଭାରମ୍ଭ କରାଯାଇଥିଲା ।

- ଶିକ୍ଷା ମନ୍ତ୍ରଣାଳୟ ଏବଂ ଏନସିଇଆରଟି ଦ୍ୱାରା ନିପୁଣ ଭାରତ ମିଶନ ଅଧିନରେ ସମସ୍ତ ଭାରତୀୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳର ସହଯୋଗରେ ଫାଉଣ୍ଡେସନାଲ ଲିଟେରାସି ଏଣ୍ଡ ନ୍ୟୁମରାସି ‘ଭିତିଭୂମୀ ସାକ୍ଷରତା ଏବଂ ସଂଖ୍ୟାଗଣନା’ରେ ତୃତୀୟ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଗ୍ରହଣ କରିବାର ସ୍ତର ଆକଳନ କରିବା ପାଇଁ ୨୩ରୁ ୨୬  ମାର୍ଚ୍ଚ ଏବଂ ୪ରୁ ୬ ଏପ୍ରିଲ, ୨୦୨୨ ପର୍ଯ୍ୟନ୍ତ ଭିତିଭୂମୀ ଅଧ୍ୟୟନ ଶିକ୍ଷା (ଏଫଏଲଏସ) ଆୟୋଜନ କରାଯାଇଥିଲା । ଏଫଏଲଏସର ଫଳାଫଳ ୬ ସେପ୍ଟେମ୍ବର ୨୦୨୨ରେ ଜାତୀୟ, ରାଜ୍ୟ ଓ ଜିଲ୍ଲା ରିପୋର୍ଟ ଆକାରରେ ପ୍ରକାଶିତ ହୋଇଥିଲା । ରିପୋର୍ଟଗୁଡିକ ଡିଏସଇଏଲ ଡଟ ଏଜୁକେସନ ଡଟ ଗଭ ଡଟ ଇନ୍‌ରେ ଉପଲବଧ । ଗୋଷ୍ଠୀ/ ସ୍ୱେଚ୍ଛାସେବୀ ପରିଚାଳନା କାର୍ଯ୍ୟକ୍ରମ ମାଧ୍ୟମରେ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟଳୟଗୁଡିକୁ ସଂଯୋଗ କରିବା ପାଇଁ ବିଭାଗ ବିଦ୍ୟାଞ୍ଜଳି ୱେବ ପୋର୍ଟାଲର ନବୀକରଣ କରିଛି । ନୂତନ ଭାବେ ଶୁଭାରମ୍ଭ କରାଯାଇଥିବା ପୋର୍ଟାଲ – ବିଦ୍ୟାଞ୍ଜଳି ୨.୦ର ଉଦ୍ଦେଶ୍ୟ ହେଉଛି ଗୋଷ୍ଠୀ/ ସ୍ୱେଚ୍ଛାସେବୀମାନଙ୍କୁ ସେମାନଙ୍କର ଜ୍ଞାନ ଏବଂ କୌଶଳ ବିଷୟରେ ଜଣାଇବା ସହ ସମ୍ପତି/ ସମାଗ୍ରୀ / ଉପକରଣ ରୂପରେ ସେମାନଙ୍କର ଯୋଗଦାନ ପାଇଁ ନିଜ ପସନ୍ଦର ବିଦ୍ୟାଳୟ ସହ କଥାବାର୍ତା କରିବା ଏବଂ ସିଧାସଳଖ ଯୋଡି ହେବାରେ ସାହାଯ୍ୟ କରିବା ।

- ବିଭାଗ  ଆମର ପ୍ରଚଳିତ ଯୋଜନା ଯେପରିକି ସମଗ୍ର ଶିକ୍ଷା ଯୋଜନା ଏବଂ ମଧ୍ୟାହ୍ନ ଭୋଜନକୁ ଏନଇପି ୨୦୨୦ର ସୁପାରିଶ ସହ ସଂଯୋଗ କରିଦେଇଛି ।

ନିଷ୍ଠା ୪.୦ (ଇସିସିଇ) - ଅନଲାଇନ୍‌: ପ୍ରାରମ୍ଭିକ ଶୈଶବ ଯତ୍ନ ଏବଂ ଶିକ୍ଷା ପାଇଁ ୬ଟି ମଡ୍ୟୁଲ ସହିତ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୬ ସେପ୍ଟେମ୍ବର ୨୦୨୨ରେ ଆରମ୍ଭ କରାଯାଇଛି । ଶିକ୍ଷା ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଅଧିନରେ ସମସ୍ତ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଏହା ୨ଟି ଭାଷା ଏବଂ ୫ଟି ସ୍ୱୟଂଶାସିତ ସଂସ୍ଥାରେ ଆରମ୍ଭ କରାଯାଇଛି । ଏହା ପ୍ରାକ୍ ପ୍ରାଥମିକ ଏବଂ ପ୍ରାଥମିକ ସ୍ତରରେ ୨୫ ଲକ୍ଷ ଶିକ୍ଷକ ଏବଂ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କୁ ତାଲିମ ଦେବାକୁ ଲକ୍ଷ୍ୟ ରଖିଛି ।

ଉଦୀୟମାନ ଭାରତ ପାଇଁ ପିଏମ ବିଦ୍ୟାଳୟ (ପିଏମ ଶ୍ରୀ) (ପିଏମ ସ୍କୁଲସ ଫର ରାଇଜିଂ ଇଣ୍ଡିଆ):

କେନ୍ଦ୍ର କ୍ୟାବିନେଟ ପିଏମ ଶ୍ରୀ ନାମକ ଏକ ନୂତନ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାକୁ ୭ ସେପ୍ଟେମ୍ବର ୨୦୨୨ରେ ଅନୁମୋଦନ କରିଛି । ଏହି ବିଦ୍ୟାଳୟଗୁଡିକ ଜାତୀୟ ଶିକ୍ଷା ନୀତି ୨୦୨୦ର କାର୍ଯ୍ୟକାରିତା ପ୍ରଦର୍ଶନ କରିବେ ଏବଂ ସମୟ ସହିତ ଅନୁକରଣୀୟ ବିଦ୍ୟାଳୟ ଭାବରେ ତିଆରି ହେବ, ତଥା ଆଖ ପାଖର ଅନ୍ୟ ବିଦ୍ୟାଳୟଗୁଡିକୁ ମଧ୍ୟ ନେତୃତ୍ୱ ପ୍ରଦାନ କରିବେ । ଜାତୀୟ ଶିକ୍ଷା ନୀତି ୨୦୨୦ର ଲକ୍ଷ୍ୟ ଅନୁସାରେ ସେଗୁଡିକ ଏକ ସମାନ, ସମାବେଶୀ ଏବଂ ଆନନ୍ଦମୟ ବିଦ୍ୟାଳୟ ବାତାବରଣରେ ଉଚ୍ଚ ଗୁଣବତାସମ୍ପନ୍ନ ଶିକ୍ଷା ପ୍ରଦାନ କରିବା କ୍ଷେତ୍ରରେ ନିଜ ନିଜ ଅଂଚଳରେ ନେତୃତ୍ୱ ପ୍ରଦାନ କରିବେ, ଯାହା ବିବିଧ ପୃଷ୍ଠଭୂମୀ, ବହୁଭାଷୀ ଆବଶ୍ୟକତା ଏବଂ ପିଲାମାନଙ୍କର ବିଭିନ୍ନ ଶିକ୍ଷଣୀୟ ଦକ୍ଷତାକୁ ଧ୍ୟାନରେ ରଖିଥାଏ ଏବଂ ସେମାନଙ୍କୁ ନିଜର ଶିକ୍ଷଣ ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣ କରିବାରେ ସାହାଯ୍ୟ କରିଥାଏ ।

ଏହି ଯୋଜନା ଅଧିନରେ କେନ୍ଦ୍ର ସରକାର/ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ସରକାର / ସ୍ଥାନୀୟ ସଂସ୍ଥା ଦ୍ୱାରା ପରିଚାଳିତ ବିଦ୍ୟାଳୟଗୁଡିକ ମଧ୍ୟରୁ କେତେକ ବିଦ୍ୟାଳୟକୁ ସଶକ୍ତ କରି ୧୪ ହଜାର ୫୦୦ରୁ ଅଧିକ ପିଏମ ଶ୍ରୀ

ବିଦ୍ୟାଳୟ (ପିଏମ ସ୍କୁଲସ ଫର ରାଇଜିଂ ଇଣ୍ଡିଆ) ପ୍ରତିଷ୍ଠା ପାଇଁ ବ୍ୟବସ୍ଥା ରହିଛି ।

ଏହି ଯୋଜନାର ଅବଧି ୨୦୨୨-୨୩ ରୁ ୨୦୨୬-୨୭ ପର୍ଯ୍ୟନ୍ତ ରଖିବାକୁ ପ୍ରସ୍ତାବ ଦିଆଯାଇଛି: ଯାହା ପରେ ଏହି ବିଦ୍ୟାଳୟଗୁଡିକ ଦ୍ୱାରା ପ୍ରାପ୍ତ ମାନଦଣ୍ଡଗୁଡିକୁ ବଜାୟ ରଖିବା ଦାୟିତ୍ୱ ରାଜ୍ୟ ଓ କେନ୍ଦ୍ର ସରକାରଗୁଡିକ ବହନ କରିବେ । ଏହି ଯୋଜନା ଅଧିନରେ ସିଧାସଳଖ ୨୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବା ଆଶା କରାଯାଉଛି । ଏହି ପ୍ରକଳ୍ପର ମୋଟ ମୂଲ୍ୟ ୨୭ ହଜାର ୩୬୦ କୋଟି ଟଙ୍କା ହେବ ଏବଂ ଏହା ୫ ବର୍ଷ ମଧ୍ୟରେ ସମ୍ପୁର୍ଣ୍ଣ ହେବ । ଏଥିପାଇଁ କେନ୍ଦ୍ର ସରକାର ୧୮ ହଜାର ୧୨୮ କୋଟି ଟଙ୍କା ଖର୍ଚ୍ଚ ବହନ କରିବେ ।

ପିଏମ ପୋଷଣ ଯୋଜନା

ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ୨୦୨୧-୨୨ରୁ ୨୦୨୫-୨୬ ପାଂଚ ବର୍ଷ ପାଇଁ ବିଦ୍ୟାଳୟଗୁଡିକରେ ପିଏମ ପୋଷଣ ଯୋଜନା ଜାରି ରଖିବାକୁ ଅନୁମୋଦନ କରିଛି । ଏଥିପାଇଁ କେନ୍ଦ୍ର ସରକାର ୨୦୨୧-୨୨ରୁ ୨୦୨୫-୨୬ ପାଂଚ ବର୍ଷ ମଧ୍ୟରେ କେନ୍ଦ୍ରୀୟ ଅଂଶ ୫୪,୦୬୧.୭୩ କୋଟି ଟଙ୍କାର ଆର୍ଥିକ ଖର୍ଚ୍ଚ ବହନ କରିବେ । ୨୦୨୨-୨୩ ବର୍ଷରେ ଏହି ଯୋଜନାରେ ବାଲ ବାଟିକା ଏବଂ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀର ୧୨ କୋଟିରୁ ଅଧିକ ଛାତ୍ରଛାତ୍ରୀ ଅନ୍ତର୍ଭୁକ୍ତ ହେବେ ।

୨୦୨୨-୨୩ ବର୍ଷରେ (ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ) ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡିକୁ ୬୭୫୮.୮୪ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଏବଂ ୨୯.୬୮ ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଇଛି ।

ପିଏମ ପୋଷଣ ଯୋଜନାର ନିର୍ଦ୍ଦେଶାବଳୀଗୁଡିକୁ ବ୍ୟାପକ ଭାବରେ ସଂଶୋଧନ କରାଯାଇଛି ଏବଂ ଅନ୍ୟ କେତେକ ଧ୍ୟାନକେନ୍ଦ୍ରିତ କ୍ଷେତ୍ର ଯେପରିକି ସାର୍ବଜନିନ ଆର୍ଥିକ ପ୍ରବନ୍ଧନ ପ୍ରଣାଳୀ, ଗୁଣବତା ଏବଂ ସୁରକ୍ଷା ଦିଗ, ସାମାଜିକ ଅଡିଟ, ମିଳିତ ସମୀକ୍ଷା ମିଶନ୍‌, ବିଦ୍ୟାଳୟ ପୁଷ୍ଟିକର ଉଦ୍ୟାନ, ରନ୍ଧନ ପ୍ରତିଯୋଗିତା, ତିଥି ଭୋଜନ, ଆଙ୍କାକ୍ଷୀ ଜିଲ୍ଲା ଏବଂ ପୁଷ୍ଟିହୀନତାର ସୀମାରେଖାରେ ଥିବା ଜିଲ୍ଳାଗୁଡିକରେ ଅତିରିକ୍ତ ପୁଷ୍ଟିକର ଖାଦ୍ୟ ପ୍ରଦାନ, ଶିକ୍ଷା ଏବଂ ଯୋଗାଯୋଗ (ଆଇଇସି) ଇତ୍ୟାଦି ଉପରେ ବିଶେଷ ଧ୍ୟାନ ଦିଆଯାଇଛି ।

ସାମଗ୍ରୀ ମୂଲ୍ୟ ( ପୂର୍ବରୁ ରୋଷେଇ ମୂଲ୍ୟ ଭାବରେ ପରିଚିତ) ଯେଉଁଥିରେ ଖାଦ୍ୟଶସ୍ୟ କ୍ରୟ, ପରିବା, ତେଲ, ମସଲା, ଜାଳେଣୀ ଆଦି ସକାଶେ ପ୍ରାଥମିକ ସ୍ତରର ପ୍ରତ୍ୟେକ ପିଲା ପାଇଁ ୫.୪୫ ଟଙ୍କା ଏବଂ ଉଚ୍ଚ ପ୍ରାଥମିକ ସ୍ତରର ପ୍ରତି ପିଲା ପାଇଁ ୮.୧୭ ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ୧ ଅକ୍ଟୋବର ୨୦୨୨ଠାରୁ ଲାଗୁ ହୋଇଛି ।

ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ବିଦ୍ୟାଳୟ ପୁଷ୍ଟିକର ଖାଦ୍ୟ (ପାକ) ବଗିଚା ସ୍ଥାପନ କରିବା ଏବଂ ଅଧିକ ମାତ୍ରାରେ ଚାରା ରୋପଣ କରିବାକୁ ନିଷ୍ପତି ନେଇଛି । ବିଦ୍ୟାଳୟ ପୁଷ୍ଟିକର ଖାଦ୍ୟ (ପାକ) ବଗିଚା (ଏସଏନଜି) ବିଦ୍ୟାଳୟ ପରିସରକୁ ବ୍ୟବହାର କରି ଛାତ୍ରଛାତ୍ରୀମାନଙ୍କୁ ଏକ ପ୍ରାକୃତିକ ପରିବେଶ ସହ ପରିଚିତ କରାଇବ ଏବଂ ସେମାନଙ୍କୁ ସେମାନଙ୍କ ଖାଦ୍ୟର ପ୍ରକୃତ ଉତ୍ସ ବିଷୟରେ ଅବଗତ କରାଇବା ସହ ମୂଲ୍ୟବାନ ବଗିଚା କାର୍ଯ୍ୟ, କୃଷି ଅବଧାରଣା ଓ କୌଶଳ ବିଷୟରେ ଶିକ୍ଷା ପ୍ରଦାନ କରିବ ଯାହା ଗଣିତ, ବିଜ୍ଞାନ, କଳା, ସ୍ୱାସ୍ଥ୍ୟ ଓ ଶାରିରୀକ ଶିକ୍ଷା ଏବଂ ସାମାଜିକ ଶିକ୍ଷା ଭଳି ବିଭିନ୍ନ ବିଷୟ ସହ ସଂଯୁକ୍ତ ହୋଇଥିବ । ଏହିସବୁ ପାକ ବଗିଚାରୁ ଉତ୍ପନ୍ନ ପରିବା ଓ ଫଳମୂଳ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରାଯାଉଛି । ଏହା ଛାତ୍ରଛାତ୍ରୀମାନଙ୍କୁ ଭିଟାମିନ ଓ ଖଣିଜ ପଦାର୍ଥରେ ଭରପୂର ତାଜା ପରିବା ଖାଇବାର ସୁଯୋଗ ପ୍ରଦାନ କରୁଛି ଯାହା ସେମାନଙ୍କର ମାନସିକ ଓ ଶାରିରୀକ ଅଭିବୃଦ୍ଧି ଓ ବିକାଶର ଅତ୍ୟାବଶ୍ୟକ ଉତ୍ସ ।

ପ୍ରୌଢ ଶିକ୍ଷା

ନ୍ୟୁ ଇଣ୍ଡିଆ ଲିଟେରାସି ପ୍ରୋଗ୍ରାମ (ଏନଆଇଏଲପି) : ଜାତୀୟ ଶିକ୍ଷା ନୀତି ୨୦୨୦ ଏବଂ ୟୁନେସ୍କୋ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ୪.୬ର ସୁପାରିଶକୁ ଧ୍ୟାନରେ ରଖି, ଏକ କେନ୍ଦ୍ର ପ୍ରାୟୋଜିତ ଯୋଜନା ‘ନ୍ୟୁ ଇଣ୍ଡିଆ ଲିଟେରାସି ପ୍ରୋଗ୍ରାମ (ଏନଆଇଏଲପି)’ ନୂତନ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଆର୍ଥିକ ବର୍ଷ ୨୦୨୨-୨୩ ରୁ ୨୦୨୬-୨୭ ପାଇଁ ୧୦୩୭.୯୦ କୋଟି ଟଙ୍କା (କେନ୍ଦ୍ରୀୟ ଭାଗ: ୭୦୦.୦୦ କୋଟି ଟଙ୍କା ଏବଂ ରାଜ୍ୟର ଅଂଶ: ୩୩୭.୯୦ କୋଟି ଟଙ୍କ) ର ଆର୍ଥିକ ପରିବ୍ୟୟ ସହିତ ଭାରତ ସରକାରଙ୍କ ଦ୍ୱାରା ଅନୁମୋଦନ କରାଯାଇଛି । ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗର ସଚିବଙ୍କ ପକ୍ଷରୁ ଏନଆଇଏଲପିର ଶୁଭାରମ୍ଭ କରିବା ସମ୍ପର୍କରେ ୨୧.୦୨.୨୦୨୨ରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡିକର ମୁଖ୍ୟ ଶାସନ ସଚିବମାନଙ୍କୁ ଏକ ପତ୍ର ପଠାଯାଇଥିଲା । ଏହି ଯୋଜନାର ୫ଟି ଉପାଦାନ ରହିଛି:

(କ) ଭିତିଭୂମୀ ସାକ୍ଷରତା ଏବଂ ସଂଖ୍ୟାଗଣନା, (ଖ) ଗୁରୁତର ଜୀବନ ଦକ୍ଷତା, (ଗ) ଧନ୍ଦାମୂଳକ ଦକ୍ଷତା ବିକାଶ, (ଘ) ମୌଳିକ ଶିକ୍ଷା ଏବଂ (ଙ) ନିରନ୍ତର ଶିକ୍ଷା । ଆର୍ଥିକ ବର୍ଷ ୨୦୨୨-୨୭ରେ ଭିତିଭୂମୀ ସାକ୍ଷରତା ଓ ସଂଖ୍ୟାଗଣନା ପାଇଁ ବାର୍ଷିକ ଏକ କୋଟି ହିସାବରେ ୫ କୋଟି ଶିକ୍ଷାର୍ଥୀଙ୍କୁ ‘ଅନଲାଇନ ଶିକ୍ଷାପ୍ରଦାନ, ଶିକ୍ଷାଗ୍ରହଣ ଏବଂ ମୂଲ୍ୟାଙ୍କନ ବ୍ୟବସ୍ଥା (ଓଟିଏଲଏଏସ)’ ମାଧ୍ୟମରେ ଶିକ୍ଷାଦାନ ପାଇଁ ଲକ୍ଷ୍ୟ ରଖାଯାଇଛି, ଯେଉଁଥିରେ ଜଣେ ଶିକ୍ଷାର୍ଥୀ ଜରୁରୀ ସୂଚନା ସହ ନିଜେ ପଞ୍ଜିକରଣ କରିପାରିବ ।

ନୂତନ ଭାରତ ସାକ୍ଷରତା କାର୍ଯ୍ୟକ୍ରମରେ (କ) ବିଦ୍ୟାଳୟର ଛାତ୍ର, ଉଚ୍ଚଶିକ୍ଷା ପ୍ରତିଷ୍ଠାନ (ଏଚଇଆଇ)ର ପ୍ରାକ୍ ସେବା ଛାତ୍ରଛାତ୍ରୀ, ବିଦ୍ୟାଳୟ ଶିକ୍ଷକ, ଅଙ୍ଗନବାଡି ଏବଂ ଆଶା କର୍ମୀ, ନେହରୁ ଯୁବ କେନ୍ଦ୍ର, ଏନଏସଏସ, ଏନସିସି ସ୍ୱେଚ୍ଛାସେବୀ, (ଖ) ବିଦ୍ୟାଳୟର କାର୍ଯ୍ୟାନ୍ୱୟନ ପାଇଁ ଏକକ ଭାବରେ ସାମିଲ କରିବା ସକାଶେ ଯୋଜନା, (ଗ) ୧୫ରୁ ୩୫ ବର୍ଷ ଆୟୁ ବର୍ଗର ହିତାଧୀକାରୀଙ୍କୁ ପ୍ରାଥମିକତା ଦିଆଯିବ, ପରେ ୩୫ ଏବଂ ତଦୁର୍ଦ୍ଧ ବୟସର ହିତାଧିକାରୀଙ୍କୁ ସୁଯୋଗ ଦିଆଯିବ । ବାଳିକା ଓ ମହିଳା, ଅନୁସୂଚିତ ଜାତି, ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ, ସହଖ୍ୟାଲଘୁ ସମ୍ପ୍ରଦାୟ, ସ୍ୱତନ୍ତ୍ର ଆବଶ୍ୟକତା ଥିବା ବ୍ୟକ୍ତି, ଦିବ୍ୟାଙ୍ଗ ଜନ (ଭିନ୍ନକ୍ଷମ), ଆଦିମ ଜନଜାତି, ନିର୍ମାଣ ଶ୍ରମିକ, ଶ୍ରିମକ ଆଦିଙ୍କୁ ପ୍ରାଥମିକତା ଦିଆଯିବ, (ଘ)  ସୂଚନା ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଏବଂ ଅନଲାଇନ୍ ଶିକ୍ଷାଦାନ, ଶିକ୍ଷାଗ୍ରହଣ ଏବଂ ମୁଲ୍ୟାଙ୍କନ ବ୍ୟବସ୍ଥା (ଓଟିଏଲଏଏସ) ମାଧ୍ୟମରେ ଏହି ଯୋଜନାର ଅନଲାଇନ୍ କାର୍ଯ୍ୟାନ୍ୱୟନ (ଙ) ଡିଜିଟାଲ ମୋଡ ଯେପରିକି ଟିଭି, ରେଡିଓ, ମୋବାଇଲ ଫୋନ ଆଧାରିତ ମାଗଣା/ ମୁକ୍ତ ଆପ୍‌/ ପୋର୍ଟାଲ ଆଦି ମାଧ୍ୟମରେ ସାମଗ୍ରୀ ଏବଂ ସଂଶାଧନ (ଚ) ବିଦ୍ୟାଳୟରେ ଆୟୋଜିତ ହେବାକୁ ଥିବା ମୂଲ୍ୟାଙ୍କନ ପରୀକ୍ଷା : ଓଟିଏଲଏଏସ ମାଧ୍ୟମରେ ଦାବି ଅନୁଯାୟୀ ମୂଲ୍ୟାଙ୍କନ ଏବଂ ଇ- ପ୍ରମାଣ ପତ୍ର ପ୍ରସ୍ତୁତ କରିବା, (ଛ) ନମୁନା ଉପଲବ୍ଧି ସର୍ବେକ୍ଷଣ: ନମୁନା ଉପଲବଧି ସର୍ବେକ୍ଷଣ ପ୍ରତି ବର୍ଷ ପ୍ରତ୍ୟେକ ରାଜ୍ୟ ଓ ସ୍ୱୟଂଶାସିିତ ଅଂଚଳରୁ ଯାଦୃଚ୍ଛିକ ଚିହ୍ନଟ ହୋଇଥିବା ୫୦୦- ୧୦୦୦ ଶିକ୍ଷାର୍ଥୀଙ୍କ ଉପରେ କରାଯିବ । (ଜ) ଅନଲାଇନ ଏମଆଇଏସ: ଅଗ୍ରଗତି ଉପରେ ନଜର ରଖିବା ପାଇଁ ଅନଲାଇନ୍ ଏମଆଇଏସ କାର୍ଯ୍ୟ କରିବ । ଅନଲାଇନ୍ ମୋଡ ମାଧ୍ୟମରେ ଜାତୀୟ, ରାଜ୍ୟ, ଜିଲ୍ଲା ଏବଂ ବିଦ୍ୟାଳୟ ସ୍ତରରେ ପ୍ରଗତି ଉପରେ ଦୃଷ୍ଟି ଦିଆଯିବ ।

ଅନ୍ୟାନ୍ୟ ପଦକ୍ଷେପ

ବିଦ୍ୟାଞ୍ଜଳି:

ବିଦ୍ୟାଞ୍ଜଳି - ବିଦ୍ୟାଳୟ ସ୍ୱେଚ୍ଛାସେବୀ ପଦକ୍ଷେପ ହେଉଛି ଏକ ଅନଲାଇନ ପୋର୍ଟାଲ ଯାହା ସ୍ୱେଚ୍ଛାସେବୀମାନଙ୍କୁ ସିଧାସଳଖ ବିଦ୍ୟାଳୟଗୁଡିକ ସହ ସଂଯୋଗ କରି ଏକ ସୁବିଧା ପ୍ରଦାନକାରୀ ଭାବେ କାର୍ଯ୍ୟ କରିଥାଏ । ବିଦ୍ୟାଳୟଗୁଡିକରେ ଥିବା ଜ୍ଞାନ ଦକ୍ଷତା/ ମାନବ ସମ୍ବଳ ଏବଂ ଭିତିଭୂମୀର ଅଭାବକୁ ଦୂର କରିବା ପାଇଁ ନାଗରିକ ସମାଜରେ ଉପଲବ୍ଧ ଦକ୍ଷତାକୁ ଚିହ୍ନଟ କରି ଏହା ପୂରଣ କରିବା ସକାଶେ ପ୍ରୟାସ କରାଯାଉଛି । ଏହା ସରକାରଙ୍କ ଦାୟିତ୍ୱକୁ ପ୍ରତିସ୍ଥାପିତ କରିବା ପାଇଁ ନୁହେଁ, ବରଂ ସର୍ବଶ୍ରେଷ୍ଠ ଉପାୟରେ ଅନ୍ତିମ ମାଇଲ ପର୍ଯ୍ୟନ୍ତ ସରକାରୀ ଉଦ୍ୟମଗୁଡିକୁ ପହଂଚାଇବା, ସେଗୁଡିକୁ ମଜବୁତ କରିବା ଓ ସେଗୁଡିକର ପରିପୂରଣ କରିବା ପାଇଁ ଉଦ୍ଦିଷ୍ଟ । ସରକାର ଶିକ୍ଷାନୁଷ୍ଠାନଗୁଡିକର ପୁରାତନ ଛାତ୍ରଛାତ୍ରୀ, କାର୍ଯ୍ୟରତ ତଥା ଅବସରପ୍ରାପ୍ତ ଶିକ୍ଷକ, ବୈଜ୍ଞାନିକ, ସରକାରୀ / ଅର୍ଦ୍ଧ- ସରକାରୀ କର୍ମଚାରୀ, ସେବାନିବୃତ ସେନା କର୍ମଚାରୀ, ସ୍ୱରୋଜଗାରକ୍ଷମ ଏବଂ ବେତନପ୍ରାପ୍ତ ବୃତିଧାରୀ ଆଦି ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ସେମାନଙ୍କର ସେବା ବା ସମ୍ବଳ ଅବଦାନ ଭାବେ ଦେବା ପାଇଁ ଏକତ୍ରିତ କରୁଛନ୍ତି । ୨୨ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ୩,୯୨,୪୮୮ ବିଦ୍ୟାଳୟ ସଂଯୋଗ ହୋଇ ସାରିଛନ୍ତି ଏବଂ ୧, ୧୦, ୮୭୪ ସ୍ୱେଚ୍ଛାସେବୀ ବିଦ୍ୟାଞ୍ଜଳି ପୋର୍ଟାଲରେ ପଞ୍ଜିକରଣ କରିଛନ୍ତି । ସ୍ୱେଚ୍ଛାସେବୀମାନେ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ରୁଚି ପ୍ରଦର୍ଶନ କରିଛନ୍ତି, ଯେପରିକି ବିଷୟ ସମ୍ବନ୍ଧିତ ସହାୟତା, ପ୍ରତିଭାଶାଳୀ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ, ବୃତିଗତ କୌଶଳ ଶିକ୍ଷା, ପ୍ରୋଜେକଟର , ସିଲିଂ ଫ୍ୟାନ୍‌, ଲାପଟପ, ବିଦ୍ୟାଳୟ ପାଇଁ ଲାଇବ୍ରେରୀ ଆଦି ପ୍ରଦାନ କରିବା । ସ୍ୱେଚ୍ଛାସେବୀମାନଙ୍କର ସକ୍ରିୟ ଅଂଶଗ୍ରହଣ ଦ୍ୱାରା ଏହି କାର୍ଯ୍ୟକ୍ରମ ଦେଶବ୍ୟାପୀ ସଫଳତାର ସହ ୧୦୮୫୬୪୮ ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇଛି ।

ଏକ ଭାରତ ଶ୍ରେଷ୍ଠ ଭାରତ ଅଭିଯାନ (୨୦୨୧-୨୦୨୨):

-      ରାଷ୍ଟ୍ରୀୟ ଏକତା ଦିବସ ୨୦୨୨ ଉପଲକ୍ଷେ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମରେ ୮୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

-      ଶୁଣିବା ଓ ବୁଝିବାରେ ସହଜ ହେବା ପାଇଁ ୨୨ଟି ଭାରତୀୟ ଭାଷାରେ ୧୦୦ଟି ବାକ୍ୟ ଶିଖିବା ଲକ୍ଷ୍ୟରେ ଏକ ମୋବାଇଲ ଆପ ଏବଂ ୨୨ଟି ବୁକଲେଟ (ଶ୍ରାବ୍ୟ ଏବଂ ଭାରତୀୟ ସାଙ୍କେତିକ ଭାଷା ସହିତ କ୍ୟୁଆର କୋଡ ଯୁକ୍ତ) ମାଧ୍ୟମରେ ଭାଷା ସଙ୍ଗମ କାର୍ଯ୍ୟକ୍ରମ ୧ ନଭେମ୍ବର ୨୦୨୧ରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ଏବଂ ଜବାହର ନବୋଦୟ ବିଦ୍ୟାଳୟର ପ୍ରାୟ ୬ ଲକ୍ଷ ଛାତ୍ରଛାତ୍ରୀ ୨୨ଟି ଭାରତୀୟ ଭାଷାରେ ୧୦୦ଟି ବାକ୍ୟ ଶିଖିବା ପାଇଁ ସଙ୍କଳ୍ପ ନେଇଥିଲେ ।

-      ସମସ୍ତ ବିଦ୍ୟାଳୟରେ ଆନ୍ତର୍ଜାତିକ ମାତୃଭାଷା ଦିବସ -  ୨୦୨୨ ପାଳନ କରାଯାଇଥିଲା । ମାତୃଭାଷା ଦିବସ ଉତ୍ସବରେ ଦେଶର ବିଭିନ୍ନ ସ୍ଥାନର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

-      ଜମ୍ମୁ କାଶ୍ମୀର, ଆନ୍ଧ୍ରପ୍ରଦେଶଗୋଆ, ଉତରାଖଣ୍ଡ, ତ୍ରିପୁରା, ନାଗାଲାଣ୍ଡ, ହିମାଚଳ ପ୍ରଦେଶ, ରାଜସ୍ଥାନ, ଓଡିଶା, ଗୁଜରାଟ, ତେଲଙ୍ଗାନାର କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ସିବିଏସଇ ଆଦି ବିଦ୍ୟାଳୟରେ ୩.୮ଲକ୍ଷ ଏକ ଭାରତ ଶ୍ରେଷ୍ଠ ଭାରତ କ୍ଲବ ଗଠନ କରାଯାଇଛି ।

-      ୨୦୨୨ ମସିହାରେ ଦେଶର ୨.୫ କୋଟି ବିଦ୍ୟାଳୟ ଛାତ୍ରଛାତ୍ରୀ ନିୟମିତ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିଛନ୍ତି (ନିର୍ଦ୍ଦେଶାବଳୀ ଅନୁଯାୟୀ ପରାମର୍ଶ ଦିଆଯାଇଛି)

-      କଳା ଉତ୍ସବ କାର୍ଯ୍ୟକ୍ରମ, ବ୍ୟାଣ୍ଡ ପ୍ରତିଯୋଗୀତା, ରାଷ୍ଟ୍ରିୟ ଏକତା ଦିବସ, ‘ଏକ ଭାରତ ଶ୍ରେଷ୍ଠ ଭାରତ ପର୍ବ’, ମାତୃଭାଷା ଦିବସ, ଭାଷା ସଙ୍ଗମ ଆଦି କାର୍ଯ୍ୟକ୍ରମରେ ୮ କୋଟିରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି ।

-      ଏକ ଭାରତ ଶ୍ରେଷ୍ଠ ଭାରତ ଅଧିନରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ସାଂସ୍କୃତିକ ଭାବରେ ସଂଲଗ୍ନ ହୋଇଛି ।

-      ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୨, ୪୦, ୭୩, ୭୨୮ ଛାତ୍ରଛାତ୍ରୀ ଅନିବାର୍ଯ୍ୟ କଳା ଏକୀକୃତ ପରିଯୋଜନା – ସିବିଏସଇ କାର୍ଯ୍ୟକ୍ରମରେ ନିଜର ରିପୋର୍ଟ ଦାଖଲ କରି ଭାଗ ନେଇଛନ୍ତି ।

-      ୧୮୪୩ ବିଦ୍ୟାଳୟର ୪୩୧୫୦୩ ଛାତ୍ରଛାତ୍ରୀ କଳା ଏବଂ ସଂସ୍କୃତି ଉପରେ ଅଭିବ୍ୟକ୍ତି ଶୃଙ୍ଖଳା – ସିବିଏସଇରେ ଭାଗ ନେଇଛନ୍ତି ଏବଂ ବୋର୍ଡ ଦ୍ୱାରା ଏପର୍ଯ୍ୟନ୍ତ ୪୩୧୫ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଭାଗ ନେବା ପାଇଁ ପ୍ରବେଶ ଅନୁମତିପତ୍ର ପ୍ରାପ୍ତ ହୋଇଛି ।

-      ସମଗ୍ର ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ଅଧିନରେ ଯୋଡି ହୋଇଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡିକରେ ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରୁଛନ୍ତି । ଏହି କାର୍ଯ୍ୟକ୍ରମ ଅଧିନରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ସମୁଦାୟ ୪୩୨ ବିଦ୍ୟାଳୟ ଛାତ୍ରଛାତ୍ରୀ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ପରିଦର୍ଶନ କରିଛନ୍ତି ।

ଆକାଂକ୍ଷୀ ଜିଲ୍ଲା:

ମନ୍ତ୍ରଣାଳୟର ଅଧିକାରୀମାନେ ୨୦୨୨ ବର୍ଷରେ ହରିଆଣାରେ କେବଳ ଗୋଟିଏ ଆକାଂକ୍ଷୀ ଜିଲ୍ଲା ମୈବାତ, ରାଜସ୍ଥାନର ଜୈସଲମର ଏବଂ ଓଡିଶାର ନବରଙ୍ଗପୁର ଜିଲ୍ଲା ପରିଦର୍ଶନ କରିଥିଲେ । ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମକୁ ଲାଗୁ କରାଯିବା ଏବଂ ସ୍ୱେଚ୍ଛାସେବୀମାନଙ୍କ ପାଇଁ ବିଦ୍ୟାଞ୍ଜଳି କାର୍ଯ୍ୟକ୍ରମ ସମ୍ପର୍କରେ ଡିଇଓ, ବିଆରସି ଏବଂ ସିଆରସି ମାନଙ୍କ ସହିତ ଏକ ଆଲୋଚନାଧର୍ମୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ସରକାରୀ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ, କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆବାସିକ ଛାତ୍ରାବାସଗୁଡିକରେ କ୍ଷେତ୍ର ପରିଦର୍ଶନ ମାଧ୍ୟମରେ ଏଡିପି କାର୍ଯ୍ୟକାରିତା ସ୍ଥିତିର ମୂଲ୍ୟାଙ୍କନ କରାଯାଇଥିଲା ।

ଜାତୀୟ ସୂଚନା କେନ୍ଦ୍ର (ଏନଆଇସି):

ୟୁଡିଆଇଏସଇ ପ୍ଲସ ଅଧିନରେ ଏନଆଇସିର ସଫଳତା:

-      ସମସାମୟିକ ଏବଂ ବିଶ୍ୱସନୀୟ ତଥ୍ୟଗୁଡିକ ସହିତ ବିଦ୍ୟାଳୟ ଶିକ୍ଷା ପ୍ରଣାଳୀର ଅବଲୋକନ ପ୍ରାପ୍ତ କରିବା ସକାଶେ ଦେଶର ସାଧାରଣ ନାଗରିକଙ୍କ ପାଇଁ ୱାନ -ଷ୍ଟପ ବଜାର ଭାବରେ ପ୍ରସ୍ତୁତ କରାଯାଇଛି ।

-      ବିଦ୍ୟାଳୟଗୁଡିକ ଦ୍ୱାରା ପ୍ରଦାନ କରାଯାଉଥିବା ତଥ୍ୟର ଗୁଣବତା ଏବଂ ବିଶ୍ୱସନୀୟତକ଼ୁ ବହୁଗୁଣିତ କରିବା ।

-      ସୂଚନାର ସଠିକତା ଏବଂ ନିର୍ଭରଯୋଗ୍ୟତା ଅଧିକ ସଠିକ ସୂଚନା ପ୍ରସ୍ତୁତ କରିବାରେ ସାହାଯ୍ୟ କରେ ।

-      ପ୍ରମାଣ ଆଧାରିତ ଯୋଜନା ଏବଂ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଉପଯୁକ୍ତ ହସ୍ତକ୍ଷେପ ଡିଜାଇନ୍ କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡିକୁ ସକ୍ଷମ କରିବା ।

ୟୁଡିଆଇଏସଇ ପାଇଁ ଏନଆଇସି ଜିତିଥିବା ପୁରସ୍କାର

ପ୍ରକଳ୍ପ ନାମ     ପୁରସ୍କାର ନାମ ବିଭାଗ    ସ୍ଥାନ ବର୍ଷ

ୟୁଡିଆଇଏସଇ ପ୍ଲସ ଇକୋସିଷ୍ଟମ  ଇ-ଗଭର୍ଣ୍ଣାନସ ପାଇଁ ଜାତୀୟ ପୁରସ୍କାର ୨୦୨୦-୨୧    ଇ-ସେବା ସହ ବ୍ୟାପକ ଅଭିଗମ୍ୟତା    ରୌପ୍ୟ   ୨୦୨୦-୨୧

        ୧୯ତମ ସିଏସଆଇ ଏସଆଇଜି ଇ-ଗଭର୍ଣ୍ଣାନସ ପୁରସ୍କାର ୨୦୨୧  କେନ୍ଦ୍ର ସରକାର      ୨୦୨୧

 

୨. ଏନଏଏସ ୨୦୨୧ ଅଧିନରେ ଏନଆଇସିର ସଫଳତା:

- ଛାଛାତ୍ରୀମାନଙ୍କ ଶିକ୍ଷଣରେ ଉନ୍ନତି ଆଣିବା ପାଇଁ ନୀତି, ଯୋଜନା ଏବଂ ଶିକ୍ଷାଗତ ହସ୍ତକ୍ଷେପଗୁଡିକୁ ଗଠନ କରିବା ପାଇଁ ଏନଏଏସ ଯୋଜନା କରାଯାଇଛି । ଏହା କୌଣସି ଛାତ୍ରର ବ୍ୟକ୍ତିଗତ କାର୍ଯ୍ୟ ନିଷ୍ପାଦନର ଆକଳନ କରିବା ପାଇଁ ପ୍ରସ୍ତୁତ କରାଯାଇ ନାହିଁ ।

- ଏନଆଇସି ବିଶ୍ଳେଷଣାତ୍ମକ ଡେସବୋର୍ଡ ସହିତ ପରୀକ୍ଷା ପୂର୍ବ, ମୁଖ୍ୟ ପରୀକ୍ଷା ଏବଂ ବିଭିନ୍ନ ରାଷ୍ଟ୍ରୀୟ, ରାଜ୍ୟ ଏବଂ ଜିଲ୍ଲା ସ୍ତରର ରିପୋର୍ଟ ବିକଶିତ କରିବା ପାଇଁ ସଫଳତାପୂର୍ବକୁ ଏକ ଏପ୍ଲିକେଶନ ପ୍ଲାଟଫର୍ମ ପ୍ରସ୍ତୁତ କରିଛି ।

- ବିଭିନ୍ନ ହିତାଧିକାରୀ -  ଶିକ୍ଷା ମନ୍ତ୍ରଣାଳୟ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ), ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି), ନୀତି ଆୟୋଗ, ୟୁନିସେଫ ସହ ସମନ୍ୱୟ ।

- ସମସ୍ତ ହିତାଧିକାରୀଙ୍କ ସହ ଆମେରିକାନ ଇନଷ୍ଟିଚ୍ୟୁଟ ଅଫ ରିସର୍ଚ୍ଚ (ଏଆଇଆର) ସହିତ ସର୍କୁଲାର ସିଷ୍ଟମେଟିକ ସାମ୍ପଲିଙ୍ଗ ଏଲଗୋରିଦମ ଆଧାରରେ ବିଦ୍ୟାଳୟର ଚୟନ କରିବା ପାଇଁ ନମୁନା ବିକଶିତ କରାଯାଇଛି ।

୩. ପିଏମ ଶ୍ରୀ ବିଦ୍ୟାଳୟ: ଏନଆଇସି ଦ୍ୱାରା ବିକଶିତ ଟେକ ପ୍ଲାଟଫର୍ମ ସୁବିଧା ପ୍ରଦାନ କରିଥାଏ - ପିଏମ ଶ୍ରୀ ବିଦ୍ୟାଳୟ ଜିଲ୍ଲା / ରାଜ୍ୟ ଏବଂ ଜାତୀୟ ସ୍ତରେ ଚୟନ, ମନୋନୀତ ପିଏମ ଶ୍ରୀ ବିଦ୍ୟାଳୟଗୁଡିକର ଯାଂଚ ଏବଂ ମୂଲ୍ୟାଙ୍କନ ।

ଭାରତରେ ବିଦ୍ୟାଳୟ ଶିକ୍ଷାର ପରିସଂଖ୍ୟାନ ରୂପରେଖ

୧.   ୟୁଡିଆଇଏସଇ ପ୍ଲସ

ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅନଲାଇନ୍ ମୋଡ ମାଧ୍ୟମରେ ୟୁନିଫାଏଡ ଡିଷ୍ଟ୍ରିକ୍ଟ ଇନଫରମେସନ ସିଷ୍ଟମ ଫର ଏଜେୁକେଶନ ପ୍ଲସ (ୟୁଡିଆଇଏସଇ ପ୍ଲସ) ଦ୍ୱାରା ସମସ୍ତ ମାନ୍ୟତାପ୍ରାପ୍ତ ବିଦ୍ୟାଳୟରେ ବିଦ୍ୟାଳୟ ଶିକ୍ଷା ସମ୍ବନ୍ଧୀୟ ମହାତ୍ୱପୂର୍ଣ୍ଣ ମାନଦଣ୍ଡ ଉପରେ ବାର୍ଷିକ ତଥ୍ୟ ସଂଗ୍ରହ କରିଥାଏ । ୟୁଡିଆଇଏସଇ ପ୍ଲସରେ ରାଷ୍ଟ୍ରୀୟ ସ୍ତରରେ ଚୂଡାନ୍ତ ରୂପରେଖ ଦେବା ପୂର୍ବରୁ ୟୁଡିଆଇଏସଇ ପ୍ଲସ ବ୍ଲକ, ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ବୈଧତା ଯାଂଚ ଏବଂ ପରବର୍ତୀ ତଥ୍ୟ ଯାଂଚ କରିଥାଏ । କୋଭିଡ ୧୯ ମହାମାରୀ ଯୋଗଁ ଅଧିକାଂଶ ରାଜ୍ୟରେ ଏପ୍ରିଲ ୨୦୨୦ରୁ ଜାନୁଆରୀ ୨୦୨୨ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡିକ ବନ୍ଦ ରହିଥିଲା । ବିଦ୍ୟାଳୟଗୁଡିକ ପୁନଃ ଖୋଲାଯିବା ପରେ ତୁରନ୍ତ, ୟୁଡିଆଇଏସଇ ପ୍ଲସ ୨୦୨୦-୨୧ର  ତଥ୍ୟ ଯୁଦ୍ଧକାଳୀନ ଭିତିରେ ସଂଗ୍ରହ କରାଯାଇଥିଲା ଏବଂ ୨୦୨୦-୨୧ ପାଇଁ ଅନ୍ତିମ ରିପୋର୍ଟ ୨୬.୦୪.୨୦୨୨ରେ ପ୍ରକାଶ ପାଇଥିଲା । ପରବର୍ତୀ ସମୟରେ, ୟୁଡିଆଇଏସଇ ପ୍ଲସ ୨୦୨୧-୨୨ ପାଇଁ ତଥ୍ୟ ସଂଗ୍ରହ ମଧ୍ୟ ରେକର୍ଡ ସମୟରେ ସମାପ୍ତ ହୋଇଥିଲା ଏବଂ ଏହାର ରିପୋର୍ଟ ୩.୧୧.୨୦୨୨ ପ୍ରକାଶ ପାଇଥିଲା । ୟୁଡିଆଇଏସଇ ପ୍ଲସ ରିପୋର୍ଟଗୁଡିକ ଏଚଟିଟିପି ଡ୍ୟାସବୋର୍ଡ ଡଟ ୟୁଡିଆଇଏସଇପ୍ଲସ ଡଟ ଜିଓଭି ଡଟ ଇନରେ ଅନଲାଇନ ମାଧ୍ୟମରେ ମୂଲ୍ୟାଙ୍କନ କରାଯାଇପାରିବ । ୨୦୨୨-୨୩ରୁ ୟୁଡିଆଇଏସଇ ପ୍ଲସ ବ୍ୟବସ୍ଥା ସମସ୍ତ ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟରୁ ପ୍ରତି ପିଲାଙ୍କ ତଥ୍ୟ ସଂଗ୍ର୍ରହ କରିବ, ବର୍ତମାନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ସ୍ତରରେ ଯାହାର ତଥ୍ୟ ସଙ୍କଳନ ଜାରି ରହିଛି ।

୨.   ପରଫରମାନସ ଗ୍ରେଡିଂ ଇଣ୍ଡେକ୍ସ (ପିଜିଆଇ) – ରାଜ୍ୟ:

ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଦ୍ୱାରା ବିକଶିତ ପରଫରମାନସ ଗ୍ରେଡିଂ ଇଣ୍ଡେକ୍ସ (ପିଜିଆଇ) ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଗୁଡିକର ଆପେକ୍ଷିକ କାର୍ଯ୍ୟ ଦକ୍ଷତାକୁ ଏକକ ମାନରେ ଆକଳନ କରିବା ପାଇଁ ଲକ୍ଷ୍ୟ ରଖିଛି ଯାହା ଫଳରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡିକ ଉତମ ପ୍ରଦର୍ଶନ କରିବା ସକାଶେ ଉତ୍ସାହିତ ଅନୁଭବ କରିବେ । ପିଜିଆଇ – ରାଜ୍ୟ କୁ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ପରିବର୍ତନଶୀଳ ବିକାଶକୁ ଅନୁକରଣ କରିବା ପାଇଁ ଏକ ଉପକରଣ ଭାବେ ବିବେଚନା କରାଯାଇଛି ଏବଂ ଏହା ୨୦୧୮-୧୯ରୁ ଆରମ୍ଭ କରାଯାଇଛି । ପିଜିଆଇ-ରାଜ୍ୟ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳଗୁଡିକୁ ସର୍ବୋତମ ଅଭ୍ୟାସ ଗ୍ରହଣ କରିବାକୁ ପ୍ରେରଣା ଦିଏ ଏବଂ ଏହାର ପାଂଚଟି ଡୋମେନ ରହିଛି ଯାହାକି ୧୦୦୦ ସ୍କୋର ବହନ କରୁଥିବା ସତୁରି (୭୦) ସୂଚକ ସହିତ ରହିଛି । ୨୦୨୦-୨୧ ବର୍ଷ ପାଇଁ ପିଜିଆଇ –ରାଜ୍ୟ ରିପୋର୍ଟ ୩.୧୧.୨୦୨୨ରେ ପ୍ରକାଶ କରାଯାଇଛି । ୨୦୧୭-୧୮ରୁ ୨୦୨୦-୨୧ ପର୍ଯ୍ୟନ୍ତ ପିଜିଆଇ ରିପୋର୍ଟ ଏଚଟିଟିପି ପିଜିଆଇ ଡଟ ୟୁଡିଆଇଏପ୍ଲସ ଡଟ ଜିଓଭି ଡଟ ଇନ୍‌ରେ ଉପଲବ୍ଧ । ପିଜିଆଇ ୨୦୨୧-୨୨ ପାଇଁ ରାଜ୍ୟ ସଂରଚନାକୁ ସଂଶୋଧିତ କରାଯାଇ ପିଜିଆଇ ୨.୦ ଭାବରେ ନାମିତ କରାଯାଇଛି । ନୂତନ ପିଜିଆଇ ସଂରଚନା ୭୩ ସୂଚକକୁ ଅନ୍ତର୍ଭୁକ୍ତ କରେ, ଏହା ଡିଜିଟାଲ ପଦକ୍ଷେପ ଏବଂ ଶିକ୍ଷକ ଶିକ୍ଷା ବ୍ୟତୀତ ଗୁଣାତ୍ମକ ମୂଲ୍ୟାଙ୍କନ ଉପରେ ଅଧିକ ଧ୍ୟାନ ଦେଇଥାଏ । ୨୦୨୧-୨୨ ପାଇଁ ପିଜିଆଇ ରିପୋର୍ଟ ପ୍ରସ୍ତୁତି ବର୍ତମାନ ରାଜ୍ୟ/ କେନ୍ଦ୍ରଶାସିତ ଅଂଚଳ ଦ୍ୱାରା ଶେଷ ପର୍ଯ୍ୟାୟରେ ରହିଛି ଏବଂ ଏହା ଖୁବ ଶୀଘ୍ର ପ୍ରକାଶ ପାଇବ ।

୩.   ପରଫରମାନସ ଗ୍ରେଡିଂ ଇଣ୍ଡେକ୍ସ ଜିଲ୍ଲା (ପିଜିଆଇ –ଡି):

 ରାଜ୍ୟ ପିଜିଆଇର ସଫଳତାକୁ ଆଧାର କରି ଏବଂ ଶିକ୍ଷାଗତ ଯୋଗ୍ୟତାର ପ୍ରଭାବଶାଳୀ ମୂଲ୍ୟାଙ୍କନ ପାଇଁ ଜିଲ୍ଲା ସ୍ତରରେ ପଦକ୍ଷେପ ଯୋଗାଇ ଦେବାକୁ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପ୍ରଥମ ଥର ପାଇଁ ଜିଲ୍ଲାଗୁଡିକ ସକାଶେ ଏକ ନୂତନ ପ୍ରଦର୍ଶନ ଗ୍ରେଡିଙ୍ଗ ସୂଚକାଙ୍କ (ପିଜିଆଇ –ଡି) ତିଆରି କରି ପିଜିଆଇର କାର୍ଯ୍ୟକୁ ଜିଲ୍ଲା ସ୍ତରରେ ବିସ୍ତାରିତ କରିବା ପାଇଁ ନିଷ୍ପତି ନେଇଥିଲା । ପିଜିଆଇ – ଡି କୁ ଏକ ସାଧାରଣ ପାରାମିଟରରେ ଜିଲ୍ଲାଗୁଡିକର ମୂଲ୍ୟାଙ୍କନ କରିବାର ଉଦ୍ଦେଶ୍ୟ ସହିତ ପ୍ରସ୍ତୁତ କରାଯାଇଛି ଯାହା ବର୍ତମାନ ଶିକ୍ଷାଗତ ନୀତିର ଫଳାଫଳ ଆଡକୁ ଗତି କରୁଛି । ପିଜିଆଇ-ଡି ଢାଂଚାରେ ୮୩ଟି ସୂଚକାଙ୍କ ସହ ମୋଟ ୬୦୦ ପଏଂଟ ରହିଛି, ଯାହା ୬ଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି, ଯଥା, ଫଳାଫଳ, ପ୍ରଭାବଶାଳୀ ଶ୍ରେଣୀଗୃହ କାରବାର, ଭିତିଭୂମୀ ସୁବିଧା ଏବଂ ଛାତ୍ରଙ୍କ ଅଧିକାର, ବିଦ୍ୟାଳୟ ସୁରକ୍ଷା ଏବଂ ଶିଶୁ ଯତ୍ନ, ଡିଜିଟାଲ ଶିକ୍ଷା ଏବଂ ଶାସନ ପ୍ରକ୍ରିୟା । ପିଜିଆଇ – ଡି ଜିଲ୍ଲାଗୁଡିକୁ ୧୦ଟି ଗ୍ରେଡରେ ଶ୍ରେଣୀବିଭାଗ କରିଛି, ଯଥା:, ସର୍ବାଧିକ ଯୋଗ୍ୟତା ହାସଲ କରିଥିବା ଗ୍ରେଡକୁ ଦକ୍ଷ କୁହାଯିବ, ସମସ୍ତ ଶ୍ରେଣୀରେ ସାମଗ୍ରିକ ଭାବେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଜିଲ୍ଲାଗୁଡିକ ଏହି ଶ୍ରେଣୀରେ ଆସିବେ । ପିଜିଆଇ –ଡି ରେ ସର୍ବଶେଷ ଗ୍ରେଡକୁ ଆକାଂକ୍ଷୀ -୩ କୁହାଯାଏ, ଯାହା ସମୁଦାୟ ୧୦ ପ୍ରତିଶତ ପର୍ଯ୍ୟନ୍ତ ସ୍କୋର କରିଥିବା ଜିଲ୍ଲାଗୁଡିକୁ ପ୍ରଦାନ କରାଯାଇଥାଏ । ପିଜିଆଇ –ଡିର ମୂଳ ଉଦ୍ଦେଶ୍ୟ ହେଉଛି ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ହସ୍ତକ୍ଷେପ ପାଇଁ ପ୍ରାଥମିକତା କ୍ଷେତ୍ରରେ ଜିଲ୍ଳାମାନଙ୍କୁ ସାହାଯ୍ୟ କରିବା ଏବଂ ଏହିପରି ଉଚ୍ଚ ଶ୍ରେଣୀରେ ପହଂଚିବାରେ ଉନ୍ନତି ଆଣିବା । ପିଜିଆଇ – ଡି ହେଉଛି ବିଦ୍ୟାଳୟ ଶିକ୍ଷାର ଅଗ୍ରଗତିର ଆନ୍ତଃ ରାଜ୍ୟ ତୁଳନାତ୍ମକ ଅର୍ନ୍ତଦୃଷ୍ଟି ପ୍ରାପ୍ତ କରିବାର ଉପକରଣ ।

୨୦୧୮-୧୯ ଏବଂ ୨୦୧୯-୨୦ ପାଇଁ ପିଜିଆଇ-ଡି ରିପୋର୍ଟ ୨୭.୦୬.୨୦୨୨ ରେ ଜାରି କରାଯାଇଛି ଏବଂ ଏହା ଏଚଟିଟିପି ଡଟ ୟୁଡିଆଇଏସଇପ୍ଳସ ଡଟ ଜିଓଭି ଡଟ ଇନ୍‌ରେ ଉପଲବ୍ଧ । ୨୦୨୦-୨୧ ପାଇଁ ପିଜିଆଇ-ଡି ରିପୋର୍ଟ ଦିଆ ଯାଇ ସରିଛି ଏବଂ ଏହା ଖୁବ ଶୀଘ୍ର ଜାରି କରାଯିବ ।

୪.   ଡାଟା ଗବର୍ଣ୍ଣେସ କ୍ୱାଲିଟି ଇଣ୍ଡେକ୍ସ (ଡିଜିକ୍ୟୁଆଇ): କେନ୍ଦ୍ରୀୟ କ୍ଷେତ୍ର / କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ସମ୍ପର୍କରେ ମନ୍ତ୍ରଣାଳୟ/ ବିଭାଗର ତଥ୍ୟ ପ୍ରସ୍ତୁତିର ମୂଲ୍ୟାଙ୍କନ ପାଇଁ ନୀତି ଆୟୋଗ ୨୦୨୦ରେ ଡିଜିକ୍ୟୁଆଇ ପ୍ଳାଟଫର୍ମ ବିକଶିତ କରିଛି । ଏଥିପାଇଁ ମନ୍ତ୍ରଣାଳୟ ଦ୍ୱାରା ପ୍ରଯୁକ୍ତି ବିଦ୍ୟା ଯୋଜନା ଏବଂ ବ୍ୟବହାରର ପ୍ରମାଣ ଆକଳନ କରିବା ପାଇଁ ୬୩୦ରୁ ଅଧିକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା/  କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା/  ଅଣ- ଯୋଜନାବଦ୍ଧ ହସ୍ତକ୍ଷେପ ପାଇଁ ୭୪ ମନ୍ତ୍ରଣାଳୟ/  ବିଭାଗଗୁଡିକୁ ମନ୍ତ୍ରଣାଳୟ ଦ୍ୱାରା ସାକ୍ଷ୍ୟ ଆଧାରିତ ଯୋଜନା ଏବଂ ପ୍ରାଦ୍ୟୋଗିକ ଉପଯୋଗର ଆକଳନ କରିବା ପାଇଁ ଚୟନ କରାଯାଇଛି । ଡିଜିକ୍ୟୁଆଇ ଭାରତ ସରକାରଙ୍କ ମନ୍ତ୍ରଣାଳୟ/ ବିଭାଗଗୁଡିକୁ ଶୂନରୁ ୫ ପର୍ଯ୍ୟନ୍ତ ସମାନ ସ୍କେଲରେ ଆକଳନ କରେ । ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଡିଜିକ୍ୟୁଆଇ ୧.୦ (୨୦୨୦) ରେ ୫ରୁ ୨.୯୫ ସ୍କୋର କରିଥିଲା ଯାହା ଡିଜିକ୍ୟୁଆଇ ୨.୦ (୨୦୨୧)ରେ ଉନ୍ନତ ପ୍ରଦର୍ଶନ କରି ୪.୨୮କୁ ବୃଦ୍ଧି ପାଇଥିଲା ଏବଂ ପରେ ୪.୬୨ ସ୍କୋର କରି ସମସ୍ତ ମନ୍ତ୍ରଣାଳୟ ଓ ବିଭାଗଗୁଡିକ ମଧ୍ୟରେ ପଂଚମ ସର୍ବଶ୍ରେଷ୍ଠ ପ୍ରଦର୍ଶନକାରୀ ହୋଇପାରିଥିଲା ।

୫.   ବୈଶ୍ୱିକ ସୂଚକାଙ୍କ ପାଇଁ ସଠିକ ସମୟରେ ତଥ୍ୟ ପ୍ରସ୍ତୁତ କରିବା – ନୋଡାଲ ବିଭାଗ ହିସାବରେ ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ସମସ୍ତ ହିତାଧିକାରୀ, ଯେପରିକି ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ, କୌଶଳ ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ, ଉଚ୍ଚତର ଶିକ୍ଷା ବିଭାଗ ଏବଂ ୟୁଡିଆଇଏସଇ ପ୍ଲସ, ଏନଆଇଓଏସ ଦ୍ୱାରା ୨୦୨୧-୨୨ ପାଇଁ ସଦ୍ୟତମ ନାମାଙ୍କନ ତଥ୍ୟ ସଙ୍କଳନ କରିଛି ଏବଂ ଅନ୍ତିମ ଦିବସ ୩୧ ମାର୍ଚ୍ଚ, ୨୦୨୩ର ବହୁ ପୂର୍ବରୁ ୧୦ ନଭେମ୍ବର ୨୦୨୨ରେ ୟୁନେସ୍କୋ ପରିସଂଖ୍ୟାନ ସଂସ୍ଥାନ (ୟୁଆଇଏସ)କୁ ପ୍ରଦାନ କରିଛି । ସଦ୍ୟତମ ନାମାଙ୍କନ ତଥ୍ୟରେ ବିଭିନ୍ନ ବୈଶ୍ୱିକ ସୂଚକାଙ୍କରେ ଦେଶର ପ୍ରଦର୍ଶନରେ ଉନ୍ନତି ଆସିବାର ଆଶା କରାଯାଉଛି

JP



(Release ID: 1896381) Visitor Counter : 168