ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
ହାତ ଧୋଇବା ସୁବିଧା ସୃଷ୍ଟି କରିବା ଏବଂ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ସ୍ୱଚ୍ଛତା ସମ୍ପର୍କରେ ଶିକ୍ଷା ଦେବା ପାଇଁ ଶିକ୍ଷକ ମାନଙ୍କୁ ତାଲିମ ଦେବାକୁ କହିଛନ୍ତି କେନ୍ଦ୍ର
ବିଦ୍ୟାଳୟ ଗୁଡ଼ିକରେ ଥିବା ସମସ୍ତ ଶୌଚାଳୟର ସଠିକ୍ କାର୍ଯ୍ୟ ସ୍ଥିତି ସୁନିଶ୍ଚିତ କରନ୍ତୁ : କେନ୍ଦ୍ର ରାଜ୍ୟ ମାନଙ୍କୁ କହିଛନ୍ତି
ଗ୍ରାମ ଗୁଡିକର ବିଦ୍ୟାଳୟରେ ଜୈବ ଅବକ୍ଷୟ ବର୍ଜ୍ୟ ବସ୍ତୁ ଏବଂ ଧୂସର ଜଳର ପରିଚାଳନା ପାଇଁ ବ୍ୟବସ୍ଥା ସୁନିଶ୍ଚିତ କରାଯିବ
ସ୍ୱତନ୍ତ୍ର ପାଇପ୍ ଜଳ ଯୋଗାଣର ସମାଧାନ ଏବଂ ସରଳ, ସ୍ଥାୟୀ ସୌର ସମାଧାନ ଆଦି ବ୍ୟବସ୍ଥାକୁ ତ୍ୱରିତ କରିବାକୁ ରାଜ୍ୟ / କେନ୍ଦ୍ର ଶାସିତ ଅଂଚଳ ଗୁଡିକୁ କୁହା ଯାଇଛି
प्रविष्टि तिथि:
22 DEC 2022 9:27AM by PIB Bhubaneshwar
ପ୍ରମୁଖ ବିଶେଷତା
- ଉନ୍ନତ ପରିମଳ ସୁବିଧା, ନିରାପଦ ପାନୀୟ ଜଳ ଯୋଗାଣ ଏବଂ ସରକାରୀ ବିଦ୍ୟାଳୟ ଗୁଡିକରେ ସାମଗ୍ରିକ ପରିଷ୍କାର ପରିଚ୍ଛନ୍ନତା ସରକାରଙ୍କ ପ୍ରାଥମିକ କ୍ଷେତ୍ର ଅଟେ ।
- ଉତ୍ତମ ସ୍ୱଚ୍ଛତା ପ୍ରଥା ଗୁଡିକୁ ଅଭ୍ୟାସରେ ପରିଣତ କରିବାକୁ ପ୍ରାଥମିକ ସ୍ତରରେ ସ୍ୱଚ୍ଛତା ଉପରେ ଏକ ପ୍ରାସଙ୍ଗିକ ଅଧ୍ୟାୟ ଯୋଡ଼ା ହୋଇଛି ।
- ସାବୁନ ଯୋଗାଣ ସହିତ ହାତ ଧୋଇବା ସୁବିଧା ସୃଷ୍ଟି କରିବା ଏବଂ ଦେଶର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ସ୍ୱଚ୍ଛତା ଶିକ୍ଷା ଦେବା ପାଇଁ ଶିକ୍ଷକ ମାନଙ୍କୁ ତାଲିମ୍ ଦେବା ପାଇଁ କେନ୍ଦ୍ର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳଙ୍କୁ କହିଛନ୍ତି । ସ୍ୱତନ୍ତ୍ର ପାଇପ୍ ଜଳ ଯୋଗାଣର ସମାଧାନ ଏବଂ ସରଳ, ସ୍ଥାୟୀ ସୌର ସମାଧାନ ଆଦି ବ୍ୟବସ୍ଥା ଗୁଡିକୁ ତ୍ୱରିତ କରିବାକୁ ରାଜ୍ୟ / କେନ୍ଦ୍ର ଶାସିତ ଅଂଚଳ ଗୁଡିକୁ କୁହା ଯାଇଛି ।
ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରଣାଳୟ ; ଜଳ ଶକ୍ତି ମନ୍ତ୍ରଣାଳୟ ; ନିତି ଆୟୋଗ ; ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଏବଂ ପଂଚାୟତି ରାଜ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ମିଳିତ ଉପଦେଶାବଳୀରେ ଉଲ୍ଲେଖ କରା ଯାଇଛି ଯେ ଉନ୍ନତ ପରିମଳ ସୁବିଧା ତଥା ନିରାପଦ ପାନୀୟ ଜଳ ଯୋଗାଣ ତଥା ମୌଳିକ ଭିତ୍ତିଭୂମିର ନବୀକରଣ ସରକାରଙ୍କ ପ୍ରାଥମିକତା ହୋଇ ରହି ଆସିଛି । ମିଶନ- ମୋଡରେ କାର୍ଯ୍ୟକାରୀ ହେଉଥିବା କେତେକ କାର୍ଯ୍ୟକ୍ରମ ସ୍ୱଚ୍ଛ ଭାରତ ମିଶନ- ଗ୍ରାମୀଣ (ଏସବିଏମ୍ - ଜି) ଏବଂ ଜଳ ଜୀବନ ମିଶନ୍ (ଜେଜେଏମ୍) ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ବହୁତ କାର୍ଯ୍ୟ କରୁଛି, ଯାହା ଦୀର୍ଘ ଦୂର ପର୍ଯ୍ୟନ୍ତ ବ୍ୟାପକ ହୋଇ ପାରିଛି । ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ପରିମଳ ପାଇଁ ଏକ ଜନ ଆନ୍ଦୋଳନରେ ପରିଣତ ହୋଇ ଗ୍ରାମୀଣ ଭାରତକୁ ପରିବର୍ତ୍ତନ କରିଛି । ସ୍ୱଚ୍ଛ ଭାରତ ମିଶନ୍ (ଗ୍ରାମୀଣ) ର ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ, ଖୋଲାରେ ମଳତ୍ୟାଗ ମୁକ୍ତ (ଓଡିଏଫ୍)ରେ ସ୍ଥିର ଏବଂ କଠିନ ଏବଂ ତରଳ ବର୍ଜ୍ୟ ବସ୍ତୁ ପରିଚାଳନା ଉପରେ ଧ୍ୟାନ ଦିଆ ଯାଇଛି । ସଂତୃପ୍ତି ଦୃଷ୍ଟିକୋଣକୁ ଅନୁସରଣ କରିବା ସହିତ ବିଦ୍ୟାଳୟ ସମେତ କେହି ବି ଉନ୍ନତ ପହଂଚ ଠାରୁ ଯେପରି ପଛରେ ନରୁହନ୍ତି ତାହା ଉପରେ ଧ୍ୟାନ ଦିଆ ଯାଇଛି ।
ଏହା ମଧ୍ୟ ଉଲ୍ଲେଖ କରାଯାଇଛି, ଓଡିଏଫ୍ ପ୍ଲସ୍ ଅଧୀନରେ ଏହା ନିଶ୍ଚିତ ହେବା ଆବଶ୍ୟକ ଯେ ଗ୍ରାମ ଗୁଡିକର ସମସ୍ତ ବିଦ୍ୟାଳୟରେ ଯେପରି ଜୈବ – ଅବକ୍ଷୟ ବର୍ଜ୍ୟ ବସ୍ତୁ ଏବଂ ଧୂସର ଜଳର ପରିଚାଳନା ପାଇଁ ବ୍ୟବସ୍ଥା ରହିଛି । ବିଦ୍ୟାଳୟ ଗୁଡ଼ିକରେ ଥିବା ସମସ୍ତ ଶୌଚାଳୟ ଗୁଡ଼ିକ ଠିକ୍ କାର୍ଯ୍ୟକ୍ଷମ ଥିବା ସୁନିଶ୍ଚିତ କରିବା ଜରୁରୀ ଅଟେ । ତଥାପି, ସେଗୁଡିକ ମଧ୍ୟରୁ କେତେକ ଏକକ ଗର୍ତ୍ତରୁ ଦୁଇଟି ଗର୍ତ୍ତ ରେ ରିଟ୍ରୋଫିଟିଂ ଆବଶ୍ୟକ କରି ପାରନ୍ତି । ଏକକ ଗର୍ତ୍ତରୁ ଦୁଇଟି ଗର୍ତ୍ତ ପର୍ଯ୍ୟନ୍ତ ରିଟ୍ରୋଫିଟ୍ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଏହା କରାଯାଇପାରେ ।
ଶିକ୍ଷା ନିମନ୍ତେ ସମନ୍ୱିତ ଜିଲ୍ଲା ସୂଚନା ପ୍ରଣାଳୀ (ୟୁଡିଆଇଏସ୍ଇ)ର ରିପୋର୍ଟ ୨୦୨୧ – ୨୨, ଶୌଚାଳୟ ଏବଂ ହାତ ଧୋଇବା ସୁବିଧା ବ୍ୟବସ୍ଥା ମଧ୍ୟରେ କିଛି ଅନ୍ତର ରହିବା ଉଚିତ ବୋଲି କହିଥାଏ । କେନ୍ଦ୍ର କହିଛି ଯେ ସଂତୃପ୍ତି ପଦ୍ଧତି ଅନୁସରଣ କରି ଏହି ସମସ୍ତ କାର୍ଯ୍ୟକୁ ପୂରଣ କରାଯିବା ଆବଶ୍ୟକ । ଅଧିକନ୍ତୁ, ସମସ୍ତ ବିଦ୍ୟାଳୟରେ ସାବୁନ୍ ଯୋଗାଣ ସହିତ ହାତ ଧୋଇବା ସୁବିଧା ସୃଷ୍ଟି କରା ଯାଇପାରେ । ସ୍ୱଚ୍ଛତା ସମ୍ବନ୍ଧୀୟ ସମସ୍ତ ଦିଗରେ ପିଲା ମାନଙ୍କୁ ସ୍ୱଚ୍ଛତା ଶିକ୍ଷା ପ୍ରଦାନ କରିବା ମଧ୍ୟ ଜରୁରୀ ଅଟେ । ଏହି ଉଦ୍ଦେଶ୍ୟ ପାଇଁ, ପ୍ରତ୍ୟେକ ବିଦ୍ୟାଳୟରେ ଅତି କମରେ ଜଣେ ଶିକ୍ଷକଙ୍କୁ ସ୍ୱଚ୍ଛତା ଶିକ୍ଷା ଉପରେ ତାଲିମ ଦିଆଯିବା ଆବଶ୍ୟକ, ଯିଏ ପରବର୍ତ୍ତୀ ସମୟରେ ପିଲାମାନଙ୍କୁ ଆକର୍ଷଣୀୟ କାର୍ଯ୍ୟକଳାପ ଏବଂ ସାମୁଦାୟିକ ପ୍ରକଳ୍ପ ମାଧ୍ୟମରେ ତାଲିମ ଦେବା ଉଚିତ ଯାହାକି ସ୍ୱଚ୍ଛତା ଆଚରଣକୁ ଗୁରୁତ୍ୱ ଦେଇଥାଏ । ବିଦ୍ୟାଳୟରେ ଉତ୍ତମ ସ୍ୱଚ୍ଛତା ଅଭ୍ୟାସ କରିବା ପାଇଁ ଏନସିଇଆରଟି ଦ୍ୱାରା ବିକଶିତ ପ୍ରାଥମିକ ସ୍ତରରେ ସ୍ୱଚ୍ଛତା ଉପରେ ଏକ ଅଧ୍ୟାୟ ଅନ୍ତର୍ଭୂକ୍ତ କରା ଯାଇଛି ।
ଏହି ଉପଦେଶାବଳୀରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଜଳ ଜୀବନ ମିଶନ ଅଧୀନରେ ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର ଗୁଡ଼ିକରେ ସୁରକ୍ଷିତ ଟ୍ୟାପ୍ ଜଳ ଯୋଗାଣ, ପିଲା ମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପାଇଁ କାମ କରିବା ଆମ ସରକାରଙ୍କର ଏକ ପ୍ରମୁଖ ପ୍ରାଥମିକତା ରହିଛି । ବିଶେଷ କରି ମହାମାରୀ ସମୟରେ ନିରାପଦ ପାନୀୟ ଜଳ ଯୋଗାଣକୁ ନିଶ୍ଚିତ କରି ଛୋଟ ଛୋଟ ପିଲା ମାନଙ୍କର ସ୍ୱାସ୍ଥ୍ୟ ଦିଗ ଉପରେ ଧ୍ୟାନ ଦେବା ଲକ୍ଷ୍ୟରେ ଏହି ଗୁରୁ୍ତ୍ୱପୂର୍ଣ୍ଣ ପଦକ୍ଷେପ ୨ ଅକ୍ଟୋବର, ୨୦୨୨ ରେ ଆରମ୍ଭ କରାଯାଇଥିଲା । ୟୁଡିଆଇଏସଇ ୨୦୨୧- ୨୦୨୨ ତଥ୍ୟ ଅନୁଯାୟୀ, ପ୍ରାୟ ୧୦.୨୨ ଲକ୍ଷ ସରକାରୀ ବିଦ୍ୟାଳୟ ମଧ୍ୟରୁ ୯.୮୩ (ପ୍ରାୟ ୯୬%) ସରକାରୀ ବିଦ୍ୟାଳୟ ଗୁଡିକରେ କାର୍ଯ୍ୟକ୍ଷମ ପାନୀୟ ଜଳ ସୁବିଧା ଯୋଗାଇ ପ୍ରଦାନ କରାଯାଇଛି ।
ଉପଦେଶାବଳୀରେ ଉଲ୍ଲେଖ କରା ଯାଇଛି ଯେ ବିଦ୍ୟାଳୟଗୁଡ଼ିକ ପାଇଁ ଗ୍ରାମ୍ୟ ଜଳ ଯୋଗାଣ ଭିତ୍ତିଭୂମି ସମ୍ପୂର୍ଣ୍ଣ ହେବାକୁ ଅପେକ୍ଷା ନକରି ଷ୍ଟାଣ୍ଡ ଏଲୋନ୍ ପାଇପ୍ ଜଳ ଯୋଗାଣ ସମାଧାନ ଯୋଗାଇବା ପାଇଁ ରାଜ୍ୟ / କେନ୍ଦ୍ର ଶାସିତ ଅଂଚଳ ମାନଙ୍କୁ ନମନୀୟତା ଦିଆଯାଇଛି ଏବଂ ସରଳ ସ୍ଥାୟୀ ସମାଧାନ ମଧ୍ୟ ପ୍ରଦାନ କରା ଯାଇପାରେ ।
ଆମ ପିଲା ମାନଙ୍କର ସାମଗ୍ରିକ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ପାଇଁ ନିରାପଦ ଜଳର ଗୁରୁତ୍ୱକୁ ଦୃଷ୍ଟିରେ ରଖି କେନ୍ଦ୍ର ଏହି ପ୍ରକଳ୍ପ ଗୁଡ଼ିକୁ ଶୀଘ୍ର ତ୍ୱରିତ କରିବାକୁ କହିଛି ।
ଶୌଚାଳୟର ମରାମତି କିମ୍ବା ନିର୍ମାଣ, ହାତ ଧୋଇବା ସୁବିଧା କିମ୍ବା ପାନୀୟ ଜଳ ପାଇଁ ଯେକୋଣସି ଆବଶ୍ୟକତା ଏହି ଯୋଜନା ଗୁଡିକର ବିସ୍ତୃତ ନିର୍ଦ୍ଦେଶାବଳୀକୁ ଅନୁସରଣ କରି ୧୫ ତମ ଅର୍ଥ ଆୟୋଗ, ରାଜ୍ୟ ଅର୍ଥ ଆୟୋଗ, ଏମଜିଏନଆରଇଜିଏସ୍, ଜିଲ୍ଲା ଖଣିଜ ପାଣ୍ଠି ଏବଂ ଅନ୍ୟାନ୍ୟ ଉତ୍ସ ଅଧୀନରେ ଆସିବାକୁ ଥିବା ପାଣ୍ଠିରୁ ପୂରଣ ହୋଇପାରେ ।
*****
SSP
(रिलीज़ आईडी: 1885830)
आगंतुक पटल : 256