ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

୧.୫ ଲକ୍ଷ ସୁସ୍ଥତା କେନ୍ଦ୍ର ପ୍ରତିଷ୍ଠା ଲକ୍ଷ୍ୟର ସଫଳତାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

Posted On: 01 JAN 2023 4:39PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ୧.୫ ଲକ୍ଷ ଅଳୟୁଷ୍ମାନ ଭାରତ - ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ରର ଲକ୍ଷ୍ୟ ହାସଲ ନୂତନ ଭାରତରେ ନୂତନ ଶକ୍ତି ଯୋଗାଇବ । ସେ କହିଛନ୍ତି ଯେ ଭାରତର ସମୃଦ୍ଧତା ସୁସ୍ଥ ନାଗରିକଙ୍କ ଉପରେ ରହିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼କ୍ଟର ମନସୁଖ ମାଣ୍ଡଭିୟଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

“ସୁସ୍ଥ ନାଗରିକମାନଙ୍କ ଉପରେ ହିଁ ଭାରତର ସମୃଦ୍ଧତା ରହିଛି । ରେକର୍ଡ ସଂଖ୍ୟାରେ ସ୍ଥାପିତ ଏହି ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ରଗୁଡିକ ଏ ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହି ସଫଳତା ନୂତନ ଭାରତରେ ଏକ ନୂତନ ଶକ୍ତି ଯୋଗାଇବ ।”

HS



(Release ID: 1887879) Visitor Counter : 130