ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ସମ୍ମିଳନୀର ନେତୃବୃନ୍ଦଙ୍କ ଅଧିବେଶନର ଉଦ୍‌ଯାପନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦବୋଧନ

Posted On: 13 JAN 2023 8:00PM by PIB Bhubaneshwar

ମାନ୍ୟଗଣ୍ୟ,

ନମସ୍କାର !

ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ସମ୍ମିଳନୀକୁ ମୁଁ ଆପଣ ମାନଙ୍କୁ ସ୍ୱାଗତ କରୁଛି ।

ଗତ ୨ ଦିନ ମଧ୍ୟରେ, ଏହି ସମ୍ମିଳନୀ, ଯାହା ବର୍ତ୍ତମାନ ସୁଦ୍ଧା ଗ୍ଲୋବାଲ ସାଉଥ୍‌ର ସର୍ବ ବୃହତ ଭର୍ଚୁଆଲ୍ ସମାବେଶରେ ୧୨୦ ରୁ ଅଧିକ ବିକାଶଶୀଳ ଦେଶ ଗୁଡିକୁ ଅଂଶଗ୍ରହଣ କରି ଥିବାର ଦେଖିବାକୁ ମିଳିଛି । 

ଏହି ଉଦ୍‌ଯାପନୀ ଅଧିବେଶନରେ ମୁଁ ଆପଣ ମାନଙ୍କ ସହିତ ନିଜକୁ ପାଇ ଭାଗ୍ୟବାନ୍ ମନେ କରୁଛି ।

ମାନ୍ୟଗଣ୍ୟ,

ବିଶେଷ କରି ଆମ ବିକାଶଶୀଳ ଦେଶ ମାନଙ୍କ ପାଇଁ ଗତ ୩ ବର୍ଷ ବହୁତ କଠିନ ରହିଛି ।

କୋଭିଡ୍ ମହାମାରୀର ଆହ୍ୱାନ, ଇନ୍ଧନ, ସାର ଏବଂ ଖାଦ୍ୟଶସ୍ୟର ବୃଦ୍ଧି ପାଉଥିବା ମୂଲ୍ୟ ଏବଂ ଭୂ – ରାଜନୈତିକ ତିକ୍ତତା ବୃଦ୍ଧି ଆମର ବିକାଶର ପ୍ରୟାସକୁ ପ୍ରଭାବିତ କରିଛି ।

ତଥାପି, ଏକ ନୂତନ ବର୍ଷର ଆରମ୍ଭ ହେଉଛି ନୂତନ ଆଶା ପାଇଁ ଏକ ସମୟ । ତେଣୁ ମୁଁ ପ୍ରଥମେ ଆପଣ ସମସ୍ତଙ୍କୁ ଏକ ଆନନ୍ଦମୟ, ସୁସ୍ଥ, ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଏବଂ ସଫଳ ୨୦୨୩ ବର୍ଷ ପାଇଁ ମୋର ଶୁଭେଚ୍ଛା ଜଣାଉଛି ।

ମାନ୍ୟଗଣ୍ୟ,

ଆମେ ସମସ୍ତେ ଜଗତୀକରଣର ନୀତିକୁ ପ୍ରଶଂସା କରୁଛୁ । ଭାରତ ତା’ର ଦର୍ଶନ ଅନୁସାରେ ସର୍ବଦା ବିଶ୍ୱକୁ ଗୋଟିଏ ପରିବାର ଭାବରେ ଦେଖି ଆସିଛି ।

ତଥାପି, ବିକାଶଶୀଳ ଦେଶମାନେ ଏମିତି ଏକ ଜଗତୀକରଣ ଚାହୁଁଛନ୍ତି ଯାହା ଜଳବାୟୁ ସଙ୍କଟ କିମ୍ବା ଋଣ ସଙ୍କଟ ସୃଷ୍ଟି କରୁ ନଥିବ ।

ଆମେ ଏମିତି ଏକ ଜଗତୀକରଣ ଚାହୁଁଛୁ ଯାହା ଟିକା ବିତରଣରେ ଅସମାନତା କିମ୍ବା ଅତି – କେନ୍ଦ୍ରିକ ବିଶ୍ୱ ସ୍ତରୀୟ ଯୋଗାଣ ଶୃଙ୍ଖଳା ଆଡକୁ ନେଇ ନଯାଏ ।

ଆମେ ଏମିତି ଏକ ଜଗତୀକରଣ ଚାହୁଁଛୁ ଯାହା ସମଗ୍ର ମାନବତା ପାଇଁ ସମୃଦ୍ଧି ଏବଂ କଲ୍ୟାଣ ଆଣିଥାଏ । ସଂକ୍ଷେପରେ, କହିବାକୁ ଗଲେ ଆମେ ଏକ ‘ମାନବ - କେନ୍ଦ୍ରିକ ଜଗତୀକରଣ’ ଚାହୁଁ ।

ମାନ୍ୟଗଣ୍ୟ,

ଅନ୍ତର୍ଜାତୀୟ ବିକାଶର ବୃଦ୍ଧି ପାଉଥିବା ବିଭାଜନକୁ ନେଇ ଆମେ ବିକାଶଶୀଳ ଦେଶମାନେ ମଧ୍ୟ ଚିନ୍ତିତ ଅଛନ୍ତି ।

ଏହି ଭୂ – ରାଜନୈତିକ ତିକ୍ତତା ଆମ ବିକାଶର ପ୍ରାଥମିକତା ଉପରେ ରହିଥିବା ଧ୍ୟାନ ଠାରୁ ଆମକୁ ବିଭ୍ରାନ୍ତ କରେ ।

ଏହି ସମସ୍ୟା ଗୁଡିକ ଖାଦ୍ୟ, ଇନ୍ଧନ, ସାର ଏବଂ ଅନ୍ୟାନ୍ୟ ଦ୍ରବ୍ୟ ଗୁଡିକରର ଅନ୍ତର୍ଜାତୀୟ ମୂଲ୍ୟରେ ତୀବ୍ର ପରିବର୍ତ୍ତନ ଘଟାଇଥାନ୍ତି ।

ଏହି ଭୂ – ରାଜନୈତିକ ବିଭାଜନକୁ ସମାଧାନ କରିବା ପାଇଁ, ଆମେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଏବଂ ବ୍ରେଟନ୍ ଉଡ୍ସ ଅନୁଷ୍ଠାନ ସମେତ ପ୍ରମୁଖ ଆନ୍ତର୍ଜାତିକ ଅନୁଷ୍ଠାନ ଗୁଡ଼ିକର ଏକ ଜରୁରୀକାଳୀନ ମୌଳିକ ସଂସ୍କାର ଆବଶ୍ୟକ କରୁ ।

ଏହି ସଂସ୍କାର ଗୁଡିକ ବିକାଶଶୀଳ ଦେଶର ଚିନ୍ତାଧାରାକୁ ସ୍ୱର ଦେବା ଉପରେ ଧ୍ୟାନ ଦେବା ଉଚିତ ଏବଂ ଏକବିଂଶ ଶତାବ୍ଦୀର ବାସ୍ତବତାକୁ ପ୍ରତିଫଳିତ କରିବା ଉଚିତ୍ ।

ଭାରତର ଜି - ୨୦ ଅଧ୍ୟକ୍ଷତା ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବୈଶ୍ୱିକ ଦକ୍ଷିଣ ଭାଗର ବିଚାର ଗୁଡିକୁ ସ୍ୱର ଦେବାକୁ ଚେଷ୍ଟା କରିବ ।

ମାନ୍ୟଗଣ୍ୟ,

ନିଜର ବିକାଶ ସହଭାଗୀତାରେ, ଭାରତର ଆଭିମୁଖ୍ୟ ପରାମର୍ଶ ଭିତ୍ତିକ, ଫଳାଫଳ ଭିତ୍ତିକ, ଚାହିଦା ଆଧାରିତ, ଜନ - କେନ୍ଦ୍ରିକ ଏବଂ ଏହା ସହଭାଗୀ ଦେଶର ସାର୍ବଭୌମତ୍ୱକୁ ସମ୍ମାନିତ କରିଥାଏ ।

ମୁଁ ଦୃଢ଼ ଭାବରେ ବିଶ୍ୱାସ କରେ ଯେ ବୈଶ୍ୱି ଦକ୍ଷିଣ ଅଂଚଳରେ ଥିବା ଦେଶ ଗୁଡିକୁ ପରସ୍ପରର ବିକାଶ ଅନୁଭୂତିରୁ ଅନେକ କିଛି ଶିଖିବାକୁ ପଡିବ ।

ମୁଁ ଏହା ଘୋଷଣା କରି ଖୁସି ଯେ , ଭାରତ ଏକ "ଗ୍ଲୋବାଲ୍‌- ସାଉଥ୍ ସେଂଟର ଅଫ୍ ଏକ୍ସଲେନ୍ସ’/ ବୈଶ୍ୱିକ ଦକ୍ଷିଣ ଭାଗ ଉତ୍କର୍ଷତା କେନ୍ଦ୍ର ପ୍ରତିଷ୍ଠା କରିବ ।

ଏହି ଅନୁଷ୍ଠାନ ଆମର ଯେକୌଣସି ଦେଶର ବିକାଶ ସମାଧାନ କିମ୍ବା ସର୍ବୋତ୍ତମ - କାର୍ଯ୍ୟ ବ୍ୟବସ୍ଥା ଉପରେ ଗବେଷଣା କରିବ, ଯାହାକୁ ବୈଶ୍ୱିକ ଦକ୍ଷିଣ ଭାଗର ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ଲାଗୁ କରା ଯାଇପାରିବ ଏବଂ କାର୍ଯ୍ୟକାରୀ କରା ଯାଇପାରିବ ।

ଏକ ଉଦାହରଣ ସ୍ୱରୂପ, ଇଲେକ୍ଟ୍ରୋନିକ୍ ଦେୟ ପ୍ରଦାନ, ସ୍ୱାସ୍ଥ୍ୟ, ଶିକ୍ଷା କିମ୍ବା ଇ- ଶାସନ ଭଳି କ୍ଷେତ୍ର ଗୁଡିକରେ ଭାରତ ଦ୍ୱାରା ବିକଶିତ ହୋଇଥିବା ଡିଜିଟାଲ୍ ସାର୍ବଜନିନ ସାମଗ୍ରୀ ଅନ୍ୟାନ୍ୟ ବିକାଶଶୀଳ ଦେଶ ପାଇଁ ଉପଯୋଗୀ ହୋଇପାରେ ।

ମହାକାଶ ପ୍ରଯୁକ୍ତି ବିଦ୍ୟା ଏବଂ ଆଣବିକ ଶକ୍ତି ଭଳି କ୍ଷେତ୍ରରେ ମଧ୍ୟ ଭାରତ ବହୁତ ବଡ ସଫଳତା ହାସଲ କରିଛି । ଅନ୍ୟ ବିକାଶଶୀଳ ଦେଶ ମାନଙ୍କ ସହିତ ଆମର ପାରଦର୍ଶିତା ବଂଟନ କରିବା ପାଇଁ ଆମେ ଏକ ‘ଗ୍ଲୋବାଲ୍ - ସାଉଥ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ପଦକ୍ଷେପ’ ଆରମ୍ଭ କରିବୁ ।

କୋଭିଡ୍ ମହାମାରୀ ସମୟରେ ଭାରତର ‘ଭ୍ୟାକ୍ସିନ୍ ମୈତ୍ରୀ’ ପଦକ୍ଷେପ ମାଧ୍ୟମରେ ୧୦୦ ରୁ ଅଧିକ ଦେଶ ମାନଙ୍କୁ ଭାରତରେ ପ୍ରସ୍ତୁତ ଟିକା ଯୋଗାଇ ଦିଆ ଯାଇଥିଲା ।

ମୁଁ ବର୍ତ୍ତମାନ ଏକ ନୂତନ ‘ଆରୋଗ୍ୟ ମୈତ୍ରୀ’ ପ୍ରକଳ୍ପ ଘୋଷଣା କରିବାକୁ ଚାହୁଁଛି । ଏହି ପ୍ରକଳ୍ପ ଅଧୀନରେ ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ମାନବିକ ସଙ୍କଟ ଦ୍ୱାରା ପ୍ରଭାବିତ ଯେକୌଣସି ବିକାଶଶୀଳ ଦେଶକୁ ଭାରତ ଅତ୍ୟାବଶ୍ୟକ ଚିକିତ୍ସା ସାମଗ୍ରୀ ଯୋଗାଇବ ।

ମାନ୍ୟଗଣ୍ୟ,

ଆମର କୂଟନୈତିକ ସ୍ୱରର ସମନ୍ୱୟ ପାଇଁ, ମୁଁ ଆମର ବୈଦେଶିକ ମନ୍ତ୍ରଣାଳୟର ଯୁବ ଅଧିକାରୀ ମାନଙ୍କୁ ଏକାଠି ଯୋଡିବା ନିମନ୍ତେ ଏକ ‘ବୈଶ୍ୱିକ ଦକ୍ଷିଣ ଭାଗ ଯୁବ କୂଟନୀତିଜ୍ଞ ମଂଚ’ ନିମନ୍ତେ ପ୍ରସ୍ତାବ ଦେଉଛି ।

ବିକାଶଶୀଳ ଦେଶର ଛାତ୍ର ମାନଙ୍କ ପାଇଁ ଭାରତରେ ଉଚ୍ଚଶିକ୍ଷା ନିମନ୍ତେ ଭାରତ ‘ଗ୍ଲୋବାଲ୍‌-ସାଉଥ୍ ସ୍କଲାରସିପ୍ / ବୈଶ୍ୱିକ ଦକ୍ଷିଣ ଭାଗ ମେଧା ବୃତ୍ତି ମଧ୍ୟ ଆରମ୍ଭ କରିବ ।

ମାନ୍ୟଗଣ,

ଆଜିର ଅଧିବେଶନର ବିଷୟବସ୍ତୁ ଭାରତର ପ୍ରାଚୀନ ଜ୍ଞାନ ଦ୍ୱାରା ଅନୁପ୍ରାଣିତ ।

ଋକ୍ ବେଦର ଏକ ପ୍ରାର୍ଥନା ଏଡା କହିଥାଏ ଯେ , ମାନବତା ପାଇଁ ଜ୍ଞାନ ସର୍ବ ପୁରାତନ ପାଠ । 

ସଙ୍ଗଛଧ୍ୱଂ ସମ୍ବଦଧ୍ୱଂ ସଂ ୱ ଜାନତାମ୍ ।

ଯାହାର ଅର୍ଥ: ଆସନ୍ତୁ ଏକାଠି ହେବା, ଏକା ସହିତ କହିବା ଏବଂ ଆମର ମନ ସଦ୍ଭାବନାରେ ପୂର୍ଣ୍ଣ ରହୁ ।

କିମ୍ବା ଅନ୍ୟ ଅର୍ଥରେ, ‘ସ୍ୱରରେ ଏକତା, ଉଦ୍ଦେଶ୍ୟର ଏକତା’ ।

ଏହି ଭାବନାରେ, ମୁଁ ଆପଣ ମାନଙ୍କର ମତାମତ ଏବଂ ପରାମର୍ଶ ଶୁଣିବା ନିମନ୍ତେ ଉତ୍ସୁକତାର ସହିତ ଅପେକ୍ଷା କରିଛି ।

ଧନ୍ୟବାଦ!

SSP



(Release ID: 1891154) Visitor Counter : 158