ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବ୍ରାଜିଲର ଫୁଟବଲ କିମ୍ବଦନ୍ତୀ ପେଲେଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ

Posted On: 30 DEC 2022 4:53PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ରାଜିଲର ଫୁଟବଲ କିମ୍ବଦନ୍ତୀ ପେଲେଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ପେଲେଙ୍କ ଦେହାନ୍ତ କ୍ରୀଡା ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ଛାଡିଛି ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ପେଲେଙ୍କ ଦେହାନ୍ତ କ୍ରୀଡା ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ସେ ଜଣେ ବିଶ୍ୱ ଫୁଟବଲ୍ ସୁପରଷ୍ଟାର, ତାଙ୍କର ଲୋକପ୍ରିୟତା ସୀମା ଅତିକ୍ରମ କରିଛି । ତାଙ୍କର ଉଲ୍ଲେଖନୀୟ ଖେଳ ପ୍ରଦର୍ଶନ ଏବଂ ସଫଳତା ଆଗାମୀ ପୀଢିକୁ ପ୍ରେରଣା ଯୋଗାଇବ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ସମବେଦନା । ଆରଆଇପି ।”

HS



(Release ID: 1887636) Visitor Counter : 116