ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ

ଡିସେମ୍ବର ୧୮ରେ ମେଘାଳୟ ଓ ତ୍ରିପୁରା ଗସ୍ତ କରିବେ ପ୍ରଧାନମନ୍ତ୍ରୀ


ଏହି ପ୍ରକଳ୍ପଗୁଡିକ ମଧ୍ୟରେ ଆବାସ, ସଡକ, କୃଷି, ଟେଲିକମ, ସୂଚନା ପ୍ରଯୁକ୍ତି, ପର୍ଯ୍ୟଟନ ଓ ଆତିଥ୍ୟ ଆଦି କ୍ଷେତ୍ର ସାମିଲ ରହିଛି

ଶିଲଂ ଠାରେ ଉତ୍ତର ପୂର୍ବାଞ୍ଚଳ ପରିଷଦର ସ୍ୱର୍ଣ୍ଣଜୟନ୍ତୀ ସମାରୋହ ଓ ବୈଠକରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଅଗରତାଲା ଠାରେ ପିଏମଏୱାଇ- ସହରାଞ୍ଚଳ ଓ ଗ୍ରାମାଞ୍ଚଳ- ଯୋଜନାରେ ଦୁଇ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଗୃହ ପ୍ରବେଶ ଆରମ୍ଭ କରିବେ

Posted On: 17 DEC 2022 8:21PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୮ରେ ମେଘାଳୟ ଓ ତ୍ରିପୁରା ଗସ୍ତ କରିବେ । ଶିଲଂ ଠାରେ ପ୍ରଧାନମନ୍ତ୍ରୀ ଉତ୍ତର ପୂର୍ବାଞ୍ଚଳ ପରିଷଦର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଭାଗ ନେବେ । ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ପ୍ରାୟ ୧୦.୩୦ରେ ଷ୍ଟେଟ କନଭେନସନ ସେଣ୍ଟର, ଶିଲଂ ଠାରେ ଉତ୍ତର ପୂର୍ବାଞ୍ଚଳ ପରିଷଦର ବୈଠକରେ ଯୋଗ ଦେବେ । ଏହାପରେ ପୂର୍ବାହ୍ନ ପ୍ରାୟ ୧୧.୩୦ରେ ଶିଲଂ ଠାରେ ଏକ ସାଧାରଣ ସଭାରେ ସେ ବହୁ ପ୍ରକଳ୍ପ ଉନ୍ମୋଚନ, ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ସେଠାରୁ ସେ ଅଗରତାଲା ଗସ୍ତ କରି ଅପରାହ୍ନ ୨.୪୫ରେ ଏକ ଜନସଭାରେ ଯୋଗ ଦେଇ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ ଓ ଉନ୍ମୋଚନ କରିବେ ।   

ମେଘାଳୟରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଉତ୍ତର ପୂର୍ବାଞ୍ଚଳ ପରିଷଦ (ଏନଇସି) ବୈଠକରେ ଯୋଗ ଦେଇ ଅଭିଭାଷଣ ପ୍ରଦାନ କରିବେ । ଏହି ପରିଷଦ ନଭେମ୍ବର , ୧୯୭୨ରେ ବିଧିବଦ୍ଧ ଭାବେ ଉଦଘାଟିତ ହୋଇଥିଲା । ଏନଇସି ଉତ୍ତର ପୂର୍ବାଞ୍ଚଳର ସାମାଜିକ- ଅର୍ଥନୈତିକ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ଏହି ଅଞ୍ଚଳର ରାଜ୍ୟଗୁଡିକରେ ଅନେକ ଭିତ୍ତିଭୂମି ପ୍ରକଳ୍ପ ଓ ଅନ୍ୟ ବିକାଶମୂଳକ କାର୍ଯ୍ୟକ୍ରମକୁ ସହାୟତା ପ୍ରଦାନ କରିଛି । ପ୍ରମୁଖ ତାରତମ୍ୟ ଥିବା ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡା, ଜଳସମ୍ପଦ, କୃଷି, ପର୍ଯ୍ୟଟନ, ଶିଳ୍ପ ଆଦି କ୍ଷେତ୍ରରେ ମୂଲ୍ୟବାନ ପୁଞ୍ଜି ଓ ସାମାଜିକ ଭିତ୍ତିଭୂମି ସୃଷ୍ଟି କରିବାରେ ମଧ୍ୟ ପରିଷଦ ସହାୟକ ହୋଇଛି ।

ଏକ ଜନସଭାରେ ପ୍ରଧାନମନ୍ତ୍ରୀ ପ୍ରାୟ ୨୪୫୦ କୋଟି ଟଙ୍କା ମୂଲ୍ୟର ଅନେକ ପ୍ରକଳ୍ପ ଉନ୍ମୋଚନ, ଲୋକାର୍ପଣ ଓ ଶିଳାନ୍ୟାସ କରିବେ ।

ଟେଲି ଯୋଗାଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଅନେକଗୁଡିଏ ୪ଜି ମୋବାଇଲ ଟାୱାର ଲୋକାର୍ପିତ କରିବେ । ଏଥିରୁ ୩୨୦ଟି ସମୂର୍ଣ୍ଣ ହୋଇ ସାରିଥିବା ବେଳେ ୮୯୦ଟି ନିର୍ମାଣାଧୀନ ରହିଛି । ସେ ଉମସାୱଲି ଠାରେ ଆଇଆଇଏମ ଶିଲଂର ନୂତନ କ୍ୟାମ୍ପସ ଉଦଘାଟନ କରିବେ । ଏହା ସହିତ ଶିଲଂ ସାଟେଲାଇଟ ଟାଉନସିପକୁ ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ସହ ଶିଲଂକୁ ଟ୍ରାଫିକମୁକ୍ତ କରିବା ପାଇଁ ଶିଲଂ- ଦିଏଂପାସୋ ସଡକ ଉଦଘାଟନ କରିବେ । ସେହିପରି ମେଘାଳୟ, ମଣିପୁର ଓ ଅରୁଣାଚଳ ପ୍ରଦେଶ ପାଇଁ ଆଉ ଚାରିଟି ସଡକ ପ୍ରକଳ୍ପ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ ।

ପ୍ରଧାନମନ୍ତ୍ରୀ ମେଘାଳୟ ସ୍ଥିତ ମଶରୁମ ଡେଭେଲପମେଣ୍ଟ ସେଣ୍ଟର ଠାରେ ମଶରୁମ ସ୍ପନ ଉତ୍ପାଦନ ବୃଦ୍ଧି ତଥା କୃଷି ଏବଂ ଉଦ୍ୟୋଗୀମାନଙ୍କୁ ଦକ୍ଷତା ତାଲିମ ଦେବା ପାଇଁ ସ୍ପନ ଲାବୋରେଟୋରି ଉଦଘାଟନ କରିବେ । ଏହା ସହିତ ଦକ୍ଷତା ବିକାଶ ଓ ପ୍ରଯୁକ୍ତି ଉନ୍ନୀତକରଣ ମାଧ୍ୟମରେ ମହୁଚାଷୀଙ୍କ ଜୀବିକାକୁ ପ୍ରୋତ୍ସାହିତ କରିବା ପାଇଁ ସେ ମେଘାଳୟ ଠାରେ ସମନ୍ୱିତ ମହୁଚାଷ ବିକାଶ କେନ୍ଦ୍ର ଉଦଘାଟନ କରିବେ । ପରେ ସେ ମିଜୋରମ, ମଣିପୁର, ତ୍ରିପୁରା ଓ ଆସାମରେ ୨୧ଟି ହିନ୍ଦୀ ଲାଇବ୍ରେରୀ ଉଦଘାଟନ କରିବେ ।

ପ୍ରଧାନମନ୍ତ୍ରୀ ଆସାମ, ମେଘାଳୟ, ମଣିପୁର, ମିଜୋରମ ଓ ତ୍ରିପୁରା ପାଇଁ ଛଅଟି ସଡକ ପ୍ରକଳ୍ପର ଶିଳାନ୍ୟାସ କରିବେ । ସେ ତୁରା ଠାରେ ଇଣ୍ଟିଗ୍ରେଟେଡ ହସ୍ପିଟାଲିଟି ଆଣ୍ଡ କନଭେନସନ ସେଣ୍ଟର ଓ ଶିଲଂ ଟେକ୍ନୋଲଜି ପାର୍କ ଫେଜ-୨ର ଶିଳାନ୍ୟାସ କରିବେ । ଟେକ୍ନୋଲଜି ପାର୍କ ଫେଜ-୨ ପ୍ରାୟ ୧.୫ ଲକ୍ଷ ବର୍ଗ ଫୁଟ ଅଞ୍ଚଳରେ ନିର୍ମିତ ହେବ । ପେଶାଦାରମାନଙ୍କୁ ଏହା ନୂତନ ସୁଯୋଗ ପ୍ରଦାନ କରିବା ସହ ୩୦୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି କରିବ । ଇଣ୍ଟିଗ୍ରେଟେଡ ହସ୍ପିଟାଲିଟି ଆଣ୍ଡ କନଭେନସନ ସେଣ୍ଟରରେ ଏକ କନଭେନସନ ହବ, ଅତିଥି ଗୃହ, ଫୁଡକୋର୍ଟ ଆଦି ରହିବ । ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଏହା ଆବଶ୍ୟକ ଭିତ୍ତିଭୂମି ପ୍ରଦାନ କରିବା ସହ ଆଞ୍ଚଳିକ ସାଂସ୍କୃତିକ ଐତିହ୍ୟ ପ୍ରଦର୍ଶନ କରିବ ।

 

ତ୍ରିପୁରାରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ୪୩୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ, ଉନ୍ମୋଚନ ଓ ଲୋକାର୍ପଣ କରିବେ ।

ସମସ୍ତଙ୍କ ପାଇଁ ନିଜସ୍ୱ ବାସଗୃହ ସୁନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଥାନ୍ତି । ଏହି ଅଞ୍ଚଳରେ ତାହା ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଆୱାସ ଯୋଜନା- ସହରାଞ୍ଚଳ ଓ ପ୍ରଧାନମନ୍ତ୍ରୀ ଆୱାସ ଯୋଜନା- ଗ୍ରାମାଞ୍ଚଳ  ହିତାଧିକାରୀମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗୃହ ପ୍ରବେଶ ଯୋଜନା ଶୁଭାରମ୍ଭ କରିବେ । ଦୁଇ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ପାଇଁ ୩୪୦୦ କୋଟିରୁ ଅଧିକ ଟଙ୍କା ବିନିମୟରେ ଏହି ଆବାସଗୁଡିକ ନିର୍ମିତ ହୋଇଛି ।

ସଡକ ଯୋଗାଯୋଗ ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ପ୍ରଧାନମନ୍ତ୍ରୀ ଅଗରତାଲା ବାଇପାସ (ଖଇରପୁର- ଆମତାଲି) ଜାତୀୟ ରାଜପଥ- ୦୮ର ପ୍ରଶସ୍ତୀକରଣ ପ୍ରକଳ୍ପ ଉଦଘାଟନ କରିବେ । ଏହା ଅଗରତାଲା ସହରର ଟ୍ରାଫିକ ସମସ୍ୟା ହ୍ରାସ କରିବାରେ ସହାୟକ ହେବ । ସେ ପିଏମଜିଏସୱାଇ III (ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା) ଅନ୍ତର୍ଗତ ୨୩୦ରୁ ଅଧିକ କିଲୋମିଟର ଦୀର୍ଘ ୩୨ଟି ସଡକ ଓ ୫୪୦ରୁ ଅଧିକ କିଲୋମିଟର ଦୀର୍ଘ ୧୧୨ଟି ସଡକ ଉନ୍ନତିକରଣ ପାଇଁ ଶିଳାନ୍ୟାସ କରିବେ ।

ପ୍ରଧାନମନ୍ତ୍ରୀ ଆନନ୍ଦନଗର ଠାରେ ଷ୍ଟେଟ ଇନଷ୍ଟିଚ୍ୟୁଟ ଅଫ ହୋଟେଲ ମ୍ୟାନେଜମେଣ୍ଟ ଓ ଅଗରତାଲା ସରକାରୀ ଡେଣ୍ଟାଲ କଲେଜ ମଧ୍ୟ ଉନ୍ମୋଚନ କରିବେ ।

 

SR



(Release ID: 1884476) Visitor Counter : 126