ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

୧୭ତମ ପ୍ରବାସୀ ଭାରତୀୟ ଦିବସ ଅବସରରେ ଗୁଏନା ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

Posted On: 09 JAN 2023 8:05PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇନ୍ଦୋର ଠାରେ ୧୭ତମ ପ୍ରବାସୀ ଭାରତୀୟ ଦିବସ (ପିବିଡି) ଅବସରରେ କୋଅପରେଟିଭ ରିପବ୍ଲିକ ଅଫ ଗୁଏନାର ରାଷ୍ଟ୍ରପତି ମହାମହିମ ଡଃ ମହମ୍ମଦ ଇରଫାନ ଅଲ୍ଲୀଙ୍କୁ ଭେଟିଛନ୍ତି । ଜାନୁୟାରୀ ୮ରୁ ୧୪, ୨୦୨୩ ପର୍ଯ୍ୟନ୍ତ ଔପଚାରିକ ଭାରତ ଗସ୍ତରେ ଥିବା ରାଷ୍ଟ୍ରପତି ଇରଫାନ ଅଲ୍ଲୀ ୧୭ତମ ପିବିଡିର ମୁଖ୍ୟ ଅତିଥି ।

ଦୁଇ ନେତା ଶକ୍ତି, ଭିତ୍ତିଭୂମି ବିକାଶ, ଫାର୍ମାସ୍ୟୁଟିକାଲ୍ସ, ସ୍ୱାସ୍ଥ୍ୟ  ସେବା, ପ୍ରଯୁକ୍ତି ଓ ନବାଚାର ଏବଂ ପ୍ରତିରକ୍ଷା ସହଯୋଗ ଆଦି ସମ୍ପର୍କରେ ବିସ୍ତୃତ ଆଳୋଚନା କରିଛନ୍ତି । ଦୁଇ ନେତା ଭାରତ ଓ ଗୁଏନାବାସୀଙ୍କ ମଧ୍ୟରେ ବନ୍ଧୁତ୍ୱର ୧୮୦ ବର୍ଷ ପୁରୁଣା ଐତିହାସିକ ସମ୍ବନ୍ଧକୁ ସ୍ମରଣ କରିବା ସହ ଏହାକୁ ମଜବୁତ କରିବାକୁ ସହମତି ବ୍ୟକ୍ତ କରିଛନ୍ତି ।

ରାଷ୍ଟ୍ରପତି ଇରଫାନ ଅଲ୍ଲୀ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ଓ ଜାନୁୟାରୀ ୧୦, ୨୦୨୩ରେ ପ୍ରବାସୀ ଭାରତୀୟ ଦିବସର ଉଦଯାପନୀ ଅଧିବେଶନ ଓ ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ସମାରୋହରେ ଭାଗ ନେବେ । ସେ ଜାନୁୟାରୀ ୧୧ରେ ଇନ୍ଦୋରରେ ଗ୍ଲୋବାଲ ଇନଭେଷ୍ଟର୍ସ ସମିଟ ୨୦୨୩ରେ ମଧ୍ୟ ଭାଗ ନେବେ ।

ଇନ୍ଦୋର ବ୍ୟତୀତ ରାଷ୍ଟ୍ରପତି ଅଲ୍ଲୀ ଦିଲ୍ଲୀ, କାନପୁର, ବେଙ୍ଗଲୁରୁ ଓ ମୁମ୍ବାଇ ମଧ୍ୟ ଯିବେ ।   

SR



(Release ID: 1889862) Visitor Counter : 98