ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମହାରାଷ୍ଟ୍ରର ମୁମ୍ବାଇରେ ପ୍ରାୟ ୩୮,୮୦୦ କୋଟି ଟଙ୍କା ମୂଲ୍ୟର ଏକାଧିକ ବିକାଶମୂଳକ ପଦକ୍ଷେପର ଭିତ୍ତିପ୍ରସ୍ତର ସ୍ଥାପନ, ଉଦଘାଟନ ଏବଂ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ


ପିଏମ୍‍ ଏସ୍‍ଭିଏନିଧି ଯୋଜନା ଅଧୀନରେ ଏକ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଅନୁମୋଦିତ ଋଣ ପ୍ରଦାନ ଆରମ୍ଭ କରିଛନ୍ତି

ଦେଶ ଉଦ୍ଦେଶ୍ୟରେ ମୁମ୍ବାଇ ମେଟ୍ରୋ ରେଳ ଲାଇନ ୨ଏ ଏବଂ ୭ କୁ ଉତ୍ସର୍ଗ କରିଚନ୍ତି

ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ ଏବଂ ସାତଟି ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟର ପୁନଃ ର୍ନିମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି

୨୦ ହିନ୍ଦୁହୃଦୟସମ୍ରାଟ ବାଲାସାହେବ ଠାକରେ ଆପଲା ଦବାଖାନା ଉଦଘାଟନ କରିଛନ୍ତି

ମୁମ୍ବାଇରେ ପ୍ରାୟ ୪୦୦ କିଲୋମିଟର ରାସ୍ତା ପାଇଁ ସଡକ ର୍ନିମାଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି

“ବିଶ୍ୱ ଭାରତର ସଂକଳ୍ପ ଉପରେ ବିଶ୍ୱାସ ଦେଖାଉଛି”

“ଛତ୍ରପତି ଶିବାଜୀ ମହାରାଜଙ୍କଠାରୁ ପ୍ରେରଣା ପାଇ, ସୁରଜ ଏବଂ ସ୍ୱରାଜର ଅବେଗ ଡବଲ ଇଞ୍ଜିନ ସରକାରରେ ଦୃଢ ଭାବରେ ସ୍ପଷ୍ଟ ହୋଇଛି”

“ଭବିଷ୍ୟତର ଚିନ୍ତାଧାରା ଏବଂ ଆଧୁନିକ ଆଭିମୁଖ୍ୟ ସହିତ ଭାରତ ଏହାର ଶାରୀରିକ ଏବଂ ସାମାଜିକ ଭିତ୍ତିଭୂମି ପାଇଁ ଖର୍ଚ୍ଚ କରୁଛି”

“ଆଜିର ଆବଶ୍ୟକତା ଏବଂ ଭବିଷ୍ୟତର ସମ୍ଭାବନା, ଉଭୟ କ୍ଷେତ୍ରରେ କାର୍ଯ୍ୟ ଚାଲିଛି”

“ଅମୃତ କାଳ ସମୟରେ ମହାରାଷ୍ଟ୍ରର ଅନେକ ସହର ଭାରତର ଅଭିବୃଦ୍ଧି ଘଟାଇବ”

“ସହରଗୁଡିକର ବିକାଶ ପାଇଁ ସାମର୍ଥ୍ୟ ଏବଂ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ନାହିଁ ”

“ମୁମ୍ବାଇର ବିକାଶ ପାଇଁ କେନ୍ଦ୍ର, ରାଜ୍ୟ ଏବଂ ସ୍ଥାନୀୟ ସଂସ୍ଥା ମଧ୍ୟରେ ସମନ୍ୱୟ ଗୁରୁତ୍ୱପୂର୍ଣ୍ଣ”

Posted On: 19 JAN 2023 7:24PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇରେ ଏକାଧିକ ବିକାଶମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଉଦଘାଟନ, ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ଏସ୍‍ଭିଏନିଧି ଅଧୀନରେ ଏକ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଅନୁମୋଦିତ ଋଣ ସ୍ଥାନାନ୍ତରର ଶୁଭାରମ୍ଭ କରିଥିଲେ । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଦେଶ ଉଦ୍ଦେଶ୍ୟରେ ମୁମ୍ବାଇ ମେଟ୍ରୋ ରେଳ ଲାଇନ ୨ଏ ଏବଂ ୭ କୁ ଉତ୍ସର୍ଗ, ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ ଏବଂ ସାତୋଟି ସ୍ୱେରେଜ୍ ଟ୍ରିଟମେଣ୍ଟଣ୍ଟ ପ୍ଲାଣ୍ଟର ପୁନଃ ର୍ନିମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ, ୨୦ ଟି ହିନ୍ଦୁହୃଦୟସମ୍ରାଟ ବାଲାସାହେବ ଠାକରେ ଆପଲା ଦବାଖାନାର ଶୁଭାରମ୍ଭ ଏବଂ ମୁମ୍ବାଇରେ ପ୍ରାୟ ୪୦୦ କିଲୋମିଟର ରାସ୍ତା ର୍ନିମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ପ୍ରକଳ୍ପଗୁଡିକ ମୁମ୍ବାଇକୁ ଏକ ଉନ୍ନତ ମହାନଗରରେ ପରିଣତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ଏବଂ ହିତାଧିକାରୀ ଏବଂ ମୁମ୍ବାଇବାସୀଙ୍କୁ ଅଭିନନ୍ଦନ ଜଣାଇଛି । ସ୍ୱାଧୀନତା ପରଠାରୁ ପ୍ରଥମ ଥର ପାଇଁ ଭାରତର ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିବାର ସାହସ ରହିଛି; ପ୍ରଧାନମନ୍ତ୍ରୀ ଭାରତର ପୂର୍ବ ଅବଧିକୁ ମନେ ପକାଇଥିଲେ ଯେଉଁଠାରେ କେବଳ ଦାରିଦ୍ର‌ ବିଷୟରେ ଆଲୋଚନା କରାଯାଇଥିଲା ଏବଂ ବିଶ୍ୱରୁ ସହାୟତା ପାଇବା ଏକମାତ୍ର ବିକଳ୍ପ ଥିଲା । ସେ ଏହା ମଧ୍ୟ ଦର୍ଶାଇଛନ୍ତି ଯେ ଏହା ହେଉଛି ପ୍ରଥମ ଉଦାହରଣ ଯେତେବେଳେ ଭାରତର ସଂକଳ୍ପ ଉପରେ ବିଶ୍ୱ ବିଶ୍ୱାସ ଦେଖାଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେହେତୁ ଭାରତୀୟମାନେ ଏକ ବିକଶିତ ଭାରତକୁ ଉତ୍ସାହର ସହିତ ଅପେକ୍ଷା କରୁଛନ୍ତି, ଭାରତ ପାଇଁ ମଧ୍ୟ ସମାନ ଆଶା ବିଶ୍ୱରେ ଦେଖିବାକୁ ମିଳୁଛି । ଏହା ସକରାତ୍ମକତା ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ୱାସ ହେଉଛି ଯେ ଭାରତ ଏହାର ଦକ୍ଷତାକୁ ଭଲ ବ୍ୟବହାର କରୁଛି । ଆଜି ଭାରତ ଅଭୂତପୂର୍ବ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ । ଛତ୍ରପତି ଶିବାଜୀ ମହାରାଜଙ୍କଠାରୁ ପ୍ରେରଣା ପାଇ ଡବଲ ଇଞ୍ଜିନ ସରକାରରେ "ସୁରଜ” ଏବଂ "ସ୍ୱରାଜ” ର ଆବେଗ ଦୃଢ ଭାବରେ ସ୍ପଷ୍ଟ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଦୁର୍ନୀତିର ଯୁଗକୁ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ ଯାହା ଦେଶ ତଥା କୋଟି କୋଟି ନାଗରିକଙ୍କୁ କ୍ଷତି ପହଞ୍ଚାଇଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ଏହି ଚିନ୍ତାଧାରାକୁ ପରିବର୍ତ୍ତନ କରିଛୁ ଏବଂ ଆଜି ଭାରତ ଏହାର ଶାରୀରିକ ତଥା ସାମାଜିକ ଭିତ୍ତିଭୂମି ପାଇଁ ଭବିଷ୍ୟତବାଦୀ ଚିନ୍ତାଧାରା ଏବଂ ଆଧୁନିକ ଆଭିମୁଖ୍ୟରେ ଖର୍ଚ୍ଚ କରୁଛି । ବକ୍ତବ୍ୟ ଜାରି ରଖି ସେ କହିଛନ୍ତି ଯେ ବାସଗୃହ, ଶୌଚାଳୟ, ବିଦ୍ୟୁତ, ପାନୀୟଜଳ, ରନ୍ଧନ ଗ୍ୟାସ୍‌, ମାଗଣା ଚିକିତ୍ସା , ମେଡିକାଲ୍ କଲେଜ, ଏମ୍‍ସ, ଆଇଆଇଟି ଏବଂ ଆଇଆଇଏମ୍ ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଅନ୍ୟପକ୍ଷରେ ଆଧୁନିକ ସଂଯୋଗ ମଧ୍ୟ ସମାନ ଭାବରେ ଚାଲିଛି । ସେ କହିଛନ୍ତି, ଆଜିର ଆବଶ୍ୟକତା ଏବଂ ଭବିଷ୍ୟତର ସମ୍ଭାବନା ଉଭୟ ଉପରେ କାର୍ଯ୍ୟ ଚାଲିଛି । ସେ କହିଛନ୍ତି ଯେ ଏହି କଠିନ ସମୟରେ ମଧ୍ୟ ଭାରତ ୮୦ କୋଟି ନାଗରିକଙ୍କୁ ମାଗଣା ରାସନ ଯୋଗାଉଛି ଏବଂ ଭିତ୍ତିଭୂମି ବିକାଶରେ ଅଭୂତପୂର୍ବ ପୁଞ୍ଜି ବିନିଯୋଗ କରୁଛି । ସେ ଏହା ମଧ୍ୟ କହିଛନ୍ତି ଯେ ଏହା ଆଜିର ଭାରତ ପ୍ରତିବଦ୍ଧତାକୁ ସୂଚାଉଛି ଏବଂ ଏହା ଏକ ବିକଶିତ ଭାରତର ସଂକଳ୍ପର ପ୍ରତିଫଳନ ଅଟେ ।

ବିକଶିତ ଭାରତ ସୃଷ୍ଟିରେ ସହରଗୁଡ଼ିକର ଭୂମିକା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ କହିଛନ୍ତି ଯେ ଅମୃତ କାଳ ସମୟରେ ମହାରାଷ୍ଟ୍ରର ଅନେକ ସହର ଭାରତର ଅଭିବୃଦ୍ଧି ଘଟାଇବ । ସେ କହିଛନ୍ତି, ସେଥିପାଇଁ ମୁମ୍ବାଇକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ହେଉଛି ଡବଲ ଇଞ୍ଜିନ ସରକାରର ଏକ ପ୍ରମୁଖ ପ୍ରାଥମିକତା । ଶ୍ରୀ ମୋଦୀ ମୁମ୍ବାଇ ମେଟ୍ରୋର ଉଦାହରଣ ଦେଇଛନ୍ତି ଏବଂ କହିଛନ୍ତି ଯେ ୨୦୧୪ ମସିହାରେ ମୁମ୍ବାଇରେ ୧୦-୧୧ କିଲୋମିଟର ଲମ୍ବା ମେଟ୍ରୋ ଲାଇନ୍‍ ଥିଲା, ଡବଲ୍ ଇଞ୍ଜିନ ସରକାର ମେଟ୍ରୋ ଏକ ନୂତନ ଗତି ଏବଂ ଦିଗ ପାଇଲା କାରଣ ମୁମ୍ବାଇ ଦ୍ରୁତ ଗତିରେ ୩୦୦ କିଲୋମିଟର ମେଟ୍ରୋ ନେଟୱାର୍କ ଆଡ଼କୁ ଗତି କରୁଛି ।

ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଭାରତୀୟ ରେଳବାଇ ଏବଂ ମୁମ୍ବାଇ ମେଟ୍ରୋର ଅଗ୍ରଗତି ପାଇଁ ସାରା ଦେଶରେ ମିଶନ ମୋଡରେ କାର୍ଯ୍ୟ ଚାଲିଛି ଏବଂ ସ୍ଥାନୀୟ ରେଳ ମଧ୍ୟ ଏଥିରୁ ଉପକୃତ ହେଉଛନ୍ତି । ସେ ଦର୍ଶାଇଛନ୍ତି ଯେ ଡବଲ୍ ଇଞ୍ଜିନ ସରକାର ସାଧାରଣ ଜନତାଙ୍କୁ ସମାନ ଉନ୍ନତ ସେବା, ପରିଷ୍କାର ପରିଚ୍ଛନ୍ନତା ଏବଂ ଭ୍ରମଣର ଗତି ବିଷୟରେ ଏକ ଅଭିଜ୍ଞତା ପ୍ରଦାନ କରିବାକୁ ଚେଷ୍ଟା କରନ୍ତି ଯାହା କେବଳ ସମ୍ବଳ ଥିବା ଲୋକଙ୍କ ପାଖରେ ଥିଲା । ଫଳସ୍ୱରୂପ, ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ରେଳ ଷ୍ଟେସନଗୁଡିକ ବିମାନବନ୍ଦର ପରି ବିକଶିତ ହେଉଛି ଏବଂ ଭାରତର ଅନ୍ୟତମ ପୁରାତନ ରେଳ ଷ୍ଟେସନ ଛତ୍ରପତି ମହାରାଜ ଟର୍ମିନାସ ଏହି ପଦକ୍ଷେପର ଏକ ଅଂଶ ଭାବରେ ଏକ ସୁବିଧା ପାଇବାକୁ ଯାଉଛି ଏବଂ ଏହାକୁ ବିକଶିତ କରାଯିବା ଏକବିଂଶ ଶତାବ୍ଦୀର ଭାରତର ଉଜ୍ଜ୍ୱଳ ଉଦାହରଣ । ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାଧାରଣ ଜନତାଙ୍କ ପାଇଁ ଉନ୍ନତ ସେବା ଉପଲବ୍ଧ କରାଇବା ଏବଂ ଭ୍ରମଣ ଅଭିଜ୍ଞତାର ସହଜତା ସୃଷ୍ଟି କରିବା । ସେ ଆହୁରି ମଧ୍ୟ କହିଛନ୍ତି ଯେ ରେଳ ଷ୍ଟେସନ ରେଳ ସମ୍ବନ୍ଧୀୟ ସେବାରେ ସୀମିତ ରହିବ ନାହିଁ ବରଂ ବହୁମୁଖୀ ସଂଯୋଗ ପାଇଁ ଏକ ହବ୍ ଭାବରେ କାର୍ଯ୍ୟ କରିବ । ବସ୍‌, ମେଟ୍ରୋ, ଟ୍ୟାକ୍ସି କିମ୍ବା ଅଟୋ ହେଉ ସମସ୍ତ ପରିବହନ ଗୋଟିଏ ଛାତ ତଳେ ରହିବ ଏବଂ ଏହା ସମସ୍ତ ଯାତ୍ରୀଙ୍କୁ ନିରନ୍ତର ଯୋଗାଯୋଗ ସେବା ଯୋଗାଇବ; ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହିପରି ବହୁମୁଖୀନ ଯୋଗାଯୋଗ ସେବା ପ୍ରତ୍ୟେକ ସହରରେ ବିକଶିତ ହେବ ।

ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ମୁମ୍ବାଇ ସହରର ଜ୍ଞାନକୌଶଳର ଅଗ୍ରଗତି, ମେଟ୍ରୋ ନେଟୱାର୍କର ସମ୍ପ୍ରସାରଣ, ବନ୍ଦେ ଭାରତ ଟ୍ରେନ୍ ଏବଂ ବୁଲେଟ୍ ଟ୍ରେନ୍ ଅପେକ୍ଷା ଉନ୍ନତ ସଂଯୋଗ ସହିତ ମୁମ୍ବାଇ ସହରକୁ ଆଗାମୀ ବର୍ଷରେ ଅନେକ ସୁବିଧା ମିଳିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗରିବ ଶ୍ରମିକ ଏବଂ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଦୋକାନୀ ଏବଂ ବୃହତ ବ୍ୟବସାୟ ମାଲିକଙ୍କ ପର୍ଯ୍ୟନ୍ତ ମୁମ୍ବାଇରେ ରହିବା ସମସ୍ତଙ୍କ ପାଇଁ ସୁବିଧା ହେବ । ପଡୋଶୀ ଜିଲ୍ଲାରୁ ମୁମ୍ବାଇ ଯାତ୍ରା କରିବା ବର୍ତ୍ତମାନ ସହଜ ହେବ ବୋଲି ସେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ କୋଷ୍ଟାଲ୍ ରୋଡ୍‌, ଇନ୍ଦୁ ମିଲ୍ସ ସ୍ମାରକ, ନଭି ମୁମ୍ବାଇ ବିମାନବନ୍ଦର, ଫ୍ରାନ୍ସ ହାରବର୍ ଲିଙ୍କ୍ ଭଳି ପ୍ରକଳ୍ପ ମୁମ୍ବାଇକୁ ନୂତନ ଶକ୍ତି ଦେଉଛି । ଏଥିସହ ସେ କହିଛନ୍ତି ଯେ ଧରାବୀ ପୁର୍ନବିକାଶ ଏବଂ ଓଲ୍ଡ ଚାଉଲ୍ ଡେଭଲପମେଣ୍ଟ ପରି ପ୍ରକଳ୍ପଗୁଡିକ ପୁଣିଥରେ ଟ୍ରାକକୁ ଫେରି ଆସୁଛି ଏବଂ ଏହି ଉଲ୍ଲେଖନୀୟ ସଫଳତା ପାଇଁ ଶ୍ରୀ ଏକନାଥ ସିନ୍ଦେ ଏବଂ ତାଙ୍କ ଦଳଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମୁମ୍ବାଇରେ ସଡକର ଉନ୍ନତି ପାଇଁ ଆଜି ନିଆଯାଇଥିବା କାର୍ଯ୍ୟ ଉପରେ ପ୍ରଧାନମନ୍ତ୍ରୀ ମଧ୍ୟ ଉଲ୍ଲେଖ କରିଛନ୍ତି ଏବଂ ଡବଲ ଇଞ୍ଜିନ ସରକାର ଦେଇଥିବା ପ୍ରତିବଦ୍ଧତାକୁ ଏହା ଦର୍ଶାଉଛି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ସହରଗୁଡ଼ିକର ସମ୍ପୂର୍ଣ୍ଣ ରୂପାନ୍ତର ପାଇଁ କାର୍ଯ୍ୟ ଚାଲିଛି । ପ୍ରଦୂଷଣ ଏବଂ ସ୍ୱଚ୍ଛତା ଭଳି ବ୍ୟାପକ ସହରାଞ୍ଚଳ ସମସ୍ୟାର ସମାଧାନ ଖୋଜାଯାଉଛି । ବିଦ୍ୟୁତ୍‍ ପରିଚାଳିତ ଭିତ୍ତିଭୂମି, ଜୈବ ଇନ୍ଧନ ଭିତ୍ତିକ ପରିବହନ ବ୍ୟବସ୍ଥା, ହାଇଡ୍ରୋଜେନ୍ ଇନ୍ଧନ, ବର୍ଜ୍ୟରୁ ସମ୍ପଦ ଗତିବିଧି ଏବଂ ଜଳ ବିଶୋଧନ କାରଖାନା ଉପରେ ମିଶନ୍ ମୋଡ୍ ଧ୍ୟାନ ଏହି ଦିଗରେ କିଛି ପ୍ରମୁଖ ପଦକ୍ଷେପ ଅଟେ । ସହରଗୁଡିକର ବିକାଶ ପାଇଁ ସାମର୍ଥ୍ୟ ଏବଂ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ନାହିଁ । ତଥାପି, ମୁମ୍ବାଇ ପରି ସହରରେ ବିକାଶ ହୃଦୟଙ୍ଗମ ହୋଇପାରୁ ନାହିଁ, ଯେପର୍ଯ୍ୟନ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ମଧ୍ୟ ଦ୍ରୁତ ବିକାଶ ପାଇଁ ସମାନ ପ୍ରାଥମିକତା ନପାଇଛି । ସେଥିପାଇଁ ମୁମ୍ବାଇର ବିକାଶରେ ସ୍ଥାନୀୟ ପୌର ସଂସ୍ଥାର ଭୂମିକା ଗୁରୁତ୍ୱପୂର୍ଣ୍ଣ; ମହାନଗରକୁ ଆବଣ୍ଟିତ ଅର୍ଥର ଉପଯୁକ୍ତ ଉପଯୋଗର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି । ବିକାଶକୁ ରାଜନୀତିକରଣ ନକରିବାକୁ ସେ ଚେତାବନୀ ମଧ୍ୟ ଦେଇଛନ୍ତି । ସେ ଦୁଃଖ ପ୍ରକାଶ କରିଛନ୍ତି ଯେ ଏସ୍‍ଭିଏନିଧି ପରି ଅତୀତର ଯୋଜନା ଯାହା ୩୫ ଲକ୍ଷ ରାସ୍ତାକଡ ବିକ୍ରେତାଙ୍କୁ ସୁଲଭ ତଥା ବନ୍ଧକମୁକ୍ତ ଋଣ ଦେଇ ଲାଭାନ୍ୱିତ କରିଛି, ଏପରିକି ମହାରାଷ୍ଟ୍ରରେ ମଧ୍ୟ ୫ ଲକ୍ଷ ହିତାଧିକାରୀ ଅଛନ୍ତି, ରାଜନୈତିକ କାରଣରୁ ଏହା ଅତୀତରେ ବାଧାପ୍ରାପ୍ତ ହୋଇଥିଲା । ଏଥିପାଇଁ ସେ ସଂପୂର୍ଣ୍ଣ ସମନ୍ୱୟର ଆବଶ୍ୟକତା ଏବଂ କେନ୍ଦ୍ରରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ମୁମ୍ବାଇ ପର୍ଯ୍ୟନ୍ତ କାର୍ଯ୍ୟ କରୁଥିବା ଏକ ବ୍ୟବସ୍ଥାର ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଦୋହରାଇଛନ୍ତି ଯେ ଏସ୍‍ଭିଏନିଧି ଏକ ଋଣ ଯୋଜନା ଠାରୁ ଅଧିକ ଏବଂ ଏହା ରାସ୍ତାକଡ ବିକ୍ରେତାମାନଙ୍କ ପାଇଁ ଆତ୍ମ ସମ୍ମାନର ମୂଳଦୁଆ । ହିତାଧିକାରୀଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେମାନେ ଅଳ୍ପ ସମୟ ମଧ୍ୟରେ ୫୦ ହଜାର କୋଟି ଟଙ୍କାର ଡିଜିଟାଲ କାରବାର କରିଛନ୍ତି । ସେ କହିଛନ୍ତି, ଡିଜିଟାଲ୍ ଇଣ୍ଡିଆ ହେଉଛି ଏକ ଜୀବନ୍ତ ଉଦାହରଣ ଯେ ଯେଉଁଠାରେ ସବକା ପ୍ରୟାସ ରହିଛି ସେଠାରେ କିଛି ଅସମ୍ଭବ ନୁହେଁ ।

ଇକ୍ତବ୍ୟ ଶେଷ କରି ପ୍ରଧାନମନ୍ତ୍ରୀ ରାସ୍ତାକଡ ବିକ୍ରେତାମାନଙ୍କୁ କହିଥିଲେ, ମୁଁ ଆପଣଙ୍କ ସହ ଛିଡା ହୋଇଛି । ଯଦି ତୁମେ ଦଶଟି ପଦକ୍ଷେପ ନିଅ, ମୁଁ ଏଗାରଟି ନେବାକୁ ପ୍ରସ୍ତୁତ ଅଛି । ସେ ବିଶ୍ୱାସ କରିଛନ୍ତି ଯେ ଦେଶରେ କ୍ଷୁଦ୍ର ବ୍ୟବସାୟୀଙ୍କ କାର୍ଯ୍ୟ ଏବଂ ନିଷ୍ଠା ସହିତ ଦେଶ ନୂତନ ଉଚ୍ଚତା ହାସଲ କରିବ ଯେଉଁମାନେ ଏକ ବଡ଼ ପରିବର୍ତ୍ତନ ସୃଷ୍ଟି କରିବେ । ଆଜିର ବିକାଶମୂଳକ କାର୍ଯ୍ୟ ପାଇଁ ସେ ମୁମ୍ବାଇ ଏବଂ ମହାରାଷ୍ଟ୍ରର ଲୋକଙ୍କୁ ଅଭିନନ୍ଦନ ଜଣାଇବା ସହ ସିନ୍ଧେ ଜୀ ଏବଂ ଦେବେନ୍ଦ୍ର ଜୀଙ୍କର ଯୋଡି ମହାରାଷ୍ଟ୍ରର ସ୍ୱପ୍ନକୁ ସାକାର କରିବ ବୋଲି ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ଭଗତ ସିଂହ କୋସିୟାରୀ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଶ୍ରୀ ଏକନାଥ ସିନ୍ଧେ, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନାଭିସ୍‌, କେନ୍ଦ୍ର ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲ, ଶ୍ରୀ ନାରାୟଣ ରାଣେ, କେନ୍ଦ୍ର ମନ୍ତ୍ରୀ, ସାଂସଦ ଏବଂ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀଗଣ ଉପସ୍ଥିତ ଥିଲେ । 

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ମୁମ୍ବାଇରେ ପ୍ରାୟ ୩୮,୮୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଉଦଘାଟନ କରିଛନ୍ତି । ନିରବଚ୍ଛିନ୍ନ ସହରୀ ଗତିଶୀଳତା ପ୍ରଦାନ ପ୍ରଧାନମନ୍ତ୍ରୀଙ୍କ ଏକ ପ୍ରମୁଖ ଧ୍ୟାନ କ୍ଷେତ୍ର ଅଟେ ଏବଂ ଏହା ଅନୁଯାୟୀ ସେ ପ୍ରାୟ ୧୨,୬୦୦ କୋଟି ଟଙ୍କା ମୂଲ୍ୟର ମୁମ୍ବାଇ ମେଟ୍ରୋ ରେଳ ଲାଇନ ୨ଏ ଏବଂ ୭ କୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି । ଡାହିସର ଇ ଏବଂ ଡିଏନ୍ ନଗର (ୟେଲୋ ଲାଇନ୍‍) କୁ ସଂଯୋଗ କରୁଥିବା ମେଟ୍ରୋ ଲାଇନ ପ୍ରାୟ ୧୮.୬ କିଲୋମିଟର ହୋଇଥିବାବେଳେ ମେଟ୍ରୋ ଲାଇନ ୭ ଅନ୍ଧେରୀ ଇ - ଡାହିସର ଇ (ରେଡ୍‍ ଲାଇନ) କୁ ସଂଯୋଗ କରୁଥିବା ୧୬.୫ କିଲୋମିଟର ଲମ୍ବା । ଏହି ଲାଇନ୍‍ଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ ୨୦୧୫ ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମଧ୍ୟ କରାଯାଇଥିଲା । 

ପ୍ରଧାନମନ୍ତ୍ରୀ ପ୍ରାୟ ୧୭,୨୦୦ କୋଟି ଟଙ୍କା ବ୍ୟୟରେ ର୍ନିମିତ ସାତୋଟି ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ମାଲାଡ, ଭଣ୍ଡୁପ, ଭର୍ସୋଭା, ଘାଟକୋପର, ବାନ୍ଦ୍ରା, ଧରାବୀ ଏବଂ ୱର୍ଲିରେ ସ୍ଥାପନ କରାଯିବ । ଏଗୁଡିକର ପ୍ରାୟ ୨୪୬୦ ଏମଏଲଡି ର ମିଳିତ କ୍ଷମତା ରହିବ ।

ମୁମ୍ବାଇରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ୨୦ ଟି ହିନ୍ଦୁହୃଦୟସମ୍ରାଟ ବାଲାସାହେବ ଠାକରେ ଆପଲା ଦବାଖାନା ଉଦଘାଟନ କରିଥିଲେ । ଏହି ଉତ୍ତମ ପଦକ୍ଷେପ ଲୋକମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା, ଔଷଧ, ଅନୁସନ୍ଧାନ ଏବଂ ନିଦାନ ପରି ମାଗଣା ଚିକିତ୍ସା ସେବା ଯୋଗାଇଥାଏ । ପ୍ରଧାନମନ୍ତ୍ରୀ ମୁମ୍ବାଇର ତିନୋଟି ଡାକ୍ତରଖାନାର ପୁନଃ ର୍ନିମାଣ ପାଇଁ ଭିତ୍ତି ପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି । ୩୬୦ ଶଯ୍ୟା ବିଶିଷ୍ଟ ଭଣ୍ଡୁପ୍ ବହୁମୁଖୀ ମ୍ୟୁନିସିପାଲିଟି ହସ୍ପିଟାଲ୍‌, ୩୦୬ ଶଯ୍ୟା ବିଶିଷ୍ଟ ସିଦ୍ଧାର୍ଥ ନଗର ହସ୍ପିଟାଲ୍‌, ଗୋରେଗାଓଁ (ପଶ୍ଚିମ) ଏବଂ ୧୫୨ ଶଯ୍ୟା ବିଶିଷ୍ଟ ଓଶିୱାରା ମାତୃତ୍ୱ ଗୃହ । ଏହା ସହରର ଲକ୍ଷ ଲକ୍ଷ ବାସିନ୍ଦାଙ୍କୁ ଉପକୃତ କରିବ ଏବଂ ସେମାନଙ୍କୁ ସର୍ବୋତ୍ତମ ଶ୍ରେଣୀର ଚିକିତ୍ସା ସୁବିଧା ଯୋଗାଇ ଦେବ ।

ପ୍ରଧାନମନ୍ତ୍ରୀ ମଧ୍ୟ ମୁମ୍ବାଇରେ ପ୍ରାୟ ୪୦୦ କିଲୋମିଟର ରାସ୍ତା ପାଇଁ ସଡକ ର୍ନିମାଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ପ୍ରାୟ ୬,୧୦୦ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ବିକଶିତ ହେବ । ମୁମ୍ବାଇରେ ପ୍ରାୟ ୨୦୫୦ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥିବା ସମୁଦାୟ ସଡକ ମଧ୍ୟରୁ ୧୨୦୦ କିଲୋମିଟରରୁ ଅଧିକ ସଡ଼କ କଙ୍କ୍ରିଟାଇଜ୍ ହୋଇଛି କିମ୍ବା କଂକ୍ରିଟ୍ ହେବା ପ୍ରକ୍ରିୟାରେ ଅଛି । ଅବଶ୍ୟ, ପ୍ରାୟ ୮୫୦ କିଲୋମିଟର ଲମ୍ବର ଅବଶିଷ୍ଟ ରାସ୍ତା ଖାଲଖମା ଯୋଗୁଁ ଆହ୍ୱାନର ସମ୍ମୁଖୀନ ହୋଇଥାଏ ଯାହା ପରିବହନ ଉପରେ ଗୁରୁତର ପ୍ରଭାବ ପକାଇଥାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ସଡକ କନକ୍ରେଟାଇଜେସନ୍ ପ୍ରକଳ୍ପ ଉଦ୍ଦିଷ୍ଟ । ଏହି କଂକ୍ରିଟ୍ ସଡ଼କଗୁଡ଼ିକ ଉନ୍ନତ ସୁରକ୍ଷା ସହିତ ଦ୍ରୁତ ଗତିରେ ଯାତ୍ରାକୁ ସୁନିଶ୍ଚିତ କରିବ, ଉତ୍ତମ ଡ୍ରେନେଜ୍ ସୁବିଧା ଏବଂ ଉପଯୋଗିତା ନିୟମିତ ଭାବେ ରାସ୍ତା ଖୋଳିବାକୁ ବାରଣ ପାଇଁ ସୁନିଶ୍ଚିତ କରିବ ।

ସେ ମଧ୍ୟ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସର ପୁନଃ ର୍ନିମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଟର୍ମିନାସର ଦକ୍ଷିଣ ଐତିହାସିକ ଛବିକୁ ସଜାଡ଼ିବା, ସୁବିଧା ବୃଦ୍ଧି, ଉନ୍ନତ ମଲ୍ଟିମୋଡାଲ ଏକୀକରଣ ଏବଂ ବିଶ୍ୱ ପ୍ରସିଦ୍ଧ ଆଇକନିକ ସଂରଚନାକୁ ସଂରକ୍ଷଣ ଏବଂ ପୁନଃ ସ୍ଥାପିତ କରିବା ଉଦ୍ଦେଶ୍ୟରେ ଏହି ପୁନଃ ର୍ନିମାଣ ଯୋଜନା କରାଯାଇଛି । ୧୮୦୦ କୋଟିରୁ ଅଧିକ ମୂଲ୍ୟରେ ଏହି ପ୍ରକଳ୍ପ କରାଯିବ । ଏଥିସହ ପ୍ରଧାନମନ୍ତ୍ରୀ ଏସ୍‍ଭିଏନିଧି ଯୋଜନା ଅଧୀନରେ ଏକ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଅନୁମୋଦିତ ଋଣ ସ୍ଥାନାନ୍ତରର ମଧ୍ୟ ଶୁଭାରମ୍ଭ କରିଛନ୍ତି ।

HS



(Release ID: 1892817) Visitor Counter : 120