ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଅବେଇ, ୟୁଏନଆଇଏସଏଫଏ ସ୍ଥିତ ଜାତିସଂଘ ମିଶନରେ ଭାରତୀୟ ସେନା ଦ୍ୱାରା ସବୁଠାରୁ ବଡ ମହିଳା ଶାନ୍ତି ସେନା ଦଳ ମୁତୟନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

प्रविष्टि तिथि: 06 JAN 2023 5:18PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅବେଇ, ୟୁଏନଆଇଏସଏଫଏ ସ୍ଥିତ ଜାତିସଂଘ ମିଶନରେ ଭାରତୀୟ ସେନା ଦ୍ୱାରା ସବୁଠାରୁ ବଡ ମହିଳା ଶାନ୍ତି ସେନା ଦଳ ମୁତୟନ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଜାତିସଂଘ ଶାନ୍ତି ମିଶନଗୁଡିକରେ ଭାରତର ସକ୍ରିୟ ଭାଗିଦାରୀର ପରମ୍ପରା ରହିଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଏଡିଜି ପିଆଇ- ଭାରତୀୟ ସେନାଙ୍କ ଏକ ଟ୍ୱିଟର ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଏହା ଦେଖି ଗର୍ବିତ ।

ଜାତିସଂଘ ଶାନ୍ତି ମିଶନଗୁଡିକରେ ଭାରତର ସକ୍ରିୟ ଭାଗିଦାରୀର ପରମ୍ପରା ରହିଛି । ଆମ ନାରୀ ଶକ୍ତିର ଭାଗିଦାରୀ ଆହୁରି ସନ୍ତୋଷଜନକ ।”

 

SR


(रिलीज़ आईडी: 1889286) आगंतुक पटल : 181
इस विज्ञप्ति को इन भाषाओं में पढ़ें: Kannada , English , Urdu , हिन्दी , Marathi , Manipuri , Assamese , Bengali , Punjabi , Gujarati , Tamil , Telugu , Malayalam